Categories
ଆଜିର ଖବର ରାଜ୍ୟ ଖବର

ନାମାଙ୍କନ ପତ୍ର ଦାଖଲ କଲେ ନୟାଗଡ କଂଗ୍ରେସ ପ୍ରାର୍ଥୀ ରଣଜିତ୍ ଦାସ

ନୟାଗଡ଼ (ସୁଧାକର ମିଶ୍ର): ନୟାଗଡ଼ ନିର୍ବାଚନ ମଣ୍ଡଳୀ କଂଗ୍ରେସ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି ରଣଜିତ୍ ଦାସ। ଏକ ହଜାରରୁ ଊର୍ଦ୍ଧ୍ଵ କର୍ମୀଙ୍କୁ ସାଙ୍ଗରେ ନେଇ ବାଜା ବାଣ ମାଧ୍ୟମରେ ଏକ ବିରାଟ ପଟୁଆରରେ ଚାଲି ଚାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ନୟାଗଡ଼ ନିର୍ବାଚନ ମଣ୍ଡଳୀ ଦାୟିତ୍ୱରେ ଥ‌ିବା ରିଟର୍ଣ୍ଣିଂ ଅଫିସର ଉପଜିଲ୍ଲାପାଳଙ୍କ ନିକଟରେ ସେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି।

କର୍ମୀଙ୍କ ସହିତ କଂଗ୍ରେସ ନେତା ହୁସେନ ଖାଁ ଓ କମଳ ଚରଣ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ। ବିଜେପି, ବିଜେଡିକୁ ହରାଇ ସେ କଂଗ୍ରେସରୁ ବିଜୟ ହେବେ ବୋଲି ରଣଜିତ୍ ପ୍ରକାଶ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା ବିଧାନସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେପି ପ୍ରାର୍ଥୀ ପୃଥ୍ଵୀରାଜ ହରିଚନ୍ଦନ

ଚିଲିକା (ସୀତାରାମ ଅଗ୍ରୱାଲ): ଆଜି ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀର ଭାଜପା ବିଧାୟକ ପ୍ରାର୍ଥୀ ପୃଥ୍ଵୀରାଜ ହରିଚନ୍ଦନ ଏକ ବିରାଟ ଶୋଭାଯାତ୍ରାରେ ଆସି ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ତଥା ଚିଲିକା ନିର୍ବାଚନମଣ୍ଡଳୀର ରିଟର୍ନିଂ ଅଧିକାରୀଙ୍କ ନିକଟରେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ଆଜି ମଧ୍ୟାହ୍ନରେ ଖୋର୍ଦ୍ଧା ନୁଆ ବସ ଷ୍ଟାଣ୍ଡ ଛକରୁ ହଜାର ହଜାର ସମର୍ଥକଙ୍କ ସହ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲେ ଶ୍ରୀ ହରିଚନ୍ଦନ। ଏହାପରେ ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ। ତେବେ ଗତକାଲିର ଘଟଣା ପରେ ପୋଲିସ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ସୁରକ୍ଷା ବ୍ୟବସ୍ଥା ଆହୁରି କଡ଼ାକଡି କରିଥିବା ବେଳେ ଭାଜପା କର୍ମୀ ମାନେ ନିଜ ନେତାଙ୍କ ନାମାଙ୍କନ ପତ୍ର କାର୍ଯ୍ୟକ୍ରମରେ ସାମିଲ ହେବାଲାଗି ଅତ୍ୟଧିକ ଉତ୍ସହିତ ହୋଇ ଫାଟକ ମଧ୍ୟକୁ ଧସେଇ ପଶିଥିଲେ।

