Categories
ଆଜିର ଖବର ଆଞ୍ଚଳିକ

ଚିଲିକାରେ ଅନୁଷ୍ଠିତ ହେଲା ୧୦୭ ଟି ବିବାହ କାର୍ଯ୍ୟ: ନିୟମ ଉଲ୍ଲଂଘନକାରୀ ଗଣିଲେ ତଣ୍ଡ

ସୀତାରାମ ଅଗ୍ରୱାଲ

ଚିଲିକା: ଗତକାଲି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ଆରକ୍ଷୀ ଉପଖଣ୍ଡ ଅଧୀନରେ ୧୦୭ ଟି ବିବାହ କାର୍ଯ୍ୟ ଏବଂ ୭ ଟି ଶେଷକୃତ୍ୟ ସମ୍ପନ୍ନ ହୋଇଛି। ତେବେ ଉକ୍ତ କାର୍ଯ୍ୟ ଗୁଡିକରେ ସମସ୍ତେ କୋଭିଡ ନିୟମକୁ ଅନୁପାଳନ କରିଥିବା ବେଳେ ତିନି ଜଣ ଏହାର ଉଲଂଘନ କରିଥିଲେ। ତେଣୁ ସେମାନଙ୍କଉପରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ତହସିଲ ଏବଂ ପୋଲିସ ପ୍ରଶାସନ ମିଳିତ ଭାବେ ୧୭ ହଜାର ୭ ଶହ ତାଙ୍କ ଜରିମାନା ଆଦାୟ କରିଛି।

ଅନୁରୂପ ଭାବେ ଗତକାଲି ବାଲୁଗାଁ ଆରକ୍ଷୀ ଉପଖଣ୍ଡ ଅଧୀନରେ କୋଭିଡ ନିୟମ ଉଲଂଘନ ବାବଦରେ ୧୫୪ ଜଣ ଅମାନିଆଙ୍କଠାରୁ ୪୨ ହଜାର ୮ ଶହ ଟଙ୍କା ଏବଂ ୧୬୯ ଜଣ ଅମାନିଆ ଗାଡ଼ିଚାଳକଙ୍କ ଠାରୁ ୧ ଲକ୍ଷ ୯୩ ହଜାର ଟଙ୍କା ପୋଲିସ ଆଦାୟ କରିଥିବାର ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ ସୂଚନା ଦେଇଛନ୍ତି।

ସେହିପରେ ଭାବେ ଗତକାଲି ରାତିରେ ବାଲୁଗାଁ ଏସଡ଼ିପିଓ ଛଦ୍ମବେଶରେ ଚଣ୍ଡେଶ୍ୱର ଛକ ନିକଟରୁ ଏକ ବେଆଇନ ପଥର ବୋଝେଇ ଟ୍ରକକୁ ଜବତ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଗାଁ କଲ୍ୟାଣ ସମିତିକୁ ମିଳିଲା ବଡ ଦାୟିତ୍ଵ: ନିୟମ ଉଲ୍ଲଂଘନକାରୀଙ୍କ ଉପରେ ନେଇପାରିବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର: କରୋନା ଲଢେଇ ପାଇଁ ଗାଁ କଲ୍ୟାଣ ସମିତିକୁ ବଡ ଦାୟିତ୍ଵ ମିଳିଛି। ଏହି ଲଢେଇ ପାଇଁ ସମିତିକୁ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ମିଳିବା ସହ ବଡ ଦାୟିତ୍ଵ ମଧ୍ୟ ପ୍ରଦାନ କରାଯାଇଛି।

ବୈଠକ କରି ତିନି ମାସର ଆକ୍ସନ ପ୍ଳାନ କରିବା ପାଇଁ ସମିତିଗୁଡିକୁ କୁହାଯାଇଛି। ସ୍ଥାନୀୟ ଗଣମାଧ୍ୟମକୁ ନେଇ ଲୋକଙ୍କୁ କରୋନା ସମ୍ପର୍କରେ ସମିତି ସଚେତନ କରିବ। ସାନିଟାଇଜ ସହ ଟୀକା ଏବଂ ଟେଷ୍ଟିଂ ପାଇଁ ଲୋକଙ୍କୁ ସମିତି ଉତ୍ସାହିତ କରିବ। ଏହାସହ ଆକ୍ରାନ୍ତଙ୍କୁ ମେଡିକାଲ ନେବାକୁ ସମିତି ଗାଡି ବ୍ୟବସ୍ଥା କରିବ। କୋଭିଡ ନିୟମ ଉଲ୍ଲଂଘନକାରୀଙ୍କ ଉପରେ ସମିତି କଡା କାର୍ଯ୍ୟାନୁଷ୍ଠାନ ନେଇପାରିବ।

ସବୁ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନରଙ୍କୁ ଏନେଇ ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ଚିଠି ଲେଖି ସୂଚନା ଦେଇଛନ୍ତି।

ତେବେ କରୋନା ଲଢେଇ ପାଇଁ ଗାଁ କଲ୍ୟାଣ ସମିତିକୁ ସର୍ବାଧିକ ୨୦ ହଜାର ଟଙ୍କା ମିଳିବ। ୨୦୨୧-୨୨ ବର୍ଷ ପାଇଁ ୪ ଟି କିସ୍ତିରେ ୨୦ ହଜାର ଟଙ୍କା ମିଳିବ ବୋଲି ସ୍ୱାସ୍ଥ୍ୟ ସଚିବ ଚିଠିରେ ଉଲ୍ଲେଖ କରିଛନ୍ତି।