Categories
ଆଜିର ଖବର ଜାତୀୟ ଖବର

ନୂଆଁଖାଇର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକମାନଙ୍କୁ ନୂଆଁଖାଇର ଶୁଭେଚ୍ଛା ଜଣାଇଛନ୍ତି।

ଏକ୍ସରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି;

“ନୂଆଁଖାଇର ଶୁଭେଚ୍ଛା। ଆଜି ଆମ ଚାଷୀଙ୍କ ପରିଶ୍ରମକୁ କୃତଜ୍ଞତା ଜଣାଇବାର ଅବସର। ମୁଁ ସମସ୍ତଙ୍କର ଉତ୍ତମ ସ୍ୱାସ୍ଥ୍ୟ ଏବଂ ମଙ୍ଗଳ କାମନା କରୁଛି। ନୂଆଁଖାଇ ଜୁହାର୍ !”

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ନୂଆଖାଇ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୁଭେଚ୍ଛା

ଭୁବନେଶ୍ବର: ଆଜି ହେଉଛି ନୂଆଖାଇ। ସାରା ପଶ୍ଚିମ ଓଡିଶାରେ ଚାଲିଛି ଏହାର ପାଳନ। ଘରେ ଘରେ ପରିବାରର ସମସ୍ତ ସଦସ୍ୟ ଏକାଠି ବସି ନୂଆ ଖାଇବେ। ଏହି ପର୍ବ ପାଇଁ ପଶ୍ଚିମ ଓଡିଶାର ଯିଏ ଯେଉଁଠି ଥାଏ ନା କାହିଁକି ସମସ୍ତେ ଆସି ଏକାଠି ହୁଅନ୍ତି।

ଏହି ପବିତ୍ର ପର୍ବ ପାଇଁ ସମସ୍ତେ ନୂଆଖାଇ ଜୁହାକ କରିଥାନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ରାଜ୍ୟବାସୀଙ୍କୁ ନୂଆଖାଇ ଅଭିନନ୍ଦନ ଜଣାଇଛନ୍ତି। ସେ ନିଜ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି ଯେ, ” କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଅବସରରେ ସମସ୍ତଙ୍କୁ ମୋର ଶୁଭେଚ୍ଛା ଓ ଶୁଭକାମନା। ମା’ ସମଲେଶ୍ବରୀଙ୍କ ଆଶୀର୍ବାଦରୁ ଆପଣଙ୍କ ଜୀବନ ସୁଖ, ସମୃଦ୍ଧିରେ ଭରିଯାଉ।’

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଆଜି ନୂଆଖାଇ, ଦୁଲୁକୁଛି ପଶ୍ଚିମ ଓଡିଶା

ଭୁବନେଶ୍ବର: ଆଜି ହେଉଛି ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ। ଏହି ପର୍ବ ପାଇଁ ଆଜି ସାରା ପଶ୍ଚିମ ଓଡିଶା ଦୁଲୁକିବାରେ ଲାଗିଛି। କାରଣ ଆଜି ଚାଷିପୁଅ ତାହାର ପ୍ରଥମ ଫସଲ ଅମଳ କରି ସେବାନ କରିବ। ତା ପୂର୍ବରୁ ମା ସମେଲଶ୍ବରୀଙ୍କ ନିକଟରେ ଲାଗି କରାଯିବ। ପରିବାରର ସମସ୍ତେ ଏକାଠି ବସି ଏହା ସେବନ କରିବେ।

ନୂଆଖାଇ ବା ନବାହ୍ମ ହେଉଛି ପଶ୍ଚିମ ଓଡିଶାର ଏକ ଗଣପର୍ବ। ଏହି ପର୍ବ ପାଳନ ପାଇଁ ପଶ୍ଚିମ ଓଡିଶାବାସୀ ବହୁ ପୂର୍ବରୁ ପ୍ରସ୍ତୁତି କରିଥାନ୍ତି। ବିଭିନ୍ନ ପୂଜା ସାମଗ୍ରୀ ସହିତ ଲୁଗାପଟା ମଧ୍ୟ କିଣାଯାଇଥାଏ। ଏହାର ଲଗ୍ନ ଧାର୍ଯ୍ୟ କରାଯାଇଥାଏ। ସେହି ଅନୁସାରେ ଏହାର ପୂଜା କରାଯାଇଥାଏ।

Categories
ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ନୂଆଖାଇ, ଯେଉଁଥିରେ ରହିଛି ଭକ୍ତି ସହ ଭାବର ଏକ ପ୍ରଚଣ୍ଡ ବନ୍ଧନ

ଭୁବନେଶ୍ବର: ଓଡିଶାର ଏକ ଗଣ ପର୍ବ ହେଉଛି ନୂଆଁଖାଇ, ଯାହା ପଶ୍ଚିମ ଓଡିଶାରେ ବିଶେଷ ଭାବେ ପାଳିତ ହେଉଛି। ଏହି ପର୍ବଟି ଧାନ ଅମଳର ଖୁସିରେ ଚାଷୀମାନେ ପାଳନ କରିଥାନ୍ତି। ବର୍ଷା ଶେଷ ହେବାପରେ ଶରତ ଋତୁ ଧରା ପୃଷ୍ଠରେ ଅବତରଣ କରେ।

ଏହି ସମୟରେ ଚାଷୀ ଜମିରେ ବେଉଷଣ କାର୍ଯ୍ୟ ଆରମ୍ଭ କରିଥାଏ। ପରେ ସହଳ ଅମଳକ୍ଷମ ଧାନ ଗର୍ଭଧାରଣ କରି କେଣ୍ଡା ପକେଇବାର କାର୍ଯ୍ୟ କରିଥାଏ।

ଚାଷୀ ପ୍ରଥମକରି ଅମଳକ୍ଷମ ଧାନକୁ ଇଷ୍ଟଦେବୀଙ୍କଠାରେ ସମର୍ପଣ କରିବା ହିଁ ନବାନ୍ନ ଭକ୍ଷଣ କୁହାଯାଏ। ଏହାକୁ ପଶ୍ଚିମ ଓଡ଼ିଶାର ଆଞ୍ଚଳିକ ଭାଷାରେ ନୂଆଁଖାଇ କୁହାଯାଏ । ନୂଆଖାଇ ପାଳନ ନିମନ୍ତେ ଆଗରୁ “ଲଗନ” ବା ‘ତିଥି’ ନିର୍ଣ୍ଣୟ କରି ପୂଜା ଆଦି ସହ ଆରିସା ପିଠା ଭୋଗ କରାଯାଇଥାଏ।

ଆଗକାଳରେ ରାଜାମାନେ ନିଜ ରାଜ୍ୟର ଇଷ୍ଟଦେବୀଙ୍କ ନାମ ଅନୁସାରେ ନୂଆଖାଇବାର ଲଗ୍ନ ଧାର୍ଯ୍ୟ କରି ଭିନ୍ନ ଭିନ୍ନ ଦିନ ନୂଆ ଖାଉଥିଲେ। ରାଜାରାଜୁଡ଼ା ଶାସନ ପରେ ମଧ୍ୟ ରାଜାଙ୍କ ଇଷ୍ଟଦେବୀଙ୍କ ନାମ ଅନୁସାରେ ପଣ୍ଡିତମାନେ ନବାନ୍ନ ଭକ୍ଷଣ ତିଥି ବାହାର କରୁଥିଲେ, ତେଣୁ ନୂଆଖାଇ ପର୍ବ ପ୍ରତ୍ୟେକ ବର୍ଷ ଗୋଟିଏ ନିର୍ଦ୍ଦିଷ୍ଟ ତିଥିରେ ପାଳିତ ନ ହୋଇ ଭାଦ୍ରବ ଶୁକ୍ଳପକ୍ଷର ଯେ କୌଣସି ଏକ ତିଥିରେ ପାଳିତ ହେଉଥିଲା

ତେବେ ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ସାରା ଓଡ଼ିଶାରେ ଗୋଟିଏ ଦିନରେ ନୂଆଖାଇ ପର୍ବ ପାଳନ ଏବଂ ସାରା ଓଡ଼ିଶା ସରକାରୀ ଛୁଟି କରିବା ପାଇଁ ଘୋଷଣା କରିଥିଲେ। ଏହି ପଦକ୍ଷେପକୁ ପଶ୍ଚିମ ଓଡ଼ିଶାର ସବୁମହଲରେ ଚିନ୍ତା କରାଯାଇ ସର୍ବସମ୍ମତ କ୍ରମେ ଗଣେଷ ପୂଜାର ପରଦିନ ଅର୍ଥାତ ପଞ୍ଚମୀ ଦିନଟି ସ୍ଥିର କରାଗଲା। ସେହି ବର୍ଷଠାରୁ ପ୍ରତ୍ୟେକ ବର୍ଷ ପଶ୍ଚିମାଞ୍ଚଳରେ ଗୋଟିଏ ଦିନରେ ନୂଆଖାଇ ପର୍ବ ତିଥି ଅନୁସାରେ ପାଳିତ ହୋଇ ଆସୁଛି।

ଏହି ପର୍ବର କୃଷି ଏବଂ ଧାର୍ମିକ ଚେତନା ସହିତ ସମାଜିକ ଏକତା ମଧ୍ୟ ସୃଷ୍ଟି କରିଥାଏ। ଗ୍ରାମ ବା ସହରର ପଡ଼ା ଅଞ୍ଚଳରେ ନୂଆଖାଇ ଦିନ ନବାନ୍ନ ଦେଇ ପୂଜା ବିଧି ସମାପ୍ତ ହେବା ପରେ ପରିବାରର ମୁଖ୍ୟଙ୍କ ହାତରୁ ସମସ୍ତେ ନବାନ୍ନ ଭୋଗ ଗ୍ରହଣ କରନ୍ତି। ତାହା ଖାଇ ସାରି ପରିବାରର ସମସ୍ତ ବ୍ୟକ୍ତି ନିଜର ବୟସ୍କ ମାନଙ୍କୁ ଭୂମିଷ୍ଠ ପ୍ରଣାମ ସହ ଆଶୀର୍ବାଦ ଗ୍ରହଣ କରନ୍ତି। ପରେ ପିଠା ପଣା ସହ ନବାନ୍ନ ଭୋଜି ଖାଇ ସାରି ଗ୍ରାମ ବା ପଡ଼ୋଶୀରେ ଥିବା ସମସ୍ତ ବୟୋଜ୍ୟେଷ୍ଠ ମାନଙ୍କୁ ଭେଟି ପ୍ରଣାମ କରିଥାନ୍ତି।

ଏହି ସମୟରେ ଗ୍ରାମ ବା ପଡ଼ାର ଲୋକ ମାନେ ନିଜ ଭିତରେ ପୂର୍ବରୁ ଥିବା ଭେଦ ଭାବ ଭୁଲି ଯାଆନ୍ତି। ପରିବାର ମଧ୍ୟରେ ଥିବା ମତଭେଦ ମଧ୍ୟ ଏହି ସମୟରେ ସମାଧାନ ହୋଇଥାଏ। ସମସ୍ତେ ପୁଣି ଏକଜୁଟ ହୋଇ ରହନ୍ତି। ଏହା ନୂଆଖାଇ ପର୍ବର ଏକ ବିଶେଷତା। ସେଥିପାଇଁ ନୂଆଖାଇ ହେଉଛି ଏପରି ଏକ ପର୍ବ ଯେଉଁଠି ଯୋଡି ହୋଇ ରହିଛି ଧର୍ମ ସହିତ କୃଷି ଓ ସାମାଜିକ ବନ୍ଧନ।

