Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନାବାଳିକା ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୨୦ ବର୍ଷ ଜେଲଦଣ୍ଡ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗତ ୨୦୨୨ ଜାନୁଆରୀ ମାସରେ ସୋରଡ଼ା ଥାନାରେ ଦାଏର ଏକ ନାବାଳିକା ଦୁଷ୍କର୍ମ ମାମଲାର ଆଜି ଶୁଣାଣି ହୋଇଛି। ଏହି ମାମଲାରେ ମାନ୍ୟବର ଜିଲ୍ଲା ସ୍ବତନ୍ତ୍ର ପୋକ୍ସ ଅଦାଲତ ଜଜ୍ ପ୍ରଣତି ପଟ୍ଟନାୟକ ଅଭିଯୁକ୍ତକୁ ୨୦ ବର୍ଷ ଜେଲଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଆଦେଶ ଶୁଣାଇଛନ୍ତି। ଏହା ସହିତ ଜରିମାନା ଅନାଦେୟ ଆଉ ଏକ ବର୍ଷ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଏଥି ସହିତ ପୀଡ଼ିତା ନାବାଳିକାକୁ ୧୦ ଲକ୍ଷ ୫୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରକାଶ ଥାଉକି ଘଟଣା ଦିନ ପୀଡ଼ିତା ନାବାଳିକା ଜଣକ ଘର କିଛି ଜିନିଷ ଆଣି ଘରକୁ ଫେରିବା ବେଳେ ଅଭିଯୁକ୍ତ ପ୍ରସନ୍ନ ନାୟକ ତାଙ୍କୁ ଉଠାଇ ନେଇ ନିକଟସ୍ଥ ସ୍କୁଲରେ ଜବରଦସ୍ତ ଦୁଷ୍କର୍ମ କାମ କରି ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିଲା। ପୀଡ଼ିତା ଜଣକ ଘରକୁ ଆସି ଅନ୍ଧୁଣୀ ମାଁ କୁ ଜଣାଇବା ପରେ ମାଁ ଓ ଝିଅ ଦୁହେଁ ମିଶି ସୋରଡ଼ା ଥାନାରେ ଅଭିଯୋଗ କରିଥିଲେ।

ଥାନା ଅଧିକାରୀ ରମେଶ ଚନ୍ଦ୍ର ପ୍ରଧାନ ପ୍ରସନ୍ନକୁ ଗିରଫ କରି ଅଦାଲତରେ ଚାର୍ଜସିଟ୍ ଦାଖଲ କରିଥିଲେ। ମୋଟ ୧୫ ଜଣଙ୍କର ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ମାନ୍ୟବର ଜିଲ୍ଲା ସ୍ବତନ୍ତ୍ର ପୋକ୍ସ ଅଦାଲତ ଜଜ୍ ଉକ୍ତ ରାୟ ପ୍ରକାଶ କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନାବାଳିକା ଦୁଷ୍କର୍ମକାରୀଙ୍କୁ ୧୦ ବର୍ଷ ଜେଲ ୧୭ ହଜାର ଜରିମାନା

କନ୍ଧମାଳ: କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଂଚଳର ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାରଣ କରି ଆଜି ଫୁଲବାଣୀ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ସମର ବିଳାସ ବେହେରା ଅଭିଯୁକ୍ତକୁ ପିଡୀତାର ବୟାନ, ଡାକ୍ତରୀ ରିପୋର୍ଟ ଏବଂ ସାଖ୍ୟ ପ୍ରମାଣ ଆଧାରରେ ନାବାଳିକାଙ୍କ ଗ୍ରାମର ଅଭିଯୁକ୍ତକୁ ଦୋଷି ସାବ୍ୟସ୍ତ କରିବା ସହିତ ତାକୁ ୧୦ ବର୍ଷ ଜେଲ ଏବଂ ୧୭ ହଜାର ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦ୍ୟେ ଅଭିଯୁକ୍ତକୁ ଆଉ ୬ ବର୍ଷ ଅଧିକ ଜେଲ ଦଣ୍ଡ ଭୋଗିବାକୁ ପଡିବ ବୋଲି ନିର୍ଦ୍ଧେଶ ଦେଇଛନ୍ତି ବିଚାରପତି।

ସୂଚନା ଅନୁସାରେ ତା ୧୭.୦୫.୨୦୧୫ ରିଖରେ ବ୍ରାହ୍ମଣୀଗାଁ ଥାନା ଅଂଂଚଳର ଏକ ଗ୍ରାମର ଜଣେ ୧୬ ବର୍ଷର ନାବାଳିକା ଶୌଚ ପାଇଁ ଯାଇ ଫେରୁଥିବାବେଳେ ସେହି ଗ୍ରାମର ଜଣେ ୨୩ ବର୍ଷର ଅଭି୍‌ୁକ୍ତ ତାକୁ ଏକୁଟିଆ ଦେଖି ନାବାଳିକାର ମୁହଁରେ ଗାମୁଛା ଦେଇ ଜୋରଜବରଦସ୍ତ କରି ନିକାଂଚନ ଯାଗାକୁ ନେଇ ତା ସହିତ ଦୁଷ୍କର୍ମ କରିଥିଲା। ଫଳରେ ନାବାଳିକା ଜଣକ ସେଠାରେ ଅଚେତ ହୋଇପଡିଥିଲା। ଅଭିଯୁକ୍ତ ତାକୁ ସେଠାରୁ ତାକୁ ବୋହି ନେଇ ଏକ ନବନିର୍ମିତ ଘରେ ପକାଇଦେଇ ଚାଲି ଆସିଥିଲା। ନାବାଳିକାର ପରିବାର ଲୋକେ ତାକୁ ଖୋଜାଖୋଜି କରି ସେଠାରୁ ଘରକୁି ଆଣିଥିଲେ। ନାବାଳିକା ସୁସ୍ଥ ହେବାପରେ ପରିବାର ଲୋକଙ୍କୁ ସବୁ ଘଟଣା ବାବଦରେ କହିଥିଲା।

ପରିବାର ଲୋକେ ଏହି ସଂକ୍ରାନ୍ତରେ ତାପରଦିନ ୧୮ ତାରିଖରେ ବ୍ରାହ୍ମଣିଗାଁ ଥାନାରେ ଏକ ଅଭିଯୋଗ କରିଥିଲେ। ବ୍ରାହ୍ମଣିଗାଁ ପୋଲିସ ଏହି ସଂକ୍ରାନ୍ତରେ ଏକ ମାମଲା ୧୫/୨୦୧୫ ରୁଜ୍ଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଆଜି ଏହି ମାମଲାର ବିଚାର କରି ବିଚାରପତି ଉପୋରୋକ୍ତ ରାୟ ଶୁଣାଇଛନ୍ତି। ମାମଲାକୁୁ ପିଡୀତାଙ୍କ ପାଇଁ ସରକାରୀ ଓକିଲ ଅସୀମ କୁମାର ପ୍ରହରାଜ ପରିଚାଳନା କରିଥିଲେ।