Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ଚିହ୍ନଟ ହେଲେ ୨୭୧ ଜଣ ନୂଆ କରୋନା ଆକ୍ରାନ୍ତ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସଂକ୍ରମିତ

ଭୁବନେଶ୍ବର:  ଆଜି ରାଜ୍ୟରେ ୨୭୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୬୦ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୫୮ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୧୧୩  ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ବାଲେଶ୍ୱର ଜିଲ୍ଲାରୁ – ୧୪

ଭଦ୍ରକ ଜିଲ୍ଲାରୁ – ୨

ବଲାଙ୍ଗୀରି ଜିଲ୍ଲାରୁ- ୧

କଟକ ଜିଲ୍ଲାରୁ – ୨୩

ଦେବଗଡ ଜିଲ୍ଲାରୁ- ୮

ଢେଙ୍କାନାଳ ଜିଲ୍ଲାରୁ – ୫

ଜଗତସିଂହପୁର ଜିଲ୍ଲାରୁ – ୭

ଯାଜପୁର ଜିଲ୍ଲାରୁ – ୧୦

ଝାରସୁଗୁଡା ଜିଲ୍ଲାରୁ- ୨

କଳାହାଣ୍ଡି ଜିଲ୍ଲାରୁ- ୨

କେନ୍ଦ୍ରାପଡ଼ା ଜିଲ୍ଲାରୁ – ୨

କେନ୍ଦୁଝର ଜିଲ୍ଲାରୁ- ୫

ଖୋର୍ଦ୍ଧାରୁ- ୧୧୨

ମାଲକାନଗିରି ଜିଲ୍ଲାରୁ- ୫

ମୟୁରଭଞ୍ଜ ଜିଲ୍ଲାରୁ – ୫

ନୟାଗଡ଼ ଜିଲ୍ଲାରୁ – ୧

ପୁରୀ ଜିଲ୍ଲାରୁ – ୭

ରାୟଗଡା ଜିଲ୍ଲାରୁ- ୪

ସମ୍ବଲପୁର ଜିଲ୍ଲାରୁ – ୨୦

ସୋନପୁର ଜିଲ୍ଲାରୁ- ୧

ସୁନ୍ଦରଗଡ଼ ଜିଲ୍ଲାରୁ – ୧୦

ଷ୍ଟେଟ ପୁଲରୁ- ୨୫

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୪୪ ହଜାର ୬୯୯ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩୩ ହଜାର ୩୪୪ ଏବଂ ବର୍ତ୍ତମାନ ୨୯୩୨ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।