Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ସରସ୍ବତୀ ପୂଜାରେ କଲେଜ ପିଲାଙ୍କ ପାଇଁ ପାଣ୍ଡିଆନଙ୍କ ଘୋଷଣା, ମିଳିବ ୧୦ ହଜାର ଟଙ୍କା ଓ ମ୍ୟାଜିକ କାର୍ଡ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଆଜି ଯାଜପୁର ଜିଲ୍ଲା ଗସ୍ତ କରି ‘ନୂଆ-ଓ’ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେଇ ସେ କହିଥିଲେ ଯେ, ରାଜ୍ୟ କ୍ୟାବିନେଟରେ ‘ନୂଆ-ଓ ଛାତ୍ରବୃତ୍ତି’ ଯୋଜନା ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।

ଏହି ଯୋଜନାରେ ଓଡ଼ିଶା ସରକାରଙ୍କ ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ, ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସରକାରୀ ଅନୁଦାନପ୍ରାପ୍ତ ଓ ଅଣଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟ ଓ ସଂସ୍କୃତ ମହାବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀ ବୃତ୍ତି ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ।

ଏହି ଯୋଜନାରେ ଛାତ୍ର ମାନଙ୍କୁ ୯ ହଜାର ଟଙ୍କା ଓ ଛାତ୍ରୀମାନଙ୍କୁ ୧୦ ହଜାର ଟଙ୍କାର ବାର୍ଷିକ ବୃତ୍ତି ଯୋଗାଇ ଦିଆଯିବ। ସେହିପରି ଏସସି/ଏସଟି ତଥା ନିର୍ମାଣ ଶ୍ରମିକଙ୍କ ପୁଅ ମାନଙ୍କୁ ୧୦ହଜାର ଟଙ୍କା ଓ ଝିଅ ମାନଙ୍କୁ ୧୧ ହଜାର ଟଙ୍କାର ବାର୍ଷିକ ଛାତ୍ରବୃତ୍ତି ଯୋଗାଇ ଦିଆଯିବାର ବ୍ୟବସ୍ଥା ହୋଇଛି ବୋଲି ସେ ସୂଚନା ଦେଇଥିଲେ ।

ସ୍ଥାୟୀ ସରକାରୀ ଚାକିରିଆ ଅଥବା ଆୟକର ଦେଉଥିବା ଶ୍ରେଣୀର ବ୍ୟକ୍ତିବିଶେଷଙ୍କ ପିଲାମାନେ ଏହି ଯୋଜନା ଅନୁଯାୟୀ ଯୋଗ୍ୟ ବିବେଚିତ ହେବେ ନାହିଁ ବୋଲି ସେ କହିଥିଲେ।

ସେ ଆହୁରି ମଧ୍ୟ କହିଥିଲେ ଯେ ଚଳିତ ଶିକ୍ଷାବର୍ଷର ‘ନୂଆ -ଓ ଛାତ୍ରବୃତ୍ତି’ ଟଙ୍କା ଯୋଗ୍ୟ ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଫେବୃଆରୀ ୨୦ ତାରିଖରୁ ମାସ ଶେଷ ସୁଦ୍ଧା ସିଧାସଳଖ ହସ୍ତାନ୍ତର କରାଯିବ । ମୁଖ୍ୟମନ୍ତ୍ରୀଙ୍କ ନୂଆ ଓଡ଼ିଶାର ସ୍ଵପ୍ନକୁ ବାସ୍ତବ ରୂପାୟନ ଓ ଯୁବ ସଶକ୍ତିକରଣ କ୍ଷେତ୍ରରେ ଏହା ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ ବୋଲି ସେ କହିଥିଲେ।

ଏଥି ପାଇଁ ଆସନ୍ତା ଶିକ୍ଷା ବର୍ଷରୁ ୩୦୦ କୋଟି ଟଙ୍କା କର୍ପସ ଫଣ୍ଡ ସହିତ ଏକ ପାଣ୍ଠି ଗଠନ କରାଯିବ ଏବଂ ଶିକ୍ଷା ତଥା ବିଭିନ୍ନ co-curricular activities ରେ ଉତ୍କର୍ଷ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଏହି ପାଣ୍ଠିରୁ ଉଚ୍ଚ ବୃତ୍ତି ରାଶି ପ୍ରଦାନ କରାଯିବ।

