Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

Election News: ନିର୍ବାଚନ ପାଇଁ ରାଜ୍ୟରେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ଫୋର୍ସ ମୁତୟନ

ଭୁବନେଶ୍ୱର: ଓଡ଼ିଶାରେ ଏକକାଳୀନ ଅନୁଷ୍ଠିତ ହେବାକୁ ଥିବା ଲୋକସଭା ଓ ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ଗୃହ ମନ୍ତ୍ରଣାଳୟ ତରଫରୁ ୭୫ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ଫୋର୍ସ (ସିଆର୍‌ପିଏଫ୍‌) ମୁତୟନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।

ପ୍ରଥମ ପର୍ଯ୍ୟାୟ ଅର୍ଥାତ୍‌ ମାର୍ଚ୍ଚ ୧ ତାରିଖ ସୁଦ୍ଧା ରାଜ୍ୟରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ ଓ ସୀମା ସୁରକ୍ଷା ବାହିନୀର ୫୦ କମ୍ପାନୀ ଫୋର୍ସ ନିର୍ବାଚନ ପାଇଁ ବିଭିନ୍ନ ସ୍ଥାନରେ ମୁତୟନ ହୋଇଛନ୍ତି ।

ଦ୍ୱିତୀୟ ପର୍ଯ୍ୟାୟରେ ମାର୍ଚ୍ଚ ୭ ତାରିଖ ସୁଦ୍ଧା ଅବଶିଷ୍ଟ ସୀମା ସୁରକ୍ଷା ବାହିନୀ (ବିଏସ୍‌ଏଫ୍‌), କେନ୍ଦ୍ରୀୟ ରିଜର୍ଭ ପୋଲିସ୍‌ ଫୋର୍ସ (ସିଆର୍‌ପିଏଫ୍‌) ଓ କେନ୍ଦ୍ରୀୟ ଇଣ୍ଡଷ୍ଟି୍ରଆଲ୍‌ ସିକୁ୍ୟରିଟି ଫୋର୍ସ (ସିଆଇଏସ୍‌ଏଫ୍‌)ର ୨୫ ଗୋଟି କମ୍ପାନୀ ରାଜ୍ୟର ବିଭିନ୍ନ ଅଞ୍ଚଳରେ ମୁତୟନ କରାଯିବା ପାଇଁ ସ୍ଥିର ହୋଇଛି।

ଏତଦ୍‌ବ୍ୟତୀତ ପୁରୀ, ଯାଜପୁର, ସମ୍ବଲପୁର, ଭୁବନେଶ୍ୱର ଓ କଟକ ଜିଲ୍ଲା ପାଇଁ ଗୋଟିଏ ଲେଖାଏଁ କମ୍ପାନୀ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (ସିଆର୍‌ପିଏଫ୍‌) ଓ ରାଉରକେଲା, ବାଲେଶ୍ୱର, ଭଦ୍ରକ, ଅନୁଗୋଳ ଓ ବ୍ରହ୍ମପୁର ପାଇଁ ଗୋଟିଏ ଲେଖାଏଁ କମ୍ପାନୀ ସୀମା ସୁରକ୍ଷା ବାହିନୀ ମୁତୟନ କରାଯିବା ପାଇଁ ସ୍ଥିର କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି।