Categories
ଜାତୀୟ ଖବର ବିଶେଷ ଖବର

ନିର୍ବାଚନ ଫଳାଫଳ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଣ କହିଲେ ଜାଣନ୍ତୁ

ନୂଆଦ୍ବିଲ୍ଲୀ: ଚାରୋଟି ରାଜ୍ୟର ଫଳାଫଳ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଟୁଇଟ କରି ଜନସାଧାରଣଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ,

‘ ଆମେ ଜନ ଜନାର୍ଦ୍ଦନକୁ ପ୍ରଣାମ କରୁ

ଛତିଶଗଡ, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନର ଫଳାଫଳ ସୂଚାଇ ଦେଇଛି ଯେ ଭାରତର ଲୋକମାନେ ଉତ୍ତମ ଶାସନ ଏବଂ ବିକାଶ ରାଜନୀତି ବିଜେପି ସହ ଅଛନ୍ତି। ମୁଁ ଏହି ରାଜ୍ୟଗୁଡିକର ଲୋକଙ୍କୁ ସେମାନଙ୍କର ନିରନ୍ତର ସମର୍ଥନ ପାଇଁ ଧନ୍ୟବାଦ ଦେଉଛି ଏବଂ ସେମାନଙ୍କୁ ନିଶ୍ଚିତ କରୁଛି ଯେ ଆମେ ସେମାନଙ୍କ କଲ୍ୟାଣ ପାଇଁ ନିରନ୍ତର କାର୍ଯ୍ୟ ଜାରି ରଖିବୁ।

ଦଳୀୟ କର୍ମିମାନେ କଠିନ ପରିଶ୍ରମ କରିଥିବାରୁ ସେମାନଙ୍କୁ ମଧ୍ୟ ବିଶେଷ ଧନ୍ୟବାଦ।  ସେମାନେ ପ୍ରତ୍ୟେକ ଆଦର୍ଶ, ସେମାନେ ନିରନ୍ତର ପରିଶ୍ରମ କରିଛନ୍ତି ଏବଂ ଲୋକଙ୍କ ମଧ୍ୟରେ ଆମର ବିକାଶ ଏଜେଣ୍ଡାକୁ ପହଞ୍ଚାଇ ପାରିଛନ୍ତି। ସେଥିପାଇଁ ତାଙ୍କୁ ଧନ୍ୟବାଦ।’

Categories
ଜାତୀୟ ଖବର ବିଶେଷ ଖବର

ରାଜସ୍ଥାନରେ ବିଜେପି ଗଢିବ ସରକାର, ଯଦି ବସୁନ୍ଧରା ମୁଖ୍ୟମନ୍ତ୍ରୀ ନ ହୁଏନ୍ତି ତେବେ କିଏ ?

ରାଜସ୍ଥାନ ନିର୍ବାଚନ ଫଳାଫଳ ୨୦୨୩: ରାଜସ୍ଥାନରେ ବିଜେପି ଜିତିଛି, ଯଦି ବସୁନ୍ଧରା ରାଜେ ମୁଖ୍ୟମନ୍ତ୍ରୀ ନ ହୁଅନ୍ତି ତେବେ ମୁଖ୍ୟମନ୍ତ୍ରୀ କିଏ ହେବେ? ଏହାକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇବାରେ ଲାଗିଛି। କାରଣ ନିର୍ବାଚନ ପ୍ରଚାର ବେଳେ ଦଳ ବସୁନ୍ଧରା ରାଜେଙ୍କୁ ସଂପୂର୍ଣ୍ଣ ଦାୟିତ୍ବ ଦେଇ ନ ଥିଲା। ସେଥିପାଇଁ ଅନେକ ତାଙ୍କ ମୁଖ୍ୟମନ୍ତ୍ରୀ ହେବା ନେଇ ସନ୍ଦେହ ପ୍ରକଟ କରିଛନ୍ତି।

ତେବେ ବିଜେପିରୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରାର୍ଥୀଙ୍କ ତାଲିକା ଲମ୍ବା। ଏହି ତାଲିକାରେ ପ୍ରାୟ ଏକ ଡଜନ ନାମ ଅଛି। ଆସନ୍ତୁ ଜାଣିବା ରାଜସ୍ଥାନରେ ବିଜେପିର ସିଏମ୍ ଚେହେରା ପାଇଁ ଦୈଡ଼ରେ କେଉଁ ନେତାମାନେ ଅଛନ୍ତି।

