Categories
ବିଶେଷ ଖବର

୬୦ ଲକ୍ଷ ପଦବୀ ଖାଲି ଅଛି, ବଜେଟ୍ କୁଆଡେ ଗଲା?: ପୁଣିଥରେ ନିଜ ସରକାରଙ୍କ ଉପରେ ବର୍ଷିଲେ ବରୁଣ ଗାନ୍ଧୀ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ସାଂସଦ ବରୁଣ ଗାନ୍ଧୀ ପୁଣି ଥରେ ନିଜ ସରକାରକୁ ଟାର୍ଗେଟ କରିଛନ୍ତି। ଏଥର ବରୁଣ ଗାନ୍ଧୀ ବେକାରି ପ୍ରସଙ୍ଗରେ ତାଙ୍କ ସରକାର ଉପରେ ପ୍ରଶ୍ନ ଉଠାଇଛନ୍ତି। ଦେଶରେ ମୁଦ୍ରାସ୍ଫୀତି ପରେ ବେକାରୀ ସମସ୍ୟା ହେଉଛି ସବୁଠାରୁ ବଡ ପ୍ରସଙ୍ଗ। ଏହା ଉପରେ ବରୁଣ ଗାନ୍ଧୀ ନିଜ ସରକାରକୁ ଟାର୍ଗେଟ କରିଛନ୍ତି। ବେରୋଜଗାରୀ ପ୍ରସଙ୍ଗରେ ସରକାର ଉପରେ ବିରୋଧୀ ଆକ୍ରମଣ କରୁଥିବା ବେଳେ ଏବେ ବିଜେପି ସାଂସଦ ମଧ୍ୟ ବେରୋଜଗାରୀ ବିଷୟରେ ନିଜ ସରକାରକୁ ପ୍ରଶ୍ନ କରିଛନ୍ତି।

ସେନା, ପୋଲିସ, ସ୍ୱାସ୍ଥ୍ୟ ଇତ୍ୟାଦି ବିଭିନ୍ନ ବିଭାଗରେ ଖାଲି ପଡ଼ିଥିବା ପଦବୀ ସମ୍ପର୍କରେ ବିଜେପି ସାଂସଦ ବରୁଣ ଗାନ୍ଧୀ ଟୁଇଟ୍ କରିଛନ୍ତି। ସେ କହିଛନ୍ତି ଯେ, “ଯେତେବେଳେ ବେକାରି ୩ ଦଶନ୍ଧିର ସର୍ବୋଚ୍ଚ ସ୍ତରରେ ଅଛି, ସେତେବେଳେ ଏହି ସଂଖ୍ୟା ଆଶ୍ଚର୍ଯ୍ୟଜନକ ଅଟେ। ନିଯୁକ୍ତି ଅଭାବରୁ କୋଟି କୋଟି ଯୁବକ ହତାସ ଓ ନିରାଶ ହୋଇଥିବାବେଳେ ଦେଶରେ ୬୦ ଲକ୍ଷ ‘ଅନୁମୋଦିତ ପଦବୀ’ ଖାଲି ଅଛି। ଏହା ସମସ୍ତ ଯୁବଗୋଷ୍ଠୀଙ୍କୁ ଜାଣିବା ଆବଶ୍ୟକ।

ବିଜେପି ସାଂସଦ ବରୁଣ ଗାନ୍ଧୀ ସରକାରଙ୍କ ଭୁଲ ନୀତିକୁ ନେଇ ସବୁବେଳେ ପ୍ରଶ୍ନ ଉଠାଇଛନ୍ତି। ଯଦିଓ ଏହା ତାଙ୍କ ଦଳର ସରକାର ଅଟେ। ଏଥର ସେ କେନ୍ଦ୍ରରେ ଥିବା ତାଙ୍କ ବିଜେପି ସରକାରଙ୍କ ଉଦ୍ଦେଶ୍ୟରେ ପ୍ରଶ୍ନ କରିଛନ୍ତି ଯେ, ଦେଶରେ ଅନୁମୋଦିତ ସରକାରୀ ପଦବୀରେ ନିଯୁକ୍ତି ସୁଯୋଗ ନବାହାର କରିବାକୁ ନେଇ ପ୍ରଶ୍ନ କରିଛନ୍ତି। ଦେଶରେ ଖାଲି ପଡ଼ିଥିବା ସରକାରୀ ପଦବୀ ସମ୍ପର୍କରେ ବରୁଣ ଗାନ୍ଧୀ କେନ୍ଦ୍ରରେ ମୋଦୀ ସରକାରଙ୍କୁ ସିଧାସଳଖ ଆକ୍ରମଣ କରିଛନ୍ତି।