Categories
ଆଜିର ଖବର ରାଜ୍ୟ ଖବର

୨୧ରେ ଅନୁଷ୍ଠିତ ବାଚସ୍ପତି ନିର୍ବାଚନରେ ଯୋଗଦେଇ ପାରିବେ ନାହିଁ କଂଗ୍ରେସ ବିଧାୟକ

ଭୁବନେଶ୍ୱର: ଆସନ୍ତା ତା. ୨୧.୦୯.୨୦୨୩ ରିଖ ଦିନ ଓଡ଼ିଶାର ବାଚସ୍ପତି ପଦ ନିମନ୍ତେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏଥିନିମନ୍ତେ ୧୮ ତାରିଖରେ ପ୍ରାର୍ଥୀପତ୍ର ଦାଖଲର ଦିନ ଧାର୍ଯ୍ୟ ହୋଇଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦ ତାରିଖ ଦିନ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଳନ ହେବାକୁ ଯାଉଅଛି ଏବଂ ୨୧ ତାରିଖ ଦିନ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସାଧାରଣତଃ ଏହି ଗଣପର୍ବରେ ପଶ୍ଚିମ ଓଡ଼ିଶାର ଅଧିବାସୀ ସମସ୍ତ କାର୍ଯ୍ୟକୁ ପଛରେ ପକାଇ ସପରିବାର ନବାନ୍ନ ଭକ୍ଷଣ କରିଥାନ୍ତି।

ଏହି ଉତ୍ସବ ବିଶେଷକରି ପଶ୍ଚିମ ଓଡ଼ିଶାବାସୀଙ୍କ ପାଇଁ ଆବେଗପୂର୍ଣ୍ଣ ହୋଇଥିବାରୁ ଏଥିନିମନ୍ତେ ସାଧାରଣତଃ ସରକାର ୨ଦିନ ସରକାରୀ ଛୁଟି ଘୋଷଣା କରିଥାନ୍ତି, ମାତ୍ର ଚଳିତବର୍ଷ ସରକାର ଗୋଟିଏ ଦିନ ଛୁଟି ଘୋଷଣା କରିଛନ୍ତି। ସୁତରାଂ ଏହି ଗଣପର୍ବ ପାଇଁ କଂଗ୍ରେସ ବିଧାୟକଗଣ ନିଜ ଅଂଚଳରେ ଉପସ୍ଥିତ ରହୁଥିବାରୁ ଆଗାମୀ ବାଚସ୍ପତି ନିର୍ବାଚନରେ ଅଂଶଗ୍ରହଣ କରିପାରିବେ ନାହିଁ।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ନୂଆଁଖାଇରୁ ଆରମ୍ଭ ହେଲା ଏ ବର୍ଷର ନୂଆ ମାସ, ଜାଣନ୍ତୁ ସେପ୍ଟେମ୍ବରର ପର୍ବପର୍ବାଣୀ

ଭୁବନେଶ୍ବର: ଚଳିତ ବର୍ଷର ସେପ୍ଟେମ୍ବର ମାସ ଏକ ଶୁଭ ବେଳାରୁ ଆରମ୍ଭ ହୋଇଛି। ଓଡିଶାର ଗଣପର୍ବ ନୂଆଁଖାଇରୁ ଆରମ୍ଭ ହୋଇଛି ଏହି ମାସ। ଏଥିସହିତ ଏହି ମାସରେ ରହିଛି ବହୁ ଗୁରୁତ୍ବପୂର୍ଣ୍ଣ ପର୍ବ ପର୍ବାଣୀ। ଜାଣନ୍ତୁ ସେଗୁଡିକ କଣ

୧ ସେପ୍ଟେମ୍ବର, ଗୁରୁବାର- ଓଡିଶାର ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ପାଳିତ ହେଉଛି। ଏହି ଦିନ ମା ସମଲେଶ୍ବରୀଙ୍କ ନିକଟରେ ନବାନ୍ନ ଅର୍ପଣ ପରେ ସାଧାରଣ ଲୋକେ ପ୍ରସାଦ ପାଇଥାନ୍ତି।

୩ ସେପ୍ଟେମ୍ବର ଶୁକ୍ରବାର- ଏହି ଦିନ ଓଡିଶାର ଏକ ପ୍ରାଚୀନ ପର୍ବ ଷଷ୍ଠୀଓଷା ପାଳିତ ହୋଇଥାଏ। ଏହାକୁ ଷଠିବୁଢୀ ପୂଜା ବୋଲି କୁହାଯାଏ। ପିଲାଙ୍କ ମଙ୍ଗଳ କାମନା କରି ଏହି ପୂଜା ଘରେଘରେ କରାଯାଏ।

୫ ସେପ୍ଟେମ୍ବର ସୋମବାର- ଏହି ଦିନକୁ ଗୁରୁଦିବସ ଭାବେ ପାଳନ କରାଯାଇଥାଏ। ଏହିଦିନ ସର୍ବପଲ୍ଲୀ ରାଧାକୃଷ୍ଣଙ୍କ ଜନ୍ମ ଦିନ। ତାଙ୍କର ଜନ୍ମ ଦିବସକୁ ଗୁରୁ ଦିବସ ଭାବେ ପାଳନ ହୁଏ।

୭ ସେପ୍ଟେମ୍ବର ବୁଧବାର- ଏହି ଦିନକୁ ବାମନ ଜନ୍ମ ଦିନ ଭାବେ ପାଳନ କରାଯାଏ। ଆଜିର ଦିନରେ ଭଗବାନ ବାମନ ରୂପେ ଜନ୍ମ ନେଇ ବଳିରାଜାକୁ ବଧ କରିଥିଲେ। ଏହିଦିନ ଶ୍ରୀଜଗନ୍ନାଥ ମଧ୍ୟ ବାମନ ବେଶ ଧାରଣ କରିଥାନ୍ତି।

