Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ ରେଳ ଷ୍ଟେସନ ନିକଟରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ମୃତକଙ୍କ ପରିଚୟ ଖୋଜୁଛି ଜିଆରପି

ବାଲୁଗାଁ: ଖୋର୍ଦ୍ଧା ରୋଡ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ରେଳ ଷ୍ଟେସନ ନିକଟରେ ଅବସ୍ଥିତ ଧୂଆଁଳ ରେଳ ଧାରଣା ପାର୍ଶ୍ୱରୁ ଏକ ବୁଦାରୁ ଗତକାଲି ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ବ୍ୟକ୍ତି ପଡ଼ିଥିବା ଖବର ସ୍ଥାନୀୟ ଲୋକ ଆରପିଏଫ କୁ ସୂଚନା ଦେଇଥିଲେ। ମୃତକ ଏକ ଧଳା ରଙ୍ଗର ସାର୍ଟ ଓ ନୀଳ ରଙ୍ଗର ଜିନ୍ସ ପ୍ୟାଣ୍ଟ ପିନ୍ଧିଥିବା ଜଣାପଡିଛି।

ନିରାକାରପୁର ଜିଆରପି ଗତକାଲି ବିଳମ୍ବିତ ରାତିରେ ସୂଚନା ପାଇବା ପରେ ଆଜି ସକାଳୁ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମୃତକଙ୍କ ପରିଚୟ ମିଳିନଥିବା ବେଳେ, ସେ ଟ୍ରେନ ରୁ ଖସି ପଡିଯାଇଥିବା ଅନୁମାନ କରାଯାଉଛି। ଏ ନେଇ ନିରାକାରପୁର ଜିଆରପି କେସ ନମ୍ବର ୨୯/୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରିରଖିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଲୁଗାଁ: ଟ୍ରେନ ସମ୍ମୁଖରେ ଡେଇଁ ମହିଳାଙ୍କ ଆତ୍ମହତ୍ୟା

ବାଲୁଗାଁ: ଖୋର୍ଦ୍ଧା ରୋଡ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ରେଳ ଷ୍ଟେସନ ଠାରେ ଜଣେ ମହିଳା ଟ୍ରେନ ସମ୍ମୁଖରେ ଡେଇଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ନିରାକାରପୁର ଜିଆରପି ସୂଚନା ଅନୁଯାୟୀ, ଆଜି ବଡ଼ି ଭୋରରେ ବାଲୁଗାଁ ରେଳ ଷ୍ଟେସନ ଅନ୍ତର୍ଗତ ତିନି ନମ୍ବର ଟ୍ରାକରେ ଜଣେ ମହିଳାଙ୍କ ମୃତଦେହ ପଡ଼ିଥିବା ଖବର ପାଇଥିଲେ। ମୃତ ମହିଳା ଜଣକ ବାଣପୁର ଥାନା ମାଣିକପୁର ଗ୍ରାମର ବ୍ରଜରାଜ ସ୍ୱାଇଁଙ୍କ ଧର୍ମପତ୍ନୀ କଲ୍ୟାଣୀ ସ୍ୱାଇଁ (୩୦) ବୋଲି ଜଣାପଡିଛି।

ତେବେ କଲ୍ୟାଣୀ ଗତକାଲି ବିଳମ୍ବିତ ରାତ୍ରିରେ ବେଙ୍ଗାଲୁରୁ-ଗୌହାଟି ଏକ୍ସପ୍ରେସ ସମ୍ମୁଖରେ ଡେଇଁ ଆତ୍ମହତ୍ୟା କରିଥିଲେ। ତେବେ ଆତ୍ମହତ୍ୟାର କାରଣ ରହସ୍ୟଘେରରେ ଥିବା ବେଳେ ଜିଆରପି କେସ ନମ୍ବର ୨୬/୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଦେଇଛି।