ପାଟନା: ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ନିତୀଶ କୁମାର ହେବେ। ଏନଡିଏ ବୈଠକରେ ନିତୀଶ କୁମାରଙ୍କ ନାଁ ରେ ମୋହର ଲାଗିଲା। ଏନଡିଏ ନେତା ଭାବେ ନିତୀଶ କୁମାର ନିର୍ବାଚିତ ହୋଇଛନ୍ତି। ଏନେଇ ପର୍ଯ୍ଯବେକ୍ଷକ ରାଜନାଥ ସିଂହ ଘୋଷଣା କରିଥିବା ସୂଚନା ରହିଛି। ସପ୍ତମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ହେବେ ନିତୀଶ। କିଛି ସମୟ ପରେ ସରକାର ଗଠନ ପାଇଁ ରାଜ୍ୟପାଳଙ୍କ ନିକଟରେ ଦାବି କରିପାରନ୍ତି। ହେଲେ ଉପ ମୁଖ୍ୟମନ୍ତ୍ରୀ କିଏ ହେବ ତାହା ସ୍ପଷ୍ଟ ହୋଇନି।
