Categories
ଆଜିର ଖବର ଜାତୀୟ ଖବର

ନାରୀ ଶକ୍ତି ପୁରସ୍କାର: ଆବେଦନ ପତ୍ର/ନାମାଙ୍କନ ଆମନ୍ତ୍ରଣ କରୁଛି ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଭାରତ ସରକାରଙ୍କ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ନାରୀ ଶକ୍ତି ପୁରସ୍କାର-2022 ପାଇଁ ଆବେଦନ/ନାମାଙ୍କନ ଆମନ୍ତ୍ରିତ କରାଯାଉଛି। ନାରୀ ଶକ୍ତି ପୁରସ୍କାର, 2022 ପାଇଁ ଆବେଦନ/ନାମାଙ୍କନ  କେବଳ ନିର୍ଦ୍ଦିଷ୍ଟ ୱେବସାଇଟ୍ www.awards.gov.in.ମାଧ୍ୟମରେ ଗ୍ରହଣ କରାଯିବ।

31 ଅକ୍ଟୋବର, 2022 ପର୍ଯ୍ୟନ୍ତ ପ୍ରାପ୍ତ ସମସ୍ତ ଆବେଦନ ପତ୍ର/ନାମାଙ୍କନ ଉପରେ ବର୍ଷ 2022 ପାଇଁ ନାରୀ ଶକ୍ତି ପୁରସ୍କାର ପାଇଁ ବିଚାର କରାଯିବ।

ନାରୀ ଶକ୍ତି ପୁରସ୍କାର-2022 ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ଦ୍ବାରା ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଅର୍ଥାତ୍ 8 ମାର୍ଚ୍ଚ 2023 ରେ ମହିଳା ସଶକ୍ତିକରଣ, ବିଶେଷ ଭାବରେ ଆର୍ଥିକ ଅନଗ୍ରସର ଏବଂ ସାଧାରଣ ସୁବିଧାରୁ ବଞ୍ଚିତ ଥିବା ମହିଳାମାନଙ୍କ ପାଇଁ କାମ କରୁଥିବା ବ୍ୟକ୍ତିମାନଙ୍କୁ ସମ୍ମାନିତ କରିବା ପାଇଁ ପ୍ରଦାନ କରାଯିବ।

ଯୋଗ୍ୟତା ମାନଦଣ୍ଡ ଏବଂ ଅନ୍ୟ ବିବରଣୀ ପାଇଁ, ନାରୀ ଶକ୍ତି ପୁରସ୍କାର ନିମନ୍ତେ ପାଇଁ ନିର୍ଦ୍ଦେଶାବଳୀ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟର ୱେବସାଇଟ୍ https://wcd.nic.in/acts/guidelines-nari-shakti-puraskar-2022-onwards  ରେ ଏବଂ ଆବେଦନ /ନାମାଙ୍କନ ପୋର୍ଟାଲ୍ www.awards.gov.in ରେ ଉପଲବ୍ଧ ରହିଛି।

Categories
ବିଶେଷ ଖବର

‘ନାରୀ ଶକ୍ତି ପୁରସ୍କାର’ ପ୍ରଦାନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ: ଓଡ଼ିଶାର ଶ୍ରୁତି ମହାପାତ୍ରଙ୍କୁ ମିଳିଲା ପୁରସ୍କାର

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନ ପରିସରରେ ଆୟୋଜିତ ଏକ ସ୍ବତନ୍ତ୍ର ସମାରୋହରେ ୨୦୨୦ ଏବଂ ୨୦୨୧ ବର୍ଷ ପାଇଁ ନାରୀ ଶକ୍ତି ପୁରସ୍କାର ପ୍ରଦାନ କରିଛନ୍ତି। ୨୦୨୦ ଏବଂ ୨୦୨୧ ବର୍ଷ ପାଇଁ ଉଲ୍ଲେଖନୀୟ ଏବଂ ପ୍ରଶଂସନୀୟ ଉପଲବ୍ଧି ହାସଲ କରିଥିବା ୨୯ ଜଣ ମହିଳାମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ନାରୀ ସଶକ୍ତିକରଣ, ବିଶେଷ କରି ଦୁର୍ବଳ ଓ ବଞ୍ଚିତ ବର୍ଗଙ୍କ କଲ୍ୟାଣ ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ୨୯ ଜଣ ମହିଳାଙ୍କୁ ମୋଟ ୨୮ଟି ପୁରସ୍କାର (୨୦୨୦ ଏବଂ ୨୦୨୧ ବର୍ଷ ପାଇଁ ୧୪ ଜଣ ଲେଖାଏଁ) ରେ ସମ୍ମାନିତ କରାଯାଇଥିଲା।

