Categories
ଅପରାଧ ଆଜିର ଖବର ଜାତୀୟ ଖବର

ମୁମ୍ବାଇ ବନ୍ଦରରେ ୧୭୨୫ କୋଟି ମୂଲ୍ୟର ୨୦ ଟନ୍ ହିରୋଇନ୍ ଜବତ

ନୂଆଦିଲ୍ଲୀ: ବଡ ଧରଣର ଡ୍ରଗ୍ସ କାରବାର ଯୋଜନାକୁ ଦିଲ୍ଲୀ ପୋଲିସ ପଣ୍ଡ କରିଛି। ଗୁପ୍ତ ସୂଚନା ଆଧାରରେ ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ମୁମ୍ବାଇରେ ଅବସ୍ଥିତ ନାଭା ଶେବା ବନ୍ଦରରୁ ୨୦ ଟନ୍ ହିରୋଇନ୍ ଜବତ କରିଛି। ଦିଲ୍ଲୀ ପୋଲିସ ଜବତ କରିଥିବା ହିରୋଇନର ଏହା ହେଉଛି ସବୁଠାରୁ ବଡ ସାମଗ୍ରୀ। ଏହାର ବଜାର ମୂଲ୍ୟ ପ୍ରାୟ ୧୭୨୫ କୋଟି ହେବ ବୋଲି ଆକଳନ କରାଯାଇଛି। ଏତେ ପରିମାଣର ଡ୍ରଗ୍ସ ଦେଖି ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛି। ନାଭା ଶେବା ବନ୍ଦରରେ କିପରି ଏତେ ପରିମାଣର ହିରୋଇନ ପହଞ୍ଚିଲା, ତାହା ଏବେ ସବୁଠୁ ବଡ ପ୍ରଶ୍ନ ପାଲଟିଛି?