Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଭାରତରେ ଦ୍ରୁତ ଗତିରେ ବଢୁଛି ଓମିକ୍ରନ୍ ମାମଲା, ନିର୍ବାଚନ ସ୍ଥଗିତ ରଖିବାକୁ କୋର୍ଟଙ୍କ ଅପିଲ୍

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ ନୂତନ ଭାରିଆଣ୍ଟ ଓମିକ୍ରନ୍ ର ସ୍ଥିତି ଧୀରେ ଧୀରେ ଗୁରୁତର ହେବାରେ ଲାଗିଛି। ଦେଶରେ ନୂତନ ଭାରିଆଣ୍ଟର ରୋଗୀମାନଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଆଜି ସକାଳ ପର୍ଯ୍ୟନ୍ତ ଦେଶରେ ଓମିକ୍ରନ୍ ଭାରିଆଣ୍ଟର ୩୫୮ ଟି ମାମଲା ଦେଖିବାକୁ ମିଳିଛି। ଏହି ନୂତନ ଭାରିଆଣ୍ଟ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶର ୧୭ଟି ରାଜ୍ୟରେ ବ୍ୟାପିଛି। ଏକ ଆଶ୍ବସ୍ତିକର ବିଷୟ ହୋଇପାରେ ଯେ, ଏପର୍ଯ୍ୟନ୍ତ ୧୧୪ ରୋଗୀ ଏଥିରୁ ଆରୋଗ୍ୟ ହୋଇସାରିଛନ୍ତି।

ମହାରାଷ୍ଟ୍ରରେ ଓମିକ୍ରନ୍‌ର ସର୍ବାଧିକ ମାମଲା ଦେଖିବାକୁ ମିଳିଛି। ଏଠାରେ ଏହି ଭାରିଆଣ୍ଟ ରୋଗୀଙ୍କ ସଂଖ୍ୟା ୮୮ ରେ ପହଞ୍ଚିଛି। ଏଥି ସହିତ ଦିଲ୍ଲୀରେ ଏପର୍ଯ୍ୟନ୍ତ ୬୭ ଟି ମାମଲା ରୁଜୁ ହୋଇଛି।

ଓମିକ୍ରନ୍ କାରଣରୁ ଜାନୁଆରୀରେ ଦେଶରେ କରୋନା ସଂକ୍ରମଣର ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇବ ଏବଂ ଫେବୃଆରୀରେ କୋଭିଡର ତୃତୀୟ ଲହର ଆସିପାରେ ବୋଲି ଆଶଙ୍କା କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ଆହ୍ଲାବାଦ ହାଇକୋର୍ଟ ଗୁରୁବାର ଦିନ କେନ୍ଦ୍ର ସରକାର ଏବଂ ଭାରତର ନିର୍ବାଚନ ଆୟୋଗକୁ ନିର୍ବାଚନ ସମାବେଶ ଉପରେ ପ୍ରତିବନ୍ଧକ ଲଗାଇବାକୁ ଏବଂ ନିର୍ବାଚନକୁ ସ୍ଥଗିତ ରଖିବାକୁ ଅନୁରୋଧ କରିଛନ୍ତି।

୨୦୨୨ ମସିହାରେ ଉତ୍ତରପ୍ରଦେଶ, ଉତ୍ତରପ୍ରଦେଶ, ପଞ୍ଜାବ, ଗୋଆ ଏବଂ ମଣିପୁରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏଥି ସହିତ ଗୁଜୁରାଟ ଏବଂ ହିମାଚଳ ପ୍ରଦେଶରେ ବର୍ଷ ଶେଷ ସୁଦ୍ଧା ନିର୍ବାଚନ ହୋଇପାରେ। ଏଭଳି ପରିସ୍ଥିତିରେ କୋଭିଡର ଦ୍ୱିତୀୟ ତରଙ୍ଗରୁ ଶିକ୍ଷା ଗ୍ରହଣ କରି ନିର୍ବାଚନକୁ ସ୍ଥଗିତ ରଖିବା ଉଚିତ ବୋଲି କୋର୍ଟ କହିଛନ୍ତି।