Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ନୂଆ କାହାଣୀରେ ଜୀ-ସାର୍ଥକ ପ୍ରସାରିତ ମେଗା ଧାରାବାହିକ ‘ସୁନା ଝିଅ’: ପୁଣି ଜିତୁଛି ଦର୍ଶକଙ୍କ ମନ

ଭୁବନେଶ୍ଵର: ଓଡିଶାର ମନୋରଞ୍ଜନ ଚ୍ୟାନେଲ ଜୀ-ସାର୍ଥକ ଓଡିଶାର ସାଂସ୍କୃତିକ ଐତିହ୍ୟରେ ଅନୁପ୍ରାଣିତ ଓ ପ୍ରଗତିଶୀଳ ଓଡିଆ ମହିଳାମାନଙ୍କ ସହ ଦୀର୍ଘ ଦିନର ସୁସମ୍ପର୍କକୁ ମଜବୁତ କରିବା ପାଇଁ ସବୁବେଳେ ଚେଷ୍ଟାରତ। ଦର୍ଶକଙ୍କୁ କିଛି ନୂଆ ଦେଖେଇବା ପ୍ରୟାସ ସବୁବେଳେ ଜାରି ରଖିଥାଏ। ଦର୍ଶକଙ୍କ ରୁଚି ଅନୁସାରେ ସୃଜନଶୀଳତା ଦୃଷ୍ଟିରୁ ପରିକଳ୍ପନା କରି ସଫଳ ମଧ୍ୟ ହୋଇଛି। ସେହି ପରିପ୍ରେକ୍ଷୀରେ ଜୀ-ସାର୍ଥକ ପ୍ରସାରିତ ମେଗା ଧାରାବାହିକ ‘ସୁନା ଝିଅ’ ଓଡିଆ ଦର୍ଶକଙ୍କ ସୁନା ଝିଅ ହେବାରେ ସଫଳ ହୋଇଛି।

ଗୀତାଞ୍ଜଳି ମାନସିଂହ ଏବଂ ତାଙ୍କର ତିନି ଝିଅ ପ୍ରିୟା, ପଲ୍ଲଭି ଏବଂ ପୁରଭିଙ୍କୁ ନେଇ ଏହି କାହାଣୀ ବର୍ତମାନ ଓଡିଆ ଦର୍ଶକଙ୍କ ମନ ଜିତିବାରେ ସକ୍ଷମ ହୋଇଛି। ତେବେ ଝିଅ ପ୍ରିୟାର ଓ ବିଷ୍ଣୁଙ୍କ ବିବାହ ପରବର୍ତ୍ତୀ ଯାତ୍ରାକୁ ନେଇ କାହାଣୀଟି ସଫଳତାର ସହ ଆଗେଇ ଚାଲିଛି। ଦୀର୍ଘ ୨୫ ବର୍ଷର ସଂଘର୍ଷ ପରେ ପ୍ରିୟା ବର୍ତ୍ତମାନ ଜଣେ ବ୍ଲକ ଉନ୍ନୟନ ଅଧିକାରୀ ବା ବିଡିଓ ହୋଇପାରିଛନ୍ତି କିନ୍ତୁ ଏହି ଜୀବନ ଯାତ୍ରାରେ ସେ ହରାଇଛନ୍ତି ନିଜ ପିଲାକୁ। ସେପଟେ ଅନେକ ବାଦ ବିବାଦ ଓ ଅନେକ ବିଶୃଙ୍ଖଳା ପରେ ଶେଷରେ ବିଷ୍ଣୁ ଏବଂ ପ୍ରିୟା ଏକାଠି ହୋଇଛନ୍ତି ଓ ପ୍ରିୟା ନିଜ କାର୍ଯ୍ୟାଳୟରେ ଯୋଗ ଦେଇଛନ୍ତି। ଦେବରାଜ ପ୍ରିୟା ନାମରେ କିଛି ଟଙ୍କା ରୋଜଗାର କରିବାକୁ ଯୋଜନା କରିଛନ୍ତି କିନ୍ତୁ ବିଫଳ ହୋଇଛନ୍ତି ଓ ଅଜାଣତରେ ଆହତ ହୋଇଛନ୍ତି ଏବଂ ଏଥିପାଇଁ ବିଷ୍ଣୁଙ୍କ ସହ ପ୍ରିୟା କୁ ପରିବାରର ସମସ୍ତ ସଦସ୍ୟ ଦାୟୀ କରିଛନ୍ତି। ତେବେ ଦେବରାଜ ଓ ନେତ୍ରା ଦ୍ବାରା ସୃଷ୍ଟି ହେଉଥିବା ଏହି ପରି ସମସ୍ୟାର ସମାଧାନ ପ୍ରିୟା କିପରି କରିବ ତାକୁ ନେଇ କାହାଣୀର ଅଗ୍ରଗତି ହେଉଛି।

