Categories
ଆଞ୍ଚଳିକ

ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ଟପ୍ପର ଛାତ୍ରୀଙ୍କୁ ମାଗଣାରେ ପାଠ ପଢ଼ାଇବ ନିଉଟନ୍ କଲେଜ

କନ୍ଦର୍ପ ବେହେରା
ରେଢ଼ଖୋଲ: ମସିହାର ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ୯୧.୩୩ % ମାର୍କ୍ ରଖି ନାକ୍ଟିଦେଉଳ ଵ୍ଲକ୍ ରେ ଟପ୍ପର୍ ହୋଇଥିବା ସରାପାଲି କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ଛାତ୍ରୀ କୁମାରୀ ନିରୁପମା ବେହେରାଙ୍କୁ ମାଗଣାରେ +୨ ବିଜ୍ଞାନ ଶ୍ରେଣୀରେ ଅଧ୍ୟୟନ ପାଇଁ ସମ୍ଵଲପୁରର ନିଉଟନ୍ ସାଇନ୍ସ କଲେଜ୍ ର କର୍ତ୍ତୃପକ୍ଷ ଆଗ୍ରହ ପ୍ରକାଶ କରିଥିବା ଜଣାପଡ଼ିଛି।
କୁମାରୀ ନିରୁପମା ଙ୍କ ପାରିଵାରିକ ଆର୍ଥିକ ସ୍ଥିତି ଓ ଯୋଗ୍ୟତାକୁ ଵିଚାର କରି ନିଉଟନ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମୁଖ୍ୟ ଡ ତେଜରାଜ ପାତ୍ର ସହଯୋଗର ହାତ ବଢାଇଛନ୍ତି।

ଏଥିପାଇଁ କସ୍ତୁରବା ଗାନ୍ଧୀ ବାଳିକା ଵିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ରମ୍ଭା ସ୍ଵାଇଁ ସ୍କୁଲ୍ କର୍ତ୍ତୃପକ୍ଷ ଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହା ପୁର୍ବରୁ ନାକ୍ଟିଦେଉଳ ବ୍ଲକ୍ ର ସାହେବୀ ଗ୍ରାମ ର ସୌରେନ୍ ସାହୁ ଓ ସୌମିତ୍ରୀ ସାହୁ ଙ୍କୁ ନିଉଟନ୍ ସାଇନ୍ସ୍ କଲେଜ କର୍ତ୍ତୃପକ୍ଷ ଶିକ୍ଷା ଦାନ ରେ ସମ୍ପୂର୍ଣ୍ଣ ସାହାଯ୍ୟ ଓ ସହଯୋଗ କରିଥିଲେ। ସୌରେନ୍ ବର୍ତ୍ତମାନ ସହକାରୀ ନିର୍ଵାହୀ ଯନ୍ତ୍ରୀ ଭାବରେ ଅବସ୍ଥାପିତ ହୋଇଥିବା ବେଳେ ସୌମିତ୍ରୀ ବଲାଙ୍ଗୀର ମେଡିକାଲ କଲେଜ ରେ ଅଧ୍ୟୟନ କରୁଛନ୍ତି। ଏହି ବୈଦାନ୍ୟତା ପାଇଁ ଅଂଚଳ ବାସୀ ନିଉଟନ୍ ସାଇନ୍ସ୍ କଲେଜ କର୍ତ୍ତୃପକ୍ଷ ଙ୍କୁ ଧନ୍ୟବାଦ ଜଣାଇଛନ୍ତି।