Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ବଲାଙ୍ଗୀର ଓ ନାଲ୍‌କୋରେ ଟ୍ରୁ-୫ଜିର ଶୁଭାରମ୍ଭ, ସାରା ଓଡ଼ିଶାର ୧୨ଟି ସହରରେ ପହଂଚିଲା ଜିଓ

ଭୁବନେଶ୍ୱର/ ମୁମ୍ବାଇ: ରିଲାଏନ୍ସ ଜିଓ ପକ୍ଷରୁ ଓଡ଼ିଶାର ବଲାଙ୍ଗୀର ସହର ଓ ଅନୁଗୁଳ ଜିଲ୍ଲାର ନାଲ୍‌କୋ ସହରରେ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଥିବା ଆଜି ଘୋଷଣା କରାଯାଇଛି। ଏହା ସହିତ ଓଡ଼ିଶାର ୧୨ଟି ସହରରେ ଜିଓ ଗ୍ରାହକମାନେ ଏବେ ଜିଓ ଟ୍ରୁ-୫ଜି ସେବା ଉପଭୋଗ କରୁଛନ୍ତି। ପୂର୍ବରୁ ଜିଓ ଟ୍ରୁ-୫ଜି ସେବା ଭୁବନେଶ୍ୱର, କଟକ, ରାଉରକେଲା, ବ୍ରହ୍ମପୁର, ବାଲେଶ୍ୱର, ବାରିପଦା, ଭଦ୍ରକ, ଝାରସୁଗୁଡ଼ା, ପୁରୀ ଓ ସମ୍ବଲପୁର ଭଳି ୧୦ଟି ସହରରେ ଶୁଭାରମ୍ଭ ହୋଇଥିଲା।

ଜାତୀୟ ସ୍ତରରେ ୩୪ଟି ଅଧିକ ସହରରେ ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଥିବା ବିଷୟରେ ଆଜି ରିଲାଏନ୍ସ ଜିଓ ପକ୍ଷରୁ ଘୋଷଣା କରାଯାଇଛି ଯାହା ଫଳରେ ଜିଓ ଗ୍ରାହକମାନେ ୨୨୫ଟି ସହରରେ ଏବେ ଜିଓ ଟ୍ରୁ-୫ଜି ସେବା ଉପଭୋଗ କରୁଛନ୍ତି।
ଏହି ସବୁ ସହରଗୁଡ଼ିକ ମଧ୍ୟରୁ ଅଧିକାଂଶ ସହରରେ ପ୍ରଥମ ଏବଂ ଏକମାତ୍ର ଅପରେଟର ଭାବେ ଜିଓ ପକ୍ଷରୁ ୫ଜି ସେବାର ଶୁଭରମ୍ଭ କରାଯାଇଛି। ଆଜିଠାରୁ ବିନା କୌଣସି ଅତିରିକ୍ତ ମୂଲ୍ୟରେ ୧ ଜିବିପିଏସ୍‌ରୁ ଅଧିକ ସ୍ପିଡ୍ ପର୍ଯ୍ୟନ୍ତର ଅସୀମିତ ଡାଟା ଅନୁଭୂତି ହାସଲ କରିବା ଲାଗି ଏହି ସହରଗୁଡ଼ିକରେ ଜିଓ ଗ୍ରାହକମାନଙ୍କୁ ଜିଓ ୱେଲକମ୍ ଅଫରରେ ଆମନ୍ତ୍ରଣ କରାଯିବ।

