Categories
ଆଜିର ଖବର ରାଜ୍ୟ ଖବର

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ: ୫ଟି ସ୍ଥାନରେ ଚଢାଉ ଜାରି

ଭୁବନେଶ୍ବର: ବ୍ରହ୍ମପୁର ରୁରାଲ ୱାର୍କ୍ସ ବିଦ୍ୟୁତ ଡିଭିଜନର ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଆଜି ଭିଜିଲାନ୍ସ ବିଭାଗ ଚଢାଉ ଜାରି ରଖିଛି। ଜଣେ ଡିଏସପିଙ୍କ ନେତୃତ୍ଵରେ ନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ସେଠିଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଛାନଭିନ୍ କରାଯାଉଛି।

ଚଢାଉ ବେଳେ ଭିଜିଲାନ୍ସ ବିଭାଗକୁ ଜଗନ୍ନାଥ ଏବଂ ତାଙ୍କ ପୁଅ ଆସହଯୋଗ କରିଥିବା ସୂଚନା ରହିଛି। କିନ୍ତୁ ଘର କବାଟ ଭାଙ୍ଗି ଭିଜିଲାନ୍ସ ବିଭାଗ ଛାନଭିନ୍ କରିଥିବା ଜଣାପଡିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଜଗନ୍ନାଥ ସେଠିଙ୍କ ଘରୁ ପ୍ରାୟ ୧୬ ଲକ୍ଷ ୭୦ ହଜାର ଟଙ୍କା ମିଳିଥିବା ସୂଚନା ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ବ୍ରିଜ୍ ଭାଙ୍ଗିବା ଘଟଣାରେ ନିର୍ବାହୀ ଯନ୍ତ୍ରୀ ସସ୍‌ପେଣ୍ଡ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ ବ୍ଲକର ତମିଆ ନିକଟରେ ଥିବା ସୁକତେଲ ବ୍ରିଜ ଭାଙ୍ଗିବା ଘଟଣାରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ପ୍ରଶାସନ ତରଫରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ପାଟଣାଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ପ୍ରଶାସନ ନିଲମ୍ବିତ କରିଛି। ରାଜ୍ୟ ସରକାର ନିର୍ବାହୀ ଯନ୍ତ୍ରୀ ଆନ୍ଥୋନି କିଷାନଙ୍କୁ ନିଲମ୍ବନ କରିଛନ୍ତି । ତାଙ୍କର ସ୍ଥାନରେ ନିର୍ବାହୀ ଯନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ଆଚାର୍ଯ୍ୟଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ସୂଚନାଯୋଗ୍ୟ, ଗତ ଏପ୍ରିଲ 29 ତାରିଖରେ ସୁକତେଲ ନଦୀ ଉପରେ ନିର୍ମିତ ବ୍ରିଜ ଭୁଶୁଡ଼ିବାରୁ 2 ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିଲା ଓ ଜଣେ ଗୁରୁତର ହୋଇଥିଲେ ।