Categories
ଆଞ୍ଚଳିକ

ନାକ୍ଟିଦେଉଳ ସ୍ନାତକ ମହା ଵିଦ୍ୟାଳୟରେ ଜାତୀୟ ଶିକ୍ଷା ନୀତି ୨୦୨୦ ସମ୍ପର୍କରେ ପାଠଚକ୍ର

କନ୍ଦର୍ପ ବେହେରା
ରେଢ଼ାଖୋଲ: ନାକ୍ଟିଦେଉଳ ବ୍ଲକ୍ ଅନ୍ତର୍ଗତ ନାକ୍ଟିଦେଉଳ ସ୍ନାତକ ମହାଵିଦ୍ୟାଳୟ ଆନୁକୁଲ୍ୟ ରେ ଜାତୀୟ ଶିକ୍ଷା ନୀତି ୨୦୨୨ ସମ୍ପର୍କରେ କର୍ମଶାଳା ଓ ଶିକ୍ଷକ ପର୍ବ ଆୟୋଜିତ ହୋଇଥିଲା। ଅନୁଷ୍ଠାନର ଅଧ୍ୟକ୍ଷ ସୁଧୀର କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଲୋଚନାଚକ୍ରରେ ଅଧ୍ୟାପକ ଦେବେଶ୍ ଵିଶ୍ଵାଳ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ଵେଳେ ଶିକ୍ଷା ବିଭାଗର ଅଧ୍ୟାପକ ଶେଷଦେଵ ଵିଶ୍ଵାଳ ଧନ୍ୟବାଦ ଅର୍ପଣ କରିଥିଲେ। କଲେଜର ଛାତ୍ରୀ ସିପ୍ରା ସାହୁ, ପଙ୍କଜିନି ଵେହେରା, ରଵିବାରୀ ମେଣ୍ଡୁଳି ଓ କରିସ୍ମା ପ୍ରଧାନ ପ୍ରାରମ୍ଭିକ ସଙ୍ଗୀତ ପରିଵେଷଣ କରିଥିଲେ।

ମୁଖ୍ୟଅତିଥି ଭାଵରେ ନାକ୍ଟିଦେଉଳ କନିଷ୍ଠ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼ ଉଦୟନାଥ ଗଡନାୟକ ଯୋଗଦେଇ କହିଥିଲେ ଯେ କେନ୍ଦ୍ର ଓ ରାଜ୍ୟ ମାନଙ୍କର ସହଯୋଗ ନହେଲେ ଜାତୀୟ ଶିକ୍ଷା ନୀତି ସଫଳ ହୋଇ ପାରିବ ନାହିଁ ଓ ପୁସ୍ତକ ରୁପକ ଛାତ୍ର ର ପ୍ରତ୍ୟେକ ପୃଷ୍ଠା ଯିଏ ପଢ଼ି ପାରିଛି ସିଏ ହିଁ ପ୍ରକୃତ ଗୁରୁ।

ମୁଖ୍ୟ ବକ୍ତା ଭାବରେ ଭୀମ ଭୋଇ ମହାଵିଦ୍ୟାଳୟ ରେଢାଖୋଲର ଓଡ଼ିଆ ବିଭାଗର ପ୍ରାଧ୍ୟାପକ ମନୋରଞନ ମହନ୍ତ ଯୋଗ ଦେଇ ମତ ଦେଇ ଥିଲେ ଯେ ବର୍ତ୍ତମାନର ପରିସ୍ଥିତି ପାଇଁ ପ୍ରଚଳିତ ଶିକ୍ଷା ଵ୍ୟଵସ୍ଥା ଦାୟୀ, ଗୁରୁ ହେଵାର ଯୋଗ୍ୟତା ହେଲା ଜୀବନର ପୂର୍ଣ୍ନତା ଅନୁଭଵ, ଶିକ୍ଷକ ସାଧକ ହେବା ଉଚିତ୍ ଓ ଶିକ୍ଷା ଯୁଗ୍ମ ତାଲିକାରେ ଥିବାରୁ ଜାତୀୟ ଶିକ୍ଷା ନୀତି କାର୍ଯ୍ୟକାରୀ ହେଵା କଷ୍ଟକର ହେଉଛି।

ସମ୍ମାନୀତ ଅତିଥି ଭାବରେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ଼ ଦୀପେନ୍ କୁମାର ପଟ୍ଟନାୟକ ଶିକ୍ଷାର ଭୂମିକା ଓ ସମସ୍ୟା ଵିଷୟରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ଅଧ୍ୟାପିକା ଆର୍ ପୁଷ୍ପାଞ୍ଜଳି, ଲିଟିନା ପ୍ରିୟଦର୍ଶିନୀ ଓ ଅଧ୍ୟାପକ ଵିନୋଦ ବିହାରୀ ପ୍ରଧାନ ସହଯୋଗ କରିଥିଲେ।