Categories
ଆଜିର ଖବର ଜାତୀୟ ଖବର

କୋଇଲା ଖଣିର ନିଲାମୀ ନିମନ୍ତେ କୋଇଲା ମନ୍ତ୍ରଣାଳୟକୁ ମିଳିଲା ୩୮ଟି ବିଡ୍

ନୂଆଦିଲ୍ଲୀ/ଭୁବନେଶ୍ବର: ବାଣିଜ୍ୟିକ କୋଇଲା ଖଣି ନିଲାମୀର ତିନୋଟି ପର୍ଯ୍ୟାୟରେ କୋଇଲା ମନ୍ତ୍ରଣାଳୟକୁ ମୋଟ୍‌ ୩୮ଟି ଅଫଲାଇନ୍‌ ବିଡ୍‌ ମିଳିଛି। ନିଲାମୀର ପଞ୍ଚମ ପର୍ଯ୍ୟାୟରେ, ୧୫ଟି କୋଇଲା ଖଣି ପାଇଁ ୨୮ଟି ଅଫଲାଇନ୍‌ ବିଡ୍‌ ହସ୍ତଗତ ହୋଇଛି। ଅନ୍ୟପକ୍ଷରେ ୮ଟି କୋଇଲା ଖଣି ପାଇଁ ୨ କିମ୍ବା ତତୋଧିକ ବିଡ୍‌ ପ୍ରାପ୍ତ ହୋଇଥିବା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି।

ତୃତୀୟ ପର୍ଯ୍ୟାୟ ନିଲାମୀର ଦ୍ୱିତୀୟ ପ୍ରୟାସ ଅଧୀନରେ ମୋଟ ୯ଟି କୋଇଲା ଖଣି ନିଲାମ ପାଇଁ ରଖାଯାଇଥିଲା। ଏଥିରେ ୬ଟି କୋଇଲା ଖଣି ପାଇଁ ୬ଟି ବିଡ୍‌ ମିଳିଛି। ଚତୁର୍ଥ ପର୍ଯ୍ୟାୟର ଦ୍ୱିତୀୟ ପ୍ରୟାସ ଅଧୀନରେ, ମୋଟ୍‌ ୪ଟି କୋଇଲା ଖଣି ନିଲାମ ପାଇଁ ରଖାଯାଇଥିଲା। ୩ଟି କୋଇଲା ଖଣି ପାଇଁ ୪ଟି ବିଡ ହସ୍ତଗତ ହୋଇଛି।

ବାଣିଜ୍ୟିକ କୋଇଲା ନିଲାମୀର ପଞ୍ଚମ ପର୍ଯ୍ୟାୟ, ଚତୁର୍ଥ ପର୍ଯ୍ୟାୟର ଦ୍ୱିତୀୟ ପ୍ରୟାସ ଏବଂ ତୃତୀୟ ପର୍ଯ୍ୟାୟର ଦ୍ୱିତୀୟ ପ୍ରୟାସ ଅଧୀନରେ କ୍ଷମତାପ୍ରାପ୍ତ ପ୍ରାଧିକରଣ ଭାବେ କୋଇଲା ମନ୍ତ୍ରଣାଳୟ ପକ୍ଷରୁ ୩୦ ମାର୍ଚ୍ଚ, ୨୦୨୨ରେ କୋଇଲା ଖଣି ନିଲାମ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଅନ୍ୟପକ୍ଷରେ ସବୁ କୋଇଲା ଖଣି ପାଇଁ ଅନଲାଇନ ବୈଷୟିକ ବିଡ୍‌ ଦାଖଲ କରିବାର ଶେଷ ତାରିଖ ୨୭ ଜୁନ୍‌ ୨୦୨୨, ଦିନ ୧୨ଟା ରଖାଯାଇଥିଲା। ସେହିପରି ଅଫଲାଇନ୍‌ ବିଡ୍‌ ଦାଖଲର ଶେଷ ତାରିଖ ଭାବେ ୨୭ ଜୁନ୍‌ ୨୦୨୨, ଅପରାହ୍ଣ ୪ଟା ନିର୍ଦ୍ଧାରଣ କରାଯାଇଥିଲା।

ନିଲାମୀ ପ୍ରକ୍ରିୟାର ଅଂଶବିଶେଷ ସ୍ୱରୂପ ମିଳିଥିବା ଅନଲାଇନ ବିଡଗୁଡ଼ିକୁ ୨୮ ଜୁନ, ୨୦୨୨ ପୂର୍ବାହ୍ନ ୧୦ଟା ଠାରୁ ଖୋଲାଯିବ। ଆଗ୍ରହୀ ସମ୍ଭାବ୍ୟ ବିଡର୍ସଙ୍କ ଉପସ୍ଥିତିରେ ଟାଗୋର ଚାମ୍ବର୍ସ, ସ୍କୋପ କମ୍ପ୍ଲେକ୍ସ, ନୂଆଦିଲ୍ଲୀ– ୧୧୦୦୦୩ ଠାରେ ଅନଲାଇନ୍‌ ବିଡ୍‌ ଖୋଲାଯିବ।

