Categories
ଆଞ୍ଚଳିକ

ମୋଟରସାଇକେଲ ଚୋରି ମାମଲାରେ ନାବାଳକ ଅଟକ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗୋପାଳପୁର ଥାନା ପୋଲିସ ଏକ ମୋଟରସାଇକେଲ ଚୋରି ମାମଲାରେ ପଥରା ଛକରୁ ଜଣେ ନାବାଳକକୁ ଅଟକ ରଖିଛି। ଥାନାରେ ଜେରା କରିବା ପରେ ତାଙ୍କୁ ବାଳସୁଧାର ଗୃହକୁ ପୋଲିସ ଚାଲାଣ କରିଛି। ଅଭିଯୁକ୍ତ ନାବାଳକ ଘର ବଡ଼ବଜାର ଥାନା ଅନ୍ତର୍ଗତ ଗଣେଶ ନଗର ବୋଲି ଜଣାପଡିଛି।

ସୁଚନା ଅନୁଯାୟୀ ଏହି ଚୋରି ମାମଲାରେ ପୋଲିସ ନାରାୟଣପୁର ଗ୍ରାମର ଶ୍ରୀଧର ବେହେରା ନାମକ ଜଣେ ଯୁବକଙ୍କୁ ଗିରଫ କରିବା ବେଳେ ଉକ୍ତ ନାବାଳକ ଜଣଙ୍କ ସେଠାରୁ ଚମ୍ପଟ୍ ମାରିଥିଲେ। ସେହି ଦିନ ଠାରୁ ପୋଲିସ ଅନୁସନ୍ଧାନ ଚଳାଇ ଏକ ପଲସର୍ ମୋଟରସାଇକେଲରେ ଯାଉଥିବା ବେଳେ ତାଙ୍କୁ କାବୁ କରିଥିଲା।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଗଞ୍ଜେଇ ଚାଲାଣ ଅଭିଯୋଗରେ ୩ ନାବାଳକ ଅଟକ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ତପ୍ତପାଣି ନିକଟରେ ୨୧ କିଲୋ ଗଞ୍ଜେଇ ଜବତ ହୋଇଥିବା ବେଳେ ୩ ନାବାଳକଙ୍କୁ ପୋଲିସ ଅଟକ ରଖିଛି।

ସୂଚନା ଅନୁଯାୟୀ, ପାଟପୁର ଥାନା ପୋଲିସ ଏସ୍ ଆଇ ମିଲନ୍ ପ୍ରଧାନ ସଦଳବଳେ ପେଟ୍ରୋଲିଂ କରୁଥିବା ସମୟରେ ତପ୍ତପାଣି ନିକଟରେ ସନ୍ଦେହ ଜନକ ଭାବେ ୩ ନାବାଳକଙ୍କୁ ଅଟକାଇଥିଲା। ୨ ଟି ମୋଟରସାଇକେଲକୁ ଅଟକାଇ ଯାଞ୍ଚ କରିବା ପରେ ସେମାନେ ଧରିଥିବା ୨ ଟି ବ୍ୟାଗ୍ ରୁ ୨୧ କିଲୋ ଗଞ୍ଜେଇ ଜବତ କରିଥିଲା। ଅଟକ ୩ ନାବାଳକଙ୍କୁ ପୋଲିସ ବାଳସୁଧାର ଗୃହକୁ ପଠାଇଦେଇଛି।