ବସୁନ୍ଧରା ରାଜେ

ଦୁଇଥର ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଥିବା ବସୁନ୍ଧରା ରାଜେ ସିଏମ୍ ହେବା ଦୈଡ଼ରେ ଆଗରେ ଅଛନ୍ତି। ସରକାର ଚଳାଇବାରେ ତାଙ୍କର ଅଭିଜ୍ଞତା ରହିଛି। ଆହୁରି ମଧ୍ୟ, ରାଜସ୍ଥାନର ସମସ୍ତ ବିଭାଗ ସହିତ ସଂଯୋଗ ଏବଂ ବିରୋଧୀଙ୍କୁ ନିୟନ୍ତ୍ରଣ କରିବାର କଳା ରହିଛି। ରାଜ୍ୟରେ ଦଳର ଅନ୍ୟତମ ଲୋକପ୍ରିୟ ନେତା ବସୁନ୍ଧରା ରାଜେ।

ବାବା ବାଲାକ ନାଥ

ରାଜସ୍ଥାନରେ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିବା ବିଜେପି ସାଂସଦ ମହନ୍ତ ବାଲକନାଥଙ୍କ ନାମ ମଧ୍ୟ ସିଏମ୍ ଦୈଡ଼ରେ ରହିଛି। ତାଙ୍କୁ ୟୁପି ସିଏମ୍ ଯୋଗୀ ଆଦିତ୍ୟନାଥଙ୍କ ସହ ତୁଳନା କରି ତାଙ୍କୁ ରାଜସ୍ଥାନର ଯୋଗୀ କୁହାଯାଉଛି। କୁହାଯାଉଛି ଯେ ୟୁପି ଭଳି, ଯଦି ବିଜେପି ମଧ୍ୟ ଏଠାରେ ଜଣେ ସାଧୁଙ୍କୁ ମୁଖ୍ୟମନ୍ତ୍ରୀ କରେ ତେବେ କେହି ଆଶ୍ଚର୍ଯ୍ୟ ହେବା ଉଚିତ୍ ନୁହେଁ।

ଦିୟା କୁମାରୀ

ଜୟପୁର ରାଜପରିବାରର ଦିୟା କୁମାରୀ ବର୍ତ୍ତମାନ ବିଜେପି ସାଂସଦ। ତେବେ ବିଧାନସଭା ନିର୍ବାଚନରେ ​​ଦଳ ତାଙ୍କୁ ଏଥର ବିଧାନସଭା ମଇଦାନରେ ଛିଡା ରିଛି। ବିଜେପି ଦିୟା କୁମାରୀଙ୍କୁ ଜୟପୁରର ବିଦ୍ୟାଧରନଗର ଆସନରୁ ପ୍ରାର୍ଥୀ କରିଛି। ଏହି ସିଟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ଖାସ ଲୋକ ନରପତ ସିଂ ରାଜଭୀଙ୍କ ଟିକେଟ୍ କାଟି ଦିଆଯାଇଛି।

ଗଜେନ୍ଦ୍ର ସିଂ ଶେଖୱାତ

ଜୟସଲମର ବାସିନ୍ଦା ଗଜେନ୍ଦ୍ର ସିଂ ଶେଖୱାତ ବର୍ତ୍ତମାନ କେନ୍ଦ୍ର ସରକାରରେ ଜଳ ଶକ୍ତି ମନ୍ତ୍ରୀ ଅଛନ୍ତି। ସେ ଯୋଧପୁର ଲୋକସଭା ଆସନରୁ ସାଂସଦ। ରାଜସ୍ଥାନରେ ଗଜେନ୍ଦ୍ର ସିଂ ଶେଖୱାତଙ୍କ ଭଲ ଲୋକପ୍ରିୟତା ରହିଛି। କୁହାଯାଏ ଯେ ରାଜସ୍ଥାନରେ ଟିକେଟ୍ ବଣ୍ଟନରେ ଶେଖୱାତଙ୍କର ମଧ୍ୟ ବଡ ଭୂମିକା ଥିଲା।

