Categories
ଆଜିର ଖବର ରାଜ୍ୟ ଖବର

ମାଠିଆପଦର ଗ୍ରାମକୁ ସଂପୂର୍ଣ୍ଣ ବୁଡି ଗ୍ରାମ ଘୋଷଣା ନେଇ ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

ଭୁବନେଶ୍ଵର: ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ମାଠିଆ ପଦର ଗ୍ରାମ ତିଖାଲି ଲୋଅର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ ପ୍ରଭାବିତ ଗ୍ରାମ ହୋଇଅଛି। ଏହି ଗ୍ରାମର ଘରୋଇ ଜମି ସହ ସରକାରୀ ଜମି ପ୍ରକଳ୍ପ ଜଳ ରାଶି ରେ ଜଳମଗ୍ନ ହୋଇଥିବା ବେଳେ ଗ୍ରାମକୁ ବୁଡ଼ାଇ ଗ୍ରାମ ମାନ୍ୟତା ଦିଆଯାଇନାହିଁ। ଫଳରେ ଗ୍ରାମବାସୀ ଚାଷ ଉପରେ ନିର୍ଭରଶୀଳ।

ଗ୍ରାମର ୫୬.୬୫ ଏକର ଚାଷ ଜମିଥିବା ବେଳେ ଏହି ଜମି ମଧ୍ୟରୁ ୨୩.୯୪ ଏକର ଜମି ଜଳ ସମ୍ପଦ ବିଭାଗ ଜମି ଅଧିଗ୍ରହଣ କରିଛନ୍ତି। ୧୭୩.୫୭ ଏକର ଜମି ସରକାରୀ ଜମି ରହିଅଛି। ଗ୍ରାମବାସୀଙ୍କ ଜୀବିକା ନିର୍ବାହ କରୁଥିବା ଜମି ଅଧିଗ୍ରହଣ କରିଥିବା ବେଳେ ଗ୍ରାମବାସୀ ଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରି ଗ୍ରାମ କୁ ସମ୍ପୂର୍ଣ୍ଣ ବୁଡି ଗ୍ରାମ ମାନ୍ୟତା ଦେବାକୁ ଗ୍ରାମବାସୀ ମାନେ ଦାବୀ କରୁଛନ୍ତି।

ରବି ମଙ୍ଗରାଜଙ୍କ ନେତୃତ୍ୱରେ ଗ୍ରାମବାସୀ ମାନେ ଆସି ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତାଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ତୁରନ୍ତ ପଦକ୍ଷେପ ଗ୍ରହଣ କରନ୍ତୁ ଏବଂ ସରକାରଙ୍କୁ ସୁପାରିଶ କରିବାକୁ ଦାବୀ ଦେଇଥିଲେ। ନଚେତ୍ ଆସନ୍ତା ଦିନ ରେ ତୀବ୍ର ଆନ୍ଦୋଳନ କରିବାକୁ ପ୍ରକାଶ କରିଛନ୍ତି।ସନ୍ତୋଷ ବନ୍ଦିଛୋର ଗୋବିନ୍ଦ କଟା,ପୁଶ ଶଗରିଆ, ମୁନୁ କଟା, ଗ୍ରାମବାସୀ ସାମିଲ ହୋଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଲୋଡ୍ରା ଗାଁ ରେ ୯ ଟିକିଆ ହାତୀ ପଲଙ୍କ ଆତଙ୍କ

ଭୁବନେଶ୍ଵର: ନୂଆପଡା ଜିଲ୍ଲା ଧରମବନ୍ଦା ସେକ୍ସନ ଛୋଟ ଲୋଡ୍ରା ଗାଁରେ ହାତୀ ଆତଙ୍କ। ୯ ଟିକିଆ ଜଙ୍ଗଲି ହାତୀ ପଲ ଗାଁ ନିକଟ କୁ ଚାଲି ଆସିଥିବାରୁ ଗ୍ରାମବାସୀ ଭୟଭୀତ ହୋଇଛନ୍ତି। ବନ୍ ବିଭାଗ ପକ୍ଷରୁ ହାତୀ ପଲକୁ ଘଉଡାଇବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି। ଗ୍ରାମବାସୀଙ୍କୁ ମଧ୍ୟ ସଜାଗ ରହିବା ସହ ହାତୀଙ୍କ ଉତ୍ୟକ୍ତ କରିବା ଭଳି କୌଣସି କାର୍ଯ୍ୟ ନ କରିବାକୁ ଆହ୍ବାନ କରିଛନ୍ତି।

ହାତୀ ପଲରେ ୯ ଗୋଟି ହାତୀରୁ ୭ ଟି ବଡ ହାତୀ ୨ ଗୋଟି ଛୋଟ ହାତୀ ରହିଥିବା ଜଣାପଡିଛି। ହାତୀ ପଲ ଛତିଶଗଡରୁ ସୁନାବେଡା ଅଭୟାରଣ୍ୟ ଦେଇ ଆସିଥିବା କୁହାଯାଉଛି। ବନ୍ୟଜନ୍ତୁ ବିଭାଗ ଖବର ପାଇ ଘଟଣାସ୍ଥଳରେ ପହଚିଂ ହାତୀର ଗତିବିଧି ଅନୁଧ୍ୟାନ କରୁଛନ୍ତି। ଛୋଟ ଲୋଡ୍ରା ଗାଁରେ ଭୟର ବାତାବରଣ ଲାଗି ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ଗୁରୁକୂଳ ଆମସେନାର ୫୮ ବାର୍ଷିକ ଉତ୍ସବରେ ଉପମୁଖ୍ୟମନ୍ତ୍ରୀଙ୍କ ଯୋଗଦାନ

ଭୁବନେଶ୍ଵର: ନୂଆପଡ଼ା ଜିଲ୍ଲା ଖରୀଆର ରୋଡ ଆମସେନା ଠାରେ ଓଡିଶା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ଦିନିକିଆ ଗସ୍ତ, ଆସି ଗୁରୁକୂଳ ଆଶା ଆମସେନାର ୫୮ ତମ ବାର୍ଷିକ ଉତ୍ସବ ଯୋଗଦାନ କରିଛନ୍ତି। ଭୁବନେଶ୍ୱର ଠାରୁ ସ୍ୱତନ୍ତ୍ର ପ୍ଲେନରେ ଗୌତମା ଏୟାର ଷ୍ଟ୍ରୀପରେ ଅବତରଣ କରି ସଡ଼କ ପଥରେ ସେ ଆମସେନା ଠାରେ ଯୋଗ ଦେଇଥିଲେ।

ଗତ ତିନିଦିନ ବ୍ୟାପୀ ଅନୁଷ୍ଠିତ ୨୫୧ କୁଣ୍ଡିଆ ହବନ କାର୍ଯ୍ୟକ୍ରମ ଚାଲି ରହିଥିବା ବେଳେ ଆଜି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓଙ୍କ ଦ୍ଵାରା ଅଗ୍ନିରେ ପୂର୍ଣ୍ଣାହୁତି ହୋଇଥିଲା।

ଏହି ଉପଲକ୍ଷେ ଏକ ଛାତ୍ରା ବାସ ଭୂମିପୂଜନ ହୋଇଅଛି। ପୂର୍ବତନ ସାଂସଦ ବସନ୍ତ କୁମାର ପଣ୍ଡା, ନଗର ଅଧ୍ୟକ୍ଷ ସୋନିଆ ଜୈନ, ଗୁରୁକୂଳ ସଂସ୍ଥାପକ ସ୍ବାମୀ ଧର୍ମାନନ୍ଦ ସରସ୍ବତୀ, ଗୁରୁକୂଳ ଆଚାର୍ଯ୍ୟ ବ୍ରତାନନ୍ଦ୍ ସରସ୍ବତୀ, ଦିଲ୍ଲୀ ସ୍ବାମୀ ଆର୍ଯ୍ୟବେଶ ଜି, ଆଦିତ୍ୟ ବେଶ, ରାଜସ୍ଥାନ ସ୍ଵାମୀ ସଚ୍ଚିଦାନନ୍ଦ। କୁଞ୍ଜ ମନିଶି, ଆଚାର୍ଯ୍ୟ କୋମଳ ଜି ଙ୍କ ସହ ବହୁ ଆଚାର୍ଯ୍ୟ, ନାଗରିକ ମାନେ ଯୋଗ ଦେଇଥିଲେ।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ନୂଆପଡ଼ା ଜିଲ୍ଲା ଖଡିଆଳ ଥାନା ଛକ ଠାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ବିଜୟ ଦିବସ ପାଳିତ

ଭୁବନେଶ୍ଵର: ନୂଆପଡ଼ା ଜିଲ୍ଲା ଖଡିଆଳ ଥାନା ଛକ ଠାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ବିଜୟ ଦିବସ ପାଳିତ ହୋଇଯାଇଅଛି। ଦିଲ୍ଲୀ ବିଧାନସଭାରେ ପୂର୍ଣ୍ଣ ବିଜୟ ନେଇ ଭାରତୀୟ ଜନତା ପାର୍ଟି ର ଦଳୀୟ କର୍ମୀ ମହଲରେ ଖୁସି ଲହରୀ ଖେଳି ଯାଇଅଛି। ବିଜେପି ଓବିସି ମୋର୍ଚ୍ଚା ଜିଲ୍ଲା ସଭାପତି ଅଜିତ୍ କିଶୋର ଚଲାନ ଙ୍କ ନେତୃତ୍ୱରେ ବିଜୟ ଦିବସ ପାଳିତ ହୋଇଅଛି।

ଏହି ବିଜୟ ଦିବସ ରେ ଖଡିଆଳ ମଣ୍ଡଲ ସଭାପତି ଜୟରାମ, ଇନ୍ଦ୍ରାଦି ମଣ୍ଡଲ ସଭାପତି ଯୁଧିଷ୍ଟିର ହଂସ, ମନୋଜ ପଟ୍ଟନାୟକ, ନନ୍ଦ ଲାଲ ପାଣ୍ଡେ, ସୁରେନ୍ ଶର୍ମା,ଲକ୍ଷ୍ମଣ ଦୂରିଆ, ଜନକ, ବିକାଶ ଶୁକ୍ଳା, ବହୁ ବିଜେପି କର୍ମୀ ଯୋଗ ଦେଇଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ସାଇବର ଠକେଇ ଏବଂ ଅପରାଧ ନିୟନ୍ତ୍ରଣ ନେଇ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ଵର: ନୂଆପଡ଼ା ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସମ୍ମିଳନୀ କକ୍ଷ ଠାରେ ଏଟିଏମ୍, ସାଇବର ଠକେଇ, ଏବଂ ଅପରାଧ ନିୟନ୍ତ୍ରଣ, ରୋକିବା ନେଇ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଅଞ୍ଚଳର ବ୍ୟାଙ୍କ ଅଧିକାରୀ, ଯୋଗ ଦେଇଥିବା ବେଳେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଯିଆର୍ ରାଘବେନ୍ଦ୍ର ଯୋଗା ଦେଇ ସଚେତନତା ଦ୍ବାରା ସମସ୍ୟା ସମ୍ମୁଖୀନରୁ ବଞ୍ଚିତ ହେବା ସୁନିଶ୍ଚିତ ଅଟେ। ତେଣୁ ଆବଶ୍ୟକ ପଦକ୍ଷେପ ନେବାକୁ ଆର୍ଥିକ ଅନୁଷ୍ଠାନ ମାନେ ମଧ୍ୟ ଗ୍ରାହକକୁ ସଚେତନ କରିବା ଜରୁରୀ ହୋଇପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ଖଡିଆଳ ଡିଗ୍ରୀ ମହିଳା କଲେଜର ନବମ ବାର୍ଷିକ ଉତ୍ସବ ପାଳିତ

ନୂଆପଡା: ନୂଆପଡ଼ା ଜିଲ୍ଲା ଖଡିଆଳ ଏକ ମାତ୍ର ଖଡିଆଳ ଡିଗ୍ରୀ ମହିଳା କଲେଜ୍ ର ନବମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଅଛି। ଏହି ଉତ୍ସବ ରେ ମୁଖ୍ୟ ଅତିଥି ରୂପେ ପୂର୍ବତନ ପରିଚାଳନା ସଭାପତି ଡ଼. ଫଣିନ୍ଦମ ଦେଓ ଯୋଗ ଦେଇ ଦୃଢ଼ ମନୋବଳ ଏବଂ ଆତ୍ମ ବିଶ୍ୱାସ ଦ୍ବାରା ଲକ୍ଷ ପଥ ସାଧିତ ହୋଇଥାଏ ବୋଲି ମତବ୍ୟକ୍ତ କରିଥିଲେ। ଜଗତରେ କେବଳ ଗୋଟିଏ ପ୍ରାଣୀ ରାଜ ହଂସ ଯେପରି କ୍ଷୀରରେ ପାଣି ମିଶିଥିଲେ ମଧ୍ୟ ପାଣିକୁ ଛାଡି କେବଳ କ୍ଷୀର କୁ ପାନ କରିବା ଅନନ୍ୟା କ୍ଷମତା ରହିଅଛି। ସେହିପରି ଛାତ୍ରୀ ମାନେ ସତ୍ୟ ପଥକୁ ଅନୁସରଣ କରିବାକୁ ଆହ୍ବାନ କରିଥିଲେ। ସଭାରେ ପରିଚାଳନା ସଭାପତି ବିନୋଦ ବିହାରୀ ପାଢୀ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ବକ୍ତା ରୂପେ ଶିକ୍ଷକ ଗୌରାଙ୍ଗ ଚରଣ ସାହୁ ଯୋଗ ଦେଇଥିଲେ।

