Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ହରିଡାପଦର ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକକୁ ନିର୍ମମ ହତ୍ୟା

ମାନସ ପୂର୍ଣ୍ଣ ଆଚାର୍ଯ୍ୟ
ଆସିକା: ଆସିକା କୋଟିନଡା ଥାନା ଅନ୍ତର୍ଗତ ହରିଡାପଦର ଗାଁରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ହରିଡାପଦର ଗାଁର ଜଣେ ଯୁବକ ସୁରେଶ ଡାକୁଆ ଓ ତାର ବାପା ଉଭୟ ମିଶି ଜଣେ ହରିଜନ ଯୁବକ ସଞ୍ଜୟ ନାୟକକୁ ନିର୍ମମ ହତ୍ୟା କରିଥିବା ଅଭିଯୋଗ ଥାନାରେ ହୋଇଛି। ମୃତ ବ୍ୟକ୍ତିର ଭଉଣି ଆସିକା ନିକଟସ୍ଥ କୋଟିନଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ରବିବାର ଦିନ ପ୍ରାୟ ୧୧ଟା ବେଳେ ଗ୍ରାମର ବଡସାହିରେ ମାରଣାସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଛନ୍ତି। ଖବର ପାଇ ଆସିକା ପୋଲିସ ଏସଡିପିଓ ଉମାଶଙ୍କର ସିଂ, କୋଟିନଡା ଥାନା ଅଧିକାରୀ କୃଷ୍ଣ ସିଂ ସମେତ ପୋଲିସ ବାହିନୀ ଗାଁରେ ପହଁଚି ଥିଲେ। ମୃତ ଶବକୁ ଜବତ କରି ପୋଲିସ ଆସିକା ସବଡିଭିଜନ ମେଡିକାଲକୁ ପୋଷ୍ଟ ମର୍ଟମ ପାଇଁ ପଠାଇଛନ୍ତି। ଏହି ଘଟଣା ବିରୋଧରେ ଥାନାରେ ଲିଖୀତ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି।

ହରିଡାପଦର ଗାଁରେ ସବର୍ଣ୍ଣ ଓ ଅସବର୍ଣ୍ଣ ବିବାଦ ଦିର୍ଘ ଦିନ ଧରି ଲାଗି ରହିଥିଲା। ଏହି ବିବାଦ ଯୋଗୁଁ ସବୁବେଳେ ହରିଡାପଦର ଗାଁରେ ଗଣ୍ଡଗୋଳ ହେଉଥିଲା। ହରିଜନ ଗ୍ରାମର ଲୋକ ସ୍ଥାନୀୟ ପ୍ରଶାସନର ଅନୁମତିରେ ଏକ ଏସଏଚଜି ଗ୍ରୁପ ଜରିଆରେ ଗାଁ ବନ୍ଧରେ ମାଛ ଛାଷ ପାଇଁ ଅନୁମତି ପାଇଥିଲେ। କିନ୍ତୁ ଗାଁର ଜଣେ ବଳଶାଳୀ ଯୁବକ ଯିଏ ବିଜେଡିର ଯୁବ ନେତା ସୁରେଶ ଡାକୁଆ ସବୁବେଳେ ବିରୋଧ କରି ଆସୁଥିଲେ। ଏନେଇ ହରିଡାପଦର ଗାଁରେ ହରିଜନ ଲୋକଙ୍କୁ ନିଆପାଣି ବାସନ୍ଦ କରାଯାଇଥିଲା। ସେହି ଦିନ ଠାରୁ ହରିଡାପଦର ଗାଁରେ ବିବାଦ ଲାଗି ରହିଥିଲା। ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନର ଉପସ୍ତିତିରେ ମଧ୍ୟ ଏହାର ସମାଧାନ ହୋଇଥିଲା। ତଥାପି ସବର୍ଣ୍ଣ ଓ ଅସବର୍ଣ୍ଣ ଗୋଷ୍ଠି ମଧ୍ୟରେ ବିବାଦ ଲାଗି ରହିଥିଲା।