ଲାଗୁ ହେବ ‘ନୂଆ- ଓ ମ୍ୟାଜିକ ସ୍ମାର୍ଟ କାର୍ଡ’

ଅଗଷ୍ଟ ମାସ ସୁଦ୍ଧା ‘ନୂଆ- ଓ ମ୍ୟାଜିକ ସ୍ମାର୍ଟ କାର୍ଡ’ ସମସ୍ତ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ଦିଆଯିବ । ଯେଉଁଥିରେ ଛାତ୍ରଛାତ୍ରୀ ବସ, ଟ୍ରେନରେ ଯାତ୍ରା ସମୟରେ ଫ୍ରି ୱାଇଫାଇ, ଅନଲାଇନ କୋର୍ସ, ସ୍କିଲ ଡେଭେଲପମେଣ୍ଟ, କୋଚିଂ ପ୍ରୋଗ୍ରାମରେ ଯୋଗଦେବା ପାଇଁ ବିଶେଷ ସୁବିଧା ପାଇ ପାରିବେ ବୋଲି ମଧ୍ୟ ସେ କହିଥିଲେ ।

ଶ୍ରୀ ପାଣ୍ଡିଆନ ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କୁ କହିଥିଲେ ଯେ ଏହା ମାଧ୍ୟମରେ ଛାତ୍ରଛାତ୍ରୀମାନେ ସଶକ୍ତ ହେବା ପାଇଁ ନୂଆ ଯୁଗ ଆରମ୍ଭ ହେବ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱପ୍ନର ନବୀନ ଓଡିଶା ଗଠନର ସାକାରରେ ଏହା ସହାୟତା କରିବ। ଶ୍ରୀ ପାଣ୍ଡିଆନ ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କୁ ବଡ ସ୍ୱପ୍ନ ଦେଖ ଓ ଏହାକୁ ସାକାର କରିବା ପାଇଁ କଠିନ ପରିଶ୍ରମ କରିବା ପାଇଁ ପ୍ରେରଣାଦାୟୀ ଆହ୍ୱାନ ଦେଇଥିଲେ।

ସୂଚନାଯୋଗ୍ୟ ଯେ ରାଜ୍ୟ ସରକାରଙ୍କ ଏହି ‘ନୂଆ-ଓ ଛାତ୍ରବୃତ୍ତି’ ଯୋଜନାରେ ରାଜ୍ୟର ସ୍ନାତକ ଶ୍ରେଣୀର ୪.୫ ଲକ୍ଷ ଛାତ୍ରଛାତ୍ରୀ ଓ ସ୍ନାତକୋତ୍ତର ଶ୍ରେଣୀର ୩୨ ହଜାର ଛାତ୍ରଛାତ୍ରୀ ଉପକୃତ ହେବେ।

Categories
ଆଞ୍ଚଳିକ

ବେଗୁନିଆପଡାରେ ନୂଆ ଓ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ଉଦଯାପିତ

ବେଗୁନିଆପଡା (ଟୁକୁନା ପ୍ରଧାନ: ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକର ଜନତା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ-ଓ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଆଜିର ଉଦଯାପିନୀ ଦିବସରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ।

ଆଜିକାର ଉଦଯାପିନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ମହେଶ୍ଵର ବରାଡ଼, ମୁଖ୍ୟ ବକ୍ତାଭାବେ ଡଃ ବିଜୟାନନ୍ଦ ପଟ୍ଟନାୟକ, ସମ୍ମାନୀତ ଅତିଥି ଭାବେ କବୟିତ୍ରୀ କଳ୍ପଲତା ମହାପାତ୍ର, ଧର୍ମେନ୍ଦ୍ର ମହାରଣା ଯୋଗ ଦେଇଥିବା ବେଳେ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଅଭିମନ୍ୟୁ ସ୍ଵାଇଁ ସମେତ ଅନ୍ୟାନ୍ୟ ଅତିଥି ମାନେ ଉପସ୍ଥିତ ଥିଲେ। ଏଥିରେ ଅରୁଣ କୁମାର ରଥ, ଅଧ୍ୟାପକ ପ୍ରବିଣ କୁମାର ଖାଡ଼ଙ୍ଗା,କବିରାଜ ନାୟକ, ଅରୁଣ ମଣ୍ଡଳ, ଅଧ୍ୟାପିକା ମମତା କୁମାରୀ ପାଢି, ସଂଗୀତା କୁମାରୀ ସାହୁ, ଜୋସ୍ନା ନାୟକ, ରୁଷି ନାଥ ଚର୍ଚ୍ଚି, ଡିଇଓ ରାଜେଶ ପାତ୍ର ସମେତ ଅନ୍ୟମାନେ ଉପସ୍ଥିତ ରହିବା ସହ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ଏଥିରେ ମାଧ୍ୟମିକ ବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହିବା ସହ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମ ଗତ ୨୫ତାରିଖ ଦିନ ଶୁଭାରମ୍ଭ ହୋଇଥିବା ବେଳେ ଆଜି ଉଦଯାପିତ ହୋଇଯାଇଛି।

