Categories
ଅନ୍ତରାଷ୍ଟ୍ରୀୟ ଖେଳ ଜାତୀୟ ଖବର ବିଶେଷ ଖବର

ଭାରତ ଫେରିବା ପରେ ଅଲିମ୍ପିକ ପଦକ ବିଜୟିନୀ ପି.ଭି. ସିନ୍ଧୁଙ୍କୁ ଭବ୍ୟ ସ୍ଵାଗତ

ନୂଆଦିଲ୍ଲୀ, ପ୍ରଥମ ଭାରତୀୟ ମହିଳା ଭାବେ ଲଗାତାର ଦୁଇଟି ଅଲିମ୍ପିକ୍ସ କ୍ରୀଡ଼ାରେ ପଦକ ଜିତି ଇତିହାସ ରଚିଥିବା ତାରକା ବ୍ୟାଡମିଣ୍ଟନ ଖେଳାଳୀ ପି. ଭି. ସିନ୍ଧୁ ସ୍ଵଦେଶ ଫେରିବା ପରେ ତାଙ୍କୁ ଭବ୍ୟ ସ୍ଵାଗତ କରାଯାଇଛି। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଅନୁରାଗ ସିଂ ଠାକୁର ତାଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ। ଟୋକିଓ ୨୦୨୦ ଅଲିମ୍ପିକ୍ସରେ ପ୍ରତିପକ୍ଷ ଖେଳାଳୀ ହି ବିଂ ଜିଆଓଙ୍କୁ ସିଧାସଳଖ ଗେମରେ ପରାସ୍ତ କରି ସେ ବ୍ରୋଞ୍ଜ ପଦକ ହାସଲ କରିଥିଲେ।

ସିନ୍ଧୁ ଓ ତାଙ୍କ କୋଚ ପାର୍କ ତାଏ ସ୍ୟାଙ୍ଗଙ୍କୁ ଏକ ଭବ୍ୟ ସମାରୋହରେ ସମ୍ବର୍ଦ୍ଧନା ଜଣାଇବା ଅବସରରେ ଶ୍ରୀ ଠାକୁରଙ୍କ ସହିତ କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ, କେନ୍ଦ୍ର ସଂସ୍କୃତି, ପଯ୍ୟଟନ ଏବଂ ଉତ୍ତର-ପୂର୍ବାଞ୍ଚଳ ବିକାଶ ମନ୍ତ୍ରୀ ଜି କିଷନ ରେଡ୍ଡୀ ଏବଂ ଯୁବବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ଶ୍ରୀ ନିଷିଥ ପରମାଣିକ, କ୍ରୀଡ଼ା ସଚିବ ଶ୍ରୀ ରବି ମିତ୍ତଲ ଏବଂ କ୍ରୀଡ଼ା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ସିନ୍ଧୁଙ୍କ ମାତାପିତା ପି ବିଜୟା ଏବଂ ପିଭି ରମନା ହାଇଦ୍ରାବାଦରୁ ଏହି କାର‌୍ୟ୍ୟକ୍ରମ ପାଇଁ ବିଶେଷ ଭାବେ ଯାତ୍ରା କରିଥିଲେ। ସାଂସଦ ଶ୍ରୀ ଶ୍ୟାମବାବୁ ରାଓ, ବନ୍ଦି ସଞ୍ଜୟ କୁମାର, ଅରବିନ୍ଦ ଧର୍ମପୁରୀ ଏବଂ ଟିଜି ଭେଙ୍କଟେଶ ମଧ୍ୟ ଏହି କାର‌୍ୟ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

କାର୍ଯ୍ୟକ୍ରମରେ ଶ୍ରୀ ଠାକୁର କହିଥିଲେ, “ପିଭି ସିନ୍ଧୁ ଭାରତର ପରିଚୟ ଓ ପ୍ରେରଣା ଏବଂ ଦେଶ ପାଇଁ ଖେଳିବାକୁ ସ୍ଵପ୍ନ ଦେଖୁଥିବା ପ୍ରତ୍ୟେକ ଭାରତୀୟଙ୍କୁ ସେ ଅନୁପ୍ରାଣିତ କରିଛନ୍ତି । ପିଭି ସିନ୍ଧୁ ଭାରତର ମହାନ ଅଲିମ୍ପିଆନମାନଙ୍କ ମଧ୍ୟରୁ ଅନ୍ୟତମ । ସେ କହିଥିଲେ ଯେ ଟୋକିଓ ଅଲିମ୍ପିକ୍ସ ପାଇଁ ଗସ୍ତ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ସହିତ ଆଲୋଚନା କରିଥିଲେ। ସେହିପରି ସିନ୍ଧୁ ପଦକ ଜିତିବା ପରେ ପ୍ରଥମ ବ୍ୟକ୍ତି ଭାବେ ପ୍ରଧାନମନ୍ତ୍ରୀ ତାଙ୍କୁ ଫୋନ କରି ଶୁଭେଚ୍ଛା ଜଣାଇଥିଲେ। ସିନ୍ଧୁ ତାଙ୍କର ପ୍ରଦର୍ଶନ ଦ୍ବାରା ୧୩୦ କୋଟି ଭାରତୀୟଙ୍କୁ ଗୌରବାନ୍ବିତ କରିଛନ୍ତି।