ଓଡିଆ ମହିଳାମାନଙ୍କର ସଂସ୍କୃତି ଏବଂ ସରଳତାକୁ ପ୍ରତିଫଳିତ କରୁଥିବା ଚରିତ୍ରର ଅସାଧାରଣ କାହାଣୀ, ଜୀ-ସାର୍ଥକ ସଦା ସର୍ବଦା ତାର ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଆ ଦର୍ଶକଙ୍କୁ ଦେଖାଇଛି ଆସିଛି ସେହି ପରି ଏହି କାହାଣୀ ‘ସୁନା ଝିଅ’ ଯେଉଁଥିରେ ବିଷ୍ଣୁଙ୍କ ଓ ସହ ପରିବାରର ସଦସ୍ୟଙ୍କ ଭିତରେ ରାଗରୁଷା,ମାନ ଅଭିମାନ, ଷଡଯନ୍ତ୍ର ଓ ଭଲପାଇବା ଉପରେ ଆଧାରିତ ଏହି କାହାଣୀ ଆମ ଦର୍ଶକଙ୍କୁ ଏକ ନୂତନ ଅନୁଭବ ଦେଇଛି ବୋଲି କହିଛନ୍ତି ଜୀ-ସାର୍ଥକର ଚିଫ୍ ଚ୍ୟାନେଲ୍ ଅଫିସର ପ୍ରତୀକ ସିଲ୍।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଜୀ-ସାର୍ଥକରେ ପ୍ରସାରିତ ମେଗା ଧାରାବାହିକରେ ଆସିଲା ନୂଆ ବର୍ଷରେ ନୂଆ କାହାଣୀର ସମ୍ଭାର

ଭୁବନେଶ୍ଵର: ଓଡ଼ିଶାର ଲୋକପ୍ରିୟ ଓଡ଼ିଆ ଚ୍ୟାନେଲ ଜୀ-ସାର୍ଥକ ଏହି ନୂଆବର୍ଷ ଅବସରରେ ମନୋରଞ୍ଜନର ନୂଆ କାହାଣୀ ଲେଖିବାକୁ ଯାଉଛି କାରଣ ସାର୍ଥକ ପ୍ରସାରିତ ସମସ୍ତ ମେଗା ଧାରାବାହିକରେ ଆସିବ ନୂଆ ବର୍ଷରେ ନୂଆ କାହାଣୀ। ସଂପୂର୍ଣ୍ଣ ନିଆରା ଓ ପାରିବାରିକ କାହାଣୀକୁ ନେଇ ନିର୍ମିତ ‘ସନ୍ଧ୍ୟା ରାଗିଣୀ’ ‘ତୁ ମୋର ସାଥିରେ’, ‘ସୁନା ଝିଅ’, ‘ଶକ୍ତି’, ‘ତୁ ଖରା ମୁଁ ଛାଇ’ ଓ ‘ଖୁସିର ଛୁଙ୍କ’ ରେ ଆସିବ ନୂଆ ମୋଡ। ସବୁବେଳେ ଦର୍ଶକଙ୍କ ମନମୁତାବକ ଭରପୁର ମନୋରଂଜନ ଦେବା ପାଇଁ ପ୍ରତିଶ୍ରୁତିବଦ୍ଧ ଜୀ-ସାର୍ଥକ, ଏଥର ମଧ୍ୟ ନୂଆ ବର୍ଷର ଆରମ୍ଭ ସହ ନୂଆ ପ୍ରକାରର ମନୋରଞ୍ଜନ ଭେଟିଦେବ ତାର ଦର୍ଶକଙ୍କୁ।

