Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ବୃଦ୍ଧି ହେଲା ନିର୍ମାଣ ଶ୍ରମିକଙ୍କ ପେନ୍‌ସନ, ଜାଣନ୍ତୁ କେତେ ?

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ନିର୍ମାଣ ଶ୍ରମିକ ମାନଙ୍କ ପେନ୍‌ସନ ବୃଦ୍ଧି ସଂପର୍କରେ ଘୋଷଣା କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ‘ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ’ ଅଧୀନରେ ପଞ୍ଜୀକୃତ ହୋଇଥିବା ନିର୍ମାଣ ଶ୍ରମିକ ମାନଙ୍କ ପେନ୍‌ସନ ରାଶିରେ ବୃଦ୍ଧି କରାଯାଇଛି। ଏମାନେ ସମସ୍ତେ ନିର୍ମାଣ ଶ୍ରମିକ ପେନ୍‌ସନ ଯୋଜନାରେ ଉପକୃତ ହେଉଛନ୍ତି।

ସୂଚନାଯୋଗ୍ୟ ଯେ 5-T ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ସମୟରେ ବିଭିନ୍ନ ଅଞ୍ଚଳରେ ନିର୍ମାଣ ଶ୍ରମିକ ଓ ସେମାନଙ୍କ ପ୍ରତିନିଧିମାନେ ଏଥିପାଇଁ ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏ ବିଷୟରେ ଅବଗତ ହେବା ପରେ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି ।

ଏହି ନୂତନ ନିଷ୍ପତ୍ତି ଅନୁଯାୟୀ ୬୦ ବର୍ଷ ଅତିକ୍ରମ କରିଥିବା ନିର୍ମାଣ ଶ୍ରମିକ ମାନେ ଏଣିକି ୫୦୦ ଟଙ୍କା ପରିବର୍ତ୍ତେ ୧୦୦୦ ଟଙ୍କା ମାସିକ ପେନ୍‌ସନ ପାଇବେ। ସେହିପରି ୮୦ ବର୍ଷ ବୟସରୁ ଉର୍ଦ୍ଧ୍ବ ନିର୍ମାଣ ଶ୍ରମିକ ମାନେ ୭୦୦ ଟଙ୍କା ପରିବର୍ତ୍ତେ ୧୨୦୦ ଟଙ୍କା ପାଇବେ ।

ଏହି ନୂତନ ପେନ୍‌ସନ ୨୦୨୪ ଫେବୃଆରୀ ମାସରୁ ପିଚ୍ଛିଲା ଭାବେ ଲାଗୁ ହେବ। ଏ ବାବଦରେ ଆବଶ୍ୟକୀୟ ଖର୍ଚ୍ଚ ଓଡିଶା କୋଠାବଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ବହନ କରିବ।

Categories
ଆଜିର ଖବର ରାଜ୍ୟ ଖବର

ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ୨୫୯ ଜଣ ଶ୍ରମିକଙ୍କୁ ୧ କୋଟି ୧୮ ଲକ୍ଷ ଟଙ୍କାର ସହାୟତା ପ୍ରଦାନ

ଭୁବନେଶ୍ୱର: ଆଜି ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଯୁଗ୍ମ ଶ୍ରମ ଆୟୁକ୍ତ, କାର୍ଯ୍ୟାଳୟ, ଭୁବନେଶ୍ୱର ଦ୍ୱାରା ପରଚାଳିତ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ଶିବିର ଗୀତ ଗୋବିନ୍ଦ ଭବନଠାରେ ଅନୁଷ୍ଠିତ ହୋଇଯାଇଅଛି।

ଏହି ଶିବିରରେ କଲ୍ୟାଣ ବୋର୍ଡ ଅଧୀନରେ ପଂଜିକୃତ ୭୨ ଜଣ ଶ୍ରମିକଙ୍କ ଉତ୍ତରାଧିକାରୀ ବା ମନୋନିତ ବ୍ୟକ୍ତିଙ୍କୁ ମୃତ୍ୟୁକାଳୀନ ଓ ଅନ୍ତେଷ୍ଟିକ୍ରୀୟା ସହାୟତା ବାବଦରେ ୭୫ ଲକ୍ଷ ୭୦ ହଜାର ଟଙ୍କା, ବିବାହକାଳୀନ ସହାୟତା ବାବଦରେ ୭୨ ଜଣଙ୍କୁ ୩୪ ଲକ୍ଷ ୫୦ ହଜାର ଟଙ୍କା ସହାୟତା ରାଶି, ଶିକ୍ଷା ସହାୟତା ବାବଦରେ ୧୦୭ ଜଣଙ୍କୁ ୭ ଲକ୍ଷ ୬୭ ହଜାର ଟଙ୍କା, ପ୍ରସବକାଳୀନ ସହାୟତା ବାବଦରେ ୮ ଜଣଙ୍କୁ ୮୦ ହଜାର ଟଙ୍କା ପ୍ରଦାନ କରାଯାଇଛି। ଏଥିରେ ସର୍ବମୋଟ ୨୫୯ ଜଣଙ୍କୁ ୧ କୋଟି ୧୮ ଲକ୍ଷ ୬୭ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଥିଲା।

