ଭୁବନେଶ୍ବର: ଆଜି ସୁପ୍ରିମ୍ କୋର୍ଟ ଦିଲ୍ଲୀ ସରକାର ଏବଂ ଏଲଜି ବା ଦିଲ୍ଲୀ ଉପରାଜ୍ୟପାଳ ବିବାଦ ମାମଲାର ବିଚାର କରି ନିର୍ଦ୍ଧେଶ ଦେଇଛନ୍ତି ଯେ ଦିଲ୍ଲୀ ସରକାରଙ୍କ ସ୍ୱତନ୍ତ କ୍ଷମତା ରହିଛି। ଉପରାଜ୍ୟପାଳ ରାଜ୍ୟ ସରକାରଙ୍କର ନିର୍ଦ୍ଧେଶ ମାନିବାକୁ ବାଧ୍ୟ ଏବଂ କର୍ମଚାରୀ ମାନଙ୍କର ନିୟୋଜନ ଏବଂ ବଦଳି ଉଭୟ ସମ୍ପୂର୍ଣ୍ଣ ଭାବରେ ରାଜ୍ୟ ସରକାରଙ୍କର ନିୟନ୍ତ୍ରଣରେ ରହିବ। କେନ୍ଦ୍ର ସରକାର ସେଥିରେ ସିଧା ସଳଖ ହସ୍ତକ୍ଷେପ କରିପାରିବେ ନାହିଁ। ଏହାକୁ ନେଇ ଓଡିଶା ଆମ ଆଦମୀ ପାର୍ଟି ସ୍ବାଗତ କରିଛି।
ପାର୍ଟି କହିଛି ଯେ, ପଛ ଦ୍ଵାର ଦେଇ କେନ୍ଦ୍ର ସରକାର ଦିଲ୍ଲୀର ନିର୍ବାଚିତ ଆମ୍ ଆଦ୍ମୀ ପାର୍ଟି ସରକାରଙ୍କୁ ନିୟନ୍ତ୍ରିତ କରିବା ଯେଉଁ ଷଡଯନ୍ତ୍ର କରିଥିଲେ, ତାହା ଆଜି ବିଫଳ ହୋଇଅଛି। ସେଥିପାଇଁ ଆମ୍ ଆଦ୍ମୀ ପାର୍ଟି ଓଡ଼ିଶା ତରଫରୁ ସୁପ୍ରିମ୍ କୋର୍ଟର ନିଷ୍ପତିକୁ ସ୍ୱାଗତ କରାଯିବା ସହିତ ଭାରତୀୟ ଜନତା ପାର୍ଟିରେ ଷଡଯନ୍ତ୍ରଙ୍କୁ ତୀବ୍ର ଭର୍ତ୍ସନା କରାଯାଇଅଛି।