ସିପି ଯୋଶୀ

ସିପି ଯୋଶୀ ବର୍ତ୍ତମାନ ରାଜସ୍ଥାନରେ ବିଜେପିର ରାଜ୍ୟ ସଭାପତି ଅଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ଭଲ ସଂପର୍କରେ ଅଛନ୍ତି। କୁହାଯାଉଛି ଯେ ଯୋଶୀ ମଧ୍ୟ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଅଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର

Election Result: ତିନୋଟି ରାଜ୍ୟରେ ବିଜେପି, ତେଲଙ୍ଗାନାରେ କଂଗ୍ରେସ

ନୂଆଦିଲ୍ଲୀ: ବର୍ତ୍ତମାନ ସୁଦ୍ଧା ଚୁଡାନ୍ତ ଫଳାଫଳ ଆସି ନ ଥିଲେ ମଧ୍ୟ ଆଗୁଆ ସଂଖ୍ୟାକୁ ହିସାବ କଲେ ବର୍ତ୍ତମାନ ବିଜେପି ତିନୋଟି ରାଜ୍ୟରେ ସରକାର ଗଠନ କରିବ। ସେହି ତିନୋଟି ହେଲା ଛତିଶଗଡ, ରାଜସ୍ଥାନ ଏବଂ ମଧ୍ୟ ପ୍ରଦେଶ।

ଏହି ତିନୋଟିରୁ କେବଳ ମଧ୍ୟ ପ୍ରଦେଶରେ ବିଜେପି ସରକାର ଥିଲା। ହେଲେ ଛତିଶଗଡ ଏବଂ ରାଜସ୍ଥାନରେ କଂଗ୍ରେସ ଶାସନ କରୁଥିଲା। ବର୍ତ୍ତମାନ ଫଳାଫଳ ଅନୁସାରେ ବିଜେପି ତାହାର ନିଜ ଶାସିତ ରାଜ୍ୟ ମଧ୍ୟ ପ୍ରଦେଶରେ ପୁଣି ଫେରିଆସିଥିବା ବେଳେ ଦୁଇଟି ଆସନରେ କଂଗ୍ରେସଠାରୁ ଶାସନ ଛଡାଇ ଆଣିଛି।

ସବୁଠାରୁ ଆଶ୍ଚର୍ଯ୍ୟ ଫଳାଫଳ ହେଲା ଛତିଶଗଡ

ଛତିଶଗଡ ରାଜ୍ୟଟିର ଫଳାଫଳ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। କାରଣ ହେଲା ସମସ୍ତେ ଭାବିଥିଲେ ମଧ୍ୟ ଛତିଶଗଡରେ ପୁଣି ଥରେ କଂଗ୍ରେସ ସରକାରକୁ ଆସିବ। କାରଣ ବାଘେଲାଙ୍କ ସେହିପରି ଲୋକପ୍ରିୟତା ରହିଥିଲା। ସେଠାରୁ କେହିକେବେ କଂଗ୍ରେସ ହାରିବ ବୋଲି ଆଶା କରି ନ ଥିଲେ। ହେଲେ ଫଳାଫଳ ସବୁ ଓଲଟପାଲଟ କରିଦେଇଛି।

ତେବେ ରାଜନୈତିକ ବିଶେଷଜ୍ଞଙ୍କ ମତରେ ଛତିଶଗଡରେ କଂଗ୍ରେସ ଜିତିବ ବୋଲି ବହୁ ଉତ୍ସାହିତ ହୋଇପଡିଥିଲା। ଯାହାକୁ ଇଂରାଜୀରେ କହନ୍ତି ଓଭର କନଫିଡେଣ୍ଟ। ଏହା ଫଳରେ ସେହି ରାଜ୍ୟରେ କଂଗ୍ରେସ ଯେପରି ଫୋକସ କରିବା କଥା ତାହା କରିପାରିଲା ନାହିଁ। ସେମାନେ ଅଧିକ ସମୟ ତେଲେଙ୍ଗାନା ମଧ୍ୟ ପ୍ରଦେଶ ଏବଂ ରାଜସ୍ଥାନ ଉପରେ ନଜର ରଖିଲେ।

