Categories
ବିଶେଷ ଖବର

‘ମିଶନ ଶକ୍ତି’ ନିମନ୍ତେ ବିସ୍ତୃତ ନିର୍ଦ୍ଦେଶାବଳୀ ଜାରି କଲା ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ

ଦିଲ୍ଲୀ: ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ‘ମିଶନ ଶକ୍ତି’ ଯୋଜନା ନିମନ୍ତେ ବିସ୍ତୃତ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଭାରତ ସରକାର ୧୫ଦଶ ଅର୍ଥ ଆୟୋଗର ୨୦୨୧- ୨୨ରୁ ୨୦୨୫ -୨୬ ଅବଧି  ମଧ୍ୟରେ ମହିଳା ମାନଙ୍କର ସୁରକ୍ଷା, ନିରାପତା ଏବଂ ସଶକ୍ତିକରଣ ନିମନ୍ତେ ଏକ ସମନ୍ୱିତ ଯୋଜନା ରୂପରେ ‘ମିଶନ ଶକ୍ତି’ – ଏକ ସମନ୍ୱିତ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ‘ମିଶନ ଶକ୍ତି’ର ମାନଦଣ୍ଡ ଗୁଡିକ ୦୧.୦୪.୨୦୨୨ରୁ ଲାଗୁ ହେବ।

‘ମିଶନ ଶକ୍ତି’ ମିଶନ ମୋଡ ଅନ୍ତର୍ଗତ ଏକ ଯୋଜନା ଅଟେ, ଯାହାର ଉଦ୍ଦେଶ୍ୟ ହେଉଛି ମହିଳା ସୁରକ୍ଷା, ନିରାପତା ଏବଂ ସଶକ୍ତିକରଣ ନିମନ୍ତେ ହସ୍ତକ୍ଷେପକୁ ସୁଦୃଢ଼ କରିବା। ଏହା ଜୀବନ – ଚକ୍ରରେ  ନିୟମିତ ଭାବରେ ମହିଳା ମାନଙ୍କୁ ପ୍ରଭାବିତ କରୁଥିବା ସମସ୍ୟା ଗୁଡିକର ସମାଧାନ କରି ଏବଂ ସେମାନଙ୍କୁ ସମ୍ମିଳିତ କରି ଏବଂ ନାଗରିକ ଭାଗିଦାରୀ ମାଧ୍ୟମରେ ରାଷ୍ଟ୍ର – ନିର୍ମାଣ କ୍ଷେତ୍ରରେ ସମାନ ଭାଗୀଦାର କରିବା ସହିତ “ମହିଳା – ନେତୃତ୍ୱାଧୀନ ବିକାଶ” ନିମନ୍ତେ ସରକାରଙ୍କର ପ୍ରତିବଦ୍ଧତାକୁ ସାକାର କରିବାର ପ୍ରୟାସ କରିଥାଏ।

ଏହି ଯୋଜନା ମହିଳା ମାନଙ୍କୁ ହିଂସା ଏବଂ ବିପଦ ମୁକ୍ତ ପରିବେଶରେ ନିଜର ମସ୍ତିଷ୍କ ଏବଂ ଶରୀର ଉପରେ ସ୍ୱତନ୍ତ୍ର ବିକଳ୍ପର ପ୍ରୟୋଗ କରାଇ ଆର୍ôଥକ ରୂପରେ ସଶକ୍ତ କରିବା ପାଇଁ ପ୍ରୟାସ କରିଥାଏ। ଏହା ମହିଳା ମାନଙ୍କ ଉପରେ ଘରୋଇ ଦାୟିତ୍ୱ/ ଯତ୍ନର ବୋଝକୁ କମ୍ କରି ଏବଂ ଦକ୍ଷତା ବିକାଶ, କ୍ଷମତା ବିକାଶ, ବିତୀୟ ସାକ୍ଷରତା, କ୍ଷୁଦ୍ର ଋଣ (ମାଇକ୍ରୋ – କ୍ରେଡିଟ୍‌) ନିକଟରେ ପହଂଚିବା ଇତ୍ୟାଦିକୁ ପ୍ରୋତ୍ସାହିତ କରି ମହିଳା ଶ୍ରମ ଶକ୍ତିର ଭାଗୀଦାରୀତାକୁ ବୃଦ୍ଧି କରିବା ନିମନ୍ତେ ଚେଷ୍ଟା କରିଥାଏ।