୯ ସେପ୍ଟେମ୍ବର ଶୁକ୍ରବାର- ଏହିଦିନ ଅନନ୍ତ ବ୍ରତ ପାଳନ କରାଯାଏ। ଏହି ଦିନ ଅଘୋର ଚତୁର୍ଦ୍ଦଶୀ ଉପବାସ ମଧ୍ୟ ଗ୍ରହଣ କରାଯାଇଥାଏ।

୧୦ ସେପ୍ଟେମ୍ବର ଶନିବାର- ଏହିଦିନ ହେଉଛି ପୂର୍ଣ୍ଣିମା। ଭାଗବତ ଜନ୍ମ ଏବଂ ଇନ୍ଦ୍ରୋତ୍ସବ ପୂର୍ଣ୍ଣିମା।

୧୭ ସେପ୍ଟେମ୍ବର ଶନିବାର- ଏହିଦିନ ହେଉଛି କନ୍ୟା ସଂକ୍ରାନ୍ତି। ଏହି ଦିନ ବିଶ୍ବକର୍ମା ପୂଜା ପାଳନ କରାଯିବ।

୨୫ ସେପ୍ଟେମ୍ବର ରବିବାର- ଏହି ଦିନ ହେଉଛି ମହାଳୟା ଅମାବ୍ୟାସା। ଏହି ଦିନ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦିଆଯାଇଥାଏ।

୨୬ ସେପ୍ଟେମ୍ବର ସୋମବାର- ଏହିଦିନ ହେଉଛି ମା ବିରଜା ଦେବୀଙ୍କ ରଥଯାତ୍ରା

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ନୂଆଖାଇ ଅବସରରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନୂଆଖାଇର ଶୁଭ ଅବସରରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:

“ନୂଆଖାଇ ଜୁହାର୍ ! ସମସ୍ତଙ୍କୁ ଏହି ବିଶେଷ ଦିନର ହାର୍ଦ୍ଦିକ ଶୁଭେଚ୍ଛା । କଠିନ ପରିଶ୍ରମ କରି ଦେଶବାସୀଙ୍କୁ ଖାଦ୍ୟାନ୍ନ ଯୋଗାଉଥିବା ଆମର ଚାଷୀ ଭାଇ ମାନଙ୍କୁ କୃତଜ୍ଞତା ଜଣାଇବାର ଏହି ଅବସର । ଆମ ସମାଜ ପ୍ରଗତିର ନୂତନ ଶିଖରରେ ପହଞ୍ଚୁ । ସମସ୍ତଙ୍କ ସୁଖ, ସମୃଦ୍ଧି ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି ।”

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡିଶାବାସୀଙ୍କୁ ନୂଆଁଖାଇ ଅଭିନନ୍ଦନ ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ଆଜି ହେଉଛି ନୂଆଁଖାଇ। ପଶ୍ଚିମ ଓଡିଶାର ଏକ ଗଣପର୍ବ। ଏହିଦିନ ଚାଷୀ ତାହାର ନୂଆ ଫସଲ କାଟି ଅମଳ କରିଥାଏ। ଆଜିର ଦିନରେ ସେ ତାହାକୁ ଭୋଗ ଭାବେ ସେବନ କରେ। ସେଥିପାଇଁ ଏହାର ନାମକରଣ ନୂଆଁଖାଇ ବୋଲି କରାଯାଇଛି। ଏହି ଉପଲକ୍ଷେ ପରସ୍ପର ନୂଆଁଖାଇ ଜୁହାର ବୋଲି ସମ୍ବୋଧୀତ କରିଥାନ୍ତି।

ଆଜିର ଏହି ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଓଡିଶା ବାସୀଙ୍କୁ ନୂଆଁଖାଇ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ, “ନୂଆଖାଇ ଜୁହାର। ନୂଆଖାଇ ଅବସରରେ ମୁଁ ଓଡ଼ିଶାର ଭାଇ ଓ ଭଉଣୀ ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳର ଭାଇ ଓ ଭଉଣୀ ମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି। ସ୍ନେହ,ଶ୍ରଦ୍ଧା ଓ ସୌହାର୍ଦ୍ଦ୍ୟର ଏହି ଅନନ୍ୟ ଗଣପର୍ବ ସମସ୍ତଙ୍କ ପାଇଁ ସୁଖ,ଶାନ୍ତି ଓ ସମୃଦ୍ଧି ଆଣୁ,ଏହା ମୋର ଆନ୍ତରିକ କାମନା।”

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ନୂଆଖାଇ ପର୍ବ ଓଡିଶାରେ କାହିଁକି ପାଳନ ହୁଏ, ଜାଣନ୍ତୁ ଏହାର କାରଣ ସହ ପୂଜା ପଦ୍ଧତି

ଭୁବନେଶ୍ବର: ଓଡିଶାର ଏକ ଗଣ ପର୍ବ ହେଉଛି ନୂଆଁଖାଇ, ଯାହା ପଶ୍ଚିମ ଓଡିଶାରେ ବିଶେଷ ଭାବେ ପାଳିତ ହେଉଛି। ଏହି ପର୍ବଟି ଧାନ ଅମଳର ଖୁସିରେ ଚାଷୀମାନେ ପାଳନ କରିଥାନ୍ତି। ବର୍ଷା ଶେଷ ହେବାପରେ ଶରତ ଋତୁ ଧରା ପୃଷ୍ଠରେ ଅବତରଣ କରେ। ଏହି ସମୟରେ ଚାଷୀ ଜମିରେ ବେଉଷଣ କାର୍ଯ୍ୟ ଆରମ୍ଭ କରିଥାଏ। ପରେ ସହଳ ଅମଳକ୍ଷମ ଧାନ ଗର୍ଭଧାରଣ କରି କେଣ୍ଡା ପକେଇବାର କାର୍ଯ୍ୟ କରିଥାଏ।