Categories
ଆଞ୍ଚଳିକ

ଗମ୍ଭାରୀମୁଣ୍ଡା: “ଓଡ଼ିଶାର କଳା ଓ ସାହିତ୍ୟରେ ଶ୍ରୀ ଜଗନ୍ନାଥ ସଂସ୍କୃତିର ପ୍ରଭାଵ” ଶୀର୍ଷକ ଆଲୋଚନା ଚକ୍ର

ଗମ୍ଭାରୀମୁଣ୍ଡା: ରାଜ୍ୟ ସରକାରଙ୍କ ନୂଆ-ଓ, ଯୁବ ଓଡିଶା, ନବୀନ ଓଡ଼ିଶା ପ୍ରୋତ୍ସାହନରେ ସାହିତ୍ୟ ପ୍ରତିଯୋଗିତା ଅନ୍ତର୍ଗତ ବିଶ୍ଵ ଭାଷା ସମ୍ମିଳନୀର ଆୟାଜନ ଓ ଶ୍ରୀ ମନ୍ଦିର ପ୍ରକଳ୍ପର ଉଦଘାଟନ ପରିପ୍ରେକ୍ଷୀରେ “ଓଡ଼ିଶାର କଳା ଓ ସାହିତ୍ୟରେ ଶ୍ରୀ ଜଗନ୍ନାଥ ସଂସ୍କୃତିର ପ୍ରଭାଵ” ଶୀର୍ଷକ ଆଲୋଚନା ଚକ୍ର ପର୍ଶୁରାମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରେମର।ଜ ପ୍ରଧାନଙ୍କ ସଭାପତତ୍ବରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଆଲୋଚନା ଚକ୍ରରେ ଗୋଦାବରୀଶ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ଼. ନୃସିଂହ ଚରଣ ପ୍ରଧାନ ଓ ଓଡ଼ିଆ ଭାଷା ସାହିତ୍ୟର ପ୍ରାକ୍ତନ ପ୍ରାଧ୍ୟାପକ ଡ଼. ଚାନ୍ଦ କିଶୋର ତ୍ରୀପାଠୀ ଯଥାକ୍ରମେ ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଓଡ଼ିଆ ଭାଷା ସାହିତ୍ୟ କୁ ରୁଦ୍ଧିମନ୍ତ କରିବା ପାଇଁ ଛାତ୍ର ଛାତ୍ରୀ ମାନଙ୍କର ସୃଜନତ୍ମକ ଚିନ୍ତାଧାରା ବିକାଶ ପାଇଁ ପ୍ରେରଣାଦାୟୀ ବକ୍ତବ୍ୟ ରଖିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟାପିକା ଗୀତାଞ୍ଜଳୀ ବିଶ୍ଵାଳ, ପ୍ରଦୀପ କୁମାର ଶତପଥୀ, ନିରଞ୍ଜନ ପ୍ରଧାନ, ପ୍ରହଲ୍ଲାଦ ଜେନା ପ୍ରମୁଖ ଶ୍ରୀ ଜଗନ୍ନାଥ ସଂସ୍କୃତିର ମହନୀୟ ପରମ୍ପରା ବିଷୟରେ ଶିକ୍ଷଣୀୟ ଉଦବୋଧନ ଦେଇଥିଲେ। କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ ବସନ୍ତ କୁମାର ଛାଟୋଇ, ରାମକୃଷ୍ଣ ପ।ଲଟାସିଂ, ପ୍ରଶାନ୍ତ କୁମାର ହୋତା, ମଧୁସୂଦନ ଜେନା, ଭାଗିରଥି ସାହୁ, ପ୍ରଶାନ୍ତ କୁମାର ସାହୁ।

