Categories
ଆଜିର ଖବର ରାଜ୍ୟ ଖବର

ଶପଥ ନେଲେ ଓଡ଼ିଶା ହାଇକୋର୍ଟର ଦୁଇ ନୂଆ ବିଚାରପତି

କଟକ: ଆଜି ଓଡ଼ିଶା ହାଇକୋର୍ଟର ଦୁଇ ନୂଆ ବିଚାରପତି ଶପଥ ଗ୍ରହଣ କରିଛନ୍ତି। ହାଇକୋର୍ଟ ନୂଆ କନଫରେନ୍ସ ହଲ୍‌ରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଜଷ୍ଟିସ ଶୁଭା‌ଶିଷ ତାଳପତ୍ର ଓ ଜଷ୍ଟିସ ସଂଜୟ କୁମାର ମିଶ୍ର ଶପଥ ଗ୍ରହଣ କରିଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜ‌ଷ୍ଟିସ ଏସ.ମୁରଲୀଧର ଦୁଇ ନୂଆ ବିଚାରପତିଙ୍କୁ ଶପଥପାଠ କରାଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ତ୍ରିପୁରା ହାଇକୋର୍ଟର ବିଚାରପତି ଜଷ୍ଟିସ ଶୁଭା‌ଶିଷ ତାଳପତ୍ରଙ୍କୁ ବଦଳି ପାଇଁ ସୁପ୍ରିକୋର୍ଟ କଲେଜିଅମ୍ ସୁପାରିସ କରିଥିଲ। ତାଙ୍କୁ ଓଡ଼ିଶା ହାଇକୋର୍ଟକୁ ବଦଳି ପାଇଁ ସୁପାରିସ କରାଯାଇଥିଲା।

ସେହିଭଳି ଭାବେ ଜାନୁଆରି ୨୯ ତାରିଖ ୨୦୨୨ରେ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଁ ସଂଜୟ କୁମାର ମିଶ୍ରଙ୍କୁ ସୁପାରିସ କରାଯାଇଥିଲା। ପରବର୍ତ୍ତୀ ସମୟରେ ତାଙ୍କ ନିଯୁକ୍ତି ନେଇ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି ଭାବେ ଶପଥ ନେଲେ ଆଦିତ୍ୟ କୁମାର ମହାପାତ୍ର

ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟର ଜଜ୍‌ ପଦବୀକୁ ଉନ୍ନୀତ ହେବା ପରେ ଶ୍ରୀ ଆଦିତ୍ୟ କୁମାର ମହାପାତ୍ର ହାଇକୋର୍ଟର ପୁରାତନ ବିଲଡିଂସ୍ଥିତ ନୂତନ ସମ୍ମିଳନୀ କକ୍ଷରେ ଶପଥ ଗ୍ରହଣ କରିଛନ୍ତି। ଆଜି ପୂର୍ବାହ୍ନରେ ଅନୁଷ୍ଠିତ ଶପଥ ଗ୍ରହଣ ଉତ୍ସବରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡକଫର ଏସ୍‌. ମୁରଲୀଧର ନ୍ୟାୟମୂର୍ତ୍ତି ଶ୍ରୀ ଆଦିତ୍ୟ କୁମାର ମହାପାତ୍ରଙ୍କୁ ଓଡ଼ିଶା ହାଇକୋର୍ଟର ଜଜ୍‌ ଭାବେ ଶପଥ ପାଠ କରାଇଥିଲେ।

ଏହି ଉତ୍ସବରେ ଓଡ଼ିଶା ହାଇକୋର୍ଟର ଅନ୍ୟ ସମସ୍ତ ବିଚାରପତି ଓ ପୂର୍ବତନ ବିଚାରପତିମାନେ ଉପସ୍ଥିତ ଥିଲେ। କୋଭିଡ୍‌ ମାର୍ଗଦର୍ଶିକାର ସମୁଚିତ ଅନୁପାଳନ କରାଯାଇ ଏହି ସଂକ୍ଷିପ୍ତ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବକୁ ମଧ୍ୟ ହାଇକୋର୍ଟର ୟୁ-ଟୁ୍ୟବ୍‌ ଚ୍ୟାନେଲ୍‌ ମାଧ୍ୟମରେ ସିଧାସଳଖ ପ୍ରସାର କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ହାଇକୋର୍ଟରେ ୩ ନୂଆ ବିଚାରପତିଙ୍କୁ ମିଳିଲା ନିଯୁକ୍ତି

ଭୁବନେଶ୍ବର: ଓଡିଶା ହାଇକୋର୍ଟରେ ୩ ଜଣ ନୂଆ ବିଚାରପତିଙ୍କୁ ନିଯୁକ୍ତି ମିଳିଛି। ଏହି ନୂତନ ବିଚାରପତିଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଯୁକ୍ତି ଦେଇଛନ୍ତି। ନୂତନ ୩ ବିଚାରପତିଙ୍କ ମଧ୍ୟରୁ ଜଣେ ଆଇନଜୀବୀଙ୍କୁ ବିଚାରପତି ଭାବେ ନିଯୁକ୍ତି ମିଳିଥିବା ବେଳେ ଦୁଇ ଜୁଡିସିଆଲ ଅଫିସରଙ୍କୁ ବିଚାରପତି ଭାବେ ରାଷ୍ଟ୍ରପତି ନିଯୁକ୍ତି ଦେଇଛନ୍ତି। ଆଇନଜୀବୀ ମୃଗାଙ୍କ ଶେଖର ନୂଆ ବିଚାରପତି ହୋଇଥିବାବେଳେ  ଜୁଡିସିଆଲ ଅଫିସର ରାଧାକୃଷ୍ଣ ପଟ୍ଟନାୟକ ଓ ଶଶିକାନ୍ତ ମିଶ୍ରଙ୍କୁ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ମିଳିଛି। ଏନେଇ ଆଇନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ଉଚ୍ଚ ନ୍ୟାୟାଳୟ ପାଇଁ ୪ ଜଣ ନୂଆ ବିଚାରପତି ମନୋନୀତ: ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ କଲେଜିୟମ

ଭୁବନେଶ୍ଵର: ଓଡିଶା ଉଚ୍ଚ ନ୍ୟାୟାଳୟ ପାଇଁ ୪ ଜଣ ନୂଆ ବିଚାରପତି ମନୋନୀତ ହୋଇଛନ୍ତି। ବାରରୁ ୨ ଜଣ ମନୋନୀତ ହୋଇଥିବା ବେଳେ ୨ ଜଣ ଜୁଡିସିଆଲ ଅଫିସର ଓଡିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ହେବେ। ବାରରୁ ଆଇନଜୀବି ଆଦିତ୍ୟ କୁମାର ମହାପାତ୍ର, ଆଇନଜୀବି ମୃଗାଙ୍କ ଶେଖର ସାହୁ ବିଚାରପତି ହେବେ। ସେହିଭଳି ଜୁଡିସିଆଲ ଅଫିସର ରାଧାକୃଷ୍ଣ ପଟ୍ଟନାୟକ ଏବଂ ଶଶିକାନ୍ତ ମିଶ୍ରଙ୍କୁ ଓଡିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ମନୋନୀତ କରାଯାଇଛି। ଏହି ସମସ୍ତ ନୂଆ ବିଚାରପତିମାନଙ୍କୁ ସୁପ୍ରିମକୋର୍ଟ କଲେଜିୟମର ମଞ୍ଜୁରୀ ମିଳିଛି।