କାର୍ଯ୍ୟକ୍ରମରେ ଅତ୍ୟନ୍ତ ଉଲ୍ଲସିତ ଦେଖାଯାଉଥିବା ସିନ୍ଧୁ କହିଥିଲେ ଯେ ସେ ସେମିଫାଇନାଲରେ ବିଜୟୀ ହୋଇପାରି ନ ଥିବାରୁ ଦୁଃଖିତ, ତେବେ ଲଗାତାର ଦୁଇଟି ଅଲିମ୍ପିକ୍ସରେ ପଦକ ଜିତିଥିବାରୁ ଆନନ୍ଦିତ। କାର‌୍ୟ୍ୟକ୍ରମରେ କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ କହିଥିଲେ ଯେ ସିନ୍ଧୁ ଜଣେ ମହାନ କ୍ରୀଡ଼ା ତାରକା ଏବଂ ସେ ବାରମ୍ବାର ଏହାକୁ ପ୍ରମାଣିତ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ରେଡ୍ଡୀ ଓ କେନ୍ଦ୍ରମନ୍ତ୍ରୀ ଶ୍ରୀ ପରମାଣିକ ମଧ୍ୟ ସିନ୍ଧୁଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ସୂଚନାଯୋଗ୍ୟ ଯେ ଅଲିମ୍ପିକ୍ସ ପାଇଁ ସିନ୍ଧୁଙ୍କୁ ପ୍ରସ୍ତୁତ କରିବା ଲାଗି ଭାରତ ସରକାର ପାଖାପାଖି ୪ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ତାଙ୍କୁ ୫୨ଟି ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବା ଏବଂ ତାଙ୍କ ପାଇଁ ହାଇଦ୍ରାବାଦରେ ପ୍ରଶିକ୍ଷଣ କାର‌୍ୟ୍ୟକ୍ରମର ଆୟୋଜନ କରିବା ଲାଗି ସୁବିଧା ଯୋଗାଇ ଦିଆଯାଇଥିଲା। ତେଲଙ୍ଗାନା ସରକାରଙ୍କ ସହ ମିଶି ତାଙ୍କ ପାଇଁ ଅଲିମ୍ପିକ୍ସ ଗେମ ପୂର୍ବରୁ ଗୋଚ୍ଛିବୋଲି ଷ୍ଟାଡିୟମରେ ପ୍ରଶିକ୍ଷଣ ବ୍ୟବସ୍ଥା କରାଯାଇଥିଲା।

ମହିଳା ଭାରୋତ୍ତୋଳକ ମୀରାବାଇ ଚାନୁ ୪୯ କିଗ୍ରା ବର୍ଗରେ ରୋପ୍ୟ ପଦକ ହାସଲ କରିବା ପରେ ଦ୍ବିତୀୟ ଭାରତୀୟ ଖେଳାଳୀ ଭାବେ ସିନ୍ଧୁ ଟୋକିଓ ଅଲିମ୍ପିକ୍ସରେ ପଦକ ହାସଲ କରିଛନ୍ତି। ସେହିପରି ଭାରତ ପାଇଁ ପଦକ ସମ୍ଭାବନା ସୃଷ୍ଟି କରିଥିବା ବକ୍ସର ଲୋଭଲିନା ବୋର୍ଗୋହେନ ୬୯ କିଗ୍ରା ବର୍ଗର ସେମି ଫାଇନାଲରେ ତୁର୍କୀର ବୁସେନାଜ ସୁର୍ମେନେଲିଙ୍କୁ ବୁଧବାର ଦିନ ଭେଟିବେ।