ଏକ ଭିନ୍ନ ଧରଣର ଦୁଇ ଭଉଣୀଙ୍କ କାହାଣୀ, ଧାରାବାହିକ ‘ସନ୍ଧ୍ୟା ରାଗିଣୀ’। ସନ୍ଧ୍ୟାର ସ୍ବପ୍ନ ଅଛି କି ଦେଶ ପାଇଁ ହକି ଖେଳିବ ଆଉ ରାଗିଣୀର ଲକ୍ଷ୍ୟ ଅଛି ଘରେ ଘରେ ଶିକ୍ଷା ପହଞ୍ଚେଇବ, ପ୍ରତ୍ୟକ ନାରୀକୁ ସାକ୍ଷର କରେଇବ..ମା ଯଶୋଦା ପଣ କରିଛି ଦୁଇ ଝିଅଙ୍କ ସ୍ବପ୍ନ ପୂରଣ କରିବାରେ…ଯଶୋଦା କଣ ସ୍ବପ୍ନ ପୂରଣ କରେଇ ପାରିବ? ଜାଣିବା ପାଇଁ ଦେଖନ୍ତୁ ଜୀ-ସାର୍ଥକରେ ଧାରାବାହିକ ‘ସନ୍ଧ୍ୟା ରାଗିଣୀ’ ସନ୍ଧ୍ୟା ୬:୩୦ରୁ।

ନୂଆବର୍ଷରେ ଓଡ଼ିଆ ଘରର କାହାଣୀକୁ ନେଇ ପ୍ରସାରିତ ହେଉଥିବା ଏହି ସବୁ ଧାରାବାହିକ ମଧ୍ୟରେ ଦ୍ଵିତୀୟରେ ରହିଛି “ତୁ ମୋର ସାଥିରେ’। କାହାଣୀ ଆଗକୁ ବଢିବା ସହ ଅମ୍ବରର ଅପହରଣ ହୋଇଛି ଜଣେ ଅଜଣା ଲୋକ ଦ୍ବାରା ଓ ତା ସ୍ଥାନରେ ଧାରା ପାଖରେ ପହଞ୍ଚିଛି ନକଲି ଅମ୍ବର ତେବେ ଧାରା ଚିହ୍ନିପାରିଛି ନକଲି ଅମ୍ବରକୁ ତେବେ ସେ ଅସଲି ଅମ୍ବରକୁ କେମିତି ଫେରିପାଉଛି ତାହା ହେଉଛି କାହାଣୀର ମୁଖ୍ୟ ପରିବର୍ତ୍ତନ।

‘ସୁନା ଝିଅ’ , ଗୋଟେ ସ୍ବାଧୀନ ଝିଅ ପ୍ରିୟା ର କାହାଣୀ, ଯିଏ ନିଜ ମା ର ଆତ୍ମସମ୍ମାନ ପାଇଁ କିଭଳି ନିଜକୁ ଗୋଟେ BDO ଅଫିସର ହଵା ପାଇଁ ପ୍ରସ୍ତୁତ କରୁଛି ତାହା ଏହି ମେଗା ଧାରାବାହିକରେ ଦେଖିବାକୁ ମିଳିଛି । ପ୍ରିୟା, ନୂଆ ବର୍ଷରେ ପ୍ରଣ କରୁଛି ଯେ ଭବାନୀର ଅସଲ ଚେହେରା ନିଜ ସ୍ୱାମୀ ବିଷ୍ଣୁ ଆଗରେ ଖୋଲିବ ଓ ନିଜେ ବିଡିଓ ହୋଇ ନିଜ ମା’କୁ ଗର୍ବିତ କରିବ। ତେବେ ଏଠି କାହାଣୀରେ ଆସିଛି ନୂଆ ଆରମ୍ଭ ଦେଖିବେ କେବଳ ଜୀ-ସାର୍ଥକରେ।

