Categories
ଆଜିର ଖବର ଜାତୀୟ ଖବର

ଭାରତରେ ପ୍ରବେଶ କଲା ପାକିସ୍ତାନୀ ଡ୍ରୋନ୍, ତଳକୁ ଖସାଇଲା ବିଏସ୍ଏଫ୍, ୫ ଟି ନିଶା ସାମଗ୍ରୀ ପ୍ୟାକେଟ୍ ଜବତ

ନୂଆଦିଲ୍ଲୀ: ସୀମା ଆରପାର୍ଶ୍ୱରୁ ଭାରତ ବିରୁଦ୍ଧରେ ଏକ ଷଡଯନ୍ତ୍ର ରଚିଛି ପାକିସ୍ତାନ। ବର୍ତ୍ତମାନ ଏକ ପାକିସ୍ତାନୀ ଡ୍ରୋନ୍ ଭାରତ ସୀମାରେ ପ୍ରବେଶ କରିଛି, ଯାହାକୁ ସୀମା ସୁରକ୍ଷା ବାହିନୀ (ବିଏମ୍ଏଫ୍) ଗୁଳି ଚଳାଇ ଖସାଇଦେଇଛି। ସୋମବାର ଭୋର ୨.୫୫ ରେ ପଞ୍ଜାବର ଫେରୋଜପୁର ସେକ୍ଟରରେ ଏହି ଡ୍ରୋନ୍ ଦେଖିବାକୁ ମିଳିଥିଲା। ଡ୍ରୋନ୍ ସହିତ ନିଷିଦ୍ଧ ସାମଗ୍ରୀ ଥିବା ୫ ଟି ପ୍ୟାକେଟ୍ ମଧ୍ୟ ଉଦ୍ଧାର କରାଯାଇଛି।

ଫେରୋଜପୁର ସେକ୍ଟରରେ ପାକିସ୍ତାନ ପଟୁ ଉଡ଼ୁଥିବା ସନ୍ଦେହଜନକ ଶବ୍ଦ ଶୁଣାଯାଇଥିଲା। ଏହା ପରେ ସୀମା ସୁରକ୍ଷା ବାହିନୀକୁ ତୁରନ୍ତ ସତର୍କ କରାଯାଇ ଗୁଳି ଚଳାଇ ଖସାଇ ଦିଆଯାଇଥିଲା।