ଅତିଥି ରୂପେ ବରିଷ୍ଠ ସାମ୍ବାଦିକ ଅଜିତ କୁମାର ପଣ୍ଡା, ତପନ ରଂଜନ ଦାଶ, ପୂର୍ବତନ ନଗର ଅଧ୍ୟକ୍ଷ ନିମାଈ ଚରଣ ତାଣ୍ଡି ଯୋଗ ଦେଇଥିଲେ। ଅଧ୍ୟାପିକା ପ୍ରିୟଙ୍କା ମୁଣ୍ଡ ସ୍ବାଗତ ଅଭିଭାଷଣ ଦେଇଥିବା ବେଳେ ମହେଶ୍ୱତା ପଣ୍ଡା ଧନ୍ୟବାଦ ଦେଇଥିଲେ। ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା ରେ କୃତି ଛାତ୍ରୀଙ୍କୁ ପୁରସ୍କାର ବିତରଣ କରିଥିଲେ। ଶେଷରେ ଛାତ୍ରୀଙ୍କ ଦ୍ବାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସମସ୍ତ ଅଧ୍ୟାପକ ଅଧ୍ୟାପିକା ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ତିଖାଲି ଜଳ ରାଶିରେ ପକ୍ଷୀ ଗଣନା ନେଇ ମକଡ୍ରିଲ ଓ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ଵର: ନୂଆପଡ଼ା ଜିଲ୍ଲା ଖଡିଆଳ ବନଖଣ୍ଡ ବିଭାଗ ପକ୍ଷରୁ ତିଖାଲି ଜଳ ରାଶିରେ ପକ୍ଷୀ ଗଣନା ନେଇ ମକଡ୍ରିଲ ଓ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ପକ୍ଷୀମାନେ ଜୀବ ଜଗତ ରେ ଅକ୍ଷୁର୍ଣ୍ଣ ଅଙ୍ଗ ଅଟେ, ତାଙ୍କ ସୁରକ୍ଷା ଓ ଯତ୍ନ ନେବା ପ୍ରତ୍ୟେକ ନାଗରିକଙ୍କ କର୍ତ୍ତବ୍ୟ ଅଟେ ବୋଲି ଏସିଏଫ ପ୍ରଶ୍ନନ ଦୀପ ନାଏକ ପ୍ରକାଶ କରିଛନ୍ତି।

ଏହି ଉପଲକ୍ଷେ ବିଦ୍ୟାର୍ଥୀ ଙ୍କୁ ବାଇନକୁଲେ ସାହାର୍ଯ୍ୟରେ ପକ୍ଷୀ ଦେଖିବା ସହ ପକ୍ଷୀ ଙ୍କ ବାସସ୍ଥାନ ଓ ପ୍ରଚୁର ପରିମାଣ ରେ ଖାଦ୍ୟ ମହଜୁଦ ଥିଲେ ବସା ବାନ୍ଧି ଥାଆନ୍ତି। ବିଦେଶୀ ରୁ ମଧ୍ୟ ବହୁ ପକ୍ଷୀ ଆସୁଥିବା ଅନୁମାନ କରାଯାଏ। ଆସନ୍ତା ୧୮ ତାରିଖ ଠାରୁ ଖାଡ଼ିଆଲ ବନଖଣ୍ଡ ଅଧିନସ୍ଥ କ୍ଷେ ଗଣନା କାର୍ଯ୍ୟ ହାତକୁ ନେଇଛନ୍ତି। ଖଡିଆଳ ରେଞ୍ଜ ରେ ୯ ଗୋଟି ପକ୍ଷୀ ଗଣନା ଦଳ ଗଠିତ ହୋଇଥିବା ବେଳେ ଗୋଟିଏ ଦଳ ରେ ୫ ଜଣ ସଦସ୍ୟ ରହିଛନ୍ତି।

ପକ୍ଷୀଙ୍କ ଗଣନା ପାଇଁ ପ୍ରାତ, ସକାଳ ଏବଂ ସନ୍ଧ୍ୟା ସମୟରେ ଗଣନା କରାଯିବ ବୋଲି ପ୍ରକାଶ କରିଛନ୍ତି। ରେଞ୍ଜର ଜୟଦେବ ମାଝୀ, ଫରେଷ୍ଟର ମହାଦେବ ବନ୍ଦିଛୋର୍ ,ସୁଦାମ ବାଗ, ଶିବରାମ ପଟେଲ, ରାଜେଶ ହରିଜନ, ଖଗେଶ୍ବର ମାଝୀ, ଘନଶ୍ୟାମ ଶବର, ସମେତ ବନ୍ କର୍ମଚାରୀ ପ୍ରଶ୍ନନ ହଂସ ଓ ନରେଶ ଦଣ୍ଡସେନା ସମେତ ବହୁ କର୍ମଚାରୀ ପ୍ରମୁଖ ଯୋଗଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ନୂଆପଡା ଜିଲ୍ଲାପାଳଙ୍କ ଅଭିନବ ପ୍ରୟାସ: ନବଜାତ ଶିଶୁ କନ୍ୟାଙ୍କ ଉଦ୍ଦେଶ୍ୟରେ କଲେ ଚାରା ରୋପଣ

ଭୁବନେଶ୍ଵର: ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ଭେଳା ଗ୍ରାମ ଠାରେ ନୂତନ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଅଛି। ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଦ୍ବାରା କନ୍ୟା ପାଇଁ ଚାରା କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି।

ଜିଲ୍ଲାରେ ନବ ଜାତ ଶିଶୁ କନ୍ୟା ଜନ୍ମ ନେଇଥିବା ବେଳେ ସେହି କନ୍ୟାଙ୍କ ଉଦ୍ଧେଶ୍ୟରେ ଏକ ଚାରା ରୋପଣ କରାଯିବ। ନିଜ କନ୍ୟା ସନ୍ତାନଙ୍କୁ ଯେଉଁ ପରି ଯତ୍ନ ନେବେ ସେହି ଚାରାକୁ ମଧ୍ୟ ସେହିପରି ଯତ୍ନ ନେବେ। ଭେଳା ଗ୍ରାମରେ ତିନି ଗୋଟି ନବଜାତ ଶିଶୁ କନ୍ୟା ଜନ୍ମ ହୋଇଥିବା ବେଳେ ତାଙ୍କ ଉଦ୍ଧେଶ୍ୟରେ ଜିଲ୍ଲାପାଳ ଘରକୁ ଯାଇ ଚାରା ରୋପଣ କରିଛନ୍ତି।

କନ୍ୟା ଏକାଧିକ ନାମରେ ପରିଚିତ ହେଉଥିବା ବେଳେ ଜୀବଜଗତକୁ ଚାରା ମଧ୍ୟ ବୃକ୍ଷ ରୂପ ନେଇ ଏକାଧିକ ଉଦ୍ଦେଶ୍ୟର ସଫଳ ଦାୟିତ୍ବ ସମ୍ପାଦନ କରିଥାଏ। ତେଣୁ ଜଙ୍ଗଳ ସୃଷ୍ଟି ଏକ ମାତ୍ର ଉଦ୍ଧେଶ୍ୟ ନେଇ ଏହି ଯୋଜନା ଶୁଭାରମ୍ଭ କରିଛନ୍ତି।