ମିଶନ ଶକ୍ତିର ଦୁଇଟି ଉପ – ଯୋଜନା ରହିଛି, ସେଗୁଡିକ ହେଉଛି, ‘ସମ୍ବଳ’ ଏବଂ ‘ସାମର୍ଥ୍ୟ’। “ସମ୍ବଳ” ଉପ – ଯୋଜନା ମହିଳା ମାନଙ୍କ ସୁରକ୍ଷା ଏବଂ ନିରାପତା ନିମନ୍ତେ ରହିଥିବା ବେଳେ, “ସାମର୍ଥ୍ୟର୍ ଉପ – ଯୋଜନା ମହିଳା ମାନଙ୍କର ସଶକ୍ତିକରଣ ନିମନ୍ତେ ହୋଇଥାଏ। ‘ସମ୍ବଳ’ ଉପ – ଯୋଜନାର ଉପାଦାନ ଗୁଡିକ ମଧ୍ୟରେ ୱାନ୍ ଷ୍ଟପ୍ ସେଂଟର (ଓଏସ୍‌ସି), ମହିଳା ହେଲ୍ପ ଲାଇନ୍ (ଡବ୍ଲ୍ୟୁଏଚ୍‌ଏଲ୍‌) ବେଟୀ ବଚାଓ ବେଟୀ ପଢ଼ାଓ (ବିବିବିପି) ଯୋଜନା ଗୁଡିକ ରହିଛି, ଯେଉଁଥିରେ ଏକ ନୂତନ ଉପାଦାନ ନାରୀ ଅଦାଲତ –  ମହିଳା ମାନଙ୍କର ସାମୂହିକ ବିକଳ୍ପକୁ ପ୍ରୋତ୍ସାହିତ କରିବା ଏବଂ ସୁବିଧା ପ୍ରଦାନ କରିବା ନିମନ୍ତେ ସମାଜରେ ଏବଂ ପରିବାର ଗୁଡିକ ଭିତରେ ବିବାଦ – ସମାଧାନ ଏବଂ ଲିଙ୍ଗ ଭିତିକ ନ୍ୟାୟ ପ୍ରଦାନ ବ୍ୟବସ୍ଥା ମଧ୍ୟ ଅନ୍ତର୍ଭୁକ୍ତ ଅଟେ।

‘ସାମର୍ଥ୍ୟ’ ଉପ – ଯୋଜନାର ଉପାଦାନ ଗୁଡିକ ଭିତରେ ଉଜ୍ଜ୍ୱଳା, ସ୍ୱାଧାର ଗୃହ ଏବଂ କାମ କରୁଥିବା ମହିଳା ମାନଙ୍କ ପାଇଁ ଛାତ୍ରୀ ନିବାସ ବ୍ୟବସ୍ଥାର ପୂର୍ବବର୍ତୀ ଯୋଜନା ଗୁଡିକରେ ସଂଶୋଧନ ସହିତ ସାମିଲ୍ ଅଟେ। ଏହା ସହିତ, କାର୍ଯରତ ମାଆ ମାନଙ୍କର ଛୁଆ ମାନଙ୍କ ନିମନ୍ତେ ଜାତୀୟ କ୍ରେଚ୍ ଯୋଜନା ଏବଂ ଛତ୍ର ଆଇସିଡିଏସ୍ ଅଧୀନରେ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା (ପିଏମ୍‌ଏମ୍‌ଭିୱାଇ)ର ବର୍ତମାନ ପ୍ରଚଳିତ ଯୋଜନା ଗୁଡିକୁ ସାମର୍ଥ୍ୟରେ ସାମିଲ୍ କରା ଯାଇଛି। ସାମର୍ଥ୍ୟ ଯୋଜନାରେ ବିତୀୟ ସଶକ୍ତିକରଣ ନିମନ୍ତେ ଗ୍ୟାପ୍ ଫଣ୍ଡିଂ ନାମରେ ଏକ ନୂତନ ଉପାଦାନ ଯୋଡା ଯାଇଛି।