ସନ୍ଧ୍ୟା ୮ରୁ ଦେଖିବେ ‘ଶକ୍ତି’, ଯାହାର ମୁଖ୍ୟ ଚରିତ୍ର ଶକ୍ତି ମହାପାତ୍ର ନାମକ ଜଣେ ନିଷ୍ଠାପର ଓ ସ୍ବାଭିମାନୀ ଝିଅର କାହାଣୀ। ବିଦେଶରେ ପାଠପଢି ଓକିଲ ହେବା, ନିଜ ପରିବାରକୁ ସାହାଯ୍ୟ କରିବା ଓ ସ୍ବାଧୀନ ଭାବରେ ଚଳିବାର ସ୍ୱପ୍ନ ଦେଖେ ହେଲେ କାହାଣୀରେ ଆସିଛି ନୂଆ ମୋଡ ସ୍ବାଧୀନତାର ସ୍ବପ୍ନ ଦେଖୁଥିବା ଶକ୍ତି ଫସିଯାଇଛି ରାଜଲକ୍ଷ୍ମୀଙ୍କ ପରିବାର ବାଦରେ ହେଲେ ସେ ପଛକୁ ଫେରିନି ବରଂ ନୂଆ ବର୍ଷରେ କଳା କୋଟ୍ ପିନ୍ଧି ବାହାରିଛି ନିଜ ସ୍ବପ୍ନ ଗଢିବାକୁ ଓ କାହାଣୀରେ ହୋଇଛି ଏକ ନୂଆ ଆରମ୍ଭ।

‘ତୁ ଖରା ମୁଁ ଛାଇ’ ଯାହାର ମୁଖ୍ୟ ଚରିତ୍ର ମାନିନୀର କାହାଣୀକୁ ନେଇ ପ୍ରସ୍ତୁତ ଏହି ଧାରାବାହିକ କାହାଣୀ କ୍ରମେ ନାୟକ ଏଜେର ମାନିନୀ ପ୍ରତି ଭଲପାଇବା ବଢି ଯାଇଛି। ଦୁହେଁ ଚାହିଁଛନ୍ତି ଜୀବନର ନୂଆ ଆରମ୍ଭ ପାଇଁ, ଏଜେ ବହୁ ପ୍ରକାରର ଚେଷ୍ଟା କରିଛି ମାନିନୀକୁ ପ୍ରପୋଜ କରିବା ପାଇଁ ଓ ମାନିନୀ ମଧ୍ୟ ଅନୁଭବ କରୁଛି ହେଲେ ଏମାନଙ୍କ ଯୋଡି ବନିବ ତ? ଯଦି ଦୁଇ ଜଣଙ୍କ ସମ୍ପର୍କ ଯୋଡି ହୋଇ ବିବାହ ହୁଏ ତେବେ କେତେଦୂର ଚିରସ୍ଥାୟୀ ହେବ? ଏହାକୁ ନେଇ “ତୁ ଖରା ମୁଁ ଛାଇ” କାହାଣୀ ଗତିଶୀଳ ଦେଖିବେ ନୂଆ ବର୍ଷରେ।

ଜୀ-ସାର୍ଥକର ଶେଷ ଭେଟି ରହିଛି ‘ଖୁସିର ଛୁଙ୍କ’। କରନକୁ ଜୀବନ ସାଥି କରି ଖୁସି ନିଜର ସ୍ଵପ୍ନର ଘର କରିବାକୁ ବାହାରିଲା ବେଳେ ଗୋଟିଏ ମୁହୂର୍ତରେ ସମୟ ବଦଳି ଯାଇଛି ଦୁହିଙ୍କ ପାଇଁ ଏପରିକି ପୁରା ପରିବାରକୁ ଘର ଛାଡି ଯିବାକୁ ପଡିଛି ହେଲେ ପୁରା ପରିବାର ଏକ ହୋଇ ପ୍ରତିବଦ୍ଧ ହୋଇଛନ୍ତି କିପରି ମହାପାତ୍ର ପରିବାରର ଇଜ୍ଜତ ଫେରାଇ ଆଣିବେ ଓ ସେଥିପାଇଁ କାହାଣୀରେ ଆସିଛି ନୂଆ ପରିବର୍ତନ। ହେଲେ ପୁଣିଥରେ ଭାଂଗିଯାଇଥିବା ମହାପାତ୍ର ପରିବାରକୁ ଖୁସି ନିଜର ଭଲ ପାଇବା, ପ୍ରେମ,ନିଷ୍ଠା ଓ ବିଶ୍ୱାସ ବଳରେ ଗଢି ତୋଳିବାରେ ସଫଳ ହେବ ତ?

