Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଖୁବ ଶିଘ୍ର ବଣ୍ଟାଯିବ ନିଗମ ମୁଆଁ, ବିଜେପି ସଭାପତି ମନମୋହନ ସାମଲ କଲେ ସ୍ପଷ୍ଟ

ଭୁବନେଶ୍ବର: ବର୍ତ୍ତମାନ ବିଜେପି ସରକାରର ଯେଉଁ ବଡ କାମଟି ବାକି ରହିଛି ତାହା ହେଲା ନିଗମ ଅଧ୍ୟକ୍ଷ। ଏହି ପଦବୀ ହାସଲ କରିବା ପାଇଁ ବହୁ ନେତା ଅପେକ୍ଷା କରି ରହିଛନ୍ତି। ସେମାନେ ବିଧାୟକ ହୋଇପାରିଲେ ନାହିଁ ହେଲେ ନିଗମ ଅଧ୍ୟକ୍ଷଟିଏ ହେବା ପାଇଁ ଆଶା ବାନ୍ଧିଛନ୍ତି। ତେବେ ଏହି ମୁଆଁ ଖୁବ ଶିଘ୍ର ବଣ୍ଟାଯିବ ବୋଲି କହିଛନ୍ତି ବିଜେପି ସଭାପତି ମନମୋହନ ସାମଲ।

ଆଜି ଗଣମାଧ୍ୟମକୁ ଏକ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ, ବର୍ତ୍ତମାନ ଦଳର ସଦସ୍ୟତା ଅଭିଯାନ ଚାଲିଛି। ଏହା ଶେଷ ହେବା ପରେ ନିଗମ ଅଧ୍ୟକ୍ଷ ପ୍ରସଂଗ ବିଚାର କରାଯିବ। ଏହି ପଦବୀ ଯୋଗ୍ୟ ବ୍ୟକ୍ତି ତଥା ଅବସାରପ୍ରାପ୍ତ ଅଧିକାରୀଙ୍କୁ ପ୍ରଦାନ କରାଯିବ ବୋଲି ମନମୋହନ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କେଉଁ ନିଗମ ଅଧ୍ୟକ୍ଷ ତଥା ଉପଦେଷ୍ଠାଙ୍କୁ ହଟାଇଲେ ନବୀନ, ଜାଣନ୍ତୁ ସେମାନଙ୍କ ନାମ ପଦବୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ କହିବା ପରେ ରାଜ୍ୟର ସମସ୍ତ ନିଗମ ତଥା ବିଭାଗୀୟ ଉପଦେଷ୍ଠା ପଦବୀକୁ ମଧ୍ୟ ରଦ୍ଦ କରିଛନ୍ତି। ଏ ନେଇ ଯୋଜନା ଓ ସମନ୍ବୟ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ନବୀନ ବିଭିନ୍ନ ନେତାଙ୍କୁ ଥଇଥାନ କରିବା ପାଇଁ 23 ବିଭାଗର ଉପଦେଷ୍ଠା ଭାବେ ନିଯୁକ୍ତି ଦେଇଥିଲେ। ହେଲେ ଆଜି ଏହାକୁ ରଦ୍ଦ କରିଦେଇଛନ୍ତି। ସେମାନେ ହେଲେ

ଏଥିରୁ ସ୍ପଷ୍ଟ ହୋଇଛି ଯେ, ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ଅଦଳବଦଳ ସହିତ ନିଗମ ଅଧ୍ୟକ୍ଷ ପଦରେ ନୂଆ ନିଯୁକ୍ତି ଦେବେ। ଫଳରେ ପୁରା ସରକାରକୁ ଏକ ନୂଆ ରୂପ ଦେବା ପାଇଁ ନବୀନ ଚେଷ୍ଠା କରୁଛନ୍ତି। ତେବେ ପୂର୍ବପରି ଉପଦେଷ୍ଠା ପଦବୀ ରହିବ କି ନାହିଁ ତାହା ଜଣାପଡି ନାହିଁ।

Categories
ଆଜିର ଖବର ରାଜ୍ୟ ଖବର

BREAKING: ସମସ୍ତ ନିଗମ ଅଧ୍ୟକ୍ଷ ସହ ଉପଦେଷ୍ଠା ପଦକୁ ରଦ୍ଦ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ କହିବା ପରେ ରାଜ୍ୟର ସମସ୍ତ ନିଗମ ତଥା ବିଭାଗୀୟ ଉପଦେଷ୍ଠା ପଦବୀକୁ ମଧ୍ୟ ରଦ୍ଦ କରିଛନ୍ତି। ଏ ନେଇ ଯୋଜନା ଓ ସମନ୍ବୟ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ନବୀନ ବିଭିନ୍ନ ନେତାଙ୍କୁ ଥଇଥାନ କରିବା ପାଇଁ 23 ବିଭାଗର ଉପଦେଷ୍ଠା ଭାବେ ନିଯୁକ୍ତି ଦେଇଥିଲେ। ହେଲେ ଆଜି ଏହାକୁ ରଦ୍ଦ କରିଦେଇଛନ୍ତି।

ଏଥିରୁ ସ୍ପଷ୍ଟ ହୋଇଛି ଯେ, ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ଅଦଳବଦଳ ସହିତ ନିଗମ ଅଧ୍ୟକ୍ଷ ପଦରେ ନୂଆ ନିଯୁକ୍ତି ଦେବେ। ଫଳରେ ପୁରା ସରକାରକୁ ଏକ ନୂଆ ରୂପ ଦେବା ପାଇଁ ନବୀନ ଚେଷ୍ଠା କରୁଛନ୍ତି। ତେବେ ପୂର୍ବପରି ଉପଦେଷ୍ଠା ପଦବୀ ରହିବ କି ନାହିଁ ତାହା ଜଣାପଡି ନାହିଁ।