ଚାଷୀ ପ୍ରଥମକରି ଅମଳକ୍ଷମ ଧାନକୁ ଇଷ୍ଟଦେବୀଙ୍କଠାରେ ସମର୍ପଣ କରିବା ହିଁ ନବାନ୍ନ ଭକ୍ଷଣ କୁହାଯାଏ। ଏହାକୁ ପଶ୍ଚିମ ଓଡ଼ିଶାର ଆଞ୍ଚଳିକ ଭାଷାରେ ନୂଆଁଖାଇ କୁହାଯାଏ । ନୂଆଖାଇ ପାଳନ ନିମନ୍ତେ ଆଗରୁ “ଲଗନ” ବା ‘ତିଥି’ ନିର୍ଣ୍ଣୟ କରି ପୂଜା ଆଦି ସହ ଆରିସା ପିଠା ଭୋଗ କରାଯାଇଥାଏ।

ଆଗକାଳରେ ରାଜାମାନେ ନିଜ ରାଜ୍ୟର ଇଷ୍ଟଦେବୀଙ୍କ ନାମ ଅନୁସାରେ ନୂଆଖାଇବାର ଲଗ୍ନ ଧାର୍ଯ୍ୟ କରି ଭିନ୍ନ ଭିନ୍ନ ଦିନ ନୂଆ ଖାଉଥିଲେ। ରାଜାରାଜୁଡ଼ା ଶାସନ ପରେ ମଧ୍ୟ ରାଜାଙ୍କ ଇଷ୍ଟଦେବୀଙ୍କ ନାମ ଅନୁସାରେ ପଣ୍ଡିତମାନେ ନବାନ୍ନ ଭକ୍ଷଣ ତିଥି ବାହାର କରୁଥିଲେ, ତେଣୁ ନୂଆଖାଇ ପର୍ବ ପ୍ରତ୍ୟେକ ବର୍ଷ ଗୋଟିଏ ନିର୍ଦ୍ଦିଷ୍ଟ ତିଥିରେ ପାଳିତ ନ ହୋଇ ଭାଦ୍ରବ ଶୁକ୍ଳପକ୍ଷର ଯେ କୌଣସି ଏକ ତିଥିରେ ପାଳିତ ହେଉଥିଲା

ତେବେ ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ସାରା ଓଡ଼ିଶାରେ ଗୋଟିଏ ଦିନରେ ନୂଆଖାଇ ପର୍ବ ପାଳନ ଏବଂ ସାରା ଓଡ଼ିଶା ସରକାରୀ ଛୁଟି କରିବା ପାଇଁ ଘୋଷଣା କରିଥିଲେ। ଏହି ପଦକ୍ଷେପକୁ ପଶ୍ଚିମ ଓଡ଼ିଶାର ସବୁମହଲରେ ଚିନ୍ତା କରାଯାଇ ସର୍ବସମ୍ମତ କ୍ରମେ ଗଣେଷ ପୂଜାର ପରଦିନ ଅର୍ଥାତ ପଞ୍ଚମୀ ଦିନଟି ସ୍ଥିର କରାଗଲା। ସେହି ବର୍ଷଠାରୁ ପ୍ରତ୍ୟେକ ବର୍ଷ ପଶ୍ଚିମାଞ୍ଚଳରେ ଗୋଟିଏ ଦିନରେ ନୂଆଖାଇ ପର୍ବ ତିଥି ଅନୁସାରେ ପାଳିତ ହୋଇ ଆସୁଛି।

ଏହି ପର୍ବର କୃଷି ଏବଂ ଧାର୍ମିକ ଚେତନା ସହିତ ସମାଜିକ ଏକତା ମଧ୍ୟ ସୃଷ୍ଟି କରିଥାଏ। ଗ୍ରାମ ବା ସହରର ପଡ଼ା ଅଞ୍ଚଳରେ ନୂଆଖାଇ ଦିନ ନବାନ୍ନ ଦେଇ ପୂଜା ବିଧି ସମାପ୍ତ ହେବା ପରେ ପରିବାରର ମୁଖ୍ୟଙ୍କ ହାତରୁ ସମସ୍ତେ ନବାନ୍ନ ଭୋଗ ଗ୍ରହଣ କରନ୍ତି। ତାହା ଖାଇ ସାରି ପରିବାରର ସମସ୍ତ ବ୍ୟକ୍ତି ନିଜର ବୟସ୍କ ମାନଙ୍କୁ ଭୂମିଷ୍ଠ ପ୍ରଣାମ ସହ ଆଶୀର୍ବାଦ ଗ୍ରହଣ କରନ୍ତି। ପରେ ପିଠା ପଣା ସହ ନବାନ୍ନ ଭୋଜି ଖାଇ ସାରି ଗ୍ରାମ ବା ପଡ଼ୋଶୀରେ ଥିବା ସମସ୍ତ ବୟୋଜ୍ୟେଷ୍ଠ ମାନଙ୍କୁ ଭେଟି ପ୍ରଣାମ କରିଥାନ୍ତି।

ଏହି ସମୟରେ ଗ୍ରାମ ବା ପଡ଼ାର ଲୋକ ମାନେ ନିଜ ଭିତରେ ପୂର୍ବରୁ ଥିବା ଭେଦ ଭାବ ଭୁଲି ଯାଆନ୍ତି। ପରିବାର ମଧ୍ୟରେ ଥିବା ମତଭେଦ ମଧ୍ୟ ଏହି ସମୟରେ ସମାଧାନ ହୋଇଥାଏ। ସମସ୍ତେ ପୁଣି ଏକଜୁଟ ହୋଇ ରହନ୍ତି। ଏହା ନୂଆଖାଇ ପର୍ବର ଏକ ବିଶେଷତା। ସେଥିପାଇଁ ନୂଆଖାଇ ହେଉଛି ଏପରି ଏକ ପର୍ବ ଯେଉଁଠି ଯୋଡି ହୋଇ ରହିଛି ଧର୍ମ ସହିତ କୃଷି ଓ ସାମାଜିକ ବନ୍ଧନ।