ପରିଶେଷରେ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ସହିତ ନଗଦ ପୁରସ୍କାର ରାଶି ଅତିଥି ମାନଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା ଓ ଶ୍ରୀ ଜଗନ୍ନାଥ ଜଣାଣର ତାଳେ ତ।ଳେ ଛାତ୍ରୀ ମାନେ ନୃତ୍ୟ ପରିବେଷଣ କରିଥିଲେ।

Categories
ଆଞ୍ଚଳିକ

ନାଚୁଣୀ ଗୋଦାବରୀଶ ଉଚ୍ଚ ବିଦ୍ୟାଳୟରେ ନୂଆ- ଓ” କାର୍ଯ୍ୟକ୍ରମ ପକ୍ଷରୁ କ୍ରୀଡ଼ା ଉତ୍ସବ ଉଦଯାପିତ

ନାଚୁଣୀ (ସୀତାରାମ ଅଗ୍ରୱାଲ): ବାଣପୁର ବ୍ଲକ ଅନ୍ତର୍ଗତ ନାଚୁଣୀ ଗୋଦାବରୀଶ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ନୂଆ- ଓ” କାର୍ଯ୍ୟକ୍ରମ ପକ୍ଷରୁ କ୍ରୀଡ଼ା ଉତ୍ସବ ଉଦଯାପିତ ହୋଇ ଯାଇଛି। ଏହି ଉଦଯାନୀ ଉତ୍ସବରେ ରାଜ୍ୟ ସଭା ସାଂସଦ ମାନସ ମଙ୍ଗରାଜ, ବାଣପୁର ନଗରପାଳ ମିଟୁ ନାୟକ, ଖୋର୍ଦ୍ଧା ଜିଲ୍ଲା ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ବାଣପୁର ବିଡ଼ିଓ ଶୀତଲ ଅଗ୍ରୱାଲ, ଲୋକସଭା ସାଂସଦଙ୍କ ପ୍ରତିନିଧି ମାନସ ପ୍ରଧାନ, ନାଚୁଣୀ ସରପଞ୍ଚ ଶ୍ରୀମତୀ ପଲେଇ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

ଏହି ଅବସରରେ ସାଂସଦ ମାନସ ମଙ୍ଗରାଜ ଅତିଥି ଭାବେ ଯୋଗଦେଇ ବିଭିନ୍ନ କ୍ଷେତ୍ରରେ କୃତି କ୍ରୀଡାବିତ୍ ମାନଙ୍କୁ ଅର୍ଥ ରାଶି ସହ ମେଡାଲ ପ୍ରଦାନ କରି ଉତ୍ସହିତ କରିଛନ୍ତି। ମାନ୍ୟବର ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହିଭଳି ଏକ ବଡ଼ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି ଯାହା ଫଳରେ ଗାଁ ର ବିକଶିତ ଚେହେରା ଲୋକ ଲୋଚନକୁ ଆସି ପାରିବ ବୋଲି ସାଂସଦ ମତ ବ୍ୟକ୍ତ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ନୂଆ-ଓ କାର୍ଯ୍ୟକ୍ରମର ସମୀକ୍ଷା

ଭୁବନେଶ୍ୱର: ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀଙ୍କ ଅଧ୍ୟକ୍ଷତାରେ ଶିକ୍ଷାନୁଷ୍ଠାନଗୁଡିକରେ ଚାଲିଥିବା ନୂଆ-ଓ କାର୍ଯ୍ୟକ୍ରମର ଏକ ସମୀକ୍ଷା ବୈଠକ ଭିଡିଓ କନଫରେନ୍ସିଂ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି।

ବୈଠକରେ ମନ୍ତ୍ରୀ ଶ୍ରୀ ନାୟକ ସମସ୍ତ ଶିକ୍ଷାନୁଷ୍ଠାନରେ ଚାଲିଥିବା ନୂଆ-ଓ କାର୍ଯ୍ୟକ୍ରମ ବିଷୟରେ ସବିଶେଷ ତଥ୍ୟ ପଚାରି ବୁଝିଥିଲେ। ସୂଚନା ଥାଉ କି ନୂଆ- ଓ କାର୍ଯ୍ୟକ୍ରମ ଅନ୍ତର୍ଗତରେ ଶିକ୍ଷାନୁଷ୍ଠାନଗୁଡିକରେ କ୍ରୀଡା, ସମାଜସେବା, ବିଭିନ୍ନ ପ୍ରକାର ଜ୍ଞାନକୌଶଳ, ଶାରୀରିକ ବିକାଶ ଇତ୍ୟାଦିକୁ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି।