ଚ୍ୟାନେଲ ମୁଖ୍ୟ ପ୍ରତୀକ ସିଲ୍ କହିଛନ୍ତି ଯେ, “ପ୍ରଥମରୁ ଆମେ ଆମର ଦର୍ଶକଙ୍କ ଚିନ୍ତାଧାରାକୁ ସମ୍ମାନ ଦେଇ ତାଙ୍କ ମନୋରଞ୍ଜନ ଜାରି ରଖିଛୁ। ଆମ ଧାରାବାହିକ ଗୁଡିକର ପ୍ରତ୍ୟେକ ଚରିତ୍ର ହେଉଛି ନୂତନ ଉଦୀୟମାନ ଓଡିଆ ମହିଳାମାନଙ୍କର ପ୍ରତିଫଳନ, ଯେଉଁମାନେ ନିଜର ତଥା ନିଜ ପରିବାରର ସ୍ୱପ୍ନକୁ ସାକାର କରିବାରେ ସର୍ବଦା ଚେଷ୍ଟାରତ। ତାହା ଏହି ନୂଆବର୍ଷ ୨୦୨୪ରେ ତା’ର ୬ ମେଗା ଧାରାବାହିକର କାହାଣୀ ଗୁଡିକୁ ଆହୁରି ରୁଚି ପୂର୍ଣ କରିଛି ଯେଉଁଥିପାଇଁ ଆପଣ ମାନଙ୍କ ସହ ଆମର ସମ୍ପର୍କ ଆହୁରି ୬ ଗୁଣ ବଢିବ ଓ ପୁଣି ଦର୍ଶକଙ୍କ ମନକୁ ଛୁଇଁବ ବୋଲି ଆମର ଆଶା ବୋଲି ବୋଲି ଜୀ-ସାର୍ଥକ ଚିଫ ଚ୍ୟାନେଲ୍ ଅଫିସର ପ୍ରତୀକ ସିଲ୍ କହିଛନ୍ତି”।

Categories
ଆଜିର ଖବର ରାଜ୍ୟ ଖବର ସିନେମା

ପୁରୁଣା ଓଡ଼ିଆ ଚଳଚ୍ଚିତ୍ର ନାଁ କୁ ନେଇ ନୂଆ କାହାଣୀରେ ନିର୍ମିତ ନୂଆ ଚଳଚ୍ଚିତ୍ର “ଉଦଣ୍ଡୀ ସୀତା”

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଦୁଇ ନମ୍ବର ମାର୍କେଟ ବିଲଡିଂ ଠାରେ ନୂଆ ଓଡ଼ିଆ ଚଳଚ୍ଚିତ୍ର ଉଦଣ୍ଡୀ ସୀତାର ଟ୍ରେଲର ରିଲିଜ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଚଳଚ୍ଚିତ୍ର ‘ଉଦଣ୍ଡୀ ସୀତା’ ର କାହାଣୀ ରଚନା, ପ୍ରଯୋଜନା ତଥା ନିର୍ଦ୍ଦେଶନା ଦେଇଥିବା ଯୁବ ନିର୍ଦ୍ଦେଶକ ଅଶ୍ୱିନ ତ୍ରିପାଠୀ, ସଂଳାପକାର ଡ଼କ୍ଟର ରଜନୀ ରଞ୍ଜନ, ଅଭିନେତ୍ରୀ ଦେବଯାନୀ, ଅଭିନେତା ସୁଭାଶିଷ, ଡେଲିଭରୀ ବୟ ର ପ୍ରଯୋଜକ ଜ୍ୟୋତିରଞ୍ଜନ ମହାନ୍ତି,କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ, ସଙ୍ଗୀତ ନିର୍ଦ୍ଦେଶକ ଜାପାନୀ, ପ୍ରମୁଖ ଉପସ୍ଥିତ ଥିଲେ।