Categories
ଜାତୀୟ ଖବର ବିଶେଷ ଖବର

ବ୍ୟାଙ୍କ ବନ୍ଦ ହେବାର ୯୦ ଦିନ ମଧ୍ୟରେ ଆକାଉଣ୍ଟଧାରୀଙ୍କୁ ମିଳିବ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁରକ୍ଷା: କେନ୍ଦ୍ର ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ବ୍ୟାଙ୍କ ବନ୍ଦ ହେବାର ୯୦ ଦିନ ମଧ୍ୟରେ ଆକାଉଣ୍ଟଧାରୀଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁରକ୍ଷା ପ୍ରଦାନ କରିବାକୁ ଡିଆଇସିଜିସି ଅଧିନିୟମରେ ସଂଶୋଧନ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି। ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ ଜମା ବୀମା ଏବଂ କ୍ରେଡିଟ୍ ଗ୍ୟାରେଣ୍ଟି କର୍ପୋରେସନ୍ (ଡିସିଆଇସିସି) ଅଧିନିୟମରେ ସଂଶୋଧନ ସହିତ ଜମା ବୀମା ପରିସର ବୃଦ୍ଧି ପାଇବ ଏବଂ ଏହି ଅଧୀନରେ ୯୮.୩ ପ୍ରତିଶତ ବ୍ୟାଙ୍କ ଆକାଉଣ୍ଟଧାରୀ ସମ୍ପୂର୍ଣ୍ଣ ସୁରକ୍ଷିତ ରହିବେ। ଏହାସହ ଆଜି ସୀମିତ ଆକାଉଣ୍ଟାବିଲିଟି ପାର୍ଟନରସିପ୍ (LLP) ଅଧିନିୟମରେ ସଂଶୋଧନକୁ ମଧ୍ୟ ସରକାର ଅନୁମୋଦନ କରିଛି। ଏହାର ଉଦ୍ଦେଶ୍ୟ ହେଉଛି ଆଇନ ଅନୁଯାୟୀ ବିଭିନ୍ନ ବ୍ୟବସ୍ଥାକୁ ଅପରାଧିକ ବର୍ଗରୁ ପୃଥକ କରିବା ଏବଂ ଦେଶରେ ବ୍ୟବସାୟ କରିବା ସହଜ କରିବା।

ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଏହି ଅନୁମୋଦନ ସହିତ ଅଧିନିୟମରେ ମୋଟ ଦଣ୍ଡବିଧାନ ବ୍ୟବସ୍ଥା ୨୨ ରେ ପହଞ୍ଚିବ ଏବଂ ଆପୋଷ ବୁଝାମଣା ମାଧ୍ୟମରେ ମାମଲା ସମାଧାନ ଦ୍ଵାରା ଅପରାଧ ସଂଖ୍ୟା ମାତ୍ର ସାତକୁ ହ୍ରାସ ପାଇବ। ଆହୁରି ମଧ୍ୟ, ଗମ୍ଭୀର ଅପରାଧର ସଂଖ୍ୟା କେବଳ ତିନି ହେବ ଏବଂ ଡିଫଲ୍ଟ ସମ୍ବନ୍ଧୀୟ ବ୍ୟବସ୍ଥା ୧୨ କୁ ହ୍ରାସ ପାଇବ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

୮ଟି ବଡ ସହରକୁ ଛାଡି ଅନ୍ୟଗୁଡିକର ସ୍ବାସ୍ଥ୍ୟ ସେବା ବିକାଶ ପାଇଁ ୫୦ ହଜାର କୋଟି ଟଙ୍କାର ପ୍ୟାକେଜ

ନୂଆଦିଲ୍ଲୀ, ଗତକାଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କରୋନା ମୁକାବିଲା ପାଇଁ ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି। ସେଥିରେ ବ୍ୟବସାୟିକ କ୍ଷେତ୍ରକୁ ୧.୧ ଲକ୍ଷ କୋଟି ଟଙ୍କାର ଅତିରିକ୍ତ ଋଣ ପ୍ରଦାନ ହେବ । ସେଥି ମଧ୍ୟରେ ସ୍ୱାସ୍ଥ୍ୟ କ୍ଷେତ୍ରକୁ ୫୦,୦୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରାଯାଇଛି।

ସ୍ୱାସ୍ଥ୍ୟ କ୍ଷେତ୍ରରେ ଯେଉଁସବୁ ବିଭାଗକୁ ଏହି ଅର୍ଥର ପ୍ରବାହ ଘଟିବ ସେଥିରେ ପଛୁଆ କ୍ଷେତ୍ରର ମେଡ଼ିକାଲ ସଂସାଧନକୁ ବିଶେଷ ଭାବେ ଲକ୍ଷ୍ୟ ରଖାଯାଇଛି । ୮ଟି ମେଟ୍ରୋପୋଲିଟାନ୍‍ ନଗରୀକୁ ଛାଡ଼ି ଅନ୍ୟାନ୍ୟ ସହରର ସ୍ୱାସ୍ଥ୍ୟ ଏବଂ ମେଡ଼ିକାଲ ସଂସାଧନ ସଂପ୍ରସାରଣ ନିମନ୍ତେ ଏହି ଅର୍ଥ ପ୍ରଦାନ ଦ୍ୱାରା ଗ୍ୟାରେଣ୍ଟି ପ୍ରଦାନ କରାଯିବ । ତେବେ ଏହି ଗ୍ୟାରେଣ୍ଟି କଭର  ସଂପ୍ରସାରଣର ୫୦% ପୂରଣ କରିବ ଏବଂ ନୂତନ ପ୍ରକଳ୍ପ କ୍ଷେତ୍ରରେ ତାହା ୭୫% ପର୍ଯ୍ୟନ୍ତ ଯୋଗାଇ ଦିଆଯିବ ।