ତେବେ ପୋଲିସ ସଙ୍ଗେସଙ୍ଗେ ଘଟଣାକୁ ଆୟତ୍ତ କରିବା ସହ ଭାଜପା କର୍ମୀଙ୍କୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ବାହାର କରିଥିଲେ। ତେବେ ବିଶାଳ ଶୋଭାଯାତ୍ରାରେ ଜୟ ଶ୍ରୀରାମ, ଭାରତ ମାତାକି ଜୟ, ପୃଥ୍ୱୀରାଜ ହରିଚନ୍ଦନ ଜିନ୍ଦାବାଦ, ନରେନ୍ଦ୍ର ମୋଦି ଜିନ୍ଦାବାଦ ଆଦି ସ୍ଲୋଗାନରେ କମ୍ପି ଉଠିଥିଲା ଖୋର୍ଦ୍ଧା ସହର।

ଉକ୍ତ ନାମାଙ୍କନ ଶୋଭାଯାତ୍ରାରେ ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ଚିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋସ୍ନା ବେହେରା, ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ସଂଗଠକ ଜିତେନ୍ଦ୍ର କୁମାର ଭୋଳ ଓ ସମସ୍ତ ନିର୍ବାଚିତ ଜନପ୍ରତିନିଧି ପ୍ରମୁଖ ସାମିଲ ଥିଲେ।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଓଡିଶାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲର ଶେଷ ଦିନ

ଭୁବନେଶ୍ବର: ପାଖେଇଲା ଓଡିଶା ନିର୍ବାଚନ। ଆସନ୍ତା ମେ ୧୩ ତାରିଖରେ ହେବ ଓଡିଶାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଏଥିରେ ରାଜ୍ୟର ଚାରିଟି ଲୋକସଭା ଏବଂ ଏହା ଅଧିନରେ ଥିବା ବିଧାନସଭାର ନିର୍ବାଚନ ହେବ। ସେଥିପାଇଁ ନାମାଙ୍କନ ପତ୍ର ଦାଖଲର ଆଜି ହେଉଛି ଶେଷ ଦିନ। ଆସନ୍ତାକାଲି ପ୍ରାର୍ଥିପତ୍ର ଯାଞ୍ଚ ହେବ। ଏହାପରେ ଚୁଡାନ୍ତ ତାଲିକା ପ୍ରକାଶ କରାଯିବ। ପ୍ରାର୍ଥୀ ପତ୍ର ପ୍ରତ୍ୟାହାରର ଏପ୍ରିଲ ୨୯ ତାରିଖ ସୁଦ୍ଧା କରିବା ପାଇଁ କୁହାଯାଇଛି। ଏହାପରେ ମେ ୧୩ ତାରିଖରେ ଭୋଟ ଗ୍ରହଣ ହେବ।

ପ୍ରଥମ ପର୍ଯ୍ୟାୟରେ ଚାରିଟି ଲୋକସଭା କ୍ଷେତ୍ର ପାଇଁ ନିର୍ବାଚନ ହେବ। ସେଗୁଡିକ ହେଲା କଳାହାଣ୍ଡି, କୋରାପୁଟ, ନବରଂଗପୁର ଏବଂ ବ୍ରହ୍ମପୁର ଲୋକସଭା ଆସନ ପାଇଁ ଭୋଟ ହେବ। ତେବେ ନିର୍ବାଚନ କମିଶନରଙ୍କ ସୂଚନା ଅନୁସାରେ ଗତକାଲି ପର୍ଯ୍ୟନ୍ତ ଲୋକସଭା ପାଇଁ ୨୩ ଜଣ ଏବଂ ବିଧାନସଭା ପାଇଁ ୫୫ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

BREAKING NEWS: ରାଷ୍ଟ୍ରପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ପାଇଁ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସଂସଦ ଗୃହରେ ରାଜ୍ୟସଭା ସଚିବଙ୍କ କାର୍ଯ୍ୟାଳୟରେ ମୁର୍ମୁ ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି। ପ୍ରସ୍ତାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ସଭାପତି ଜେପି ନଡ୍ଡା ମଧ୍ୟ ସାମିଲ ଅଛନ୍ତି। ନାମାଙ୍କନ ପତ୍ରରେ ଜେଡିୟୁ ରାଷ୍ଟ୍ରୀୟ ସଭାପତି ଲଲନ ସିଂ, ଜଗନ୍ ରେଡ୍ଡୀଙ୍କ YSR କଂଗ୍ରେସ ଏବଂ ବିଜେପିର ସମସ୍ତ ବରିଷ୍ଠ ନେତା ତଥା ମୁଖ୍ୟମନ୍ତ୍ରୀ ଉପସ୍ଥିତ ଅଛନ୍ତି।

