Categories
ଆଜିର ଖବର ରାଜ୍ୟ ଖବର

ଉଦଘାଟନର ବର୍ଷେ ନପୁରୁଣୁ ମେଗାଲିପ୍ଟ କେନାଲରେ ଘାଇ, ନିମ୍ନ ମାନର କାର୍ଯ୍ୟ ଅଭିଯୋଗ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ବହୁମୂଖି ଇନ୍ଦ୍ରାବତୀ ଜଳବିଦ୍ୟୁତ ଯୋଜନା ର କୋକସରାରୁ ବେହେରା ଯାଇଥିବା ମେଗାଲିଫ୍ଟ କେନାଲ ରେ ଆରଡି ୩୪ ମାଝୀଗୁଡା ଠାରେ ହୁଡାଭାଙ୍ଗିଯାଇ ଘାଇ ହେବା ଫଳରେ ପାଶ୍ୱର୍ସ୍ଥ ଶହ ଶହ ଏକର ଚାଷଜମି ଜଳମଗ୍ନ ହୋଇଯାଇଥିବା ଜଣାପଡିଛି। ମଙ୍ଗଳପୁର ଠାରେ ଥିବା ହାତୀବେରେଜରୁ ବିଦ୍ୟୁତ ମୋଟର ଯୋଗେ ଲିଫ୍ଟ କରାଯାଇ ଇନ୍ଦ୍ରାବତୀର ଅଣ ଜଳସେଚିତ ଜମି ଗୁଡିକୁ ଜଳସେଚନ କରିବା ଉଦ୍ଦେଶ୍ୟରେ ନିର୍ମିତ ଏହି କେନାଲ ହୁଡା ଭାଙ୍ଗିଯିବା ହେତୁ ଚାଷି ମହଲରେ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି। କେନାଲ ନିର୍ମାଣ କରୁଥିବା ଠିକା ସଂସ୍ଥା ଦ୍ୱାରା ନିମ୍ନ ମାନର କାର୍ଯ୍ୟ କରିଥିବା ଚାଷୀ ମହଲରେ ଅଭିଯୋଗ ହେଉଛି।

ଗତ ମକରସଂକ୍ରାନ୍ତି ୧୪,ଜାନୁଆରୀ ୨୦୨୧ଦିନ ଏହି ମେଗା ଲିଫ୍ଟ କେନାଲର ଉଦଘାଟନ କରାଯାଇଥିବା ବେଳେ କୋକସରା ଓ ଧର୍ମଗଡ ଅଂଚଳର ଅଣଜଳସେଚିତ ଚାଷ ଜମିକୁ ପ୍ରଥମ କରି ଜଳସେଚନ କରିବା ପ୍ରୟାସ କରାଯାଇଥିବା ବେଳେ କେନାଲ ହୁଡା ଭାଙ୍ଗିଯିବା ଘଟଣା ଚାଷୀମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି।

ମିଳିଥିବା ସୂଚନାରୁ ଅନୁସାରେ ଗତ ଶୁକ୍ରବାର ଦିନ କେନାଲ ହୁଡା ଉପରେ ପାଣି ଅଭରଫ୍ଲୋ ହୋଇଯିବା ଫଳରେ ନିମ୍ନ ମାନର ହୁଡା ନିର୍ମାଣ ଯୋଗୁଁ ପାଣିରେ ହୁଡା ଧୋଇହୋଇଯାଇ ଭାଙ୍ଗିଯାଇଥିବା ଚାଷୀ ମାନଙ୍କ ସୂତ୍ରରୁ ପ୍ରକାଶ।

ଇନ୍ଦ୍ରାବତୀ ବହୁମୂଖ ଜଳବିଦ୍ୟୁତ ଯୋଜନା ମାଧ୍ୟ୍ୟମରେ ଗତ ୨୦୦୦ ମସିହା ଠାରୁ ବାମ ଓ ଦକ୍ଷିଣ କେନାଲ ମାଧ୍ୟମରେ କଳାହାଣ୍ଡିର ଅନେକ ଚାଷ ଜମିକୁ ଜଳସେଚନ ବ୍ୟବସ୍ଥା କରାଯାଇଥିବା ବେଳେ ଜୟପାଟଣା ବ୍ଲକର ଅଧିକାଂଶ ଅଂଚଳ, କୋକସରା ବ୍ଲକର କେବଳ ଚାରି/ପାଂଚଖଣ୍ଡ ଗ୍ରମକୁ ଛାଡିଦେଲେ ଅନ୍ୟ ସମସ୍ତ ଅଂଚଲ ତଥା ଧର୍ମଗଡ ବ୍ଲକର ଅଧିକାଂଶ ଅଂଚଳରେ କେନାଲ ଜଳସେଚନ ବ୍ୟବସ୍ଥା ହୋଇପାରିନଥିଲା। ସେହି ଅଂଚଳର ଚାଷୀ ମାନଙ୍କର ଦାବୀ ଅନୁସାରେ ଗତ ଜାନୁଆରୀ ୨୦୨୧ ରେ ମେଗାଲିଫ୍ଟ ମାଧ୍ୟମରେ କେନାଲ ବ୍ୟବସ୍ଥା କରାଯାଇ ସେହି ଅଂଚଳକୁ ଜଳସେଚିତ କରାଯିବାର ବ୍ୟବସ୍ଥା କରାଯାଇଥିଲା। ହେଲେ ପଥମ ଥର ଜଳସେଚନ ବ୍ୟବସ୍ଥା କରାଯିବା ସମୟରେ ଏଭଲି କେନାଲ ହୁଡା ଭାଙ୍ଗିଯିବା ଘଟଣାକୁ ଚାଷୀ ମାନେ ସହଜରେ ଗ୍ରହଣ କରିପାୁନାହାନ୍ତି।

ଚାଷୀ ମାନଙ୍କର ଦୀର୍ଘ ଦିନର ସ୍ୱପ୍ନ ପୂରଣ କରାଯିବାକୁ ଏଲଆଣ୍ଡ ଟି କମ୍ପାନୀ ଦ୍ୱାରା ଏହି କେନାଲ ନିର୍ମାଣ କରାଯାଇଥିବା ଜଣାପଡିଛି। ହେଲେ ପ୍ରଥମ ଜଳସେଚନରେ କେନାଲ ହୁଡା ଭାଙ୍ଗିବା ନିଶ୍ଚିତ ଭାବେ ନିମ୍ନମାନର କାର୍ଯ୍ୟ ହୋଇଥାଇପାରେ ବୋଲି ଚାଷୀ ମହଲରେ ଆଲୋଚନା ହେଉଛି । ଏସଂପର୍କରେ ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଯିବାକୁ ଚାଷି ମହଲରେ ଦାବୀ ହେଉଛି।