ବୈଠକରେ ମନ୍ତ୍ରୀ ଶ୍ରୀ ନାୟକ କହିଥିଲେ ଯେ ଏହି ନୂଆ-ଓ କାର୍ଯ୍ୟକ୍ରମର ଅବଧିକୁ ଜାନୁୟାରୀ ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଗଲା। ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭିିଡ଼ିଓଗ୍ରାଫି ଏବଂ ଫୋଟୋଗ୍ରାଫି ପ୍ରତି ଆଗ୍ରହ ସୃଷ୍ଟି ପାଇଁ ପ୍ରତିଯୋଗିତା କରିବା ସହ ଯେଉଁ ଛାତ୍ରଛାତ୍ରୀ ସାମାଜିକ କାର୍ଯ୍ୟକ୍ରମ, ଭିିଡ଼ିଓଗ୍ରାଫି ଏବଂ ଫଟୋଗ୍ରାଫି ପ୍ରତିଯୋଗିତାରେ ଭାଗ ନେଇଥିବେ ସେମାନଙ୍କୁ ସାମ୍ସ ଲ୍ୟାବ ଦ୍ୱାରା ପ୍ରମାଣପତ୍ର ପ୍ରଦାନ କରାଯିବ। ରାଜ୍ୟର ଛଅଶହରୁ ଊଦ୍ଧ୍ୱର୍ ଶିକ୍ଷାନୁଷ୍ଠାନରେ ଏହି ନୂଆ-ଓ କାର୍ଯ୍ୟକ୍ରମ ଚାଲିଥିବା ପ୍ରକାଶ।

ସାମାଜିକ କାର୍ଯ୍ୟକଳାପ ପାଇଁ କୌଣସି ଡେଡ଼୍‌ଲାଇନ ରହିବ ନାହିଁ। ଏପରିକି ଫେବୃୟାରୀ ମାସ ପରେ ମଧ୍ୟ ସମାଜସେବା କାର୍ଯ୍ୟକ୍ରମ ଜାରି ରହିବ। ବୈଠକରେ ଉଚ୍ଚଶିକ୍ଷା କମିଶନର ତଥା ଶାସନ ସଚିବ ଶ୍ରୀ ଅରବିନ୍ଦ ଅଗ୍ରୱାଲ, ବିଭାଗୀୟ ସ୍ୱତନ୍ତ୍ର ସଚିବ ଶ୍ରୀ ପ୍ରମୋଦ କୁମାର ମିଶ୍ର ସମେତ ବହୁ ବରିଷ୍ଠ ପଦାଧିକାରୀବୃନ୍ଦ ଓ ନୂଆ-ଓ ଅନୁଦାନ ପ୍ରାପ୍ତ ୭ ବିଭାଗର ସମସ୍ତ ନୋଡାଲ୍‌ ଅଫିସର ଓ ରାଜ୍ୟର ୩୦ ଗୋଟି ଜିଲ୍ଲାର ସମସ୍ତ କଲେଜର ଅଧ୍ୟକ୍ଷ, ଅଧ୍ୟାପକମାନେ ଭିଡିଓ କନଫରେନ୍ସିଂ ଜରିଆରେ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ଖୋର୍ଦ୍ଧା ପୌର ପରିଷଦରେ “ନୁଆ ଓ” କ୍ରୀଡା ପ୍ରତିଯୋଗୀତା ର ଉଦଘାଟନ

ଖୋର୍ଦ୍ଧା: ଗତକାଲି ପି.ଏନ.କଲେଜ ଠାରେ ପୌର ପରିଷଦ, ଖୋର୍ଦ୍ଧା ତରଫରୁ “ନୁଆ ଓ” କ୍ରୀଡା ପ୍ରତିଯୋଗୀତା ର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ‌‌ଏଥିରେ  ବିଧାୟକ ଜୋତିରିନ୍ଦ୍ର ନାଥ ମିତ୍ର କ୍ରୀଡା ପ୍ରତିଯୋଗୀ ମାନଙ୍କୁ ଉଦବୋଧନ ଦେଇ ଉତ୍ସାହିତ କରିଥିଲେ।