‘ମିଶନ ଶକ୍ତି’ ଯୋଜନାର ବିସ୍ତୃତ ନିର୍ଦ୍ଦେଶାବଳୀ ଏଥିରେ ଉପଲବ୍ଧ ଅଛି।

Categories
ଆଜିର ଖବର ଜାତୀୟ ଖବର

ମିଶନ ବାତ୍ସଲ୍ୟ ଯୋଜନା ନିମନ୍ତେ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି

ଦିଲ୍ଲୀ: ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ୨୦୦୯ -୧୦ ମସିହାରୁ ଶିଶୁ ମାନଙ୍କର କଲ୍ୟାଣ ତଥା ପୁନଃଥଇଥାନ ନିମନ୍ତେ ଏକ କେନ୍ଦ୍ର ପ୍ରାୟୋଜିତ ଯୋଜନା “ମିଶନ୍ ବାତ୍ସଲ୍ୟ” କାର୍ଯ୍ୟକାରୀ କରୁଛନ୍ତି, ଯାହା ପୂର୍ବରୁ ଶିଶୁ ସୁରକ୍ଷା ସେବା (ସିପିଏସ୍‌) ଯୋଜନା ଥିଲା । ମିଶନ ବାତ୍ସଲ୍ୟର ଉଦ୍ଦେଶ୍ୟ ହେଉଛି, ଦେଶର ପିଲା ମାନଙ୍କ ପାଇଁ ସ୍ଥାୟୀ ଭିତିରେ ଏକ ସୁସ୍ଥ ଏବଂ ସୁଖମୟ ପିଲାଦିନ ସୁନିଶ୍ଚିତ କରିବା, ପୂର୍ଣ୍ଣ ସାମର୍ଥ୍ୟକୁ ଆବିଷ୍କାର କରିବା ନିମନ୍ତେ ସେମାନଙ୍କୁ ସୁଯୋଗ ପ୍ରଦାନ କରିବା ଏବଂ ସେମାନଙ୍କୁ ସବୁ ପ୍ରକାର ଅଭିବୃଦ୍ଧି ନିମନ୍ତେ ସହାୟତା ପ୍ରଦାନ କରିବା । ଶିଶୁ ମାନଙ୍କର ବିକାଶ ନିମନ୍ତେ ଏକ ସମ୍ବେଦନଶୀଳ , ସହାୟକ, ଏବଂ ସମକାଳୀନ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା, କିଶୋର ନ୍ୟାୟ ଅଧିନିୟମ, ୨୦୧୫ର ଜନାଦେଶକୁ ସମ୍ପୂର୍ଣ୍ଣ କରିବାରେ ରାଜ୍ୟ ମାନଙ୍କୁ/ କେନ୍ଦ୍ର ଶାସିତ ପ୍ରଦେଶ ମାନଙ୍କୁ ସହାୟତା କରିବା ଏବଂ ସ୍ଥାୟୀ ବିକାଶ ଲକ୍ଷ୍ୟ (ଏସ୍‌ଡିଜି)କୁ ପ୍ରାପ୍ତ କରିବା ଆଦି ମଧ୍ୟ ଏହି ମିଶନରେ ଅନ୍ତର୍ଭୁକ୍ତ ।  ମିଶନ ବାତ୍ସଲ୍ୟ କଠିନ ପରିସ୍ଥିତି ଗୁଡିକରେ ଶିଶୁ ମାନଙ୍କର ପରିବାର – ଆଧାରିତ ଓ  ଅଣ – ଆନୁଷ୍ଠାନିକ ଯତ୍ନକୁ ପ୍ରୋତ୍ସାହିତ କରିଥାଏ ।

ମିଶନ ବାତ୍ସଲ୍ୟ ଅଧୀନରେ ଯେଉଁ ଉପାଦାନ ଗୁଡିକ ଅନ୍ତର୍ଭୁକ୍ତ, ସେଗୁଡିକ ହେଉଛି, ଆଇନ୍‌ଗତ ସଂସ୍ଥା ଗୁଡିକର କାର୍ଯ୍ୟରେ ସଂସ୍କାର ଆଣିବା ; ସେବା ବିତରଣ ସଂରଚନା ଗୁଡିକୁ ସୁଦୃଢ଼ କରିବା ; ଉଚ୍ଚ ସ୍ତରର ସଂସ୍ଥାଗତ ଯତ୍ନ / ସେବା ସମୂହ ; ଅଣ – ଆନୁଷ୍ଠାନିକ ସମୁଦାୟ ଆଧାରିତ ଯତ୍ନକୁ ପ୍ରୋତ୍ସାହିତ କରିବା ; ଜରୁରୀକାଳୀନ ସହାୟତା ସେବା ସମୂହ, ପ୍ରଶିକ୍ଷଣ ଏବଂ ଦକ୍ଷତା ବିକାଶ ।