ଆକାଂକ୍ଷା ଜିଲ୍ଲାମାନଙ୍କ କ୍ଷେତ୍ରରେ ଏହି ଗ୍ୟାରେଣ୍ଟି କଭର୍‍ ୭୫% ପର୍ଯ୍ୟନ୍ତ ଉପଲବ୍ଧ ହେବ। ଯାହାକି ଉଭୟ ନୂତନ ତଥା ସମ୍ପ୍ରସାରଣ ପ୍ରକଳ୍ପ ପାଇଁ ପ୍ରଯୁଜ୍ୟ ହେବ । ଏହି ଯୋଜନାରେ ସର୍ବାଧିକ ଋଣ ୧୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଗ୍ରହଣୀୟ ହେବ ଏବଂ ଏଥିପାଇଁ ୩ ବର୍ଷର ଗ୍ୟାରେଣ୍ଟି ଅବଧି ରହିବ ।

ବ୍ୟାଙ୍କମାନେ ଏଥି ସକାଶେ ସର୍ବାଧିକ ୭.୯୫% ସୁଧ ଦାବି କରିପାରିବେ । ଅନ୍ୟାନ୍ୟ କ୍ଷେତ୍ରମାନଙ୍କ ସକାଶେ ଏହି ଋଣ ବାର୍ଷିକ ୮.୨୫ ହାରରେ ଉପଲବ୍‍ଧ ହେବ । ତେଣୁ ଏହି ଯୋଜନା ମାଧ୍ୟମରେ ଉପଲବ୍ଧ ଋଣ ସାଧାରଣ ସୁଧ ତୁଳନାରେ ଅଧିକ ଶସ୍ତା ହେବ ଏବଂ ଏହାର  ୧୦-୧୧% ଉପରେ କୌଣସି ଗ୍ୟାରେଣ୍ଟି ରହିବନାହିଁ ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

କୋଭିଡ ମୁକାବିଲା ପାଇଁ କେନ୍ଦ୍ର ସରକାର ଘୋଷଣା କଲେ ୬ ଲକ୍ଷ ୨୮,୯୯୩ କୋଟି ଟଙ୍କାର ପ୍ୟାକେଜ

ନୂଆଦିଲ୍ଲୀ, କୋଭିଡ ମହାମାରୀ ବିରୋଧରେ ସଂଗ୍ରାମ ମଧ୍ୟରେ ଅର୍ଥନୀତିକୁ ପୁନର୍ଜୀବିତ କରିବା ପାଇଁ କେନ୍ଦ୍ର ସରକାର ଆଜି ୬,୨୮,୯୯୩ କୋଟି ଟଙ୍କାର ରିଲିଫ ପ୍ୟାକେଜ ଘୋଷଣା କରିଛନ୍ତି। ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ପ୍ୟାକେଜ ଘୋଷଣା କରିଛନ୍ତି। ଏଥିମଧ୍ୟରେ ଆଠଟି ଅର୍ଥନୈତିକ ପ୍ୟାକେଜ୍ ମଧ୍ୟ ଅନ୍ତର୍ଭୁକ୍ତ, ସେଥିମଧ୍ୟରୁ ଚାରିଟି ସମ୍ପୂର୍ଣ୍ଣ ନୂତନ ହୋଇଥିବାବେଳେ ଗୋଟିଏ ବିଶେଷ ଭାବରେ ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ଉଦ୍ଧିଷ୍ଠ।

