Categories
ଆଜିର ଖବର ଜାତୀୟ ଖବର

ନିୟନ୍ତ୍ରଣ ରେଖା ନିକଟରେ ପ୍ରାଦେଶିକ ସେନା ମହିଳା ଅଧିକାରୀମାନେ ହେବେ ମୁତୟନ: ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସଂଗଠନାତ୍ମକ ଆବଶ୍ୟକତା ଅନୁରୂପ ପ୍ରାଦେଶିକ ସେନା ବା ଟେରିଟୋରିଆଲ ଆର୍ମୀ (ଟିଏ)ର ମହିଳା ଅଧିକାରୀମାନଙ୍କୁ ନିୟନ୍ତ୍ରଣ ରେଖା ନିକଟରେ ମୁତୟନ କରିବା ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି ।

ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନ ସାମରିକ ବ୍ୟାପାର ବିଭାଗ ପକ୍ଷରୁ ଏକ ଐତିହାସିକ ନିଷ୍ପତ୍ତି କ୍ରମେ ପ୍ରାଦେଶିକ ସେନାର ମହିଳା ଅଧିକାରୀଙ୍କ ପାଇଁ ରହିଥିବା ବର୍ତ୍ତମାନର କ୍ୟାଡର ପରିଚାଳନା ବ୍ୟବସ୍ଥାରେ ସଂଶୋଧନ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି ।

୨୦୧୯ ପରଠାରୁ ପ୍ରାଦେଶିକ ସେନାରେ ମହିଳା ଅଧିକାରୀମାନଙ୍କୁ ନିଯୁକ୍ତି ଦେବାକୁ ନିଷ୍ପତ୍ତି ନିଆଯାଇଥିଲା। ବର୍ତ୍ତମାନ ସୁଦ୍ଧା ଏହି ମହିଳା ଅଧିକାରୀମାନେ ଇକୋଲୋଜିକାଲ ଟାସ୍କ ଫୋର୍ସ ୟୁନିଟ, ଟିଏ ତୈଳ କ୍ଷେତ୍ର ୟୁନିଟ ଏବଂ ଟିଏ ରେଳ ଇଞ୍ଜିନିୟର ରେଜିମେଣ୍ଟରେ କାର୍ଯ୍ୟ କରିବାକୁ ସକ୍ଷମ ହୋଇଛନ୍ତି । ଏହି ଅବଧି ମଧ୍ୟରେ ସେମାନେ ହାସଲ କରିଥିବା ଅଭିଜ୍ଞତାକୁ ଆଧାର କରି, ମହିଳା ଅଧିକାରୀମାନଙ୍କର ନିଯୁକ୍ତି ପରିସରକୁ ବଢ଼ାଇବା ଲାଗି ଏକ ବିଚାର ପ୍ରସ୍ତାବ ପ୍ରସ୍ତୁତ କରାଯାଇଥିଲା। ଚଳିତ ଏପ୍ରିଲ ମାସରେ ମାନନୀୟ ପ୍ରତିରକ୍ଷା ମନ୍ତ୍ରୀ ଏହି ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି।

ଏଣିକି ପ୍ରାଦେଶିକ ସେନାର ମହିଳା ଅଧିକାରୀମାନଙ୍କୁ ନିୟନ୍ତ୍ରଣ ରେଖା ନିକଟରେ ଥିବା ପ୍ରାଦେଶିକ ସେନାର ଇଞ୍ଜିନିୟରିଂ ରେଜିମେଣ୍ଟରେ ନିଯୁକ୍ତି ଦିଆଯିବ । ସେହିପରି ଏମାନଙ୍କୁ ନୂଆଦିଲ୍ଲୀସ୍ଥିତ ଟିଏ ଗ୍ରୁପ ମୁଖ୍ୟାଳୟ/ପ୍ରାଦେଶିକ ସେନାର ମହାନିର୍ଦ୍ଦେଶାଳୟରେ କାର୍ମିକ ଅଧିକାରୀ ଭାବେ ସଂଗଠନାତ୍ମକ ଆବଶ୍ୟକତା ଅନୁଯାୟୀ ନିଯୁକ୍ତି ଦିଆଯିବ ।

ମହିଳା ଅଧିକାରୀମାନଙ୍କର ନିଯୁକ୍ତି ସୁଯୋଗ ଓ ପରିସର ବଢ଼ାଇବା ପାଇଁ ଏହି ପ୍ରଗତିଶୀଳ ନୀତିଗତ ପଦକ୍ଷେପ ଗ୍ରହଣ କରାଯାଇଛି । ଏହା ସେମାନଙ୍କର ବୃତ୍ତିଗତ ଆକାଂକ୍ଷାକୁ ପୂରଣ କରିବ । କାରଣ ସେମାନଙ୍କୁ ଏବେ ସୁଦ୍ଧା ନିଜର ପୁରୁଷ ସହକର୍ମୀଙ୍କ ଭଳି ସମାନ ପରିସ୍ଥିତିରେ ପ୍ରଶିକ୍ଷଣ ନେଇଛନ୍ତି ଏବଂ ସେମାନଙ୍କ ଭଳି ଦେଶ ସେବା କରିବା ପାଇଁ ପ୍ରସ୍ତୁତ ଅଛନ୍ତି । ମହିଳା ଅଧିକାରୀମାନେ ପୁରୁଷ ଅଧିକାରୀମାନଙ୍କ ଭଳି ବିଭିନ୍ନ ୟୁନିଟ୍‌, ପଦପଦବୀରେ ତଥା ଆହ୍ୱାନପୂର୍ଣ୍ଣ ପରିସ୍ଥିତିରେ ଏବଂ ଗୁରୁତ୍ୱପୂର୍ଣ୍ଣ କାର୍ମିକ ପଦବୀରେ କାର୍ଯ୍ୟ କରିବା ଲାଗି ସକ୍ଷମ ଅଟନ୍ତି।

ପ୍ରାଦେଶିକ ସେନା ‘ନାଗରିକ ସୈନିକ’ ସେନା ଅବଧାରଣା ଉପରେ ଆଧାରିତ ଏବଂ ଏହାର ଅଧିକାରୀ ନାଗରିକ ଜୀବନରେ ଲାଭକରୀ ରୂପରେ କାର୍ଯ୍ୟରତ ରହି ମୌଳିକ ସୈନ୍ୟ ପ୍ରଶିକ୍ଷଣ ସମ୍ବନ୍ଧୀୟ ବାର୍ଷିକ ପ୍ରଶିକ୍ଷଣ ପ୍ରାପ୍ତ କରିପାରିବେ ।

********

P.S.

 

Categories
ଆଜିର ଖବର ଜାତୀୟ ଖବର

ନିୟନ୍ତ୍ରଣ ରେଖାରେ ଆତଙ୍କବାଦୀଙ୍କ ଅନୁପ୍ରବେଶକୁ ଆମେରିକାର ନିନ୍ଦା

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ଥାନ ମଧ୍ୟରେ ଥିବା ଲାଇନ୍ ଅଫ୍ କଣ୍ଟ୍ରୋଲ୍ (LoC) ରେ ଅନୁପ୍ରବେଶ କରିବାକୁ ଚାହୁଁଥିବା ଆତଙ୍କବାଦୀଙ୍କୁ ନିନ୍ଦା କରି ଆମେରିକା ଗୁରୁବାର ଦିନ କଣ୍ଟ୍ରୋଲ୍ ଲାଇନ୍ ର ଉଭୟ ପାର୍ଶ୍ୱରେ ଥିବା ତିକ୍ତତାକୁ ଦୂର କରିବାକୁ ଏବଂ ୨୦୦୩ର ଅସ୍ତ୍ରବିରତି ଚୁକ୍ତିକୁ ଫେରିବାକୁ ଆହ୍ଵାନ କରିଛି।

ଆମେରିକାର ବୈଦେଶିକ ବିଭାଗର ମୁଖପାତ୍ର ନେଡ ପ୍ରାଇସ ଦୈନିକ ସାମ୍ବାଦିକ ସମ୍ମିଳନୀରେ ଜଣେ ସାମ୍ବାଦିକଙ୍କୁ କହିଛନ୍ତି ଯେ, ଜମ୍ମୁ କାଶ୍ମୀରରେ କାର୍ଯ୍ୟକଳାପ ଉପରେ ଆମେ ତୀକ୍ଷ୍ଣ ନଜର ରଖିଛୁ। ଏହି ଅଞ୍ଚଳ ସମ୍ବନ୍ଧରେ ଆମର ନୀତିରେ କୌଣସି ପରିବର୍ତ୍ତନ ହୋଇନାହିଁ। ୨୦୦୩ ଅସ୍ତ୍ରବିରତି ଚୁକ୍ତିନାମାକୁ ପାଳନ କରି ନିୟନ୍ତ୍ରଣ ରେଖାରେ ବିବାଦ ହ୍ରାସ କରନ୍ତୁ।”

ଏକ ପ୍ରଶ୍ନର ଉତ୍ତରରେ ନେଡ୍ ପ୍ରାଇସ୍ କହିଛନ୍ତି ଯେ, ଆମେ ଆତଙ୍କବାଦୀଙ୍କୁ ନିନ୍ଦା କରୁଛୁ ଯେଉଁମାନେ ନିୟନ୍ତ୍ରଣ ରେଖାରେ ଅନୁପ୍ରବେଶ କରିବାକୁ ଚାହୁଁଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଜମ୍ମୁ-କାଶ୍ମୀରରେ ପୋଲିସ ଏବଂ ସେନାକୁ ମିଳିଲା ବଡ ସଫଳତା: ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର ପୋଲିସ ଏବଂ ସେନାକୁ ବଡ ସଫଳତା ମିଳିଛି। କୁପୱାଡା ଜିଲ୍ଲାର ନିୟନ୍ତ୍ରଣ ରେଖା ନିକଟସ୍ଥ ଏକ ଗାଁରୁ ପାଞ୍ଚୋଟି ଏକେ ରାଇଫଲ, ୭ଟି ପିସ୍ତଲ, ଅନେକ ମାଗାଜିନ୍ ଏବଂ ଗୋଳା ବାରୁଦ ଜବତ ହୋଇଛି। ସୂଚନା ପାଇ ପୋଲିସ ଏବଂ ସେନାର ମିଳିତ ଅପରେସନ ପରେ ବହୁ ସଂଖ୍ୟାରେ ଅସ୍ତ୍ରଶସ୍ତ୍ର ଜବତ ହୋଇଥିଲା।