ଏହି ଶିବିରରେ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ବୋର୍ଡର ଅଧ୍ୟକ୍ଷା ଶ୍ରୀମୟୀ ଶେ୍ୱତାସ୍ନିଗ୍ଧା ମିଶ୍ର, ମୁଖ୍ୟ ଅତିଥି ଏବଂ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ, ଓଡ଼ିଶାର ଶ୍ରମ ଆୟୁକ୍ତ ଡାକ୍ତର ଏନ .ତିରୁମାଲା ନାୟକ ଓ ଅତିରିକ୍ତ ଶ୍ରମ ଆୟୁକ୍ତ ନୀଳାମ୍ବର ମିଶାଲ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ୨୪୩ ଜଣ ନୂତନ ଭାବେ ପଂଜିକୃତ ନିର୍ମାଣ ଶ୍ରମିକଙ୍କୁ ପରିଚୟପତ୍ର ବଣ୍ଟନ କରାଯାଇଥିଲା ।

ଏହି ଶିବିରକୁ ବିଭାଗିୟ ଶ୍ରମ ଆୟୁକ୍ତ ଭୁବନେଶ୍ୱର ଶ୍ରୀ ପ୍ରଣବ କୁମାର ପାତ୍ର ପରିଚାଳନା କରିଥିଲେ। ସହକାରୀ ଶ୍ରମ ଅଧିକାରୀ ଶ୍ରୀ ପ୍ରଭାକର ବିଶ୍ୱାଳ ସ୍କିମ ବିଷୟରେ ଶ୍ରମିକମାନଙ୍କୁ ଅବଗତ କରାଇଥିଲେ। ସହକାରୀ ଶ୍ରମ ଅଧିକାରୀ ରଶ୍ମିତା କୁମାରୀ ପାତ୍ର, ବିକାଶ କୁମାର ନାୟକ ଏବଂ କଲ୍ୟାଣ ସଂଯୋଜକ ଲମ୍ବୋଦର ରାଉତ ଓ ଡାଟା ଏଣ୍ଟ୍ରି ଅପରେଟର ଶ୍ରୀ ଶିବ ପ୍ରସାଦ ମହାପାତ୍ର ଯୋଗ ଦେଇଥିଲେ। ପରିଶେଷରେ ପିପାସା ମହାପାତ୍ର, ସହକାରୀ ଶ୍ରମ ଅଧିକାରୀ, ଭୁବନେଶ୍ୱର ଧନ୍ୟବାଦ ଅର୍ପଣ କରିଥିଲେ।

 

Categories
ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀ: ଯୁଗ ଶ୍ରମ ଆୟୁକ୍ତ କାର୍ଯ୍ୟାଳୟ ଦ୍ଵାରା ନିର୍ମାଣ ଶ୍ରମିକମାନଙ୍କ ସହାୟତା ଶିବିର ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଆଜି ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ଯୁଗ ଶ୍ରମ ଆୟୁକ୍ତ, କାର୍ଯ୍ୟାଳୟ, ଭୁବନେଶ୍ୱର ଦ୍ଵାରା ପରଚାଳିତ ଏକ ସହାୟତା ଶିବିର ସ୍ଥାନୀୟ ଟାଙ୍ଗୀ ବ୍ଲକରେ ଅବସ୍ଥିତ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଶିବିରରେ କଲ୍ୟାଣ ବୋର୍ଡ ଅଧୀନରେ ପଂଜିକୃତ ୨୧ ଜଣ ଶ୍ରମିକମାନଙ୍କୁ ମୃତ୍ୟୁକାଳୀନ ସହାୟତା ବାବଦରେ ୩୮,୦୦,୦୦ ଓ ୨୧ ଜଣ ଶ୍ରମିକଙ୍କୁ ଅନ୍ତେଷ୍ଟିକ୍ରୀୟା ସହାୟତା ବାବଦରେ ୧,୦୫,୦୦୦ ଟଙ୍କା, ବିବାହ କାଳୀନ ସହାୟତା ମଧ୍ୟମରେ ୦୫ ଜଣ ଙ୍କୁ ୨,୫୦,୦୦୦- ଟଙ୍କା ସହାୟତା ରାଶି, ପ୍ରସବ କାଳୀନ ସହାୟତ ବାବଦରେ ୫ ଜଣ ଙ୍କୁ ୫୦,୦୦୦ଟଙ୍କା, ଶିକ୍ଷା ସହାୟତା ବାବଦରେ ୩୫ଜଣ ଙ୍କୁ ୧,୪୮,୪୦୦)/- ଟଙ୍କା ସର୍ବମୋଟ ୮୭ ଜଣଙ୍କୁ ୪୩,୫୩,୪୦୦ /- ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଥିଲା।