ରାଜସ୍ଥାନରେ କଂଗ୍ରେସର ଅନ୍ତଃକନ୍ଦଳ ଭାରୀ ପଡିଲା

ରାଜସ୍ଥାନର ଗଣିତ ମଧ୍ୟ ବିଗିଡିଯାଇଛି। କାରଣ ରାଜସ୍ଥାନରେ ମଧ୍ୟ ପୁଣି ଥରେ କଂଗ୍ରେସ ଆସିବ ବୋଲି ସମସ୍ତେ ଆଶା ରଖିଥିଲେ। ହେଲେ ଅନେକ ରାଜସ୍ଥାନ ସ୍ଥିତି ନେଇ କିଛି ମତ ମଧ୍ୟ ଦେଇପାରି ନ ଥିଲେ। କାରଣ ଥିଲା ରାଜସ୍ଥାନରେ ବିଜେପି ସେମିତି କାହାକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଆଗକୁ ଆଣି ନ ଥିଲା।

ହେଲେ ରାଜସ୍ଥାନର ନିର୍ବାଚନ ପ୍ରଚାରକୁ ପୁରା ଅମିତ ସାହା ପରିଚାଳନା କରୁଥିଲେ। ଦିନରାତି ଏକ କରି ସେଠାରେ ଡେରା ପକାଇଥିଲେ। ଗୋଟିଏ ପଟେ କଂଗ୍ରେସର ଅନ୍ତଃକନ୍ଦଳ ଅନ୍ୟପଟେ ଅମିତ ସାହାଙ୍କ ମାରଥନ ପ୍ରଚାର ବିଜେପିକୁ ଜିତିବା ପାଇଁ ସହଜ ହୋଇଥିଲା।

Categories
ଆଜିର ଖବର ଜାତୀୟ ଖବର

ତେଲେଙ୍ଗାନାରେ ବିଆରଏସ ବହୁ ପଛରେ, କଂଗ୍ରେସ ଗଢିବ ସରକାର, ଏମିତି କାହିଁକି ହେଲା

ନୂଆଦିଲ୍ଲୀ: ବର୍ତ୍ତମାନ ଚାରି ରାଜ୍ୟର ବିଧାନସଭା ଭୋଟ ଗଣତି ଚାଲିଛି। ଏଥିରେ ତେଲଙ୍ଗାନା ରାଜ୍ୟର ଫଳାଫଳ ଆଶ୍ଚର୍ଯ୍ୟଜନକ ହୋଇଛି। କାରଣ ଏହି ରାଜ୍ୟର ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରେଡ୍ଡୀ ବେଶ ଲୋକପ୍ରିୟ ଥିଲେ ମଧ୍ୟ ସେ ବହୁ ପଛରେ ରହିଛନ୍ତି। ବର୍ତ୍ତମାନ ସୁଦ୍ଧା ଆସିଥିବା ଫଳାଫଳରୁ ଜଣାପଡିଛି ଯେ,

ବିଜେପି-10

କଂଗ୍ରେସ-65

ବିଆରଏସ-40

ଅନ୍ୟାନ୍ୟ-04

ବିଆରଏସ ଏତେ ପଛରେ ଯିବାର କାରଣ ହେଉଛି ଯେ, ପାର୍ଟିର ନାମ ପରିବର୍ତ୍ତନ କରି କେସିଆର ପ୍ରଥମ ଥର ପାଇଁ ଏହି ନିର୍ବାଚନ ସମ୍ମୁଖୀନ ହୋଇଥିଲେ। କେସିଆର ତାଙ୍କର ଦଳର ନାମ ପ୍ରଥମେ ଟିଆରଏସ ବା ତେଲଙ୍ଗାନା ରାଷ୍ଟ୍ରୀୟ ସମିତି ରଖିଥିଲେ। ଯାହା ତେଲେଙ୍ଗାନା ନାମ ଜଡିତ ଥିଲା। ହେଲେ ଏହାକୁ ଜାତୀୟ ପାର୍ଟି କରିବା ପରେ ତେଲେଙ୍ଗାନା ନାମ ଉଠିଗଲା। ଫଳରେ ତେଲେଙ୍ଗାନା ଲୋକେ ଏହାକୁ ଗ୍ରହଣ କରିପାରି ନାହାଁନ୍ତି।