Categories
ଆଜିର ଖବର ଖେଳ ଜାତୀୟ ଖବର

ଆଇପିଏଲ ନିଲାମୀରେ କ୍ରିସ୍ ମୋରିଶ୍ ରଚିଲେ ଇତିହାସ: ଭାଙ୍ଗିଲେ ଯୁବରାଜ ସିଂହଙ୍କ ରେକର୍ଡ

ଚେନ୍ନାଇ: ଆଇପିଏଲ ନିଲାମୀରେ ଦକ୍ଷିଣ ଆଫ୍ରିକା ଅଲରାଉଣ୍ଡର କ୍ରିସ୍ ମୋରିଶ୍ ଆଜି ଇତିହାସ ରଚିଛନ୍ତି। ୩୩ ବର୍ଷୀୟ ମୋରିସକୁ ରାଜସ୍ଥାନ ରୟାଲ୍ସ ୧୬.୨୫ କୋଟି ଟଙ୍କାରେ କିଣି ନେଇଛି। ବର୍ତ୍ତମାନ ମୋରିଶ୍ ଆଇପିଏଲ ଇତିହାସରେ ଯୁବରାଜ ସିଂହଙ୍କ ରେକର୍ଡକୁ ଭାଙ୍ଗି ସବୁଠାରୁ ଦାମୀ ଖେଳାଳି ହୋଇପାରିଛନ୍ତି। ଆଇପିଏଲ ନିଲାମୀ ଲାଗି ମୋରିଶ୍ ନିଜର ବେସ ପ୍ରାଇସ ୭୫ ଲକ୍ଷ ଟଙ୍କା ରଖିଥିଲେ। ମୁମ୍ବାଇ ଇଣ୍ଡିଆନ୍ସ, ପଞ୍ଜାବ ଏବଂ ବେଙ୍ଗୁଲୁରୁ ତାଙ୍କୁ କିଣିବା ପାଇଁ ଦମ ଲଗାଇଥିଲେ। ଶେଷରେ ରାଜସ୍ଥାନ ବାଜି ମାରି ନେଇଥିଲା।

ଜାଣନ୍ତୁ ସବୁଠୁ ଅଧିକ ଦାମରେ ବିକ୍ରି ହୋଇଥିବା ଖେଳାଳି:

୧- କ୍ରିସ୍ ମୋରିଶ୍- ୨୦୨୧ ମସିହା- ରାଜସ୍ଥାନ ରୟାଲ୍ସ- ୧୬.୨୫ କୋଟି ଟଙ୍କା

୨- ଯୁବରାଜ ସିଂହ- ୨୦୧୫ ମସିହା- ଦିଲ୍ଲୀ ଡ଼େୟାରଡ଼େଭିଲ୍ସ- ୧୬ କୋଟି ଟଙ୍କା

୩- ପ୍ୟାଟ କମିନ୍ସ- ୨୦୨୦ ମସିହା- କୋଲକୋତା ନାଇଟ ରାଇଡ଼ର୍ସ- ୧୫.୫ କୋଟି

୪- ବେନ ଷ୍ଟୋକ୍ସ- ୨୦୧୭ ମସିହା- ରାଇଜିଙ୍ଗ ପୁନେ ସୁପରଜିଆଣ୍ଟସ- ୧୪.୫ କୋଟି

୫- ଯୁବରାଜ ସିଂହ- ୨୦୧୪ ମସିହା- ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗୁଲୁରୁ- ୧୪ କୋଟି

୬- ବେନ ଷ୍ଟୋକ୍ସ- ୨୦୧୮ ମସିହା- ରାଜସ୍ଥାନ ରୟାଲ୍ସ- ୧୨.୫ କୋଟି

୭- ଦିନେଶ କାର୍ତ୍ତିକ- ୨୦୧୪ ମସିହା- ଦିଲ୍ଲୀ ଡ଼େୟାରଡ଼େଭିଲ୍ସ- ୧୨.୫ କୋଟି

୮- ଜୟଦେବ ଉନାଦକଟ- ୨୦୧୮- ରାଜସ୍ଥାନ ରୟାଲ୍ସ- ୧୧.୫ କୋଟି

୯- ଗୌତମ ଗମ୍ଭୀର- ୨୦୧୧ ମସିହା- କୋଲକୋତା ନାଇଟ ରାଇଡ଼ର୍ସ- ୧୧.୪ କୋଟି

୧୦- ଲୋକେଶ ରାହୁଲ- ୨୦୧୮ ମସିହା- କିଙ୍ଗସ ଇଲେଭେନ ପଞ୍ଜାବ- ୧୧ କୋଟି