ଖଡିଆଳ ବନ୍ ଖଣ୍ଡ ଅଧିକାରୀ ଅଜିଜ ଖାନ, ସରପଞ୍ଚ ବିମଳ ଯୋଷୀ, ଜିଲ୍ଲା ପରିଷଦ ସଭ୍ୟ ଅବନୀ ରଂଜନ ଯୋଷୀ, ସହ ବହୁ ସଂଖ୍ୟକ ଗ୍ରାମ ପଞ୍ଚାୟତ ବାସୀ ଯୋଗ ଦେଇ ସଚେତନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବସ ଦୁର୍ଘଟଣା: ୪ ମୃତ

ଭୁବନେଶ୍ଵର: ନୂଆପଡ଼ା ଜିଲ୍ଲା ସିନାପାଲିରୁ ହାଇଦ୍ରାବାଦ ଯାଉଥିବା ଏକ ଘରୋଇ ବସ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଗୁପ୍ତା ବସ ତେଲେଙ୍ଗାନା ଖମମ- ସୂର୍ଯ୍ୟପେଟ ଜାତୀୟ ରାଜପଥ ରେ ଦୁର୍ଘଟଣା ଗ୍ରସ୍ତ ହୋଇଛି। ରାସ୍ତାରେ ଛିଡା ହୋଇଥିବା ଟ୍ରକକୁ ଧକ୍କା ଦେଇଥିଲେ। ଏହି ଦୁର୍ଘଟଣାରେ ବସରେ ଥିବା ଜଣେ ଚାଳକ ସହ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୬ ରୁ ଅଧିକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ଥିବା ଜଣାପଡିଛି।

ସୂର୍ଯ୍ୟପେଟ ଜିଲ୍ଲା ଚେଭମ ନିକଟରେ ରାତିରେ ଦୁର୍ଘଟଣା ଘଟିଛି। ପ୍ରବଳ କୁହୁଡି ସାଙ୍ଗ ଯୋଗୁଁ ଛିଡା ହୋଇଥିବା ଟ୍ରକ୍ କୁ ଧକ୍କା ଦେଇଥିଲା। ଚାଳକ ସହ ୪ ଯାତ୍ରୀଙ୍କ ଘଟଣାସ୍ଥଳୀରେ ମୃତ୍ୟୁ ସହ ୬ ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

କନିଷ୍ଠ ଶିକ୍ଷକଙ୍କୁ ନିୟମିତ କରିବା ନେଇ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ଭୁବନେଶ୍ଵର: ନୂଆପଡ଼ା ଜିଲ୍ଲା କନିଷ୍ଠ ଶିକ୍ଷକ ଙ୍କୁ ନିୟମିତ କରିବା ନେଇ ଜିଲ୍ଲାପାଳ ମଧୁସୂଦନ ଦାଶ ଏବଂ ଖଡିଆଳ ବିଧାୟକ ଅଧିରଜ ପାଣିଗ୍ରାହୀ ଙ୍କୁ ଦାବୀ ଦେଇଛନ୍ତି। ଏହି ଉପଲକ୍ଷେ ଓଡ଼ିଶା ର ୯ ହଜାର ରୁ ଉର୍ଦ୍ଧ ଶିକ୍ଷକ ଶିକ୍ଷୟତ୍ରୀ ନିୟମିତ ଘୋଷଣା କରିଥିବା ବେଳେ ଏହି ତାଲିକା ରେ ନୂଆପଡ଼ା ଜିଲ୍ଲା ର ୧୧୮ ଜଣ କନିଷ୍ଠ ଶିକ୍ଷକ ବାଦ ପଡିଛନ୍ତି।

ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ଚଳିତ ମାସ ଏହି ସମସ୍ୟା ସମାଧାନ ପାଇଁ ଓଡ଼ିଶା ସରକାରଙ୍କୁ ସୁପାରିଶ କରିବା ପାଇଁ ପ୍ରତିଶୃତି ଦେଇଥିଲେ। ଓଡ଼ିଶା ରେ ୯୦୦୦ ଜଣ ବେକାର ଯୁବକ ଯୁବତୀଙ୍କୁ ୩୧ ମାର୍ଚ୍ଚ ୨୦୧୮ ରେ ନିଯୁକ୍ତି ଦେଇଥିବା ବେଳେ ସରକାରଙ୍କ ନିଷ୍ପତି ମୁତାବକ ୩୧ ମାର୍ଚ୍ଚ ୨୦୨୪ ରେ ନିୟମିତ ହେବା କଥା।

କିନ୍ତୁ ନୂଆପଡ଼ା ଜିଲ୍ଲାର ୧୧୮ ଜଣ ଶିକ୍ଷକଙ୍କୁ ବାଦ ଦେଇ ଅନ୍ୟ ଶିକ୍ଷକ ମାନେ ନିୟମିତ ଶିକ୍ଷକ ମାନ୍ୟତା ପାଇଛନ୍ତି। ଜଣେ କିମ୍ବା ଏକାଧିକ ଶିକ୍ଷକ ଙ୍କ ଜାଲ ପ୍ରମାଣ ପତ୍ର ପାଇଁ ସମୂହ ଶିକ୍ଷକ ଙ୍କୁ ତାଙ୍କ ଅଧିକାର ରୁ ବଞ୍ଚିତ କରିଥିବା ଅଭିଯୋଗ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ନୂଆପଡା ଜିଲ୍ଲାରେ ଜିଲ୍ଲାସ୍ତରୀୟ କୃଷି ମହୋତ୍ସବ ଓ କୃଷି ଯନ୍ତ୍ରପାତି ମେଳା

ଭୁବନେଶ୍ଵର: ନୂଆପଡା ଜିଲ୍ଲାରେ ଜିଲ୍ଲାସ୍ତରୀୟ କୃଷି ମହୋତ୍ସବ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ମଧୁସୂଦନ ଦାସ ଯୋଗ ଦେଇ ଚାଷୀମାନଙ୍କୁ ସମନ୍ୱିତ କୃଷି, ଫସଲ ବିବିଧିକରଣ ଉପରେ ଉଦବୋଧନ ଦେଇ କହିଥିଲେ “ଚାଷୀ ହସିଲେ, ଦେଶ ହସିବ” ବୋଲି ମତବ୍ୟକ୍ତ କରିଥିଲେ। ଚାଷୀଙ୍କ ଘରକୁ ପ୍ରଶାସନ ପହଞ୍ଚି, ପ୍ରବାସୀ ଶ୍ରମିକ ପ୍ରଥା ବନ୍ଦ କରିବା ପାଇଁ ଚାଷୀଙ୍କୁ ଆହ୍ବାନ କରିଥିଲେ।