ଅର୍ଥମନ୍ତ୍ରୀ କହିଛନ୍ତି ଯେ ରିଲିଫ୍ ପ୍ୟାକେଜ ମଧ୍ୟରେ କୋଭିଡ ପ୍ରଭାବିତ ଅଞ୍ଚଳ ପାଇଁ ଏକ ଲକ୍ଷ କୋଟିରୁ ଅଧିକ ଋଣ ଗ୍ୟାରେଣ୍ଟି ଯୋଜନା ରହିଛି। ଏଥିରୁ ପଚାଶ ହଜାର କୋଟି ଟଙ୍କା ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ବିନିଯୋଗ ହେବ। ସେ କହିଛନ୍ତି ଯେ ଏହି ଆର୍ଥିକ ସାହାଯ୍ୟରେ ସ୍ୱାସ୍ଥ୍ୟ କ୍ଷେତ୍ରର ଭିତ୍ତିଭୂମି ଆଧୁନିକୀକରଣ ପାଇଁ କାର‌୍ୟ୍ୟ କରାଯିବ। ଅର୍ଥମନ୍ତ୍ରୀ କହିଛନ୍ତି ଯେ ଏହି ଋଣ ଗ୍ୟାରେଣ୍ଟି ଯୋଜନା ସ୍ୱାସ୍ଥ୍ୟ କ୍ଷେତ୍ର ପ୍ରକଳ୍ପର ସମ୍ପ୍ରସାରଣ ଏବଂ ଆଠଟି ବଡ ସହର ବ୍ୟତୀତ ଅନ୍ୟ କେତେକ ସହରରେ ନୂତନ ଯୋଜନା ଆରମ୍ଭ କରିବା ପାଇଁ ନିଷ୍ପତି ନିଆଯାଇଛି।

ନିର୍ମଳା ସୀତାରମଣ ମଧ୍ୟ ଆତ୍ମନିର୍ଭର ଭାରତ ଯୋଜନା ଅନ୍ତର୍ଗତ ମେ ୨୦୨୦ ରେ ଆରମ୍ଭ ହୋଇଥିବା ଜରୁରୀକାଳୀନ କ୍ରେଡିଟ୍ ଲାଇନ୍ ଗ୍ୟାରେଣ୍ଟି ଯୋଜନା ପାଇଁ ୧.୫ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍ ମଧ୍ୟ ଘୋଷଣା କରିଛନ୍ତି। ଏହି ଯୋଜନାର ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ପର‌୍ୟ୍ୟାୟରେ ୧୨ ଟି ସରକାରୀ କ୍ଷେତ୍ର ଏବଂ ୨୫ ଟି ଘରୋଇ କ୍ଷେତ୍ର ବ୍ୟାଙ୍କ ଏବଂ ୩୧ ଟି ଅଣ ବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀ ଏପର‌୍ୟ୍ୟନ୍ତ ୨ ଲକ୍ଷ ୩୯ ହଜାର କୋଟି ଟଙ୍କା ଋଣ ଦେଇଛନ୍ତି। ସେ କହିଛନ୍ତି ଯେ ବ୍ୟବସାୟୀଙ୍କ ପାଇଁ ଋଣ ଗ୍ୟାରେଣ୍ଟି ସୀମା ୩ ଲକ୍ଷ କୋଟିରୁ ୪.୫ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି।

ଅନ୍ୟ ଏକ ରିଲିଫ୍ ବ୍ୟବସ୍ଥାରେ ଅର୍ଥମନ୍ତ୍ରୀ ମଧ୍ୟ ୨୫ ଲକ୍ଷ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ଋଣ ଗ୍ୟାରେଣ୍ଟି ଯୋଜନା ଘୋଷଣା କରିଛନ୍ତି। ଏହା ଅଧୀନରେ କ୍ଷୁଦ୍ର ଏବଂ ଅଣ ବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀଗୁଡ଼ିକ ପକ୍ଷରୁ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ୨..୨୫ ଲକ୍ଷ ଟଙ୍କା ପର‌୍ୟ୍ୟନ୍ତ ଋଣ ଉପଲବ୍ଧ ହେବ ।

କରୋନା ଦ୍ୱାରା ପ୍ରଭାବିତ ପର‌୍ୟ୍ୟଟନ କ୍ଷେତ୍ରକୁ ପୁନର୍ଜୀବିତ କରିବା ପାଇଁ ପର‌୍ୟ୍ୟଟନ କ୍ଷେତ୍ର ସହ ଜଡିତ ୧୧ ହଜାର ପଞ୍ଜୀକୃତ ପର‌୍ୟ୍ୟଟକ ଗାଇଡ୍ ଏବଂ ହିତାଧିକାରୀଙ୍କ ପାଇଁ ଅର୍ଥମନ୍ତ୍ରୀ ଏକ ବଡ ରିଲିଫ୍ ପ୍ୟାକେଜ୍ ମଧ୍ୟ ଘୋଷଣା କରିଛନ୍ତି। ଏହା ଅଧୀନରେ ଟ୍ରାଭେଲ ଏବଂ ଟୁର୍ ଏଜେନ୍ସିମାନଙ୍କୁ ୧୦୦% ଗ୍ୟାରେଣ୍ଟି ସହିତ ୧୦ ଲକ୍ଷ ଟଙ୍କା ପର‌୍ୟ୍ୟନ୍ତ ଋଣ ଦିଆଯିବ ଜ୍ଝ ରାଜ୍ୟ ତଥା ଆଞ୍ଚଳିକ ସ୍ତରର ପଞ୍ଜୀକୃତ ତଥା ଲାଇସେନ୍ସପ୍ରାପ୍ତ ପର‌୍ୟ୍ୟଟନ ଗାଇଡମାନେ ୧ ଲକ୍ଷ ଟଙ୍କା ପର‌୍ୟ୍ୟନ୍ତ ଋଣ ନେଇପାରିବେ।