ମୁଖ୍ୟମନ୍ତ୍ରୀ ଯୁବପିଢ଼ି ମାନଙ୍କ ମଧ୍ୟରେ କ୍ରୀଡା ଓ଼ କ୍ରୀଡ଼ାପ୍ରତିଯୋଗିତା ପାଇଁ ଏକ ଅଭିନଵ ପ୍ରୟାସ.ରାଉରକେଲା ଠାରେ ବିଶ୍ୱ ସ୍ଥରୀୟ ଷ୍ଟାଡିଅମ ନିର୍ମାଣ କରି ହକି ପୌରାଧକ୍ଷ୍ୟା ଶ୍ରୀମତୀ କନକଲଷ୍ମୀ ମହାନ୍ତି ପ୍ରତିଯୋଗୀ ମାନଙ୍କୁ ଉଦବୋଧନ ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଭିନଵ ପ୍ରୟାସ ଯୁବପିଢ଼ି ମାନଙ୍କ ଅନ୍ତର୍ନିହିତ କ୍ରୀଡାର ବିକାଶ ପାଇଁ ଉଦାହରଣ ପାଲଟିଛି।

ସେହିପରି ଉପାଧ୍ୟାକ୍ଷ ଶ୍ରୀ ସୌର୍ଯ୍ୟ ରଞ୍ଜନ ମହାନ୍ତି ପ୍ରତିଯୋଗୀ ମାନଙ୍କୁ ଉଦବୋଧନ ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କର ଏହି ପଦକ୍ଷେପ ସାରା ଭ୍ରାତାବର୍ଷରେ ଉଦାହରଣ ସୃଷ୍ଟି କରିଛି. ନିର୍ବାହୀଅଧିକାରୀ ରିଜ଼ୱାନା କଅକଵ ସମସ୍ତ ପ୍ରତିଯଗୀ ମନକୁ ଉଦବୋଧନ ଦେଇ ଆମ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀଙ୍କର ଏହି ପଦକ୍ଷେପ ଆମ ଦେଶ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ନୂଆ -ଓ ନବୀନ ଓଡିଶା କ୍ରୀଡା ପ୍ରତିଯୋଗିତା ମାଧମରେ ଉଦାହରଣ ସୃଷ୍ଟି କରିଛନ୍ତି।

Categories
ଆଞ୍ଚଳିକ

ବାଲୁଗାଁ କଲେଜରେ ନୂଆ -ଓ ନୃତ୍ୟ ଓ ସଚେତନତା କାର୍ଯ୍ୟକ୍ରମ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ବାଲୁଗାଁ ମହାବିଦ୍ୟାଳୟରେ ଆରମ୍ଭ ହୋଇଥିବା ନୂଆ -ଓ ତଥା ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଅନ୍ତର୍ଗତ ସମାଜିକ ବିକାଶ କାର୍ଯ୍ୟକ୍ରମ ଜରିଆରେ ଆଜି ଚିଲିକା କୂଳରେ ପ୍ଲାଷ୍ଟିକସଫେଇ ସହିତ ବେଟି ପଢ଼ାଓ ଓ ବେଟି ବଚାଓ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ଆବାହକ ଡକ୍ଟର ଲକ୍ଷ୍ମୀଧର ସୁବୁଦ୍ଧି, ଅଧ୍ୟାପିକା ରୀନା ରାଉତ, ଅଧ୍ୟାପିକା ମନସ୍ବିନୀ ପଟ୍ଟନାୟକ, ଧୋବୀ ପରିଡ଼ା, ଡକ୍ଟର ସନ୍ତୋଷ ରଥ, ଶିବରାମ ସିଂ, ବିଶ୍ୱଜିତ ଦାଶ, ହିମାଂଶୁ ଦାଶ ପ୍ରମୁଖଙ୍କ ତତ୍ୱାବଧାନରେ ଚିଲିକା୍କୂଳ ସଫେଇ କରି ପ୍ଲାଷ୍ଟିକ ମୁକ୍ତ ଚିଲିକା ଓ ବେଟି ପଢ଼ାଅ – ବେଟି ବଞ୍ଚାଅ ସଚେତନତା ଅଭିଯାନ କରିଥିଲେ।