ସମ୍ମାନିତ ଅତିଥି ଭାବରେ ବନଖଣ୍ଡ ଅଧିକାରୀ ଅଜିଜ ଖାନ, ବନ୍ୟଜନ୍ତୁ ବନଖଣ୍ଡ ଅଧିକାରୀ ମହାଦେବ ବଡାଇକ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଣଜିତ ନାୟକ ଯୋଗଦେଇ ଚାଷୀଙ୍କୁ କୃଷିରେ ରାସାୟନିକ ପଦାର୍ଥ ର ବ୍ୟବହାର କମ୍ କରିବା ପାଇଁ ଉଦବୋଧନ ଦେଇଥିଲେ। ଏଗ୍ରୋଫରେଷ୍ଟ୍ରୀ କରିବା ପାଇଁ ଅନୁରୋଧ କରିଥିଲେ। ଜୈବିକ କୃଷିର ଗୁରୁତ୍ୱ ବିଷୟରେ ମଧ୍ୟ ଚାଷୀଙ୍କୁ ବୁଝାଇଥିଲେ।

ଆଜିର ସଭାକାର୍ଯ୍ୟ ରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ବାବୁଲି ଚରଣ ସେଠୀ ସ୍ବାଗତ ଅଭିଭାଷଣ ରଖି ଚାଷୀ ଙ୍କୁ କୃଷି ଯନ୍ତ୍ରପାତି ର ବହୁଳ ବ୍ୟବହାର କରିବା ପାଇଁ ଉଦବୋଧନ ଦେଇଥିଲେ। ସହକାରୀ ଯନ୍ତ୍ରୀ ପଦ୍ମଲୋଚନ ମାଝୀ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କଲେଜ ଛାତ୍ରୀଙ୍କ ଆତ୍ମ ସୁରକ୍ଷା ତାଲିମ୍ ଶିବିର ଉଦଘାଟିତ

ଭୁବନେଶ୍ଵର: ନୂଆପଡ଼ା ଜିଲ୍ଲା ସଦର ମହକୁମା ସ୍ଥିତ ନେସନାଲ ଯୁକ୍ତ ଦୁଇ କଲେଜ ଛାତ୍ରୀ ଙ୍କ ଆତ୍ମ ସୁରକ୍ଷା ତାଲିମ୍ ଶିବିର ଉଦ୍ଘାଟିତ ହୋଇଯାଇଅଛି। ଏହି ଶିବିର ରେ ଆତ୍ମ ସୁରକ୍ଷା ତାଲିମ୍ ଶିବିର ପ୍ରକଳ୍ପ ସଂଯୋଜକ ପ୍ରକାଶ କୁମାର ସାହୁ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ରାଜନୀତି ବିଭାଗ ମୁଖ୍ୟ ଅଧ୍ୟାପିକା ମମତା ପଟ୍ଟନାୟକ ଯୋଗ ଦେଇ ଦୃଢ଼ ମନୋବଳ ଏବଂ ଶାରିରୀକ ସ୍ତରରେ ପ୍ରଶିକ୍ଷଣ ଲାଭ କରିଥିବା ଛାତ୍ରୀଙ୍କୁ ପ୍ରତିକୂଳ ପରିସ୍ଥିତି ମୁକାବିଲା କରିବାରେ ସହାୟକ ହେବ ବୋଲି ପ୍ରକାଶ କରିଛନ୍ତି। ମାଷ୍ଟର ଟ୍ରେନର ଫୁଲେଶ୍ୱରୀ ସାହୁ ଛାତ୍ରୀଙ୍କୁ ତାଲିମ ପ୍ରଦାନ କରି ତାଙ୍କ ଆତ୍ମବଳ ବୃଦ୍ଧି କରିବ।

Categories
ଆଜିର ଖବର ଖେଳ ରାଜ୍ୟ ଖବର

୩୩ତମ ସର୍ବଭାରତୀୟ ୱାଈଏମସି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଭୁବନେଶ୍ଵର: ନୂଆପଡ଼ା ଜିଲ୍ଲା ସଦର ମହକୁମା ସ୍ଥିତ ମିନି ଷ୍ଟାଡିୟମ ଠାରେ ୩୩ତମ ସର୍ବଭାରତୀୟ ୱାଈଏମସି କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଉଦଘାଟିତ ହୋଇଯାଇଅଛି। ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ଏହି ଟୁର୍ଣ୍ଣାମେଣ୍ଟ ଯୁବ ଖେଳାଳିଙ୍କୁ ଏକ ସୁଯୋଗ ପ୍ରଦାନ କରୁଥିବା କହିଥିଲେ।

ସମ୍ମାନିତ ଅତିଥି ଭାବେ ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଜିଲ୍ଲା କ୍ରୀଡା ଅଧିକାରୀ ରାଜେନ୍ଦ୍ର ବଢେଇ, ଜିଲ୍ଲା କ୍ରିକେଟ ସଂଘ ସଭାପତି ପ୍ରକାଶ ସାହୁ, ୱାଈଏମସି ସଭାପତି ଅମରେଶ ଦାସ ଉପସ୍ଥିତ ଥିଲେ। ଆଜିର ଖେଳ ବରଗଡ଼ ଓ ନୂଆପଡ଼ା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ବରଗଡ଼ ବ୍ୟାଟିଂ କରି ୨୮.୫ ଓଭରରେ ସମସ୍ତ ଖେଳାଳି ଆଉଟ ହୋଇ ୧୭୬ ରନ କରିଥିଲା। ଏହା ବିପକ୍ଷରେ ନୂଆପଡ଼ା ଦଳ ୨୭.୩ ଓଭରରେ ୩ ୱିକେଟ ବିନିମୟରେ ୧୭୭ ରନ ସଂଗ୍ରହ କରି ୭ ୱିକେଟ ରେ ବିଜୟୀ ହୋଇଥିଲା।

ଆଜି ଖେଳରେ ସର୍ବାଧିକ ୫୧ ବଲରେ ୪୮ ରନ ସଂଗ୍ରହ କରି ଦଳକୁ ବିଜୟ ଲକ୍ଷ୍ୟ ହାସଲରେ ସହଯୋଗ ପାଇଁ ପ୍ରତୀକ ପଟ୍ଟନାୟକଙ୍କୁ ମ୍ୟାନ ଅଫ ଦ ମ୍ୟାଚରେ ନଗଦ ଅର୍ଥ ଓ ଟ୍ରଫି ପ୍ରଦାନ୍ କରାଯାଇଥିଲା। ଆମ୍ପାୟର ଥିଲେ ନାରାୟଣ ମେହେର ଓ ଚୁଡ଼ାମଣି ପାଢ଼ୀ, ସ୍କୋରିଂ ଶୈଳେଶ ଶତପଥୀ, ଧାରା ବିବରଣୀ ସିମାଞ୍ଚଲ୍, ପୁନିତ୍, ଜୈକିଶନ୍, ପ୍ରଦାନ କରିଥିଲେ।

Categories
ଅପରାଧ ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡ଼ିଶା-ଛତିଶଗଡ଼ ପୋଲିସର ସମ୍ମିଳିତ ଆନ୍ତଃରାଜ୍ୟ ଅଭିଯାନ ଆରମ୍ଭ: ଜଣେ ମାଓବାଦୀ ମୃତ, ଅସ୍ତ୍ରଶସ୍ତ୍ର ଜବତ