ସମସ୍ତ ରାଜ୍ୟ/ କେନ୍ଦ୍ର ଶାସିତ ପ୍ରଦେଶ ଗୁଡିକ ଯୋଜନାକୁ କାର୍ଯ୍ୟକାରୀ କରିବା ନିମନ୍ତେ ମନ୍ତ୍ରଣାଳୟ ସହିତ ବୁଝାମଣା ପତ୍ରରେ ସ୍ୱାକ୍ଷର କରିଛନ୍ତି । ମିଶନ ବାତ୍ସଲ୍ୟକୁ କେନ୍ଦ୍ର ପ୍ରାୟୋଜିତ ଯୋଜନା ରୂପରେ କେନ୍ଦ୍ର ଏବଂ ରାଜ୍ୟ / କେନ୍ଦ୍ର ଶାସିତ ପ୍ରଦେଶ ସରକାର ମାନଙ୍କ ମଧ୍ୟରେ ନିର୍ଦ୍ଧାରିତ ଖର୍ଚ୍ଚ ବଂଟନ ଅନୁପାତ ଆଧାରରେ ଲାଗୁ କରା ଯିବ ।

ମନ୍ତ୍ରଣାଳୟ ମିଶନ ବାତ୍ସଲ୍ୟ ଯୋଜନାର ବିସ୍ତୃତ ନିର୍ଦ୍ଦେଶାବଳୀ ଜାରି କରିଛି ଏବଂ ନିର୍ଦ୍ଦେଶାବଳୀର ବିତ୍ତୀୟ ମାନଦଣ୍ଡ ଗୁଡିକର ଆଧାର ଉପରେ ମିଶନ ବାତ୍ସଲ୍ୟ ଯୋଜନା ଅନୁସାରେ ରାଜ୍ୟ ସରକାର ମାନଙ୍କୁ / କେନ୍ଦ୍ର ଶାସିତ ପ୍ରଦେଶ ଗୁଡିକର ପ୍ରଶାସନକୁ ୨୦୨୨- ୨୩ ନିମନ୍ତେ ନିଜର ବିତ୍ତୀୟ ପ୍ରସ୍ତାବ ଏବଂ ଯୋଜନା ଗୁଡିକୁ ପ୍ରସ୍ତୁତ କରିବା ନିମନ୍ତେ କୁହା ଯାଇଛି । ମିଶନ ବାତ୍ସଲ୍ୟ ଯୋଜନାର ମାନଦଣ୍ଡ ୦୧ ଏପ୍ରିଲ୍‌, ୨୦୨୨ରୁ ଲାଗୁ ହେବ ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଏଣିକି ଟୀକା ନାହିଁ ତ ବଜାରକୁ ପ୍ରବେଶ ନାହିଁ, ନିର୍ଦ୍ଦେଶାବଳୀ ଜାରି କଲା ଡିଡିଏମଏ

ନୂଆଦିଲ୍ଲୀ: ଦିଲ୍ଲୀର ଜିଲ୍ଲା ପ୍ରଶାସନ ସମସ୍ତ ବ୍ୟବସାୟୀ, ବଜାର ସଙ୍ଗଠନ, ଦୋକାନୀ, ହକର, ବିକ୍ରେତା ଏବଂ ଶ୍ରମିକମାନଙ୍କ ପାଇଁ ଟିକା ନେବାକୁ ବାଧ୍ୟତାମୂଳକ କରିଛି। ଯେଉଁମାନେ ଟୀକାକରଣ କରିନାହାଁନ୍ତି ସେମାନଙ୍କୁ ବଜାରକୁ ଯିବାକୁ ଦିଆଯିବ ନାହିଁ ବୋଲି ଜିଲ୍ଲା ପ୍ରଶାସନ କହିଛି। ଏଥିପାଇଁ ସବ-ଜିଲ୍ଲା ମାଜିଷ୍ଟ୍ରେଟ ମଧ୍ୟ ଏକ ନିର୍ଦ୍ଦେଶ ଦେଇଛନ୍ତି।

