Categories
ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ନୂଆ ବର୍ଷରେ କରନ୍ତୁ ଏହି କାମ, ବର୍ଷ ସାରା ଭରି ରହିବ ସୁଖ ଓ ସମୃଦ୍ଧି

ଭୁବନେଶ୍ବର: ଶେଷ ହେବ ପୁରୁଣା ବର୍ଷ, ଆସିବ ନୂଆ ବର୍ଷ। ନୂତନ ବର୍ଷରେ ନୂତନ ସମ୍ଭାବନାକୁ ନେଇ ଆମେ ଆଗକୁ ବଢୁଛେ। ଆସନ୍ତା ବର୍ଷ ସମସ୍ତଙ୍କ ପାଇଁ ସୁଖ ଓ ସମୃଦ୍ଧିର ବର୍ଷ ହେଉ ଏହା ହିଁ ଆମେ କାମନା କରୁଛୁ। ଆସନ୍ତା ବର୍ଷ  ଉତ୍ତମ ସ୍ବାସ୍ଥ୍ୟ, କାର୍ଯ୍ୟକ୍ଷେତ୍ରରେ ଉନ୍ନତି, ପରିବାରରେ ସୁଖ-ଶାନ୍ତି ରହୁ ଏହାର କାମନା କରୁଛେ। ତେବେ ଆମେ ବାସ୍ତୁର କିଛି ସହଜ ଉପାୟ କରିବା ଦ୍ବାରା ଆସନ୍ତା ବର୍ଷ ଆମର ସୁଖ ଓ ସମୃଦ୍ଧିର ବର୍ଷ ହୋଇପାରିବ। ଏନେଇ କେତୋଟି ଛୋଟ ଉପାୟ।

ନୂତନ ବର୍ଷର ପ୍ରାରମ୍ଭରେ ନିଜ ଘରର ସ୍ବଚ୍ଛତା ପ୍ରତି ଧ୍ୟାନ ଦିଅନ୍ତୁ। ଘରର ମୁଖ୍ୟ ଦ୍ବାରରେ ସ୍ବାତ୍ତ୍ବିକ ଚିହ୍ନ ବନାନ୍ତୁ। ନୂତନ ବର୍ଷ ପ୍ରାରମ୍ଭରେ ଘରର ଅଗଣାରେ କିଛି ଗଛ ଲଗାନ୍ତୁ। ଘରେ ତୁଳସୀ ଗଛ ବା ମନି ପ୍ଲାଣ୍ଟ ଲଗାନ୍ତୁ। ଯାହାଦ୍ବାରା ଘରେ ସକାରାତ୍ମକ ଶକ୍ତି ବୃଦ୍ଧି ପାଇବ। ବର୍ଷ ପ୍ରାରମ୍ଭରେ ନିଜ ପର୍ସ ଖାଲି କରନ୍ତୁ ନାହିଁ। ସେହିପରି ନୂତନ ବର୍ଷ ପ୍ରାରମ୍ଭରେ ଘରେ ହୋମ କରିବାପାଇଁ ଚେଷ୍ଟା କରନ୍ତୁ। ପରିବାରରେ ସ୍ନେହ ଓ ପ୍ରେମ ଦୃଢ ହେବା ପାଇଁ ଘରର ଦକ୍ଷିଣ ପୂର୍ବ ଦିଗରେ କ୍ରିଷ୍ଟାଲ୍‌ ବଲ୍‌ ଲଗାନ୍ତୁ।

ନୂତନ ବର୍ଷ ପ୍ରାରମ୍ଭରେ ଘରକୁ ଲାଫି ବୁଦ୍ଧ ଆଣନ୍ତୁ। ଏହାକୁ ଘରର ଉତ୍ତର ପୂର୍ବ କୋଣରେ ରଖନ୍ତୁ। ସେହିପରି ଘର ଓ ଦୋକାନର ସାଜସଜ୍ଜାରେ ଧଳା ଓ ହଳଦିଆ ରଙ୍ଗର ବସ୍ତୁକୁ ଉପଯୋଗ କରନ୍ତୁ, ଯାହାଦ୍ବାରା ଅତ୍ୟନ୍ତ ଶୁଭ ଫଳ ମିଳିବ। ସେହିପରି ଘରର ଉତ୍ତର ଦିଗରେ ଅନାବଶ୍ୟକ ବସ୍ତୁ ରଖନ୍ତୁ ନାହିଁ। ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଘରେ କର୍ପୁର ଜାଳନ୍ତୁ। ଘରର ପୂର୍ବ ଦିଗରେ ଶାନ୍ତି, ଆନନ୍ଦ ପ୍ରଦର୍ଶିତ କରୁଥିବାର ଫଟୋ ଚିତ୍ର ଲଖନ୍ତୁ। ସେହିପରି ନୂଆବର୍ଷର ପ୍ରଥମ ଦିନରେ ଘରର ପୂର୍ବ ଦିଗରେ ଏକ ଜଳଭର୍ତ୍ତି କଳସ ରଖି ନଡିଆ ରଖନ୍ତୁ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟବାସୀଙ୍କୁ ନୂଆବର୍ଷରେ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Happy New Year 2023: ଆଜି ନୂଆବର୍ଷ ଉପଲକ୍ଷେ ଚାରିଆଡେ ଉତ୍ସବ ମୁଖର ହୋଇ ଉଠିଛି। ବିଭିନ୍ନ ଧର୍ମସ୍ଥାନ, ମନ୍ଦିରରେ ଭିଡ ଲାଗି ରହିଛି। ନୂଆବର୍ଷ କିପରି ଭଲ ହେଉ ସେଥିପାଇଁ ଲୋକମାନେ ଭଗବାନଙ୍କ ଆର୍ଶିବାଦ ଭିକ୍ଷା କରିଛନ୍ତି। ଏହି ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସେ ଟୁଇଟ କରି କହିଛନ୍ତି ଯେ, ‘ସମସ୍ତଙ୍କୁ ଇଂରାଜୀ ନବବର୍ଷ ୨୦୨୩ର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ନୂଆବର୍ଷ ସମସ୍ତଙ୍କ ପାଇଁ ସୁଖ, ଶାନ୍ତି, ସମୃଦ୍ଧି ଓ ସୁଯୋଗ, ସମ୍ଭାବନାର ବର୍ଷ ହେଉ।’