ଭୁବନେଶ୍ଵର: ଓଡ଼ିଶାର ନୂଆପଡ଼ା ଜିଲ୍ଲା ଓ ଛତିଶଗଡ଼ର ଗରିଆବନ୍ଧ ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ଗତ ୨ ତାରିଖ ମଧ୍ୟରାତ୍ରିରୁ ଓଡିଶା ଓ ଛତିଶଗଡ଼ ପୋଲିସ ସମ୍ମିଳିତ ଆନ୍ତଃରାଜ୍ୟ ଅଭିଯାନ ଆରମ୍ଭ ହୋଇଥିଲା। ଏହି ଅଭିଯାନରେ ଜଣେ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ବେଳେ ସଂଖ୍ୟାଧିକ ମାଓବାଦୀ ଗୁରୁତର ଆହତ ହୋଇଥିବା ସନ୍ଦେହ କରାଯାଉଛି। ଏହା ସହ ଘଟଣାସ୍ଥଳରୁ ଅସ୍ତ୍ରଶସ୍ତ୍ର, ମାଓ ସାମଗ୍ରୀମଧ୍ୟ ଜବତ କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ, ନୂଆପଡ଼ା ସୀମାଠାରୁ ପ୍ରାୟ ୮ କିଲୋମିଟର ଦୂର ଛତିଶଗଡ଼ର ଇନ୍ଦାଗାଓଁ ଥାନା ଅଧୀନ ଅତାଙ୍ଗ ଜଙ୍ଗଲରେ ଆଜି ପୂର୍ବାହ୍ନ ପ୍ରାୟ ୧୧ଟାରେ ମାଓବାଦୀଙ୍କ ସହ ଇ-୩୦ ଓ ଏସ୍ଓଜି ଟିମ୍ ସହ ଗୁଳି ବିନିମୟ ହୋଇଥିଲା।

ଏହି ଅଭିଯାନରେ ଓଡିଶା ପୋଲିସର ୫ଟି ଏସ୍ଓଜି ଟିମ୍, ଛତିଶଗଡ଼ ଇ-୩୦ର ୪ଟି ଟିମ୍ ଓ ସିଆରପିଏଫ ବିଏନ୍-୬୫ର ୩ଟି ଟିମ୍ କୁ ନେଇ ମୋଟ ୧୨ଟି କାର୍ଯ୍ୟକ୍ଷମ ଟିମ୍ ସାମିଲ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବିଭିନ୍ନ ମଣ୍ଡି ପରିଦର୍ଶନ କରିଛନ୍ତି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ

ଭୁବନେଶ୍ଵର: ନୂଆପଡ଼ା ଜିଲ୍ଲାକୁ ଗସ୍ତରେ ଓଡ଼ିଶା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଆସି ବିଭିନ୍ନ ମଣ୍ଡି ପରିଦର୍ଶନ କରିଥିବା ବେଳେ ଚାଷୀ ଉପଯୁକ୍ତ ପ୍ରାପ୍ୟ ପାଉଥିବା ନେଇ ବୁଝିଥିଲେ। ସେ ବେଲଟୁକର, ଡୁମେରପାଣି, ସରାବଙ୍ଗ ଆଦି ମଣ୍ଡି ପରିଦର୍ଶନ କରିଛନ୍ତି। ଜିଲ୍ଲା ପ୍ରଶାସନ ମଧ୍ୟ ପ୍ରସ୍ତୁତି ଠିକ କରିଥିବା କହିଥିଲେ। ଦୀର୍ଘ ୭୭ ବର୍ଷ ପରେ ଚାଷୀଙ୍କ ମୁଁହରେ ହସ କେବଳ ମୁଖ୍ୟମନ୍ତ୍ରୀ ହିଁ ଫୁଟାଇ ପାରିଛି ବୋଲି ପ୍ରକାଶ କରିଛନ୍ତି। ଚାଷୀଙ୍କୁ ୩୧୦୦ ଟଙ୍କା ଧାନ କ୍ୱିଣ୍ଟଲ ପ୍ରଦାନ କରାଯାଉଥିବା ବେଳେ ତାହା ପ୍ରକୃତ ରେ ଚାଷୀ ପାଖାକୁ ପହଞ୍ଚିଛି କି ନାହିଁ ପଚାରିବା ପାଇଁ ଆସିଥିଲେ ବୋଲି ଉଲ୍ଲେଖ କରିଥିଲେ।

ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୫ ଲକ୍ଷ ୯୧ ହଜାର କୁଇଣ୍ଟାଲ ଧାନ କ୍ରୟ ହୋଇଅଛି। ଚାଷୀଙ୍କୁ ତାଙ୍କ ପ୍ରାପ୍ୟ ଏକ ସପ୍ତାହ ମଧ୍ୟରେ ମିଳୁଥିବା ବିଭାଗ ପକ୍ଷ ରୁ ପ୍ରକାଶ କରିଛନ୍ତି। ଚାଷୀ ମାନଙ୍କ ମାନ୍ୟବର ମନ୍ତ୍ରୀ ଧନ୍ୟବାଦ ଦେଇଛନ୍ତି । କାରଣ ଚାଷୀ ମାନେ ଚଳିତ୍ ବର୍ଷ ସରକାର ଦେଇଥିବା ପ୍ରତିଶ୍ରୁତି ରକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ଚାଷୀ ଧନ୍ୟବାଦ ଜଣାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ପ୍ରାଣୀ ଚିକିତ୍ସା ଇତିହାସରେ ପ୍ରଥମ ଘଟଣା: ବିଷାକ୍ତ ନାଗ ସାପର ହେଲା ଅସ୍ତ୍ରୋପଚାର

ଭୁବନେଶ୍ଵର: ନୂଆପଡ଼ା ଜିଲ୍ଲା ପ୍ରାଣୀ ଚିକିତ୍ସା ଇତିହାସରେ ପ୍ରଥମ ଘଟଣା, ଦୁର୍ଘଟଣା ରେ ଆହତ ହୋଇଥିବା ଏକ ବିଷାକ୍ତ ନାଗ ସାପ ଖଡିଆଳ ପ୍ରାଣୀ ଚିକିତ୍ସାଳୟ ରେ ଅସ୍ତ୍ରୋପଚାର। ଖଡିଆଳ ଲାଲ ସାହେବ୍ ପଡ଼ା ଠାରେ ଏହି ବିଷାକ୍ତ ନାଗ ସାପ ସଡ଼କ ଅତିକ୍ରମ କରୁଥିବା ବେଳେ ଏକ ଜେସିପି ଭାରି ଗାଡ଼ି ମାଡ଼ି ଯାଇଥିଲା। ଫଳରେ ବହୁ ପୁରୁଣା ନାଗ ସାପ ଦୁର୍ଘଟଣା ର ଶିକାର ହୋଇଥିଲା। ନାଗ ସାପ ଆସି ସାମ୍ବାଦିକ ତପନ ଦାଶ ଙ୍କ ଘର ସମ୍ମୁଖ ରେ ପଡ଼ିଥିବା ବେଳେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଖାଡ଼ିଆଳ ପ୍ରାଣୀ ଚିକିତ୍ସା କେନ୍ଦ୍ର କୁ ନେଇଥିଲେ।

ଘଟଣା ସ୍ଥଳ କୁ ପ୍ରାଣୀ ଚିକିତ୍ସା ବିଭାଗ ରୁ ଲକ୍ଷ୍ମୀକାନ୍ତ ଭୋଇ ଆସି ଉଦ୍ଧାର କରିଥିଲେ। ଖଡିଆଳ ପ୍ରାଣୀ ଚିକିତ୍ସା ଅଧିକାରୀ ସଂଗ୍ରାମ କେଶରୀ ବେହେରା ଆସି ତୁରନ୍ତ ନାଗ ସାପ କୁ ଚିକିତ୍ସା ଆରମ୍ଭ କରିଥିଲେ। ପ୍ରାଣୀ ଚିକିତ୍ସା ଇତିହାସ ରେ ମଧ୍ୟ ପ୍ରଥମ ବିଷାକ୍ତ ନାଗ ସାପ ର ଅସ୍ତ୍ରୋପ୍ରଚାର କରିଛନ୍ତି। ନାଗ ସାପ ର ଅଣ୍ଟା ରୁ ଲାଞ୍ଜ ପାଖ ରେ ଦୁଇ ଗୋଟି ସ୍ଥାନ ରେ ଅସ୍ତ୍ରୋପଚାର ହୋଇଥିବା ବେଳେ ଶରୀର ରେ ୧୧ ଗୋଟି ସିଲେଇ ହୋଇଅଛି।

ଏହି ବଡ ବିଷାକ୍ତ ନାଗ ସାପ କୁ ଖାଦିଆଳ ପ୍ରାଣୀ ଚିକିତ୍ସାଳୟ ରେ ଅନୁଧ୍ୟାନ ପାଇଁ ରଖାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

କେଶରାଜପୁର ଆଦର୍ଶ ବିଦ୍ୟାଳୟରେ ଖାଦ୍ୟ ମହୋତ୍ସବ ପାଳିତ

ଭୁବନେଶ୍ଵର: ନୂଆପଡା ଜିଲ୍ଲା କେଶରାଜପୁର ଆଦର୍ଶ ବିଦ୍ୟାଳୟ ଠାରେ ଖାଦ୍ୟ ମହୋତ୍ସବ ପାଳିତ ହୋଇଥିଲା। ବିଦ୍ୟାଳୟର ଅଧ୍ୟକ୍ଷ ଚିତ୍ତ ରଞ୍ଜନ ମଟାରୀଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନେ ବିଭିନ୍ନ ରକମର ଖାଦ୍ୟ ଆଣି ପ୍ରଦର୍ଶନ କରିଥିଲେ।

ଆଜିର ଦିନକୁ ଚାଷୀର ଅବଦାନକୁ ମନେ ପକାଇ, ଖାଦ୍ୟ ଅପଚୟକୁ ହ୍ରାସ କରିବା ଏବଂ ଏକ ସୁସ୍ଥ ଓ ଉତ୍ପାଦନକାରୀ ଓଡ଼ିଶା ପାଇଁ ପର୍ଯ୍ୟାପ୍ତ ପରିମାଣର ପୁଷ୍ଟିକର ଏବଂ ନିରାପଦ ଖାଦ୍ୟ ସମସ୍ତଙ୍କ ପାଇଁ ଉପଲବ୍ଧ ହେଉ ବୋଲି ବିଦ୍ୟାଳୟର ଶିକ୍ଷକ ମାନେ ମତ ଦେଇଥିଲେ।

ବିଚାରପତି ମଣ୍ଡଳୀ ଭାବରେ ଅନିମା ବାରିକ, ସନ୍ତୋଷ କୁମାର ଦାସ, ସାର୍ଥକ ସାରଥି ସିଂ, ଆକାଶ ମୁଣ୍ଡା, ସାଗର ମହାନ୍ତି, ଲିଲି ପଟେଲ, ଜିତେନ୍ଦ୍ର ନାଥ ଗହୀର ଚୟନ କରା ଯାଇଥିଲା। କୃତି ଛାତ୍ରଛାତ୍ରୀଙ୍କୁ ବାର୍ଷିକ ଉତ୍ସବ ଦିନ ପୁରସ୍କାର ବିତରଣ କରାଯିବ ବୋଲି ସ୍ଥିର ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ଢୋର୍ଲିମୁଣ୍ଡା ପଞ୍ଚାୟତରେ ମନରେଗା ଶ୍ରମିକଙ୍କୁ ୩୦୦ ଦିନ କାର୍ଯ୍ୟ ଯୋଗାଣ

ଭୁବନେଶ୍ଵର: ନୂଆପଡ଼ା ଜିଲ୍ଲାରେ କର୍ମ ସଂସ୍ଥାର ଅଭାବ ନଥିବା ବେଳେ ଶ୍ରମିକମାନେ ନିଜ ଗ୍ରାମରେ କାମ କରି ଲକ୍ଷପତି ହେବା ସୁଯୋଗ ମିଳିଅଛି। କୋମନା ବ୍ଲକ ଢୋର୍ଲିମୁଣ୍ଡା ଗ୍ରାମପଞ୍ଚାୟତ ୧୦ ଗୋଟି ମନରେଗା ଶ୍ରମିକଙ୍କୁ ୩୦୦ ଦିନ କାର୍ଯ୍ୟ ଯୋଗାଣ ହୋଇଅଛି। ପ୍ରତ୍ୟେକ ୧୦ ଜଣ ଶ୍ରମିକ ଲକ୍ଷପତି ବନିବା ସୁଯୋଗ ପାଇଛନ୍ତି ଏବଂ ସ୍ବତ୍ତନ୍ତ୍ର କାର୍ଯ୍ୟକ୍ରମରେ ନୂଆପଡ଼ା ଜିଲ୍ଲାପାଳ ଯୋଗ ଦେଇ ଲକ୍ଷପତିଙ୍କୁ ସମ୍ବର୍ଦ୍ଧନା ଦେଇଛନ୍ତି।

ନୂଆପଡ଼ା ଜିଲ୍ଲା ପ୍ରବାସୀ ଶ୍ରମିକ ବହୁଳ ଜିଲ୍ଲା ଅଟେ। ନିଜ ଗ୍ରାମରେ କର୍ମ ସଂସ୍ଥା ଯୋଗାଣ ନେଇ ଜିଲ୍ଲାପାଳ ସମସ୍ତ ଗ୍ରାମପଞ୍ଚାୟତ କୁ ଚିଠି ମାଧ୍ୟମ ଅବଗତ କରିଛନ୍ତି। ଚିତ୍ତଲ ତାଣ୍ଡି, ଗୋପୀ ଦୀପ, ପୁସ୍ତମ ରାଉତ, ଡୋଳାମଣି ମାଝୀ, ଅଣ୍ଟିଏନ ମାଝୀ, ଅକ୍ରୁର ନାଗ, ଲୋଚନ ରାଉତ,ନୀଳାମ୍ବର ରାଉତ, ଜଦବା ମାଝୀ, ରାଜାରାମ ମାଝୀ ୩୦୦ ଦିନର କାମ କରିଛନ୍ତି। ଏହି ଗ୍ରାମପଞ୍ଚାୟତ ରେ ୧୪୪୬ ଜଣକ ଶ୍ରମିକଙ୍କ ମନରେଗା ଯୋଜନା ରେ ପଞ୍ଜିକୃତ୍ ହୋଇଅଛି।