Categories
ଆଜିର ଖବର ରାଜ୍ୟ ଖବର

ସମ୍ବଲପୁରୀ ଭାଷାରେ ନୂଆଖାଇ ଅଭିନନ୍ଦନ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଆଜି ପଶ୍ଚିମ ଓଡିଶାର ଏକ ବଡ ପର୍ବ ହେଉଛି ନୂଆଖାଇ। ଏହି ଦିନ ସାରା ପଶ୍ଚିମ ଓଡିଶା ହୋଇଯାଏ ଉତ୍ସବ ମୁଖର। ଏହି ଉପଲକ୍ଷେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଅଭିନନ୍ଦନ କରିଛନ୍ତି। ସମ୍ବଲପୁରୀ ଭାଷାରେ ସେ ଏହି ଅଭିନନ୍ଦନ କରିଛନ୍ତି। ତାହା ହେଲା

“ଗଣପର୍ବ ନୂଆଁଖାଇର୍ ଲାଗି ସମକୁ ହୁରୁଦରୁ ଶୁଭେଚ୍ଛା ଆର୍ ଅଭିନନ୍ଦନ୍। ତିହାର୍ ଭିତରେବି ସଭେ କୋଭିଡ୍ ନିୟମ୍ ମାନୁନ୍। ମାଁ ସମଲେଇ ସମକୁ ସୁଖ୍ ଶାନ୍ତି ଥି ବନେ କରି ରଖିଥାଉନ୍।”

Categories
ଧର୍ମ ବିଶେଷ ଖବର ରାଜ୍ୟ ଖବର

ନୂଆଖାଇ, ଏଭଳି ଏକ ପର୍ବ ଯେଉଁଠି ଯୋଡି ହୋଇ ରହିଛି କୃଷି, ଧର୍ମ ସହିତ ସାମାଜିକ ବନ୍ଧନ

ଭୁବନେଶ୍ବର: ଓଡିଶାର ଏକ ଗଣ ପର୍ବ ହେଉଛି ନୂଆଁଖାଇ, ଯାହା ପଶ୍ଚିମ ଓଡିଶାରେ ବିଶେଷ ଭାବେ ପାଳିତ ହେଉଛି। ଏହି ପର୍ବଟି ଧାନ ଅମଳର ଖୁସିରେ ଚାଷୀମାନେ ପାଳନ କରିଥାନ୍ତି। ବର୍ଷା ଶେଷ ହେବାପରେ ଶରତ ଋତୁ ଧରା ପୃଷ୍ଠରେ ଅବତରଣ କରେ । ଏହି ସମୟରେ ଚାଷୀ ଜମିରେ ବେଉଷଣ କାର୍ଯ୍ୟ ଆରମ୍ଭ କରିଥାଏ। ପରେ ସହଳ ଅମଳକ୍ଷମ ଧାନ ଗର୍ଭଧାରଣ କରି କେଣ୍ଡା ପକେଇବାର କାର୍ଯ୍ୟ କରିଥାଏ ।

ଚାଷୀ ପ୍ରଥମକରି ଅମଳକ୍ଷମ ଧାନକୁ ଇଷ୍ଟଦେବୀଙ୍କଠାରେ ସମର୍ପଣ କରିବା ହିଁ ନବାନ୍ନ ଭକ୍ଷଣ କୁହାଯାଏ । ଏହାକୁ ପଶ୍ଚିମ ଓଡ଼ିଶାର ଆଞ୍ଚଳିକ ଭାଷାରେ ନୂଆଁଖାଇ କୁହାଯାଏ । ନୂଆଖାଇ ପାଳନ ନିମନ୍ତେ ଆଗରୁ “ଲଗନ” ବା ‘ତିଥି’ ନିର୍ଣ୍ଣୟ କରି ପୂଜା ଆଦି ସହ ଆରିସା ପିଠା ଭୋଗ କରାଯାଇଥାଏ ।

ଆଗକାଳରେ ରାଜାମାନେ ନିଜ ରାଜ୍ୟର ଇଷ୍ଟଦେବୀଙ୍କ ନାମ ଅନୁସାରେ ନୂଆଖାଇବାର ଲଗ୍ନ ଧାର୍ଯ୍ୟ କରି ଭିନ୍ନ ଭିନ୍ନ ଦିନ ନୂଆ ଖାଉଥିଲେ । ରାଜାରାଜୁଡ଼ା ଶାସନ ପରେ ମଧ୍ୟ ରାଜାଙ୍କ ଇଷ୍ଟଦେବୀଙ୍କ ନାମ ଅନୁସାରେ ପଣ୍ଡିତମାନେ ନବାନ୍ନ ଭକ୍ଷଣ ତିଥି ବାହାର କରୁଥିଲେ, ତେଣୁ ନୂଆଖାଇ ପର୍ବ ପ୍ରତ୍ୟେକ ବର୍ଷ ଗୋଟିଏ ନିର୍ଦ୍ଦିଷ୍ଟ ତିଥିରେ ପାଳିତ ନ ହୋଇ ଭାଦ୍ରବ ଶୁକ୍ଳପକ୍ଷର ଯେ କୌଣସି ଏକ ତିଥିରେ ପାଳିତ ହେଉଥିଲା