ଜୁନ ୨୧ ତାରିଖ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ବିଜେପି ମୁଖ୍ୟାଳୟରେ ଅନୁଷ୍ଠିତ ସଂସଦୀୟ ଦଳର ବୈଠକ ପରେ ମୁର୍ମୁଙ୍କ ନାମ ଘୋଷଣା କରାଯାଇଥିଲା। ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା କହିଛନ୍ତି ଯେ, ଏହି ବୈଠକରେ ୨୦ ଜଣଙ୍କ ନାମ ଉପରେ ବିଚାର କରିବା ପରେ ସର୍ବସମ୍ମତି କ୍ରମେ ପୂର୍ବ ଭାରତର ଆଦିବାସୀ ମହିଳା ନେତା ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ନେଇଥିଲେ।

ଏହାପୂର୍ବରୁ ଯଶୱନ୍ତ ସିହ୍ନାଙ୍କୁ ବିରୋଧୀ ଦଳ ମିଳିତ ପ୍ରାର୍ଥୀ ଘୋଷଣା କରିଛନ୍ତି। ଯଶୱନ୍ତ ସିହ୍ନା ଜୁନ୍ ୨୭ ତାରିଖରେ ତାଙ୍କ ନାମାଙ୍କନପତ୍ର ଦାଖଲ କରିବେ ବୋଲି ଜଣାପଡିଛି। ନାମାଙ୍କନ ପତ୍ରର ଶେଷ ତାରିଖ ହେଉଛି ଜୁନ୍ ୨୯ ତାରିଖ। ଜୁଲାଇ ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ ଏବଂ ଫଳାଫଳ ୨୧ ତାରିଖରେ ଘୋଷଣା କରାଯିବ।

Categories
ଆଞ୍ଚଳିକ

ପୌର ନିର୍ବାଚନ: ଚିଲିକାରେ ସରିଲା ନାମାଙ୍କନ ପତ୍ର ଦାଖଲ, ବିଜେଡି-ବିଜେପି ମଧ୍ୟରେ ହେବ କଡ଼ା ଟକ୍କର

ସୀତାରାମ ଅଗ୍ରୱାଲ

ବାଣପୁର: ରାଜ୍ୟରେ ପୌର ନିର୍ବାଚନ ନିମନ୍ତେ ନାମାଙ୍କନ ପତ୍ର ଦାଖଲ ପାଇଁ ଆଜି ଶେଷ ଦିବସ ଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଓ ବାଲୁଗାଁ ଏନଏସି ରେ ଶାସକ ବିଜେଡି, ବିରୋଧୀ ବିଜେପି, କଂଗ୍ରେସ, କମ୍ୟୁନିଷ୍ଟ ସମେତ ଏକାଧିକ ସ୍ୱାଧୀନ ପ୍ରାର୍ଥୀ ଅଧ୍ୟକ୍ଷ ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ବିଶେଷ କରି ବିଜେପି ଓ ବିଜେଡି ମଧ୍ୟରେ ଜୋରଦାର ଲଢେଇ ହେବ ବୋଲି ପୂର୍ବାନୁମାନ ହୋଇସାରିଥିବା ବେଳେ ଆଜି ଉଭୟ ଦଳ ପକ୍ଷରୁ ନାମାଙ୍କନ ପତ୍ର ଦାଖଲ ନିମନ୍ତେ ଢୋଲ, ବାଜା ସହିତ ବିରାଟ ଶୋଭାଯାତ୍ରା ଅନୁଷ୍ଠିତ କରାଯାଇଥିଲା।