Categories
ଆଜିର ଖବର ରାଜ୍ୟ ଖବର

ଅଜଣା ଗାଡ଼ି ଧକ୍କାରେ ୩ ବାଇକ୍ ଆରୋହୀଙ୍କ ମୃତ୍ୟୁ

ଭୁବନେଶ୍ଵର: ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ଲଖନା ଥାନା ଦଲଦଳି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ୩୫୩ ଜାତୀୟ ରାଜପଥ ଦଳଦଳୀ ନିକଟରେ ଅଜଣା ଗାଡ଼ି ଧକ୍କାରେ ଏକ ବାଇକ୍ ଆରୋହୀଙ୍କ ଘଟଣାସ୍ଥଳରେ ଗୋଟିଏ ଗାଁର ୩ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି।

ମୃତ ଯୁବକ ମାନେ ହେଲେ ପଲସିପାଣି ପଞ୍ଚାୟତ କରଲାପଡ଼ା ଗାଁର ଶ୍ୟାମ ଶବର (୧୭), ଗୁଡୁ ଶବର(୨୨), ଚାଟି ଶବର (୧୯) ବୋଲି ଜଣାପଡିଛି। ବର୍ତ୍ତମାନ ଲଖନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରୁଥିବା ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ଧାନ ମଣ୍ଡିରେ ଅବ୍ୟବସ୍ଥା ନେଇ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲେ କୃଷକ 

ଭୁବନେଶ୍ଵର: ନୂଆପଡ଼ା ଜିଲ୍ଲାରେ ଚାଷୀ ମାନେ ଜିଲ୍ଲା ବିଭିନ୍ନ ପ୍ରଶନ୍ନ ପାଢୀ, ଭୈରବ ସାହୁ, ଭାନୁ ପ୍ରତାପ ସିଂ ମାଝୀ, ସମେତ ଶତାଧିକ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଦର୍ଲିମୁଣ୍ଡା, ଗୋଡଫୁଲା ଗ୍ରାମ ଠାରେ ଚାଷୀ ମାନେ ରାସ୍ତାରୋକ କରିଥିବା ବେଳେ ବିରୋମାଲ ଚାଷୀ ଜିଲ୍ଲାପାଳ କାର୍ଯ୍ୟକୁ ଘେରାଉ କରିଥିଲେ।

ପରେ ସମସ୍ତ ଚାଷୀ ଏକତ୍ର ହୋଇ ଏକତା ଛକ ଠାରେ ୩୫୩ ନମ୍ୱର୍ ଜାତୀୟ ରାଜ୍ୟ ପଥକୁ ଅବରୋଧ କରି ଜିଲ୍ଲାରେ ଧାନ ସଂଗ୍ରହ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ ଢଙ୍ଗରେ କରିବା, ୨୨ ନଭେମ୍ବର ମାସରୁ ଧାନ ମଣ୍ଡି ଖୋଲିଥିବା ବେଳେ ଧାନ ଉଠାଣ କିମ୍ବା ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେଉ ନଥିବା ଚାଷୀ ମାନେ ଅଭିଯୋଗ କରିଥିଲେ। ଆନ୍ଦୋଳନ ସ୍ଥଳକୁ ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ ପହଞ୍ଚି ନିର୍ଭର ଯୋଗ୍ୟ ପ୍ରତିଶୃତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଅଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଖଡ଼ିଆଳ ସ୍ବାସ୍ଥ୍ୟ କେନ୍ଦ୍ରକୁ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ସାମିଲ ପାଇଁ ପତ୍ର

ଭୁବନେଶ୍ଵର: ନୂଆପଡ଼ା ଜିଲ୍ଲା ଏକ ଉପାନ୍ତ ଜିଲ୍ଲା ଅଟେ। ସ୍ବାସ୍ଥ୍ୟ ଚିକିତ୍ସା ନେଇ ଜିଲ୍ଲାବାସୀ ବିଶେଷ ରୂପେ ପଡୋଶୀ ରାଜ୍ୟ ରାୟପୁର ଏବଂ ବିଶାଖାପାଟଣା ଉପରେ ନିର୍ଭରଶୀଳ। ମିଶନ ସ୍ବାସ୍ଥ୍ୟକୁ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଲାଗୁ କରିବା ପାଇଁ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗଙ୍କୁ ଖଡିଆଳ ବିଧାୟକ ଅଧିରାଜ ପତ୍ର ଲେଖିଛନ୍ତି। ଆସନ୍ତା ଦିନରେ ଦାବୀପୂର୍ଣ୍ଣ ନେଇ ପ୍ରତିଶୃତି ଦେଇଛନ୍ତି।

ଗର୍ଭବତୀ ମହିଳାଙ୍କ ପ୍ରସବ ଜନିତ ସମସ୍ୟା ଦେଖା ହେଲେ ତୁରନ୍ତ ଅସ୍ତ୍ରୋପଚାର କରି ସୁରକ୍ଷିତ ଶିଶୁ ଜନ୍ମ କରିପାରିଛନ୍ତି। ଯାହା ଫଳରେ ଖଡ଼ିଆଳ ସମେତ ନୂଆପଡା ଜିଲ୍ଲାର ସମସ୍ତ ବ୍ଳକ, କଳାହାଣ୍ଡି ଜିଲ୍ଲାର ଅନେକ ବ୍ଳକ, ବଲାଙ୍ଗୀର ଜିଲ୍ଲାର ନିକଟସ୍ଥ ବ୍ଳକ ସମେତ ଛତିଶଗଡ଼ ରାଜ୍ୟର ଦେଓଭୋଗ, ବାଗବାହାରା ଓ ମହାସମନ ଅଞ୍ଚଳ ଜନସାଧାରଣ ଆଜିବି ଏହି ସ୍ବାସ୍ଥ୍ୟ କେନ୍ଦ୍ରରେ ନିର୍ଭର କରିଥାନ୍ତି।

ଯାହାଫଳରେ ଅନେକ ରୋଗୀ ବିଜୁ ସ୍ୱାସ୍ଥ୍ୟ ଯୋଜନାର ଲାଭ ଉଠାଇ ପାରୁଥିଲେ। ଏହି ସ୍ୱାସ୍ଥ୍ୟକେନ୍ଦ୍ରକୁ ତୁରନ୍ତ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଲାଗୁ କରିବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଠାରେ ଦାବି କରିଛନ୍ତି।