ତେବେ ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ସାରା ଓଡ଼ିଶାରେ ଗୋଟିଏ ଦିନରେ ନୂଆଖାଇ ପର୍ବ ପାଳନ ଏବଂ ସାରା ଓଡ଼ିଶା ସରକାରୀ ଛୁଟି କରିବା ପାଇଁ ଘୋଷଣା କରିଥିଲେ। ଏହି ପଦକ୍ଷେପକୁ ପଶ୍ଚିମ ଓଡ଼ିଶାର ସବୁମହଲରେ ଚିନ୍ତା କରାଯାଇ ସର୍ବସମ୍ମତ କ୍ରମେ ଗଣେଷ ପୂଜାର ପରଦିନ ଅର୍ଥାତ ପଞ୍ଚମୀ ଦିନଟି ସ୍ଥିର କରାଗଲା । ସେହି ବର୍ଷଠାରୁ ପ୍ରତ୍ୟେକ ବର୍ଷ ପଶ୍ଚିମାଞ୍ଚଳରେ ଗୋଟିଏ ଦିନରେ ନୂଆଖାଇ ପର୍ବ ତିଥି ଅନୁସାରେ ପାଳିତ ହୋଇ ଆସୁଛି ।

ଏହି ପର୍ବର କୃଷି ଏବଂ ଧାର୍ମିକ ଚେତନା ସହିତ ସମାଜିକ ଏକତା ମଧ୍ୟ ସୃଷ୍ଟି କରିଥାଏ। ଗ୍ରାମ ବା ସହରର ପଡ଼ା ଅଞ୍ଚଳରେ ନୂଆଖାଇ ଦିନ ନବାନ୍ନ ଦେଇ ପୂଜା ବିଧି ସମାପ୍ତ ହେବା ପରେ ପରିବାରର ମୁଖ୍ୟଙ୍କ ହାତରୁ ସମସ୍ତେ ନବାନ୍ନ ଭୋଗ ଗ୍ରହଣ କରନ୍ତି । ତାହା ଖାଇ ସାରି ପରିବାରର ସମସ୍ତ ବ୍ୟକ୍ତି ନିଜର ବୟସ୍କ ମାନଙ୍କୁ ଭୂମିଷ୍ଠ ପ୍ରଣାମ ସହ ଆଶୀର୍ବାଦ ଗ୍ରହଣ କରନ୍ତି । ପରେ ପିଠା ପଣା ସହ ନବାନ୍ନ ଭୋଜି ଖାଇ ସାରି ଗ୍ରାମ ବା ପଡ଼ୋଶୀରେ ଥିବା ସମସ୍ତ ବୟୋଜ୍ୟେଷ୍ଠ ମାନଙ୍କୁ ଭେଟି ପ୍ରଣାମ କରିଥାନ୍ତି ।

ଏହି ସମୟରେ ଗ୍ରାମ ବା ପଡ଼ାର ଲୋକ ମାନେ ନିଜ ଭିତରେ ପୂର୍ବରୁ ଥିବା ଭେଦ ଭାବ ଭୁଲି ଯାଆନ୍ତି । ପରିବାର ମଧ୍ୟରେ ଥିବା ମତଭେଦ ମଧ୍ୟ ଏହି ସମୟରେ ସମାଧାନ ହୋଇଥାଏ। ସମସ୍ତେ ପୁଣି ଏକଜୁଟ ହୋଇ ରହନ୍ତି । ଏହା ନୂଆଖାଇ ପର୍ବର ଏକ ବିଶେଷତା । ସେଥିପାଇଁ ନୂଆଖାଇ ହେଉଛି ଏପରି ଏକ ପର୍ବ ଯେଉଁଠି ଯୋଡି ହୋଇ ରହିଛି ଧର୍ମ ସହିତ କୃଷି ଓ ସାମାଜିକ ବନ୍ଧନ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ମା ସମଲେଶ୍ବରୀଙ୍କ ନିକଟରେ ଲାଗି ହେଲା ନବାନ୍ନ, ସାମାଜିକ ଗଣମାଧ୍ୟମରେ ଭକ୍ତ ଦେଖିଲେ ମାଙ୍କ ପୂଜା

ସମ୍ବଲପୁର, ଆଜି ସମ୍ବଲପୁରର ପ୍ରସିଦ୍ଧ ଠାକୁରାଣୀ ମା ସମଲେଶ୍ବରୀଙ୍କ ନିକଟରେ ନିର୍ଦ୍ଧାରିତ ସମୟରେ ନବାନ୍ନ ଲାଗି କରାଯାଇଛି। ଏହି ପୂଜାକୁ ମନ୍ଦିର ଟ୍ରଷ୍ଟ ବୋର୍ଡ ତରଫରୁ ସାମାଜିକ ଗଣମାଧ୍ୟମରେ ପ୍ରସାରଣ କରାଯାଇଥିଲା। ଲୋକମାନେ ଏହା ଦେଖିବା ପରେ ନିଜଘରେ ପୂଜା ଆରମ୍ଭ କରିଛନ୍ତି। ତେବେ ଚଳିତ ବର୍ଷ ମା ସମଲେଶ୍ବରୀଙ୍କ ନବାନ୍ନ ବାହାରିବ ନାହିଁ। ସେଥିପାଇଁ ମନ୍ଦିର ଟ୍ରଷ୍ଟ ଲୋକମାନଙ୍କୁ ନିଜ ଘରେ ନବାନ୍ନ କରି ସାରିବା ପାଇଁ କୁହାଯାଇଛି।

ପୂର୍ବରୁ ଭକ୍ତମାନେ ମାଙ୍କ ନିକଟରେ ନବାନ୍ନ ଲାଗି କରିବା ପାଇଁ ଆସିଥାନ୍ତି। ହେଲେ କରୋନା ପାଇଁ ଭକ୍ତମାନେ ମନ୍ଦିରକୁ ନ ଆସିବା ପାଇଁ ନିବେଦନ କରାଯାଇଥିଲା। ମା ଙ୍କ ନିକଟରେ ନବାହ୍ନରେ ପୂଜା କେବଳ ସେବକମାନେ ଯଥା ରିତିରେ କରିବେ ବୋଲି ନିଷ୍ପତି ହୋଇଥିଲା। ସେହି ଅନୁସାରେ ଆଜି ନିର୍ଦ୍ଧାରିତ ସମୟରେ ମାଙ୍କ ନିକଟରେ ଏହି ନବାହ୍ନ ପୂଜା କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ନୂଆଖାଇ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଆ ଏବଂ ଇଂରାଜୀରେ କଲେ ଅଭିନନ୍ଦନ

ନୂଆଦିଲ୍ଲୀ, ଆଜି ନୂଆଖାଇ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶାବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ତେବେ ସେ ଉଭୟ ଇଂରାଜୀ ଓ ଓଡିଆ ଭାଷାରେ ଏହି ଅଭିନନ୍ଦନ କରିଛନ୍ତି। ପ୍ରଧାନମନ୍ତ୍ରୀ ଅଭିନନ୍ଦନ ବାର୍ତ୍ତାରେ ଯାହା କହିଛନ୍ତି ତାହା ହେଲା, ” ଆମର ଚାଷୀ ଭାଇ ମାନଙ୍କର କଠିନ ପରିଶ୍ରମର ଉତ୍ସବ ହେଉଛି ପବିତ୍ର ନୂଆଁଖାଇ। ସେମାନଙ୍କର ଝାଳବୁହା ପରିଶ୍ରମ କାରଣରୁ ଆମ ଦେଶକୁ ଅନ୍ନ ମିଳୁଛି। ଏହି ବିଶେଷ ଦିବସରେ ସମସ୍ତଙ୍କ ଉନ୍ନତି ଏବଂ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି। ନୂଆଁଖାଇ ଜୁହାର।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜି ନୂଆଖାଇ, କରୋନା ପାଇଁ ଫିକା ପଡିଲା ପଶ୍ଚିମ ଓଡିଶାର ଏହି ଗଣପର୍ବ

ସମ୍ବଲପୁର, ଆଜି ହେଉଛି ପଶ୍ଚିମ ଓଡିଶାର ଗଣ ପର୍ବ ନୂଆଖାଇ। ହେଲେ କରୋନା ପାଇଁ ନୂଆଖାଇର ଉତ୍ସାହ ଫିକା ପଡିଯାଇଛି। ମୁଖ୍ୟତଃ ପଶ୍ଚିମ ଓଡିଶାବାସୀ ମା ସମଲେଶ୍ବରୀଙ୍କ ନିକଟରେ ନବାହ୍ନ ଲାଗି କରିଥାନ୍ତି। ହେଲେ ମନ୍ଦିର ଟ୍ରଷ୍ଟ ବୋର୍ଡ ତରଫରୁ କରୋନା ପାଇଁ ଭକ୍ତଙ୍କୁ ମନ୍ଦିର ଯିବାକୁ ବାରଣ କରାଯାଇଛି। ସମସ୍ତଙ୍କୁ ଘରେ ରହି ପୂଜା କରିବା ପାଇଁ କୁହାଯାଇଛି। ଫଳରେ ଏହି ଗଣପର୍ବକୁ ଚଳିତ ବର୍ଷ ଜଣପର୍ବ ଭାବେ ପାଳିତ ହେଉଛି।

ଏହି ମହାନ ପର୍ବ ଉପଲକ୍ଷେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିଜର ବାଲୁକା କଳାରେ ସମସ୍ତଙ୍କୁ ଅଭିନନ୍ଦନ କରିଛନ୍ତି। ଲୋକପ୍ରିୟ ଅଭିନନ୍ଦନ ବାର୍ତ୍ତା ନୂଆଖାଇ ଜୁହାରକୁ ସେ ନିଜ କଳା ମାଧ୍ୟମରେ ପ୍ରତିପାଦନ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ନୂଆଖାଇରେ ଭକ୍ତଙ୍କ ପାଇଁ ବନ୍ଦ ହେଲା ମା ସମଲେଶ୍ବରୀ ମନ୍ଦିର, ଘରେ ପାଳନ କରିବାକୁ ଟ୍ରଷ୍ଟର ନିବେଦନ

ସମ୍ବଲପୁର, ରାତି ପାହିଲେ ନୂଆଖାଇ। ହେଲେ ପଶ୍ଚିମ ଓଡିଶାର ଏହି ଗଣ ପର୍ବ ଏଥର କରୋନା ଭାଇରସ ପାଇଁ ଜାକଜକମରେ ପାଳନ ହୋଇପାରୁ ନାହିଁ। କରୋନା ପାଇଁ ପ୍ରସିଦ୍ଧ ସମଲେଶ୍ବରୀ ମନ୍ଦିରକୁ ଭକ୍ତମାନେ ଯାଇପାରିବେ ନାହିଁ। ଆଜି ଏହି ଘୋଷଣା ମନ୍ଦିର ଟ୍ରଷ୍ଟ ସଭାପତି ସଂଜୟ ବାବୁ କରିଛନ୍ତି। ସେ କହିଛନ୍ତି ଯେ, କୋଭିଡ 19 କଟକଣା ଅନୁଯାୟୀ ମା ସମଲେଶ୍ବରୀ ମନ୍ଦିରକୁ ଭକ୍ତମାନଙ୍କ ପ୍ରବେଶ ନିଷେଧ କରାଯାଇଛି। କେବଳ ବିଧି ପାଳନ ପାଇଁ ମନ୍ଦିର ଭିତରେ ସେବକମାନେ କାର୍ଯ୍ୟ କରିବେ।  ତେବେ ଲୋକଙ୍କ ଭାବାବେଗକୁ ସମ୍ମାନ ଜଣାଇ ମନ୍ଦିର ତରଫରୁ ସୋସିଆଲ ମିଡିଆର ପୂଜାନିତି ସିଧାପ୍ରସାରଣ କରାଯିବ ବୋଲି ସଂଜୟ କହିଛନ୍ତି।