ଏହି ବିବାଦ ଯୋଗୁଁ ଆଜି ଯୁବକକୁ ନିର୍ମମ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି। ସେପଟେ ସାହି ବାସିନ୍ଦା ପକ୍ଷରୁ ପୋଲିସ ପ୍ରଶାସନର ଅବହେଳା ଯୋଗୁଁ ଆଜି ଗୋଟିଏ ଜୀବନ ଚାଲି ଗଲା ବୋଲି କୁହାଯାଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ମିଟର ରିଡରଙ୍କୁ ନିର୍ମମ ହତ୍ୟା

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ତାରାସିଂ ଥାନା ଅନ୍ତର୍ଗତ କୁପାଟି ଗ୍ରାମରେ ଲକ୍ଷ୍ମୀ ନାରାୟଣ ତ୍ରିପାଠୀ ନାମକ ଜଣେ ମିଟର ରିଡରଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ନିହତ ଲକ୍ଷ୍ମୀ ନାରାୟଣଙ୍କ ଘର ଗାଲେରୀ ଗ୍ରାମ ବୋଲି ଜଣାପଡ଼ିଛି। ଆଜି ସେ କୁପାଟି ଗ୍ରାମକୁ ମିଟର ରିଡିଂ ପାଇଁ ଯାଇଥିବା ବେଳେ ଗୋବିନ୍ଦ ସେଠୀ ନାମକ ଜଣେ ବ୍ୟକ୍ତି ବିଦ୍ୟୁତ ବିଲ୍ ଅଧିକ ଆସୁଥିବା ବିଷୟରେ ପାଟିତୁଣ୍ଡ କରିଥିଲେ। ଏହାକୁ ନେଇ ଗୋବିନ୍ଦ ଏତେ କ୍ରୋଧିତ ହୋଇଥିଲେ ଯେ,  ଏକ ଧାରୁଆ ଅସ୍ତ୍ରରେ ଲକ୍ଷ୍ମୀ ନାରାୟଣଙ୍କ ବେକକୁ ଆଘାତ କରିଥିଲେ। ଯାହାଫଳରେ ଲକ୍ଷ୍ମୀ ନାରାୟଣଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ତାଙ୍କୁ ବଞ୍ଚାଇବାକୁ ଯାଇ ଅନ୍ୟ ଜଣଙ୍କ ହାତରେ ଗଭୀର ଆଘାତ ଲାଗିଛି।

ଆକ୍ରମଣକାରୀ ଗୋବିନ୍ଦ ତଳେ ପଡିଯିବାରୁ ସେ ମଧ୍ୟ ଗୁରୁତର ଆହତ ହୋଇ ପୋଲିସ ଜରିଆରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏହି ସବୁ ଘଟଣା ପରେ ପୋଲିସ ଘଟଣାସ୍ଥଳରେ ପହଂଚି ମୃତ ଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଗୁଣିଗାରେଡି ସନ୍ଦେହରେ ଜଣଙ୍କୁ ନିର୍ମମ ହତ୍ୟା, ଜଣେ ଅଟକ

କନ୍ଦର୍ପ ବେହେରା
ରେଢ଼ାଖୋଲ: ଆଜି ସମ୍ବଲପୁର ଜିଲ୍ଲା କିସିଣ୍ଡା ଥାନା ଅଂଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଗୁଣିଗାରେଡ଼ି ସନ୍ଦେହରେ ଜଣଙ୍କୁ ହତ୍ୟା କରିଥିବା ଜଣା ପଡ଼ିଛି।

ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ କିସିଣ୍ଡା ଥାନା ପାଣିମୁରା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଡିମିରିକୁଦା ଗ୍ରାମରେ ଗୁଣିଗାରେଡି ସନ୍ଦେହରେ ସୋମବାର ରାତିରେ ଗାଁର ଜଣେ ବ୍ୟକ୍ତିଙ୍କୁ ଘରେ ପଶି ଵିଭତ୍ସ ଭାବେ ହତ୍ୟା କରା ଯାଇଥିଲା। ମୃତ ବ୍ୟକ୍ତି ଜଣଙ୍କ ହେଲେ କିସିଣ୍ଡା ଥାନା ଅନ୍ତର୍ଗତ ଡିମିରିକୁଦା ଗ୍ରାମର ଶୁକ୍ରୁ ମାଝୀ (୫୦)। ଖବର ପାଇ କିସିଣ୍ଡା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଖବରରୁ ଯାହା ଜଣା ପଡିଛି, ଡିମିରିକୁଦା ଗାଁର ମୃତକ ଶୁକ୍ରୃ ମାଝୀ ଘରେ ଠାକୁର ପୂଜା କରନ୍ତି। ହେଲେ ସେହି ଗାଁର ସଞ୍ଜୁ ମାଝୀଙ୍କ ୪ ବର୍ଷ ପୁଅର ଗତ କିଛି ଦିନ ତଳେ ମୃତ୍ୟୁ ହୋଇଯାଇଥିଲା। ସେଥିପାଇଁ ସଞ୍ଜୁ ମାଝୀର ପରିବାର ଶୁକ୍ରୃ ଗୁଣି ଗାରେଡି କରି ପୁଅକୁ ମାରିଦେଇଥିବା ସନ୍ଦେହ କରି ପୂର୍ବରୁ ବହୁବାର ଗଣ୍ଡଗୋଳ କରି ଆସୁଥିଲେ। ହେଲେ ଗୁଣିଗାରେଡିକୁ ସନ୍ଦେହ କରି ସୋମବାର ବିଳମ୍ବିତ ରାତିରେ ସଞ୍ଜୁ ମାଝୀ କାଠ ଫାଳିଆ ଓ ଟାଙ୍ଗିଆରେ ଘରକୁ ପଶି ନିର୍ମମ ଭାବେ ହତ୍ୟା କରିଥିଲେ। ଏହାକୁ ଦେଖି ଶୁକ୍ରୃର ସ୍ତ୍ରୀ ରତନୀ ମାଝୀ ସେମାନଙ୍କୁ ଦେଖି ଲୁଚି ପଳାଇ ଯାଇଥିଲେ ବୋଲି ଥାନାରେ ଅଭିଯୋଗ କରିଛନ୍ତି।

ଏସମ୍ପର୍କରେ ଖବର ପାଇ ଘଟଣା ସ୍ଥଳରେ ରେଢ଼ାଖୋଲ ପୋଲିସ ଏସଡିପିଓ ପ୍ରଶାନ୍ତ କୁମାର ମେହେର, କିସିଣ୍ଡା ଥାନା ଆଇଆଇସି ଅଞ୍ଜଳି କୁମ୍ଭାର ପ୍ରମୁଖ ସଦଳ ବଳେ ପହଞ୍ଚି ଅଭିଯୁକ୍ତ ସଂଜୁ ମାଝିକୁ ଅଟକ ରଖି ତଦନ୍ତ କରୁଛି। ତଦନ୍ତରୁ ଗୁଣିଗାରେଡି ସନ୍ଦେହରେ ହତ୍ୟାକାଣ୍ଡ ହୋଇ ଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ହତ୍ୟାକାଣ୍ଡ ଘଟଣାର ଅଧିକ ତଦନ୍ତ କରିବା ପାଇଁ ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ପହଞ୍ଚି ଅଧିକ ତଦନ୍ତ କରିଥିବା ବେଳେ ଶବ ବ୍ୟବଛେଦ ପାଇଁ ରେଢ଼ାଖୋଲ ପଠାଯାଇଛି

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପରିବାର 4 ଜଣଙ୍କୁ ନିର୍ମମ ଭାବେ ହତ୍ୟା

ସମୀକ୍ଷା ବ୍ୟୁରୋ

ବଣାଇ : ଗୋଟିଏ ପରିବାରର ଚାରିଜଣଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ଏପରି ଏକ ଘଟଣା ବଣାଇର ଦେଉଳହୁଡି ଗ୍ରାମରେ ହୋଇଥିବାର ସୂଚନା ମିଳିଛି । ସ୍ବାମୀ, ସ୍ତ୍ରୀ ଓ ଦୁଇ ଶିଶୁଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି । ମୃତ ଦୁଇ ଶିଶୁଙ୍କ ମଧ୍ୟରେ ଜଣେ 7 ବର୍ଷର ଝିଅ ଥିବାବେଳେ 6 ବର୍ଷର ପୁଅ ମଧ୍ୟ ରହିଛି ।  ପାରିବାରିକ କଳହରୁ ଏହି ହତ୍ୟା ହୋଇଥିବାର ସୂଚନା ମିଳିଥିବାବେଳେ ମୃତକଙ୍କ ସାନଭାଇକୁ ଅଟକ ରଖି ପୋଲିସ୍‌ ପଚରା ଉଚୁରା କରୁଛି ।