ଏହି ଶିବିରରେ ଖୋର୍ଦ୍ଧା ବିଧାୟକ ଜିତେନ୍ଦ୍ର ନାଥ ମିତ୍ର ଅଧ୍ୟକ୍ଷତା କରିଥିଲେ। ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ବୋର୍ଡର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀଙ୍କର ଏହି ପ୍ରୟାସକୁ ହୃଦୟଙ୍ଗମ କରି ଆହୁରି ଅଧିକରୁ ଅଧିକ ଶ୍ରମିକ ଭାଇ ଓ ଭଉଣୀ ମାନେ ଏଥିରେ ଅନ୍ତର୍ଭୁକ୍ତ କରିବାକୁ ଅବଲୋକ କରାଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷ, ବିଡ଼ିଓ, ସରପଞ୍ଚ ତଥା ଅନ୍ୟାନ୍ୟ ପଦାଧିକାରୀ ମଧ୍ୟ ଯୋଗ ଦେଇଥିଲେ।

ପୁନଶ୍ଚ, ୨୮୧ ଜଣ ନୂତନ ଭାବେ ପଂଜିକୃତ ନିର୍ମାଣ ଶ୍ରମିକ ମାନଙ୍କୁ ପଞ୍ଜିକରଣ ପତ୍ର ବଣ୍ଟନ କରାଯାଇଥିଲା ପ୍ରଭଗୀୟ ଶ୍ରମ ଆୟୁକ୍ତ ପ୍ରଣବ କୁମାର ପାତ୍ର ଏହାକୁ ପରିଚାଳନା କରିଥିଲେ। ସହକାରୀ ଶ୍ରମ ଅଧିକାରୀ ବିକାଶ ନାୟକ ସ୍କିମ ବିଷୟରେ ଲୋକ ମାନଙ୍କୁ ଅବଗତ କରାଇଥିଲେ। ସହକାରୀ ଶ୍ରମ ଅଧିକାରୀ ଚନ୍ଦନ ମାଝୀ , ପ୍ରଭାକର ବିଶ୍ବାଳ, ରଶ୍ମିତା ପାତ୍ର, ମୋନାଲିସା ଜେନା ଏବଂ କଲ୍ୟାଣ ସଂଯୋଜକ ଲମ୍ବୋଦର ରାଉତ ସହିତ ଅନ୍ୟାନ୍ୟ ଅଧିକାରୀ ମଧ୍ୟ ଯୋଗଦେଇ ଥିଲେ।ପରିଶେଷରେ ବାଲୁଗାଁ ସହକାରୀ ଶ୍ରମ ଅଧିକାରୀ ଚନ୍ଦନ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ସହାୟତା ଶିବିର

