Categories
ଆଜିର ଖବର ଜାତୀୟ ଖବର

କେନ୍ଦ୍ର ସରକାରର ବଡ ନିଷ୍ପତ୍ତି: ପାଞ୍ଚ ବର୍ଷକୁ ବୃଦ୍ଧି କଲା ଇଡି ଏବଂ ସିବିଆଇ ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ

ନୂଆଦିଲ୍ଲୀ: ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଏବଂ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ମୁଖ୍ୟଙ୍କ କାର୍ଯ୍ୟକାଳ ୫ ବର୍ଷକୁ କେନ୍ଦ୍ର ସରକାର ବୃଦ୍ଧି କରିଛି। ଏହାର ଅର୍ଥ ହେଉଛି ଯେ ବର୍ତ୍ତମାନ ଇଡି ଏବଂ ସିବିଆଇର ନିର୍ଦ୍ଦେଶକ ପଦରେ ଥିବା କୌଣସି ଅଧିକାରୀ ୫ ବର୍ଷ ସେବା କରିବାକୁ ସମର୍ଥ ହେବେ। ଏକ ଅଧ୍ୟାଦେଶ ଜରିଆରେ କେନ୍ଦ୍ର ସରକାର ଉଭୟ ଏଜେନ୍ସିର ମୁଖ୍ୟଙ୍କ କାର୍ଯ୍ୟକାଳ ବୃଦ୍ଧି କରିଛି।

ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ହେଉଛନ୍ତି ସଞ୍ଜୟ ମିଶ୍ର। ତାଙ୍କର କାର୍ଯ୍ୟକାଳ ଏହି ସପ୍ତାହରେ ଶେଷ ହେଉଥିଲା। କିନ୍ତୁ ବର୍ତ୍ତମାନ ଏହି ନିୟମ ପରେ ସରକାର ଚାହିଁଲେ ତାଙ୍କ କାର୍ଯ୍ୟକାଳକୁ ଆହୁରି ଦୁଇ ବର୍ଷ ବଢାଇ ପାରିବେ। ତେବେ ସଞ୍ଜୟ ମିଶ୍ରଙ୍କ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ନିର୍ଦ୍ଦେଶ ଜାରି କରାଯାଇ ନାହିଁ। ବର୍ତ୍ତମାନ, ଉଭୟ କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥାର ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ଦୁଇ ବର୍ଷ ରହିଛି।