Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜି କଳିଙ୍ଗ ଷ୍ଟାଡିୟମ କାର୍ଯ୍ୟକ୍ରମରେ ଯୋଗ ଦେବେ ନବୀନ, ଆସନ୍ତାକାଲି ଦିଲ୍ଲୀ ଗସ୍ତ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନୁହେଁ ଆସନ୍ତାକାଲି ନୂଆଦିଲ୍ଲୀ ଗସ୍ତ କରିବେ। ଆଜି ସଂଧ୍ୟାରେ ସେ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଅଣ୍ଡର20 ଫୁଟବଲ ଚମ୍ପିୟାନସିପ କାର୍ଯ୍ୟକ୍ରମରେ ଯୋଗ ଦେବେ। ଆଜି ଭାରତ ବାଙ୍ଗାଲାଦେଶ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ। ଏଥିରେ ମୁଖ୍ୟମନ୍ତ୍ରୀ ବିଜେତା ଦଳକୁ ଟ୍ରଫି ପ୍ରଦାନ କରିବେ।

ଆସନ୍ତାକାଲି ସେ ଦିଲ୍ଲୀ ଗସ୍ତରେ ଯିବେ। ସେ ସକାଳ ୧୦ଟା ୩୦ ରେ ଭୁବନେଶ୍ବର ବିମାନ ବନ୍ଦର ଛାଡିବେ। ୧୨ଟା ୩୦ରେ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିବେ। ସେହିଦିନ ନବୀନ ୪ଟା ୨୫ରେ ରାଷ୍ଟ୍ରପତି ଭବନର କଲଚରାଲ୍‌ ସେଣ୍ଟର ଯିବେ।

ନୂଆଦିଲ୍ଲୀରେ ନବୀନ ୭ ତାରିଖରେ ନୀତି ଆୟୋଗ ବୈଠକରେ ଯୋଗ ଦେବା ସହ ଆଜାଦି  କା ଅମୃତ ମହୋତ୍ସବ  କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେବେ। ଏହି କାର୍ଯ୍ୟକ୍ରମରେ  ରାଷ୍ଟ୍ରପତି  ଓ ପ୍ରଧାନମନ୍ତ୍ରୀ ଙ୍କ ସହ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ  ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତ ସାରି ୮ ତାରିଖରେ ଭୁବନେଶ୍ୱର ଫେରିବେ।

Categories
ଆଜିର ଖବର ଜାତୀୟ ଖବର

ଆଜିଠାରୁ ମୁଖ୍ୟମନ୍ତ୍ରୀଙ୍କ ତିନିଦିନିଆ ନୂଆଦିଲ୍ଲୀ ଗସ୍ତ, ମାଓ ମୁକାବିଲା ବୈଠକରେ ଦେବେ ଯୋଗ

ଭୁବନେଶ୍ବର: ଆଜିଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତିନିଦିନିଆ ନୂଆଦିଲ୍ଲୀ ଗସ୍ତରେ ଯାଉଛନ୍ତି। ମୁଖ୍ୟମନ୍ତ୍ରୀ ନୂଆଦିଲ୍ଲୀରେ ଆୟୋଜିତ ନକ୍ସଲ ମୁକାବିଲା ବୈଠକରେ ଯୋଗଦେବେ। ଗୃହମନ୍ତ୍ରୀ ଅମିତ ସାହାଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠରେ ନକ୍ସଲ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗଦେବେ। ଏହି ବୈଠକ ଆସନ୍ତା ରବିବାର ଦିନ ବସିବ। ସେ ସେହିଦିନ ବୈଠକ ଶେଷ ଭୁବନେଶ୍ବର ଫେରିଆସିବେ।

କେନ୍ଦ୍ର ସରକାର ନକ୍ସଲ ମୁକାବିଲା ପାଇଁ ଏହି ବୈଠକ ଡାକିଥାନ୍ତି। ଏହି ମାଓ ଦମନ ପାଇଁ କେନ୍ଦ୍ର ସରକାର କେନ୍ଦ୍ରୀୟ ବଳ ଯୋଗାଇ ଦେବା ସହିତ ଆର୍ଥିକ ଅନୁଦାନ ମଧ୍ୟ ଦେଇଥାନ୍ତି। ତେବେ ଓଡିଶାକୁ ମାଓ ମୁକାବିଲା ପାଇଁ କେନ୍ଦ୍ରୀୟ ଅନୁଦାନ ପ୍ରାୟ ନଅ ଶହ କୋଟି ଟଙ୍କା ବାକି ରହିଛି। ସେହି ବକେୟା ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏହି ବୈଠକରେ ଉଠାଇପାରନ୍ତି ବୋଲି ଜଣାପଡିଛି। ବହୁଦିନ ପରେ ମୁଖ୍ୟମନ୍ତ୍ରୀ ନୂଆଦିଲ୍ଲୀ ଗସ୍ତରେ ଯାଉଛନ୍ତି।