ଭୁବନେଶ୍ଵର: ଆଜି ଯୁଗ୍ମ ଶ୍ରମ ଆୟୁକ୍ତ, କାର୍ଯ୍ୟାଳୟ, ଭୁବନେଶ୍ୱର ଦ୍ଵାରା ପରଚାଳିତ ଏକ ସହାୟତା ଶିବିର ସ୍ଥାନୀୟ ସତ୍ୟ ନଗର ସ୍ଥିତ ବ୍ଲାଇଣ୍ଡ ଆସୋସିଏସନଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଶିବିରରେ କଲ୍ୟାଣ ବୋର୍ଡ ଅଧୀନରେ ପଂଜିକୃତ ୪୮ ଜଣ ଶ୍ରମିକଙ୍କୁ ମୃତ୍ୟୁ କାଳୀନ ଓ ଅନ୍ତେଷ୍ଟିକ୍ରୀୟା ସହାୟତା ବାବଦରେ ୪୯,୨୦,୦୦୦ ଟଙ୍କା, ବିବାହ କାଳୀନ ସହାୟତା ବାବଦରେ ୨୨ ଜଣଙ୍କୁ ୧୧,୦୦,୦୦୦/- ଟଙ୍କା ସହାୟତା ରାଶି, ପ୍ରସବ କାଳୀନ ସହାୟତା ବାବଦରେ ୨ ଜଣଙ୍କୁ ୨୦,୦୦୦ଟଙ୍କା, ଶିକ୍ଷା ସହାୟତା ବାବଦରେ ୧୮ଜଣ ଙ୍କୁ ୫୪,୦୦୦/- ଟଙ୍କା ସର୍ବମୋଟ ୯୦ ଜଣଙ୍କୁ ୬୦,୯୪,୦୦୦ /- ଟଙ୍କା ର ସହାୟତା ରାଶି ପ୍ରଦାନ କରାଯାଇଥିଲା।

ଏହା ଶିବିରରେ ସାରଦା ପ୍ରସାଦ ନାୟକ, ମାନ୍ୟବର ମନ୍ତ୍ରୀ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ । ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ବୋର୍ଡର ମାନ୍ୟବର ଅଧ୍ୟକ୍ଷ। ଶ୍ରୀମୟୀ ଶ୍ଵେତ। ସ୍ନିଗ୍ଧା ମିଶ୍ର ଓ ମାନ୍ୟବର ବିଧାୟକ, ମଧ୍ୟ, ଭୁବନେଶ୍ୱର ଶ୍ରୀ ଅନନ୍ତ ନାରାୟଣ ଜେନା, ମେୟର କଟକ ସୁବାସ ସିଂହ, ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କର ଏହି ଯୁଗାନ୍ତକାରୀ ଯୋଜନାରେ ଆହୁରି ଅଧିକରୁ ଅଧିକ ଶ୍ରମିକ ଭାଇ ଓ ଭଉଣୀମାନଙ୍କୁ ଅନ୍ତର୍ଭୁକ୍ତ କରିବାକୁ ଆହ୍ଵାନ ଦେଇଥିଲେ। ପୁନଶ୍ଚ, ୨୩୩ ଜଣ ନୂତନ ଭାବେ ପଂଜୀଜିକୃତ ନିର୍ମାଣ ଶ୍ରମିକଙ୍କୁ ପଞ୍ଜିକରଣ ପତ୍ର ବଣ୍ଟନ କରାଯାଇଥିଲା ।

ଏହି ଶିବିରରେ ମଧ୍ୟ ନିର୍ବାଚନ ମଣ୍ଡଳୀର କର୍ପୋରେଟରମାନେ ଯୋଗ ଦେଇଥିଲେ। ପ୍ରଭଗୀୟ ଶ୍ରମ ଆୟୁକ୍ତ, ପ୍ରଣବ କୁମାର ପାତ୍ର ଏହାକୁ ପରିଚାଳନା କରିଥିଲେ। ସହକାରୀ ଶ୍ରମ ଅଧିକାରୀ କାଳୀ ପୁତ୍ର କୁଲଦୀପ ପ୍ରସାଦ, ପିପାସା ମହାପାତ୍ର ଏବଂ ସୌମ୍ୟା ରଞ୍ଜିତା ଦଳାଇ ଏବଂ ଅନ୍ୟାନ୍ୟ ଅଧିକାରୀମାନେ ଯୋଗଦେଇ ଥିଲେ । ଭୁବନେଶ୍ୱରର ସହକାରୀ ଶ୍ରମ ଅଧିକାରୀ ପ୍ରଭାକର ବିଶ୍ଵାଳ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲାର ଜୟୀ ରାଜଗୁରୁ ଟାଉନ ହଲ ଠାରେ ପୂର୍ବାହ୍ନ 11 ଟାରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିରର ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶ୍ରୀମୟୀ ଶ୍ଵେତା ସ୍ନିଗ୍ଧା ମିଶ୍ର, ଅଧ୍ୟକ୍ଷା, ଓଡ଼ିଶା କୋଠା ବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ, ଭୁବନେଶ୍ୱର ଅଧ୍ୟକ୍ଷତା କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୁପଶ୍ରା ରାଣୀ ଗୁମାନ ସିଂହ, ଅଧ୍ୟକ୍ଷା, ପୋୖର ପରିଷଦର ଅଧ୍ୟକ୍ଷା କନକ ଲକ୍ଷ୍ମୀ ମହାନ୍ତି, ମହିଳା ସଭାନେତ୍ରୀ ଗୀତା ପାଟ୍ଟଶାଣୀ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଜ୍ୟୋତ୍ସାମୟୀ ଆଚାର୍ଯ୍ୟ ପ୍ରମୁଖ ଯୋଗଦାନ କରିଥିଲେ।