ବର୍ତ୍ତମାନ ସମସ୍ତଙ୍କ ପାଇଁ ଦିଲ୍ଲୀରେ ଟିକା ନେବା ବାଧ୍ୟତାମୂଳକ ହେବ। ଏଥିପାଇଁ ସମସ୍ତ ୧୧ ଟି ରାଜସ୍ୱ ଜିଲ୍ଲାର ସବ-ଜିଲ୍ଲା ମାଜିଷ୍ଟ୍ରେଟ (ଏସଡିଏମ) ଙ୍କୁ ଖୁବ ଶୀଘ୍ର ବଜାରର ଦୋକାନରୁ ଟୀକାକରଣ କର୍ମଚାରୀଙ୍କ ତାଲିକା ଦାଖଲ କରିବାକୁ କୁହାଯାଇଛି। ସବ-ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଦ୍ଵାରା ମଗା ଯାଇଥିବା ତାଲିକା ପରେ, ଯେଉଁମାନେ ପ୍ରଥମ ଡୋଜ ପାଇ ନାହାଁନ୍ତି ସେମାନଙ୍କୁ ମଧ୍ୟ ଟୀକାକରଣ କରିବାକୁ ପଡିବ। ଯେଉଁ ବଜାରର ସମସ୍ତ କର୍ମଚାରୀ, ବ୍ୟବସାୟୀ ଏବଂ ଦୋକାନୀମାନେ ଟିକା ପାଇବେ, ସେହି ଜିଲ୍ଲାକୁ ଜିଲ୍ଲା ମାଜିଷ୍ଟ୍ରେଟଙ୍କଠାରୁ ଏକ ପ୍ରମାଣପତ୍ର ପ୍ରଦାନ କରାଯିବ। ଏହି ବଜାରର ସମସ୍ତ ଯୋଗ୍ୟ କର୍ମଚାରୀଙ୍କୁ ଟୀକାକରଣ କରାଯାଇଛି ବୋଲି ସେହି ସାର୍ଟିଫିକେଟ୍ ରେ ଉଲ୍ଲେଖ କରାଯିବ। କେବଳ ବଜାରର ପ୍ରବେଶ ଏବଂ ପ୍ରସ୍ଥାନରେ ‘ପୂର୍ଣ୍ଣ ଟୀକାକରଣ ବଜାର’ର ଏକ ପ୍ରଦର୍ଶିତ ବୋର୍ଡ ଲାଗିବ।

ସିଲେକ୍ଟ ସିଟି ୱାକ ଏବଂ ସାକେତର ଡିଏଲଏଫ ମଲ୍ ବ୍ୟତୀତ ସରୋଜିନୀ ନଗର ବଜାରର କିଛି ଦୋକାନୀ ଏବଂ ମଲ୍ ଏପର୍ଯ୍ୟନ୍ତ ଏହି ସାର୍ଟିଫିକେଟ୍ ନେଇଛନ୍ତି। ଗ୍ରାହକ ଏବଂ ବିକ୍ରେତାଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ଏହା ନିଷ୍ପତ୍ତି ନିଆଯାଇଛି ବୋଲି ଅଧିକାରୀମାନେ କହିଛନ୍ତି। ଟୀକାକରଣ ବିଷୟରେ ମାର୍କେଟ ଆସୋସିଏସନକୁ ଏକ ନିର୍ଦ୍ଦେଶନାମା ଦିଆଯାଇଛି। ନିର୍ଦ୍ଦେଶରେ କୁହାଯାଇଛି ଯେ, ଦୋକାନକୁ ଆସୁଥିବା ନୂତନ କର୍ମଚାରୀଙ୍କୁ ମଧ୍ୟ ଟୀକାକରଣ ପ୍ରମାଣପତ୍ର ଦେବାକୁ ପଡିବ। ଏହି ନିର୍ଦ୍ଦେଶାବଳୀକୁ କାର୍ଯ୍ୟକାରୀ କରିବା ପାଇଁ ଦିଲ୍ଲୀ ଜିଲ୍ଲା ପରିଚାଳନା ପ୍ରାଧିକରଣ (DDMA) ସ୍ୱତନ୍ତ୍ର କାର୍ଯ୍ୟନିର୍ବାହୀ ଦଳ ଏବଂ ମୋବାଇଲ୍ ଟିମ୍ ନିୟୋଜିତ କରିଛି। ଏହି ଦୁଇଟି ଦଳ ଏ ବାବଦରେ ସଚେତନତା ବିସ୍ତାର କରିବେ। ଏହି ଦଳଗୁଡିକ ଦୋକାନକୁ ଯାଇ ଏ ସମ୍ପର୍କରେ ଅନୁସନ୍ଧାନ କରୁଛନ୍ତି। ଯେଉଁମାନେ ମୋବାଇଲ୍ ଟିମ୍ ଦ୍ୱାରା ଟୀକାକରଣ କରିନାହାଁନ୍ତି, ସେମାନଙ୍କୁ ନିକଟସ୍ଥ ଟୀକାକରଣ କେନ୍ଦ୍ରକୁ ପଠାଇ ଟୀକାକରଣ କରାଯାଉଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଡିଜିଟାଲ ପଲିସି ଦ୍ୱାରା ବିବାଦ ଏବଂ ଠକେଇ କମିବ: ଆଇଆରଡିଏଆଇ