ଅର୍ଥମନ୍ତ୍ରୀ ବିଦେଶୀ ପର‌୍ୟ୍ୟଟକଙ୍କ ପାଇଁ ପାଞ୍ଚ ଲକ୍ଷ ଭିସା ମାଗଣାରେ ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ଏହି ଯୋଜନା ୩୧ ମାର୍ଚ୍ଚ ୨୦୨୦ ପର‌୍ୟ୍ୟନ୍ତ କିମ୍ବା ପାଞ୍ଚ ଲକ୍ଷ ଭିସା ପ୍ରଦାନ ପର‌୍ୟ୍ୟନ୍ତ ପ୍ରଯୁଜ୍ୟ ହେବ। ଜଣେ ପର‌୍ୟ୍ୟଟକ ଏହି ଯୋଜନାର ଲାଭ କେବଳ ଥରେ ପାଇବେ। ଏହି ସମ୍ପୂର୍ଣ୍ଣ ଯୋଜନା ଅଧୀନରେ ୧୦୦ କୋଟି ଟଙ୍କା ସହାୟତା ପ୍ରଦାନ କରାଯିବ।

ସୀତାରାମଣ ମଧ୍ୟ ଆତ୍ମ ନିର୍ଭର ଭାରତ ରୋଜଗର ଯୋଜନାର ଅବଧି ୩୦ ଜୁନ୍ ୨୦୨୧ ରୁ ୩୧ ମାର୍ଚ୍ଚ ୨୦୨୨ ପର‌୍ୟ୍ୟନ୍ତ ବୃଦ୍ଧି କରିବାକୁ ଘୋଷଣା କରିଥିଲେ। ଗତ ବର୍ଷ ଅକ୍ଟୋବରରେ ଏହି ଯୋଜନା ଆରମ୍ଭ କରାଯାଇଥିଲା। ଏହାର ଉଦ୍ଦେଶ୍ୟ ହେଉଛି କର୍ମଚାରୀ ପ୍ରୋଭିଡେଣ୍ଟ ପାଣ୍ଠି ସଂଗଠନ ମାଧ୍ୟମରେ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ନିଯୁକ୍ତିଦାତାଙ୍କୁ ସାହାଯ୍ୟ କରିବା।

ଅର୍ଥମନ୍ତ୍ରୀ କହିଛନ୍ତି ଯେ ଏହି ମାସର ୧୮ ତାରିଖ ପର‌୍ୟ୍ୟନ୍ତ ଏହି ଯୋଜନା ଅନ୍ତର୍ଗତ ୭୯ ହଜାର ୫୭୭ ପ୍ରତିଷ୍ଠାନର ୨୧ ଲକ୍ଷ ୪୨ ହଜାର ହିତାଧିକାରୀଙ୍କୁ ୯୦୨ କୋଟି ଟଙ୍କା ପ୍ରଦାନ କରାଯାଇଛି। ଊଇଚ ଏବଂ ଚଘକ ପରି ସାର ପାଇଁ ୧୪,୭୭୫ କୋଟି ଟଙ୍କା ଅତିରିକ୍ତ ସବସିଡି ପ୍ରଦାନ କରିବାକୁ ସରକାରଙ୍କ ପୂର୍ବ ନିଷ୍ପତ୍ତି ବିଷୟରେ ସେ ସୂଚନା ଦେଇଛନ୍ତି।

କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଅନ୍ନ ଯୋଜନାର ଅବଧିକୁ ସମ୍ପ୍ରସାରଣ ବିଷୟରେ ମଧ୍ୟ ସୂଚନା ଦେଇଛନ୍ତି। ଏହା ଅଧୀନରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ହିତାଧିକାରୀମାନଙ୍କୁ ଏହି ବର୍ଷ ମେ ରୁ ନଭେମ୍ବର ପର‌୍ୟ୍ୟନ୍ତ ପ୍ରତ୍ୟେକ ମାସରେ ପାଞ୍ଚ କିଲୋଗ୍ରାମ ଖାଦ୍ୟ ଶସ୍ୟ ମାଗଣାରେ ଦିଆଯିବ। ଏଥିପାଇଁ ମୋଟ ୯୩ ହଜାର ୮୬୯ କୋଟି ଟଙ୍କା ଖର୍ଚ୍ଚ ହେବ।

ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ଦିଆଯାଇଥିବା ଘୋଷଣା ଉପରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ ଏଥିପାଇଁ ୨୩,୨୨୦ କୋଟି ଟଙ୍କା ଧାର‌୍ୟ୍ୟ କରାଯାଇଛି। ଚଳିତ ଆର୍ଥିକ ବର୍ଷରେ ଏହା କେବଳ ଶିଶୁ ଏବଂ ଶିଶୁ ସ୍ୱାସ୍ଥ୍ୟ ସେବାରେ ଖର୍ଚ୍ଚ ହେବ। ସ୍ୱାସ୍ଥ୍ୟ ବିଭାଗରେ ମାନବ ସମ୍ବଳକୁ ସକ୍ଷମ କରିବା ପାଇଁ ଡାକ୍ତରୀ ଛାତ୍ର ଏବଂ ନର୍ସିଂ ଛାତ୍ରମାନଙ୍କ ତାଲିମ ଉପରେ ମଧ୍ୟ ଧ୍ୟାନ ଦିଆଯିବ ବୋଲି ସେ କହିଛନ୍ତି। ଡାକ୍ତରଖାନାଗୁଡ଼ିକରେ ଆଇସିୟୁ ଶଯ୍ୟା ଯୋଗାଣ ଏବଂ ଜିଲ୍ଲା ତଥା ଉପ-ଜିଲ୍ଲା ସ୍ତରରେ ଅମ୍ଳଜାନ ଯୋଗାଣ ଉପରେ ମଧ୍ୟ ଧ୍ୟାନ ଦିଆଯିବ।

ପୁଷ୍ଟିହୀନତାର ମୁକାବିଲା ତଥା କୃଷକଙ୍କ ଆୟ ବଢାଇବା ପାଇଁ ଅର୍ଥମନ୍ତ୍ରୀ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ତରଫରୁ ଏହିପରି କିସମର ଫସଲର ବିକାଶ ବିଷୟରେ ସୂଚନା ଦେଇଛନ୍ତି, ଯାହା ପୁଷ୍ଟିକର ପରିମାଣରେ ଭରପୂର ଏବଂ ଯେ କୌଣସି ପ୍ରକାର ଜଳବାୟୁରେ ବଞ୍ଚିପାରିବ।

ଉତ୍ତର ପୂର୍ବାଞ୍ଚଳ ଆଞ୍ଚଳିକ କୃଷି ମାର୍କେଟିଂ ନିଗମର ଆର୍ଥିକ ପୁନଃନିର୍ମାଣ ପାଇଁ ଅର୍ଥମନ୍ତ୍ରୀ ୭୭୭ କୋଟି ୪୫ ଲକ୍ଷ ଟଙ୍କା ରିଲିଫ ପ୍ୟାକେଜ ମଧ୍ୟ ଘୋଷଣା କରିଛନ୍ତି। ଆସନ୍ତା ପାଞ୍ଚ ବର୍ଷ ପାଇଁ ଜାତୀୟ ରପ୍ତାନି ବୀମା ଆକାଉଣ୍ଟ ପାଇଁ ଅତିରିକ୍ତ ୩୩ ହଜାର କୋଟି ଟଙ୍କା ବ୍ୟବସ୍ଥା କରାଯାଇଥିବା ସେ କହିଛନ୍ତି। ରପ୍ତାନି ବୀମା କଭରେଜକୁ ୮୮ ହଜାର କୋଟି ଟଙ୍କାକୁ ବୃଦ୍ଧି କରିବାକୁ ରପ୍ତାନି କ୍ରେଡିଟ୍ ଗ୍ୟାରେଣ୍ଟି କର୍ପୋରେସନ ଅତିରିକ୍ତ ପୁଞ୍ଜି ଲଗାଇବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି।

ଅର୍ଥମନ୍ତ୍ରୀ କହିଛନ୍ତି ଯେ ସରକାରୀ ଏବଂ ବେସରକାରୀ ଭାଗିଦାରୀ ମାଧ୍ୟମରେ ଭାରତ ନେଟ ମଡେଲ ଅନ୍ତର୍ଗତ ପ୍ରତ୍ୟେକ ଗ୍ରାମରେ ବ୍ରଡବ୍ୟାଣ୍ଡ ସୁବିଧା ଯୋଗାଇବା ପାଇଁ ୧୯,୪୧ କୋଟି ଟଙ୍କା ଅତିରିକ୍ତ ବ୍ୟବସ୍ଥା କରିଛନ୍ତି।