ବାଲୁଗାଁରେ ଆଜି ବିଜେଡିର ସମସ୍ତ ପ୍ରାର୍ଥୀମାନେ ଦଳୀୟ କାର୍ଯ୍ୟାଳୟରୁ ପଦଯାତ୍ରା କରି ଏନଏସି କାର୍ଯ୍ୟାଳୟ ଯାଇଥିବାବେଳେ ବାଣପୁରରେ ଉଭୟ ବିଜେପି ଓ ବିଜେଡି ମା’ ଭଗବତୀ ମନ୍ଦିର ସମ୍ମୁଖରୁ ପଦଯାତ୍ରା କରି ଏନଏସି କାର୍ଯ୍ୟାଳୟ ପହଞ୍ଚିଥିଲେ। ତେବେ ବାଣପୁର ଏନଏସି ରେ ଅଧ୍ୟକ୍ଷ ପଦବୀ ପାଇଁ ସମୁଦାୟ ୭ ଜଣ ଆଶାୟୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ବିଜେଡିରୁ ମିଟୁ ନାୟକ, ବିଜେପିରୁ ନନ୍ଦ କିଶୋର ମିଶ୍ର, କଂଗ୍ରସରୁ ବିଜୟ ରଥ ଏବଂ ସ୍ୱାଧୀନ ପ୍ରାର୍ଥୀ ଭାବେ ମୁକେଶ କୁମାର ଜେନା, ଲକ୍ଷ୍ମୀଧର ମହାପାତ୍ର, ଅନିଲ ମହାପାତ୍ର ଓ ଶିଶିର ମିଶ୍ର ଆଦି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେହିପରି ଭାବେ ୧୫ ୱାର୍ଡ ବିଶିଷ୍ଟ କାଉନସିଲର ପଦବୀ ପାଇଁ ବାଣପୁର ଏନଏସି ରେ ସମୁଦାୟ ୩୬ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବାର ଜଣାପଡିଛି। ଯେଉଁଥିରୁ ୧୨ ନମ୍ବର ୱାର୍ଡରେ କେବଳ ବିଜେଡି ପ୍ରାର୍ଥୀ ଅଶାଲତା ଯାନୀ ପ୍ରାର୍ଥୀପତ୍ର ଦାଖଲ କରିଥିବାର ଜଣାପଡିଛି।

ଅନୁରୂପ ଭାବେ ବାଲୁଗାଁ ଏନଏସିରେ ଅଧ୍ୟକ୍ଷା ପଦବୀ ପାଇଁ ସମୁଦାୟ ୮ ଜଣ ଆଶାୟୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ବିଜେଡିରୁ ସୁକାନ୍ତି ପାଇକରାୟ, ବିଜେପିରୁ ସ୍ୱପ୍ନା ବଡ଼ଜେନା, କଂଗ୍ରେସରୁ କମଳୀ ପ୍ରଧାନ, କମ୍ୟୁନିଷ୍ଟରୁ ରେଣୁ ବେହେରା ଏବଂ ସ୍ୱାଧୀନ ପ୍ରାର୍ଥୀ ଭାବେ ଶ୍ରଦ୍ଧାଞ୍ଜଳି ପାଇକରାୟ, ମମତାରାଣୀ ବଡ଼ଜେନା, ଲକ୍ଷ୍ମୀପ୍ରିୟା ଗୁମାନସିଂହ ଓ ରମାମଣି ବେହେରା ଆଦି ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ତେବେ ୧୧ ୱାର୍ଡ ବିଶିଷ୍ଟ ବାଲୁଗାଁ ଏନଏସି ରେ କାଉନସିଲର ପଦବୀ ପାଇଁ ସମୁଦାୟ ୨୮ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବାର ଜଣାପଡିଛି। ଯେଉଁଥିରୁ ୮ ନମ୍ବର ୱାର୍ଡରେ କେବଳ ବିଜେପି ପ୍ରାର୍ଥୀ ମୀରାରାମ ନାଗବଂଶୀ ମୁଣ୍ଡା ପ୍ରାର୍ଥୀପତ୍ର ଦାଖଲ କରିଥିବାର ଜଣାପଡିଛି।