ଏହି ଅବସରରେ ଜିଓର ପ୍ରବକ୍ତା କହିଛନ୍ତି ଯେ, “ଅତିରିକ୍ତ ୩୪ଟି ସହରରେ ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରିଥିବାରୁ ଆମେ ଅତ୍ୟନ୍ତ ଉତ୍ସାହିତ। ଦେଶର ମୋଟ ୨୨୫ଟି ସହରରେ ଏବେ ଏହି ସେବା ପହଂଚିପାରିଛି। ବିଟା ପରୀକ୍ଷଣର ଶୁଭାରମ୍ଭ ପରେ ୧୨୦ ଦିନରୁ କମ୍ ସମୟ ଭିତରେ ଜିଓ ଏହି ମାଇଲଖୁଂଟ ହାସଲ କରିଛି ଏବଂ ୨୦୨୩ ଡିସେମ୍ବର ସୁଦ୍ଧା ବୈପ୍ଳବିକ ଜିଓ ଟ୍ରୁ-୫ଜି ସେବା ସହ ସାରା ଦେଶକୁ ଯୋଡ଼ିବା ପଥରେ ଏହା ଅଗ୍ରସର ରହିଛି।

ବିଶ୍ୱରେ ପ୍ରଥମ ଥର ପାଇଁ କୌଣସି ଅଂଚଳରେ ଏତେ ବ୍ୟାପକ ଭାବେ ଏକ ୫ଜି ନେଟ୍‌ୱର୍କର ଶୁଭାରମ୍ଭ କରାଯାଇଛି ଏବଂ ୨୦୨୩ ଭାରତ ପାଇଁ ଏକ ମାଇଲଖୁଂଟ ବର୍ଷ ସାବ୍ୟସ୍ତ ହେବାକୁ ଯାଉଛି ଯେତେବେଳେ ଜିଓର ଉତ୍କୃଷ୍ଟ ନେଟ୍‌ୱର୍କ ଭିତିଭୂମି ଜରିଆରେ ସମଗ୍ର ଦେଶ ବୈପ୍ଳବିକ ଟ୍ରୁ-୫ଜି ପ୍ରଯୁକ୍ତିର ଲାଭ ହାସଲ କରିବ।

ଆମ ଦେଶକୁ ଡିଜିଟାଇଜ୍ କରିବା ଲାଗି ଆମ ଉଦ୍ୟମରେ ଆମକୁ ନିରନ୍ତର ସହଯୋଗ ପ୍ରଦାନ କରୁଥିବାରୁ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ନିକଟରେ ଆମେ କୃତଜ୍ଞ।’’

ଜିଓ ଟ୍ରୁ-୫ଜିର ତିନି ପ୍ରକାର ବିଶେଷ ଫାଇଦା ରହିଛି ଯାହା ଏହାକୁ ଭାରତରେ ଏକମାତ୍ର ଟ୍ରୁ-୫ଜି ନେଟୱର୍କ କରି ଗଢିତୋଳିଛି:

୧. ୪ଜି ନେଟୱର୍କ ଉପରେ ଶୂନ୍ୟ ନିର୍ଭରଶୀଳତା ସହିତ ଷ୍ଟାଣ୍ଡ୍‌-ଏଲୋନ ୫ଜି ସଂରଚନା

୨. ୭୦୦ ମେଗାହର୍ଜ, ୩୫୦୦ ମେଗାହର୍ଜ, ୨୬ ଗିଗାହର୍ଜ ବ୍ୟାଣ୍ଡ୍‌ରେ ସର୍ବବୃହତ ଏବଂ ସର୍ବୋତମ ୫ଜି ସ୍ପେକ୍ଟ୍ରମର ସମ୍ମିଶ୍ରଣ

୩. କ୍ୟାରିୟର ଆଗ୍ରିଗେସନ୍ ଭଳି ଏକ ନୂତନ ଅତ୍ୟାଧୁନିକ ପ୍ରଯୁକ୍ତି ଉପଯୋଗରେ ପ୍ରତିବନ୍ଧକଶୂନ୍ୟ ଭାବରେ ଏହି ୫ଜି ଫ୍ରିକ୍ୱେନ୍ସିଗୁଡିକୁ ଗୋଟିଏ ମଜଭୁତ ‘ଡାଟା ହାଇୱେ’ରେ ପରିଣତ କରୁଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡିଶାର ୬୩୫ରୁ ୬୩୩ ବିସ୍ଥାପିତଙ୍କୁ ନିଯୁକ୍ତି ଦେଇଛି ନାଲକୋ 