ଚାଷୀ ଜୀବନୀ ଓ ସଂଘର୍ଷ ଉପରେ ଏ କାହାଣୀ ଆଧାରିତ ନୂଆ ଓଡ଼ିଆ ଚଳଚ୍ଚିତ୍ର “ଉଦଣ୍ଡୀ ସୀତା”। ଚାଷୀ ଆତ୍ମହତ୍ୟା ଓ ରାଜନୀତିର ସମ୍ପର୍କକୁ ବଖାଣିବାର ପ୍ରୟାସ କରିଛି ଏ କାହାଣୀ। ସିନେମାର କାହାଣୀ ରଚନା, ପ୍ରଯୋଜନା ସହିତ ନିର୍ଦ୍ଦେଶନା ଦେଇଛନ୍ତି ଯୁବ ନିର୍ଦ୍ଦେଶକ ଅଶ୍ବିନ ତ୍ରିପାଠୀ।

ସଂଳାପ ଲେଖିଛନ୍ତି ଡ଼କ୍ଟର ରଜନୀ ରଞ୍ଜନ। ସଂଗୀତର ଭାର ଯାପାନୀ କାନ୍ଧେଇଥିବା ବେଳେ ଗୀତ ଲେଖିଛନ୍ତି ତପୁ ନାୟକ। ଗୀତ ଗୁଡ଼ିକ ଗାଇଛନ୍ତି ହ୍ୟୁମାନ ସାଗର, ଜ୍ୟୋତିର୍ମୟୀ ଓ ଋତୁରାଜ ମହାନ୍ତି।

ଚିତ୍ରତ୍ତୋଳନ ଦାୟିତ୍ୱ ଅକ୍ଷୟ କୁମାର ନାୟକ ନେଇଥିବା ବେଳେ ସଂପାଦନା ମାନସ କୁମାର ସାହୁ ନେଇଛନ୍ତି।

ସୀତା ଭୂମିକାରେ ଦେବଯାନୀ ଅଛନ୍ତି, ମୁଖ୍ୟମନ୍ତ୍ରୀ ଭୂମିକାରେ ସମରେଶ ରାଉତରାୟ, ଅନ୍ୟତମ ନେତା ଭୂମିକାରେ ସ୍ବର୍ଗତ ପିଣ୍ଟୁ ନନ୍ଦ ରହିଛନ୍ତି l
ସରପଞ୍ଚ ଭୂମିକା ରେ ଇଲୁ ବାନାର୍ଜୀ ଓ ଅନ୍ୟାନ୍ୟ ଭୂମିକା ରେ ଶକ୍ତି ବରାଳ, ଅଙ୍କିତ, ଭବାନୀ, ଗୁଡ଼ୁ
ତୃପ୍ତି ସିଂହା, ଶୁବାଶିଷ, ଚୌଧୁରୀ ବିକାଶ ଦାସ, ମିଲନ ଜୟସିଂହ, ଦେବସୂର୍ଯ୍ୟ ନାୟକ, ସୁଶାନ୍ତ ଦାଶ ମହାପାତ୍ର, ଶ୍ରୀକାନ୍ତ ଓ ମଣ୍ଡୁ ଅଭିନୟ କରିଛନ୍ତି।

ଚଳଚ୍ଚିତ୍ରର ବିଜିଏମ ନବ ଏବଂ ସରୋଜ କରିଛନ୍ତି। ଟ୍ରେଲର ରିଲିଜ ପର୍ବକୁ ଉପସ୍ଥାପନା କରିଥିଲେ ଆରଜେ ଗୁଡ୍ଡୀ। ଚଳଚ୍ଚିତ୍ର ଉଦଣ୍ଡୀ ସୀତାର ପବ୍ଲିସିଟି ଦାୟିତ୍ୱରେ ଅଛନ୍ତି
ମିଡ଼ିଆ ପ୍ଳାନର କ୍ରି୍ଏଟିଭ ହେଡ଼ ପ୍ରଣୟ ଜେଠୀ।