ସୀତାରାମଣ ସୂଚନା ଦେଇଛନ୍ତି ଯେ ଇଲେକ୍ଟ୍ରୋନିକ୍ ସାମଗ୍ରୀର ବୃହତ ଉତ୍ପାଦନକାରୀଙ୍କ ପାଇଁ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଯୋଜନା ୨୦୨୫-୨୬ ପର‌୍ୟ୍ୟନ୍ତ ବୃଦ୍ଧି କରାଯାଇଛି। ୨୦୨୦-୨୧ ରେ ଏହି ଯୋଜନା ଅଧୀନରେ କରାଯାଇଥିବା ବିନିଯୋଗଗୁଡିକ ୨୦୨୫-୨୬ ପର‌୍ୟ୍ୟନ୍ତ ବୈଧ ବୋଲି ବିବେଚନା କରାଯିବ।

ବିଦ୍ୟୁତ୍ କ୍ଷେତ୍ର ପାଇଁ ଅର୍ଥମନ୍ତ୍ରୀ ୩ ଲକ୍ଷ କୋଟିରୁ ଅଧିକ ଟଙ୍କା ଆବଣ୍ଟନ କରିଛନ୍ତି। ଏହି ଟଙ୍କା ବିଦ୍ୟୁତ୍ ଲାଇନ ବଜାୟ ରଖିବା ଏବଂ ବିଦ୍ୟୁତ୍ ପରିବହନ ଭିତ୍ତିଭୂମିରେ ଉନ୍ନତି ଆଣିବା ପାଇଁ ବ୍ୟବହୃତ ହେବ । ସେ କହିଛନ୍ତି ଯେ ୨୫ କୋଟି ସ୍ମାର୍ଟ ମିଟର ଏବଂ ଦଶ ହଜାର ଫିଡର ଏବଂ ଚାରି ଲକ୍ଷ କିଲୋମିଟର ଖଞ  ଲାଇନ ସ୍ଥାପନ କରିବାର ଯୋଜନା ରହିଛି।

Categories
ଫଟୋ ଖବର

ବହୁ ଦିନ ବ୍ୟବଧାନ ପରେ ଆଜି ନର୍ଥ ବ୍ଲକସ୍ଥିତ କାର୍ଯ୍ୟାଳୟକୁ ଫେରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ, ସମସ୍ତ କେନ୍ଦ୍ରମନ୍ତ୍ରୀ ଆସି କାମ କରିବା ପାଇଁ ପ୍ରଧାନମନ୍ତ୍ରୀ ଆାହ୍ବାନ ଦେବା ପରେ ବର୍ତ୍ତମାନ ବିଭିନ୍ନ ମନ୍ତ୍ରୀ ସେମାନଙ୍କ କାର୍ଯ୍ୟାଳୟରେ ଯୋଗଦେବାରେ ଲାଗିଛନ୍ତି। ସେହିପରି ନର୍ଥବ୍ଲକ ଅଫିସରେ ନିଜ କାର୍ଯ୍ୟରେ ଯୋଗଦେବା ପାଇଁ ଆସିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

Categories
ଆଜିର ଖବର ରାଜ୍ୟ ଖବର

ନିର୍ମଳାଙ୍କୁ ଚିଠି ଲେଖିଲେ ନିରଞ୍ଜନ ପୂଜାରୀ

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ୟେସ୍‌ ବ୍ୟାଙ୍କରେ ଶ୍ରୀଜଗନ୍ନାଥଙ୍କ 545 କୋଟି ଟଙ୍କା ଜମା ରହିଥିବାବେଳେ ଏହି ପ୍ରସଙ୍ଗକୁ ନେଇ ନିରଞ୍ଜନ ଚିଠି ଲେଖିଛନ୍ତି। ଜମା ଟଙ୍କା ଉଠାଣ ପାଇଁ ଆରବିଆଇକୁ ନିର୍ଦ୍ଦେଶ ଦେବାକୁ ନିରଞ୍ଜନ ଏହି ଚିଠି ମାଧ୍ୟମରେ ଅନୁରୋଧ କରିଛନ୍ତି। ୟେସ୍‌ ବ୍ୟାଙ୍କରେ ପୁରୀର ଅର୍ବାନ୍‌ କୋ ଅପରେଟିଭ୍‌ ବ୍ୟାଙ୍କର ଟଙ୍କା ମଧ୍ୟ ରହିଛି। ୟେସ୍‌ ବ୍ୟାଙ୍କର ଜଗନ୍ନାଥଙ୍କ ଟଙ୍କା ଜମା ରଖିବାକୁ ନେଇ ଉଭୟ ବିଜେପି ଓ କଂଗ୍ରେସ ବିଜେଡିକୁ ଟାର୍ଗେଟ୍‌ ମଧ୍ୟ କରିଛନ୍ତି।