Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ରଣପୁର: ନାବାଳିକା ବଧୂ ଉଦ୍ଧାର

ରଣପୁର: ଆଜି ପୁଣି ଏକ ନାବାଳିକା ବଧୂକୁ ଉଦ୍ଧାର କରାଯାଇଛି। ନବାଳିକା ଝିଅ ଜଣଙ୍କ ରଣପୁର ବ୍ଲକ ରଣ୍ଡା ଅଞ୍ଚଳର ବୋଲି ଜଣା ପଡିଛି। ନାବାଳିକା ଝିଅର ବୟସ ମାତ୍ର ୧୬ ବର୍ଷ ବୋଲି ରଣପୁର ପୋଲିସ ସବ-ଇନ୍ସପେକ୍ଟର ସଞ୍ଜୟ ପରିଡା କହିଛନ୍ତି।

ତାଙ୍କର ବିବାହ ରଣପୁର ନିକଟସ୍ଥ ରାଜନଗର ଗ୍ରାମର ବିଦ୍ୟା ଜେନାଙ୍କ ପୁଅ କାଳିଆ ଜେନା ସହିତ ହେଉଥିଲା। ଏହି ସମୟରେ ଚାଇଲଡ ହେଲ୍ପ ଲାଇନର ସଦସ୍ୟ ସୁଜାତା ବେହେରା, ସବ-ଇନ୍ସପେକ୍ଟର ସଞ୍ଜୟ ପରିଡା ଓ ଟିମ ପହଂଚି ଏହି ବାଲ୍ୟ ବିବାହକୁ ଅଟକାଇ ଥିଲେ।  ଏହା ସହିତ ନାବାଳିକା କନ୍ୟାକୁ ଉଦ୍ଧାର କରି ରଣପୁର ଥାନାକୁ ଆଣି ଆସିଥିଲେ।