Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଦୋହଲିଳା ତୁର୍କୀ: ଶକ୍ତିଶାଳୀ ଭୂମୀକମ୍ପରେ ୫୦ ମୃତ, ୩୩୦ ରୁ ଅଧିକ ଆହତ

ନୂଆଦିଲ୍ଲୀ: ତୁର୍କୀର ନୁର୍ଦଗୀ ଠାରୁ ୨୩ କିଲୋମିଟର ପୂର୍ବରେ ଶକ୍ତିଶାଳୀ ଭୂମୀକମ୍ପ ଅନୁଭୂତ ହୋଇଛି। ଚାରିଆଡେ ବିନାଶର ଦୃଶ୍ୟ ଦେଖିବାକୁ ମିଳୁଛି। ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏପର୍ଯ୍ୟନ୍ତ ୫୦ ଜଣଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି। ତୁର୍କୀର ଅଡାନା ସହରରେ ୧୭ ମହଲା ଏବଂ ୧୪ ମହଲା କୋଠା ଭୁଶୁଡି ପଡିଛି।

ଗଣମାଧ୍ୟମ ଅନୁଯାୟୀ, ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୭.୮ ମାପ କରାଯାଇଛି। ଦକ୍ଷିଣ ତୁର୍କୀରେ ଏହି ଭୂକମ୍ପ ଘଟିଛି। ଅନେକ ଆପାର୍ଟମେଣ୍ଟ ଏଠାରେ ଭୁଶୁଡି ପଡିଛି। ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବାକୁ କୁହାଯାଇଛି। ଏଥି ସହିତ ଭୂମୀକମ୍ପ ପରେ ତୁର୍କୀ ଆନ୍ତର୍ଜାତୀୟ ସହାୟତା ପାଇଁ ନିବେଦନ କରିଛି।

ସ୍ଥାନୀୟ ସମୟ ସକାଳ ୪:୧୭ ରେ ପ୍ରାୟ ୧୭.୯ କିଲୋମିଟର ଗଭୀରରେ ଏହି ଭୂକମ୍ପ ଘଟିଛି।