Image

ମହିଳାମାନଙ୍କ ଉପଲବ୍ଧିକୁ ସମ୍ମାନ ଜଣାଇବା ଲାଗି, ନାରୀ ସଶକ୍ତିକରଣ ଓ ସମାଜ କଲ୍ୟାଣ ଦିଗରେ ଯୋଗଦାନ ତଥା ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିଥିବା ପ୍ରଗତିଶୀଳ ମହିଳାମାନଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ, ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ପ୍ରତିବର୍ଷ ସଫଳ ମହିଳା ଓ ମହିଳାଙ୍କ ଉତ୍ଥାନ ପାଇଁ କାର୍ଯ୍ୟ କରୁଥିବା ସଂଗଠନଗୁଡ଼ିକୁ ନାରୀ ଶକ୍ତି ପୁରସ୍କାର ପ୍ରଦାନ କରାଯାଇଥାଏ। କୋଭିଡ-୧୯ ମହାମାରୀ କାରଣରୁ ଦେଖା ଦେଇଥିବା ପରିସ୍ଥିତି ଯୋଗୁ ୨୦୨୦ ଏବଂ ୨୦୨୧ରେ ପୁରସ୍କାର ବିତରଣ ସମାରୋହ ଆୟୋଜିତ ହୋଇପାରିନଥିଲା।

ନାରୀ ଶକ୍ତି ପୁରସ୍କାର ବିଜେତାମାନଙ୍କ ସମ୍ପର୍କରେ ଅଧିକ ବିବରଣୀ ପାଇଁ ଏଠାରେ କ୍ଲିକ୍‌ କରନ୍ତୁ।

Categories
ଆଜିର ଖବର ଜାତୀୟ ଖବର

୨୦୨୦ ଏବଂ ୨୦୨୧ ବର୍ଷର ନାରୀ ଶକ୍ତି ପୁରସ୍କାର ବିଜେତାମାନଙ୍କ ସହିତ କଥା ହେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଲୋକ କଲ୍ୟାଣ ମାର୍ଗ ଠାରେ ଆୟୋଜିତ ଏକ ଆଲୋଚନା ଅଧିବେଶନରେ ୨୦୨୦ ଏବଂ ୨୦୨୧ ବର୍ଷର ନାରୀ ଶକ୍ତି ପୁରସ୍କାର ବିଜେତାମାନଙ୍କ ସହିତ କଥା ହୋଇଛନ୍ତି। ଏହି ଆଲୋଚନା ଅଧିବେଶନ ନାରୀ ସଶକ୍ତିକରଣ ପାଇଁ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଗ୍ରହଣ କରାଯାଉଥିବା ନିରନ୍ତର ପଦକ୍ଷେପର ଏକ ପରିଚାୟକ ଥିଲା।