ଏହି ଅବସରରେ ସ୍ବେଛାସେବୀ ମାନେ ବାଲୁଗାଁ ଏନ ଏ ସି ର ବିଭିନ୍ନ ୱାର୍ଡ଼ ଓ ପ୍ରାଥମିକ ବିଦ୍ୟାଳୟରେ ଏହି ସଚେତନତା କାର୍ଯ୍ୟ ପ୍ରସାରିତ କରିବା ସମୟରେ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷl ସୁକାନ୍ତି ପାଇକରାୟ ଓ ଶଙ୍କର ପାଇକରାୟ ସାମିଲ ହୋଇ ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ଏହାକୁ ଅଧ୍ୟକ୍ଷା ଡକ୍ଟର କଳ୍ପନା ଦାଶ, ଡକ୍ଟର ଜୟନ୍ତୀ ସାମଲ ଓ ନୋଡାଲ ଅଫିସର ଡକ୍ଟର କୈଳାଶ ଚନ୍ଦ୍ର ମହାରଣା ପରିଚାଳନା କରିଥିଲେ। ଏହାପରେ ନୂଆ -ଓ ର ନୃତ୍ୟ ପ୍ରତିଯୋଗିତାରେ ତେରଟି ଶ୍ରେଣୀର ଛାତ୍ର ଛାତ୍ରୀଙ୍କୁ ନେଇ ଏକ ଆନ୍ତଃ ଶ୍ରେଣୀ ଚିତ୍ତାକର୍ଷକ ଦଳଗତ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିସହ ଆନ୍ତଃ ଶ୍ରେଣୀ ସାମାଜିକ ଓ ସଚେତନତା ନାଟିକା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହାପରେ ଏକକ ଶାସ୍ତ୍ରୀୟ ନୃତ୍ୟ, ଲୋକ ନୃତ୍ୟ ଓ ସମସାମୟିକ ନୃତ୍ୟ ସହ ଷ୍ଟାଣ୍ଡ ଅପ କମେଡି ଅନୁଷ୍ଠିତ ହୋଇଥିଲା।

ଏଥିରେ ଶତାଧିକ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରି ସେମାନଙ୍କର ନାଟକୀୟ ସର୍ଜନଶୀଳତା ଓ ନୃତ୍ୟ ବିଚକ୍ଷଣତା ପ୍ରଦର୍ଶନ କରିଥିଲେ। ଏହାକୁ ଶିକ୍ଷାର୍ଥୀମାନେ ଭରପୂର ମନୋରଞ୍ଜନ କରିଥିଲେ। ଏହାର ବିଚାରକ ଭାବେ ଯୋଗ ଦେଇଥିବା ନୃତ୍ୟ ନିର୍ଦ୍ଦେଶକ ଗୋବିନ୍ଦ ଜାଲି ଓ ଭଗବାନ ମହାରଣାଙ୍କୁ ମହାବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଆଜିର କାର୍ଯ୍ୟକ୍ରମକୁ ଅଧ୍ୟାପିକା ଡକ୍ଟର ମୋନାଲିସା ମାନସିଂହ, ବିଦ୍ୟାଧର ଜୁଝାରସିଂହ, ଡକ୍ଟର ପୂର୍ଣ୍ଣ ଚନ୍ଦ୍ର ସାମନ୍ତରାୟ,କୀର୍ତ୍ତିମୟୀ ବାରିକ, କ୍ରୀଷ୍ଣା ସେଠୀ, ଶାଶ୍ଵତୀ ମହାନ୍ତି, ସୁନିତା ନନ୍ଦ ପ୍ରମୁଖ ପରିଚାଳନା କରିଥିଲେ।