ନୂଆଦିଲ୍ଲୀ: ଭାରତୀୟ ବୀମା ନିୟନ୍ତ୍ରକ ପ୍ରାଧିକରଣ ବା ଆଇଆରଡିଏଆଇ ଚଳିତମାସ ୯ ତାରିଖରେ ଏକ ନିର୍ଦ୍ଦେଶାବଳୀ ଜାରି କରି ପଲିସିଧାରୀମାନଙ୍କୁ ଡିଜିଲକର ମାଧ୍ୟମରେ ଡିଜିଟାଲ ଇନ୍‍ସ୍ୟୁରାନ୍ସ ପଲିସି ଯୋଗାଇ ଦେବାକୁ ସବୁ ବୀମା କଂପାନୀଙ୍କୁ ପରାମର୍ଶ ଦେଇଛି। ଏଥିରେ କୁହାଯାଇଛି ଯେ ବୀମା କ୍ଷେତ୍ରରେ ଡିଜିଲକର ଉପଯୋଗକୁ ପ୍ରୋତ୍ସାହିତ କରିବାକୁ ସବୁ ବୀମା କଂପାନୀଙ୍କୁ ନିଜର ସୂଚନା ପ୍ରଯୁକ୍ତି ବ୍ୟବସ୍ଥାକୁ ଅନୁକୂଳ କରିବା ଉଚିତ। ଏହାଦ୍ୱାରା ପଲିସିଧାରୀ ଡିଜିଲକର ବ୍ୟବସ୍ଥାରେ ନିଜର ସମସ୍ତ ବୀମା ନଥିପତ୍ର ସୁବିଧା ଓ ସହଜରେ ରଖିପାରିବେ।

ନିର୍ଦ୍ଦେଶାବଳୀରେ ଆହୁରି କୁହାଯାଇଛି ଯେ ବୀମାକାରୀ ସେମାନଙ୍କର ପଲିସିଧାରୀମାନଙ୍କୁ ଡିଜିଲକର ବ୍ୟବହାର ସଂପର୍କରେ ସୂଚିତ କରାଇବାର ଆବଶ୍ୟକତା ରହିଛି। ଆହୁରି ମଧ୍ୟ ଏହି ବୀମା ପଲିସିଗୁଡିକ କିପରି ଡିଜିଲକରରେ ସ୍ଥାନିତ ହୋଇପାରିବ ସେ ପ୍ରକ୍ରିୟା ମଧ୍ୟ ପଲିସିଧାରୀଙ୍କୁ ବୀମା କଂପାନୀ କର୍ତ୍ତୃପକ୍ଷ ଅବଗତ କରାଇବାର ଜରୁରୀ। ଜାତୀୟ ଇ-ସରକାର ବିଭାଗ ଏବେ ଥିବା ଡିଜିଲକର ଟିମ୍‍ କେନ୍ଦ୍ର ଇଲେକ୍‍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଛି।