ପୁରସ୍କାର ବିଜେତାମାନଙ୍କର ଉଲ୍ଲେଖନୀୟ କାର୍ଯ୍ୟକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେମାନେ ସମାଜ ସହିତ ରାଷ୍ଟ୍ର ନିର୍ମାଣ ପାଇଁ ମଧ୍ୟ ଯୋଗଦାନ ଦେଉଛନ୍ତି। ଶ୍ରୀ ମୋଦୀ କହିଥିଲେ ଯେ ସେମାନଙ୍କ କାର୍ଯ୍ୟରେ ସେବା ଭାବନା ରହିଛି, ଏଥିସହିତ ସେମାନଙ୍କର କାର୍ଯ୍ୟଧାରାରେ ସୃଜନଶୀଳତାର ସ୍ପଷ୍ଟ ପରିପ୍ରକାଶ ଦେଖିବାକୁ ମିଳୁଛି। ସେ ଆହୁରି କହିଥିଲେ ଯେ, ବର୍ତ୍ତମାନ ଏପରି କୌଣସି ଗୋଟିଏ କ୍ଷେତ୍ର ନାହିଁ ଯେଉଁଠି ମହିଳାମାନେ ସେମାନଙ୍କର ଯୋଗଦାନ ଦେଇନାହାନ୍ତି ଏବଂ ଦେଶକୁ ଗୌରବାନ୍ୱିତ କରିନାହାନ୍ତି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ମହିଳାମାନଙ୍କ ମଧ୍ୟରେ ରହିଥିବା ସମ୍ଭାବନାକୁ ସାକାର ରୂପ ଦେବା ଲାଗି ସରକାର ସଂକଳ୍ପବଦ୍ଧ ହୋଇ କାର୍ଯ୍ୟ କରୁଛନ୍ତି। ସରକାର ଏପରି ନୀତି ପ୍ରଣୟନ କରୁଛନ୍ତି ଯାହା ମାଧ୍ୟମରେ ଏପରି ସମ୍ଭାବନାକୁ ଚିହ୍ନଟ କରାଯାଇପାରିବ। ସେ ଉଲ୍ଲେଖ କରିଥିଲେ ଯେ, ପାରିବାରିକ ସ୍ତରରେ ସବୁ ମହିଳାମାନଙ୍କୁ ନିଷ୍ପତ୍ତି ନେବାର ପ୍ରକ୍ରିୟାରେ ସାମିଲ କରାଯିବା ଗୁରୁତ୍ୱପୂର୍ଣ୍ଣ, ଯାହାଫଳରେ ସେମାନଙ୍କର ଆର୍ଥିକ ସଶକ୍ତିକରଣ ସମ୍ଭବ ହୋଇପାରିବ।

ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ‘ସବକା ପ୍ରୟାସ’ ଉପରେ ସରକାର ଜୋର ଦେଉଥିବା ପ୍ରଧାନମନ୍ତ୍ରୀ କହିଥିଲେ। ସେ କହିଥିଲେ ଯେ, ଭୋକାଲ ଫର ଲୋକାଲ ଭଳି ସରକାରଙ୍କ ପ୍ରୟାସର ସଫଳତା, ମହିଳାମାନଙ୍କର ଯୋଗଦାନ ଉପରେ ନିର୍ଭରଶୀଳ।

ଦେଶର ଶୀର୍ଷ ନେତୃତ୍ୱଙ୍କ ସହ କଥା ହେବା ଲାଗି ସେମାନଙ୍କୁ ଏକ ମଞ୍ଚ ଯୋଗାଇ ଦେଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ପୁରସ୍କାର ବିଜେତାମାନେ ଧନ୍ୟବାଦ ଜଣାଇଥିଲେ । ସେମାନେ ଆହୁରି କହିଥିଲେ ଯେ, ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ଲାଗି ସୁଯୋଗ ପାଇବା ଏବଂ ତାଙ୍କ ସହିତ କଥା ହେବା ଦ୍ୱାରା ସେମାନଙ୍କ ସ୍ୱପ୍ନ ସାକାର ହେବା ଭଳି ଅନୁଭବ ହେଉଛି। ସେମାନେ ସରକାରଙ୍କ ବିଭିନ୍ନ ଯୋଜନାକୁ ପ୍ରଶଂସା କରିଥିଲେ ଯାହା ସେମାନଙ୍କ ପ୍ରୟାସରେ ଖୁବ୍‌ ଅଧିକ ସହାୟକ ହୋଇଛି । ପୁରସ୍କାର ବିଜେତାମାନେ ବର୍ତ୍ତମାନ ସୁଦ୍ଧା ନିଜର ଯାତ୍ରା ଏବଂ ସେମାନଙ୍କ ଦ୍ଵାରା ଗ୍ରହଣ କରାଯାଇଥିବା ପଦକ୍ଷେପ ବିଷୟରେ କଥା ହୋଇଥିଲେ। ସେମାନେ ନିଜ କାର୍ଯ୍ୟ କ୍ଷେତ୍ର ସମ୍ପର୍କରେ କେତେକ ପରାମର୍ଶ ଏବଂ ସୂଚନା ଦେଇଥିଲେ।