ଡିଭିଜନାଲ ଲେବର କମିଶନର, ଖୋର୍ଦ୍ଧା, ସ୍ଵାଗତ ଭାଷଣ ରଖିଥିବା ବେଳେ ବିକାଶ କୁମାର ନାୟକ, ସହକାରୀ ଶ୍ରମ ଅଧିକାରୀ, ଖୋର୍ଦ୍ଧା ବିଶଦ ଭାବେ ଯୋଜନା ବିଷୟରେ ବିବରଣୀ ରଖିଥିଲେ।

ଓଡ଼ିଶା ସରକାରଙ୍କ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ କାର୍ଯ୍ୟକ୍ରମ ଜରିଆରେ ଶ୍ରମିକ ମାନେ କିପରି ସାମାଜିକ ସୁରକ୍ଷା ପାଇଵେ ଏବଂ ଅର୍ଥନୀତି କ୍ଷେତ୍ରରେ ‌ସେମାନେ କିପରି ଆଗକୁ ଆସି ପାରିବେ ଏ ସବୁ ପାଇଁ ଜନ କଲ୍ୟାଣ କାର୍ଯ୍ୟକ୍ରମ।

ଆଜି ଏହି କାର୍ଯ୍ୟକ୍ରମରେ 225 ଜଣ ଶ୍ରମିକଙ୍କର ନୂତନ ଭାବେ ପଞ୍ଜିକରଣ, ମୋଟ 349 ଜଣଙ୍କୁ ଆର୍ଥିକ ସହାୟତା ଯଥା କ୍ରମେ 85ଜଣଙ୍କୁ ଶିକ୍ଷା କ୍ଷେତ୍ରରେ ସହାୟତା 5,75,000.00,
ବୈବାହିକ ଆର୍ଥିକ ସହାୟତା ଜଣଙ୍କୁ 50,000.00 ଲେଖା 10ଜଣଙ୍କୁ 500000.00, ପ୍ରସୁତିକାଳିନ ମହିଳାମାନଙ୍କ ସହାୟତା ଜଣଙ୍କୁ 10,000 ଲେଖାଏଁ 9 ଜଣଙ୍କୁ 90,000.00 ଏବ ମୃତ୍ୟୁକାଳିନ ଏବଂ ଅନ୍ତେଷ୍ଟି କ୍ରିୟା ନିମନ୍ତେ 20ଜଣଙ୍କୁ41,00,000.00 ମୋଟ 52,65,000.00 ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।

ନିର୍ମାଣ ଶ୍ରମିକ ମାନଙ୍କର ପଞ୍ଜିକରଣ ଆଵେଦନ 20.00, ବାର୍ଷିକ ନବୀକରଣ ଦେୟ 50.00, ସହାୟତା ଆବେଦନ ପାଇଁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ। ଏହା ଅନ୍ ଲାଇନ୍ ସେଵାରେ ଉପଲବ୍ଧ ହୋଇପାରିବ।

ପଞ୍ଜିକରଣ ଆଵେଦନ 18 ବର୍ଷ ରୁ ଉର୍ଦ୍ଧ 60ବର୍ଷ ରୁ କମ୍ ହୋଇଥିବା ଆବଶ୍ୟକ। ଭୋଟର କାର୍ଡ, ବ୍ୟାଙ୍କ୍ ପାସଵୁକ ନକଲ, ପାସପୋର୍ଟ ସାଇଜ ଫଟ ଜବ୍ କାର୍ଡ ର ନକଲ ରାସନ କାର୍ଡ, ଆଧାର ‌କାର୍ଡ ପ୍ରଭୃତି ଆବଶ୍ୟକ। ଶେଷରେ ପି ପି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।