Categories
ଆଜିର ଖବର ଧର୍ମ

ଆପଣଙ୍କର ନାମ ଏହି ଅକ୍ଷରରୁ ଆରମ୍ଭ ହେଉଥିଲେ ଜାଣନ୍ତୁ ଭାଗ୍ୟରେ ରହିଛି କଣ

ଭୁବନେଶ୍ବର: କୁହାଯାଏ ଲୋକଙ୍କ ନାମର ପ୍ରଥମ ଅକ୍ଷରରୁ ଜଣଙ୍କର ବ୍ୟକ୍ତିତ୍ବ ସମ୍ପର୍କରେ ସୂଚନା ମିଳିପାରିଥାଏ। ସେହିପରି କିଛି ଅକ୍ଷର ମଧ୍ୟ ପ୍ରଭାବଶାଳୀ ହୋଇଥା’ନ୍ତି। ଅଙ୍କଜ୍ୟୋତିଷ ଅନୁସାରେ ଇଂରାଜୀ ଅକ୍ଷର ଏ, ଜେ, ଓ, ଏସ୍‌ ବେଶ୍‌ ପ୍ରଭାବଶାଳୀ। ଏସ୍‌ ଅକ୍ଷର ଅଙ୍କ ୧ ବରାବର ହୋଇଥାଏ। ଯେଉଁଲୋକମାନଙ୍କର ନାମ ଇଂରାଜୀ ଅକ୍ଷର ଏସ୍‌ରୁ ଆରମ୍ଭ ହୋଇଥାଏ, ସେମାନେ ଜନ୍ମରୁ ବେଶ୍‌ ପ୍ରଭାବଶାଳୀ ହୋଇଥାନ୍ତି। ଏମାନଙ୍କ ପାଖରେ ନେତୃତ୍ବ ନେବାର କ୍ଷମତା ବହୁ ଅଧିକ ରହିଥାଏ। ଏହି ନାମର ଲୋକମାନେ ଜୀବନର ସବୁ କ୍ଷେତ୍ରରେ ସଫଳତା ପାଇଥା’ନ୍ତି।

ଏସ୍‌ ଅକ୍ଷରର ବ୍ୟକ୍ତିମାନେ ବିଶ୍ବାସୀ ମଧ୍ୟ ହୋଇଥା’ନ୍ତି। କେବଳ ରୋମାଣ୍ଟିକ୍‌ ନୁହେଁ ବରଂ ପ୍ରକୃତିପ୍ରେମୀ ହୋଇଥାନ୍ତି। ଏହି ନାମର ଲୋକମାନଙ୍କ ହୃଦୟ ସଫା ହୋଇଥାଏ। ଏହି ଲୋକମାନେ ଯାହା ସହିତ ସାଥ୍‌ ଦିଅନ୍ତି ମରିବା ପର୍ଯ୍ୟନ୍ତ ତା’ ହାତ ଛାଡନ୍ତି ନାହିଁ। ତେବେ ଏହି ନାମର ବ୍ୟକ୍ତିମାନେ ନିଜ ଫିଲିଙ୍ଗସ୍‌କୁ ସ୍ପଷ୍ଟ ଭାବରେ କହିପାରନ୍ତି ନାହିଁ। ନିଜ ମନର ଭାବନାକୁ ନିଜ ମନ ଭିତରେ ରଖନ୍ତି। ଏଥିପାଇଁ ଏମାନେ ବିନା କାରଣରେ ଡିପ୍ରେସନ୍‌ର ଶିକାର ହୋଇଥାନ୍ତି। ଏହି ନାମର ଲୋକମାନେ ଉଦାର ହୋଇଥାନ୍ତି। ନିଜଠାରୁ ଅନ୍ୟମାନଙ୍କ ପାଇଁ ବେଶୀ ଚିନ୍ତା କରିଥାନ୍ତି। ନିଜ ପରିଶ୍ରମ ବଳରେ ସେମାନେ ଧନ ସମ୍ପତ୍ତି କରିଥା’ନ୍ତି। ଏହିନାମର ଲୋକମାନେ ସଫଳ ବ୍ୟବସାୟୀ କିମ୍ବା ରାଜନୀତିଜ୍ଞ ହୋଇଥାନ୍ତି।