Categories
ଅନ୍ତରାଷ୍ଟ୍ରୀୟ ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଜାପାନରୁ ଆସିଲା ବଡ ଖବର, ନିପ୍ପନ ଷ୍ଟିଲ ଓଡିଶାରେ କରିବ ବିଶ୍ବର ସର୍ବବୃହତ୍ ଇସ୍ପାତ ପ୍ରକଳ୍ପ

Naveen In Japan: ଜାପାନରୁ ଆସିଲା ବଡ ଖବର। ତାହା ହେଲା ବିଶ୍ବର ପ୍ରମୁଖ ଇସ୍ପାତ କଂପାନୀ ନିପ୍ପନ ଷ୍ଟିଲ କରପୋରେସନ ଓଡିଶାରେ କରିବ ବଡ କାରଖାନା। ଆଜି ନିପ୍ପନ କଂପାନୀର ମୁଖ୍ୟ ଇଜି ହାସିମୋଟୋ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ଏହି ଘୋଷଣା କରିଛନ୍ତି। ବାର୍ଷିକ ୩୦ ମେଟ୍ରିକ ଟନ ଉତ୍ପାଦନ କ୍ଷମତା ଥିବା କାରଖାନା ପ୍ରତିଷ୍ଠା କରିବ।

ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାପାନ ଗସ୍ତରେ ଅଛନ୍ତି। ଆଜି ଗସ୍ତର ପ୍ରଥମ ଦିନରେ ନିପ୍ପନ ଷ୍ଟିଲ କଂପାନୀର ସଭାପତି ବା ମୁଖ୍ୟ ଇଜି ହାସିମୋଟୋଙ୍କ ସହିତ ଆଲୋଚନା ହୋଇଥିଲା। ଏହି ଆଲୋଚନା ବେଳେ ନିପ୍ପନ ଷ୍ଟିଲର ମୁଖ୍ୟ ସହିତ ତାଙ୍କର ପ୍ରତିନିଧୀମାନେ ମଧ୍ୟ ଯୋଗ ଦେଇଥିଲେ। ସେହିପରି ମୁଖ୍ୟମନ୍ତ୍ରୀଙ୍କ ସହିତ ମୁଖ୍ୟ ଶାସନ ସଚିବ, ଶିଳ୍ପ ସଚିବ ଏବଂ ୫ଟି ସଚିବ ପ୍ରମୁଖ ଉପସ୍ଥିତି ଥିଲେ।

ବର୍ତ୍ତମାନ ନିପ୍ପନ ଓଡିଶାରେ ଆର୍ସଲର ମିତ୍ତଲ ସହିତ ମିଶି ଇସ୍ପାତ ପ୍ରକଳ୍ପ କରିବା ପାଇଁ ବୁଝାମଣା କରିଛି। ଏ ନେଇ କେନ୍ଦ୍ରାପଡାରେ ଏହି ଶିଳ୍ପ ପ୍ରତିଷ୍ଠା ହେବ ବୋଲି ନିଷ୍ପତି ହୋଇସାରିଛି। ସେଥିପାଇଁ କଂପାନୀ ଏବଂ ଶିଳ୍ପ ବିଭାଗ ତରଫରୁ ବହୁ ଅଧିକାରୀ ପ୍ରକଳ୍ପର ପ୍ରସ୍ତାବିତ ଜାଗା ବୁଲି ଦେଖିସାରିଛନ୍ତି।

ପୂର୍ବର ଏହି ପ୍ରକଳ୍ପ ପାଇଁ ବ୍ୟୟ ଅଟକଳ ରଖା ଯାଇଥିଲା ୧ ଲକ୍ଷ ୨ ହଜାର ୨୭୫ କୋଟି ଟଙ୍କା। ଏଥିସହିତ ଏହି ପ୍ରକଳ୍ପ ବାର୍ଷିକ ୨୪ ମେଟ୍ରିକ ଟନ ଇଣ୍ଟିଗ୍ରେଟେଡ୍ ଷ୍ଟିଲ୍ ଉତ୍ପାଦନ କରିବ ବୋଲି ନିଷ୍ପତି ହୋଇଥିଲା। ଏହି ମେଗା ପ୍ରକଳ୍ପ ସ୍ଥାପନ ଦ୍ବାରା ୧୬ ହଜାର ସିଧାସଳଖ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ବର୍ତ୍ତମାନ ନୂଆ ନିଷ୍ପତି ଅନୁସାରେ ଏହାର କ୍ଷମତା ବାର୍ଷିକ ୩୦ ମେଟ୍ରିକ ଟନ ଏବଂ ସ୍ବତନ୍ତ୍ର ଇସ୍ପାତ ଉତ୍ପାଦନ ପାଇଁ ଘୋଷଣା ହୋଇଛି। ଫଳରେ ଏହି ପ୍ରକଳ୍ପର ବ୍ୟୟ ଅଟକଳ ବହୁଗୁଣ ବୃଦ୍ଧି ପାଇବା ସହିତ ନିଯୁକ୍ତି ସୁଯୋଗ ମଧ୍ୟ ବୃଦ୍ଧି ଘଟିବ। ପୂର୍ବର ନିଷ୍ପତି ଅନୁସାରେ ଏହି ପ୍ରକଳ୍ପ ଦେଶର ବୃହତ ଶିଳ୍ପ ଥିଲା। ତେବେ ଜାପାନାରେ କଂପାନୀ ନୂଆ ନିଷ୍ପତି ଅନୁସାରେ ଏହା ବର୍ତ୍ତମାନ ବିଶ୍ବର ସର୍ବବୃହତ୍ ଶିଳ୍ପ ହେବ।

ଓଡିଶାରେ ନିପ୍ପନ ଷ୍ଟିଲ କଂପାନୀ ପୂର୍ବ ପରି ଆର୍ସଲ ମିତ୍ତଲ ସହିତ ମିଶି ଏହି ପ୍ରକଳ୍ପ ପ୍ରତିଷ୍ଠା କରିବ ବୋଲି ଏହାର ମୁଖ୍ୟ ଘୋଷଣା କରିଛନ୍ତି। ଏହି ଶିଳ୍ପ ପ୍ରତିଷ୍ଠା ହେଲେ ଓଡିଶାର ଅର୍ଥନୈତିକ ଅଭିବୃଦ୍ଧି ନିଶ୍ଚିତ ବୃଦ୍ଧି ପାଇବ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଜାପାନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ନିପ୍ପନ ଷ୍ଟିଲ ର ସଭାପତି

Naveen In Japan: ଆଜି ଜାପାନ ରାଜଧାନୀ ଟୋକିଓରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି ନିପ୍ପନ ଷ୍ଟିଲ କଂପାନୀର ସଭାପତି। ସେ ହେଉଛନ୍ତି ଏଇଜି ହାସିମୋତୋ। ତାଙ୍କ ସହିତ କଂପାନୀର ଏକ ପ୍ରତିନିଧୀ ଦଳ ମଧ୍ୟ ଏହି ଆଲୋଚନାରେ ଭାଗ ନେଇଥିଲେ।

ଏହି ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହାସିମୋତାଙ୍କୁ ଓଡିଶା ଆସିବା ପାଇଁ ନିମନ୍ତ୍ରଣ କରିଥିଲେ। ଏଥିରେ ସେ ରାଜି ହୋଇଥିବାର ଜଣାପଡିଛି। ଏହି ଆଲୋଚନା ବେଳେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ଏବଂ ମୁଖ୍ୟମନ୍ତ୍ରୀଙ୍କ 5ଟି ସଚିବ ଭି କେ ପାଣ୍ଡିଆନ ସାମିଲ ଥିଲେ।