Categories
ଅପରାଧ ଆଜିର ଖବର ମନୋରଂଜନ ସିନେମା

ଷ୍ଟେଜ ଉପରେ ଗୀତ ବୋଲୁଥିଲେ ଗାୟିକା, ହଠାତ ଦେହରେ ବାଜିଲା ଗୁଳି

ନିଶାଙ୍କ ଉପରକୁ ଗୁଳି: ଲୋକପ୍ରିୟ ଭୋଜପୁରୀ ଗାୟକ ନିଶା ଉପାଧ୍ୟାୟ ବିହାରର ସରାନ ଜିଲ୍ଲାରେ ଏକ ଶୋ’ରେ ଗୀତ ବୋଲୁଥିବା ବେଳେ ତାଙ୍କୁ ଗୁଳି କରାଯାଇଛି। ଗତକାଲି ଜଣ୍ଟା ବଜାର ପୋଲିସ ଷ୍ଟେସନ ଅଞ୍ଚଳର ସେଣ୍ଡୁରଭା ଗ୍ରାମରେ ଏହି ଘଟଣା ଘଟିଛି।

ଲୋକ ଗହଳି ଭିତରୁ କେହି ଜଣେ ଦୁଇ ରାଉଣ୍ଡ ଗୁଳି ଚାଳନା କରିଥିବାର ଜଣାପଡିଛି। ଗୋଟିଏ ଗୁଳି ଉପରକୁ ଯାଇଥିବା ବେଳେ ଅନ୍ୟଟି ନିଶାଙ୍କ ଦେହରେ ବାଜିଛି।

ଏହି ସୋ’ର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହା ସାମ୍ନାକୁ ଆସିଛି। ନିଶାଙ୍କ ବାମ ଜଙ୍ଘରେ ଗୁଳି ବାଜିବା ପରେ ତାଙ୍କୁ ପାଟଣାର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅପରେସନ କରାଯାଇ ଗୁଳି ବାହାର କରାଯାଇଥିବାର ଜଣାପଡିଛି।

ତାଙ୍କ ଅବସ୍ଥା ଏବେ ସ୍ଥିର ଥିବା କୁହାଯାଇଛି। ତେବେ ଏହି ଘଟଣା ସମ୍ପର୍କରେ କୈଣସି ଅଭିଯୋଗ କରାଯାଇ ନାହିଁ। ସୋସିଆଲ ମିଡିଆରୁ ଏହି ଖବର ପ୍ରଚାର ହେବା ପରେ ପୋଲିସ ନିଜଆଡୁ ମାମଲା ଋଜୁ କରି ତଦନ୍ତ ଚଳାଇଛି।