ଦିଲ୍ଲୀ: ନ୍ୟାସନାଲ୍ ଆଲୁମିନିୟମ କମ୍ପାନୀ ଲିମିଟେଡ୍ (ନାଲ୍କୋ)ର ପ୍ରକଳ୍ପ ଗୁଡିକ ଯୋଗୁଁ ବିସ୍ଥାପିତ ହୋଇଥିବା ଓଡିଶାର ଲୋକ ମାନଙ୍କ ସମସ୍ୟା ଗୁଡିକୁ ଓଡିଶା ସରକାରଙ୍କ ଦ୍ୱାରା ଗଠିତ ପୁନର୍ବାସ ଏବଂ ପାରିପାର୍ଶ୍ୱକ ବିକାଶ ପରାମର୍ଶଦାତା ସମିତି (ଆର୍ପିଡିଏସି) ଦ୍ୱାରା ସମୟ ସମୟରେ ସମୀକ୍ଷା କରାଯାଉଛି।

ମହାନଦୀ କୋଲଫିଲ୍ଡସ ଲିମିଟେଡ୍ (ଏମ୍ସିଏଲ୍)ର, ଭୂମି, ଗଛ / ଫସଲ ଏବଂ ସଂରଚନା ଗୁଡିକୁ ଅଧିଗ୍ରହଣ କରିବା ପରେ କ୍ଷତିପୂରଣର ଆକଳନ ଭୂମି ଅଧିଗ୍ରହଣ, ପୁନର୍ବାସ ଏବଂ ଥଇଥାନ ଆଇନ୍, ୨୦୧୩ (ଆର୍ଏଫ୍ସିଟିଏଲ୍ଏଆର୍ଆର୍ ଆଇନ୍, ୨୦୧୩) ଅନୁଯାୟୀ ଉଚିତ୍ କ୍ଷତିପୂରଣ ଏବଂ ସ୍ୱଚ୍ଛତା ଆଧାରରେ ମୂଲ୍ୟାଙ୍କନ କରା ଯାଇଛି ଏବଂ କୋଇଲା ବହନକାରୀ କ୍ଷେତ୍ର (ଅଧିଗ୍ରହଣ ଏବଂ ବିକାଶ ) ଆଇନ୍, ୧୯୫୭ (ସିବିଏ (ଏ ଆଣ୍ଡ୍ ଡି) ଆଇନ୍, ୧୯୫୭ ) ଅଧୀନରେ ଏମ୍ସିଏଲ୍କୁ ଜମି ଦେଇ ଗ୍ରାମବାସୀମାନଙ୍କୁ କ୍ଷତିପୂରଣ ଆକାରରେ ପ୍ରଦାନ କରା ଯାଇଛି।

ନାଲ୍କୋର ପ୍ରକଳ୍ପ ଗୁଡିକ ଯୋଗୁଁ ମୋଟ ୬୩୫ ଜଣ ବ୍ୟକ୍ତି ବିସ୍ଥାପିତ ହୋଇଛନ୍ତି । ଯେଉଁ ମାନଙ୍କ ମଧ୍ୟରୁ ୬୦୦ ବ୍ୟକ୍ତି, କୋରାପୁଟ ଜିଲ୍ଲାର ଦାମନଯୋଡିର ହୋଇଥିବା ବେଳେ ଏବଂ ଅନୁଗୁଳ ଜିଲ୍ଲାରୁ ୩୫ ଜଣ ବ୍ୟକ୍ତି ବିସ୍ଥାପିତ ହୋଇଛନ୍ତି। ଦାମନଯୋଡିରେ ୬୦୦ ଜମି ବିସ୍ଥାପିତ ବ୍ୟକ୍ତି (ଏଲ୍ଡିପି) ମାନଙ୍କ ମଧ୍ୟରୁ ୫୯୯ ଏଲ୍ଡିପି/ସେମାନଙ୍କ ଦ୍ୱାରା ନାମାଙ୍କିତ ବ୍ୟକ୍ତି ନାଲ୍କୋରେ କାର୍ଯ୍ୟରତ ଥିଲେ। ଶେଷ ଗୋଟିଏ ମାମଲା ସମ୍ବନ୍ଧରେ ଏହା ଜଣା ଯାଇଛି ଯେ, ସେମାନଙ୍କର ପାରିବାରିକ ବିବାଦ କାରଣରୁ ଏହାକୁ କାର୍ଯ୍ୟକାରୀ କରା ଯିବା ପାଇଁ ଜିଲ୍ଲା ପ୍ରାଧିକରଣ ଠାରୁ ନିଷ୍ପତିର ଅପେକ୍ଷା ରହିଛି। ଅନୁଗୁଳର ୩୫ ଜଣ ଏଲ୍ପିଡି ମାନଙ୍କ ମଧ୍ୟରୁ ୩୪ ଜଣ ଏଲ୍ପିଡି/ସେମାନଙ୍କ ଦ୍ୱାରା ନାମାଙ୍କିତ ବ୍ୟକ୍ତି ନାଲ୍କୋରେ କାର୍ଯ୍ୟରତ ଅଛନ୍ତି, ଯେତେବେଳେ କି ଜଣେ ଏଲ୍ପିଡି ନିଯୁକ୍ତି ପ୍ରତି ବଦଳରେ ନଗଦ ସହାୟତା ରାଶି ନେବା ଉପରେ ପ୍ରାଥମିକତା ଦେଇଥିଲେ।

ଏମ୍ସିଏଲ୍ ଯୋଗୁଁ ପାଖାପାଖି ୧୬,୨୯୭ ବ୍ୟକ୍ତିି ବିସ୍ଥାପିତ ହୋଇଥିବା ଚିହ୍ନଟ କରା ଯାଇଛି, ଯେଉଁ ମାନଙ୍କ ମଧ୍ୟରୁ ୧୧,୮୩୭ ଜଣଙ୍କୁ ପୁର୍ନବାସର ଲାଭ ପ୍ରଦାନ କରାଯାଇ ସାରିଛି। କିନ୍ତୁ ଏବେ ସୁଦ୍ଧା ୧୧, ୮୩୭ ପରିବାର ଗୁଡିକ ମଧ୍ୟରୁ କେବଳ ୮,୨୪୮ ପରିବାର ନିଜର ଗ୍ରାମ ଗୁଡିକୁ ସ୍ଥାନାନ୍ତର ହୋଇ ପାରିଛନ୍ତି। ୧୧,୮୩୭ ପରିବାର ଗୁଡିକ ମଧ୍ୟରୁ ୩,୪୫୫ ପରିବାର ଗୁଡିକୁ ପୁନର୍ବାସ ଏବଂ ପୁର୍ନବାସ ସ୍ଥଳରେ ପୁର୍ନବାସ ଜମି ପ୍ରଦାନ କରା ଯାଇଛି ଏବଂ ୮,୩୮୨ ପରିବାର ଗୁଡିକୁ ଏବେ ପର୍ଯ୍ୟନ୍ତ ଭୂମି ବଦଳରେ ନଗଦ ଅର୍ଥ ରାଶି ପ୍ରଦାନ କରା ଯାଇଛି। ଶେଷ ପରିବାର ଗୁଡିକ ନିମନ୍ତେ ପୁନର୍ବାସ ଲାଭ ପ୍ରକ୍ରିୟାଧୀନ ଅବସ୍ଥାରେ ରହିଛି। ଓଡିଶା ସରକାରଙ୍କ ପୁନର୍ବାସ ଏବଂ ଥଇଥାନ (ଆର୍ ଆଣ୍ଡ ଆର୍) ନୀତି ଅନୁସାରେ ପୁନର୍ବାସ ଲାଭ ପ୍ରଦାନ କରା ଯାଇଥାଏ।

କେନ୍ଦ୍ର କୋଇଲା, ଖଣି ଏବଂ ସଂସଦୀୟ କାର୍ଯ୍ୟ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଆଜି ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତରରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।