ବୀମା କ୍ଷେତ୍ରରେ ଡିଜିଲକର ପ୍ରବର୍ତ୍ତନ ପାଇଁ ଡିଜିଲକର ଟିମ୍‍ ଆବଶ୍ୟକ ସୁବିଧା ସୁଯୋଗ ଓ ଟେକ୍‍ନୋଲଜି ସହାୟତା ଯୋଗାଇବ। ଡିଜିଲକର ଡିଜିଟାଲ ଇଣ୍ଡିଆର ଏକ ଅଂଶବିଶେଷ। ଏହି ବ୍ୟବସ୍ଥାରେ ପ୍ରକୃତ ବୀମାଧାରୀ ନିଜର ବୀମା ସଂକ୍ରାନ୍ତ ଅସଲି କାଗଜପତ୍ର, ସାର୍ଟିଫିକେଟ ଓ ଦସ୍ତାବିଜ ଆଦିର ଡିଜିଟାଲ ପ୍ରତିରୂପ ପାଇପାରିବେ। ଏହାର ପ୍ରବର୍ତ୍ତନ ଫଳରେ କାଗଜପତ୍ର ବା ନଥିଜନିତ ବୀମା ପଲିସି ଆଦିର ଆବଶ୍ୟକତା ରହିବ ନାହିଁ। ଡିଜିଟାଲ ବ୍ୟବସ୍ଥା ପ୍ରଚଳନ ହେବା ଫଳରେ ଏ କ୍ଷେତ୍ରରେ ସେବା ପ୍ରଦାନ ସଫଳ ଓ ତ୍ୱରିତ ହେବ ଏବଂ ଲୋକମାନେ ବିନା ଝମେଲାରେ ସହଜରେ ତତ୍କାଳ ସେବା ପାଇପାରିବେ।

ବୀମା କ୍ଷେତ୍ରରେ ଏହାର ପ୍ରବର୍ତ୍ତନ ଦ୍ୱାରା ଖର୍ଚ୍ଚ ହ୍ରାସ ପାଇବ। ବୀମା ପଲିସିର କପି ନ ମିଳିବା ଜନିତ ଅଭିଯୋଗ କମିବ। ଏହା ସେବା ଯୋଗାଣ ପ୍ରକ୍ରିୟାକୁ ତ୍ୱରିତ କରିବା ସହିତ କ୍ଲେମ ଫଇସଲା କରିବାରେ ବିଶେଷ ସହାୟକ ହେ। ଏହା ଡିଜିଟାଲ ଇନ୍‍ସ୍ୟୁରାନ୍ସ ପେପର ଦ୍ୱାରା ଠକେଇ, ବିବାଦ ଓ ଅନ୍ୟାନ୍ୟ ତ୍ରୁଟିର ସମ୍ଭାବନା ପ୍ରାୟତଃ ରହିବ ନାହିଁ। ପଲିସିଧାରୀଙ୍କ ସହ ତତ୍କାଳ ଓ ତ୍ୱରିତ ସଂଯୋଗ ସ୍ଥାପନ ହୋଇପାରିବ। ସର୍ବୋପରି ଏହାଦ୍ୱାରା ଉପଭୋକ୍ତାଙ୍କୁ ଉତ୍ତମ ସେବା ଓ ସୁବିଧା ସୁଯୋଗ ଯୋଗାଇ ଦେଇହେବ।

ଇଲେକ୍‍ଟ୍ରୋନିକ୍ସ ଓ ଆଇଟି ରାଷ୍ଟ୍ରମନ୍ତ୍ରୀ ସଂଜୟ ଧୋତ୍ରେ ଡିଜିଟାଲ ବୀମା ପଲିସି ସୁବିଧା ନାଗରିକଙ୍କୁ ଯୋଗାଇ ଦେବାକୁ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁରଙ୍କୁ ଏକ ପତ୍ର ଲେଖିବା ପରେ ଆଇଆରଡିଏଆଇ ପକ୍ଷରୁ ଏହି ଡିଜିଲକର ଆକାଉଣ୍ଟସ ସୁବିଧା ଯୋଗାଣ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। ଆଇଆରଡିଏଆଇ ଏହି ମର୍ମରେ ସବୁ ବୀମା କଂପାନୀଙ୍କୁ ଚିଠି ଲେଖି ବୀମାଧାରୀଙ୍କୁ ଡିଜିଲକର ଆକାଉଣ୍ଟ ଓ ପଲିସି ଯୋଗାଇ ଦେବାକୁ ପରାମର୍ଶ ଦେଇଛି।