Categories
ଆଞ୍ଚଳିକ

ଗୋଦାବରୀଶ ମହାବିଦ୍ୟାଳୟରେ ଯୌତୁକ ସମସ୍ୟା ଉପରେ ଆଧାରିତ ପଥପ୍ରାନ୍ତ ନାଟକ ପ୍ରଦର୍ଶିତ

ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ଓଡ଼ିଶା ସରକାରଙ୍କ ନୂଆ -ଓ, ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ତରଫରୁ ଗୋଦାବରୀଶ ମହାବିଦ୍ୟାଳୟର +୨ ଓ +୩ ସମାଜ ସେବା କାର୍ଯ୍ୟକ୍ରମ ଦ୍ଵାରା ଛାତ୍ରଛାତ୍ରୀ ମାନଙ୍କ ଅଭିନୀତ ପଥପ୍ରାନ୍ତ ନାଟକ “ବତୁରା ଆଖିର ଭାଷା” ମହାବିଦ୍ୟାଳୟର ପ୍ରାଙ୍ଗଣ, ମା ଭଗବତୀ ମନ୍ଦିର ସମ୍ମୁଖ ଓ ପଲଟନ ପଡିଆ ଠାରେ ପ୍ରଦର୍ଶିତ ହୋଇଯାଇଅଛି। ଏହି ନାଟକଟି ଯୌତୁକ ସମସ୍ୟା ଉପରେ ପର୍ଯ୍ୟବେସିତ ହୋଇଥିଲା।

ଗୋଦାବରୀଶ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ଅଧ୍ୟାପକ ପାର୍ଥ ସାରଥୀ ସାମନ୍ତରାୟ ଏହାକୁ ରଚନା କରିବା ସହିତ ନିର୍ଦ୍ଦେଶନା ପ୍ରଦାନ କରିଥିଲେ। ନାଟକ ଟି ମହାବିଦ୍ୟାଳୟର ଅଧ୍ୟକ୍ଷ ବିନାୟକ ହୋତା, ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ମିଟୁ ନାୟକ ଓ ସୁରପ୍ରତାପ ନରେନ୍ଦ୍ର ସିଂ ବର୍ମା ଉଦ୍ଘାଟନ କରିଥିବା ବେଳେ ରାଜନୀତି ବିଜ୍ଞାନର ଅଧ୍ୟାପକ  ଆଦିତ୍ୟ ସାରଥୀ ବେଦମାତା, ଗୋଲକ କୁମାର ବେହେରା, ଡକ୍ଟର ଗୁରୁକିଶୋର୍ ନାୟକ, ସ୍ୱାଗତିକା ସାହୁ, ଉତ୍କଳିକା ପାଢ଼ୀ ଓ ବାଦଲ ବେହେରା ଏହାର ପରିଚାଳନା କରିଥିଲେ।

ଏହି କାର୍ଯ୍ୟକ୍ରମ ଟିରେ ଅଧ୍ୟାପକ ପୁଲିନ ବିହାରୀ ଜେନା, ଅଧ୍ୟାପକ ଅଜୟ କୁମାର ବେହେରା, ଅଧ୍ୟାପକ ପ୍ରଶାନ୍ତ କୁମାର ହୋତା, ଅଧ୍ୟାପକ ପ୍ରଭାତ କୁମାର ଶାସମଲ୍ଲ, ଅଧ୍ୟାପକ ସତ୍ୟାନନ୍ଦ ମହାରଣା, ଦାଶରଥି ରାଉଳ, ଅଧ୍ୟାପକ ଅଜୟ କୁମାର ଦାସ, ଅଧ୍ୟାପକ ଦିବାକର ସାହୁ, ଅଧ୍ୟାପକ ସପିନ କୁମାର ପୃଷ୍ଟି, ଅଧ୍ୟାପକ ସୁରେନ୍ଦ୍ର କୁମାର ସାହୁ, ହରପ୍ରସାଦ ରଥ, ଅଧ୍ୟାପକ ଅଶ୍ୱିନ କୁମାର ବାରିକ, ପ୍ରଭାତ ମାର୍ଥା ପ୍ରଭୃତି ସହ ନିର୍ଦ୍ଦେଶନା ଓ ସେଟ୍ ସେଟିଂ ଦାୟିତ୍ଵରେ ଥିଲେ। ଏଥିରେ ଅଭିନୟ କରିଥିଲେ ସରିତା, ତୁଷାର, ସ୍ଵପ୍ନା, ପୂଜା, ସୁଶ୍ରୀ, ଓମ୍, ବଦ୍ରି, ଆଶିଷ, ସୌମ୍ୟ ଓ ଭଗବାନ।

ପରିଶେଷରେ ବରିଷ୍ଠ ଅଧ୍ୟାପକ ଡକ୍ଟର ସୁଜାତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।