Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପତ୍ନୀକୁ ନିର୍ଯ୍ୟାତନା ଅଭିଯୋଗରେ ସ୍ବାମୀ ଗିରଫ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ମସିହାଖାଲି ଗ୍ରାମର ବସନ୍ତ କୁମାର ନାହାକ ନାମକ ଜଣେ ବ୍ୟକ୍ତିକୁ ପତ୍ନୀ ନିର୍ଯ୍ୟାତନା ଅଭିଯୋଗରେ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ସୁଚନା ଥାଉକି ଗିରଫ ବସନ୍ତ କିଛି ବର୍ଷ ପୂର୍ବେ ଜୟନ୍ତୀ ବିଷୋୟୀ ନାମ୍ନୀ ଜଣେ ମହିଳାଙ୍କୁ ପ୍ରେମ ବିବାହ କରିଥିଲେ। ଉଭୟଙ୍କର ଗୋଟିଏ ପୁତ୍ର ଓ ଗୋଟିଏ କନ୍ୟା ସନ୍ତାନ ଅଛନ୍ତି। କିନ୍ତୁ ଏହି କିଛି ମାସ ହେଲା ବସନ୍ତ ନିଜ ସ୍ତ୍ରୀ ଜୟନ୍ତୀକୁ ମାରଧର କରିବା ସହ ପ୍ରଚୁର ପରିମାଣର ଅର୍ଥ ଦାବି କରୁଥିଲେ ଓ ମନା କଲେ ନିର୍ଦ୍ଧୁମ ମାଡ଼ ମାରିବା ସହ ଘରୁ ପଳାଇବାକୁ କହୁଥିଲେ। ପରିଶେଷରେ ଜୟନ୍ତୀ ବାଧ୍ୟ ହୋଇ ସଦର ଥାନାରେ ଅଭିଯୋଗ କରିବା ପରେ ପୋଲିସ କେଶ୍ ନଂ ୨୮୯/୨୩ ଅନୁଯାୟୀ ଏକ ମାମଲା ରୁଜୁ କରି ସ୍ବାମୀ ବସନ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି।