Categories
ଆଜିର ଖବର ଜାତୀୟ ଖବର

‘ନୂଆ ଭାରତର ନୂଆ ପିତା’ ମନ୍ତବ୍ୟକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ କଟାକ୍ଷ କଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ

ପାଟନା: ଅମୃତା ଫଡନାଭିସଙ୍କ ‘ନୂଆ ଭାରତର ନୂଆ ପିତା’ ମନ୍ତବ୍ୟକୁ ନେଇ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କଟାକ୍ଷ କରିଛନ୍ତି। ମୁଖ୍ୟମନ୍ତ୍ରୀ ନୀତୀଶ କହିଛନ୍ତି ଯେ ‘ନୂଆ ଭାରତ’ର ‘ନୂଆ ପିତା ‘ଦେଶ ପାଇଁ କ’ଣ କରିଛନ୍ତି? ଡିସେମ୍ବର ୨୧ ତାରିଖରେ, ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ପତ୍ନୀ ଅମୃତା ଫଡନାଭିସ୍ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ‘ନୂତନ ଭାରତର ପିତା’ ବୋଲି କହିଥିଲେ। ସେହି ସମାନ ମନ୍ତବ୍ୟରେ ନିତୀଶ କୁମାର କହିଛନ୍ତି ଯେ, ତାଙ୍କର ସ୍ୱାଧୀନତା ସଂଗ୍ରାମ ସହିତ କୌଣସି ସମ୍ପର୍କ ନାହିଁ। ସ୍ୱାଧୀନତା ସଂଗ୍ରାମରେ ଆରଏସଏସ ଯୋଗଦାନ ଦେଇନଥିଲା।

ନୀତୀଶ କୁମାର କହିଛନ୍ତି ଯେ, ଭାରତରେ ଜଣେ ନୂଆ ପିତାଙ୍କ ବିଷୟରେ ଆଲୋଚନା ହେଉଛି, କିନ୍ତୁ ସେ କଣ କରିଛନ୍ତି। ଏଥି ସହିତ ସେ ଅଭିଯୋଗ କରିଛନ୍ତି ଯେ, ଆଜିକାଲି ଦେଶରେ ଟେକ୍ନୋଲୋଜିର ଅପବ୍ୟବହାର କରାଯାଉଛି। ଆଧୁନିକ ଭାରତରେ ସବୁଆଡେ ଚର୍ଚ୍ଚା ହେଉଛି, କିନ୍ତୁ ବର୍ତ୍ତମାନ ମୁଁ ପଚାରିବାକୁ ଚାହେଁ ସେମାନେ କଣ କରିଛନ୍ତି। ଦେଶକୁ ଆଗକୁ ନେବା ପାଇଁ ସେ କିଛି କରିଛନ୍ତି କି? ସେମାନେ ନୂତନ ଟେକ୍ନୋଲୋଜିର ଅପବ୍ୟବହାର କରୁଛନ୍ତି। ଆରଏସଏସ ଉପରେ ଆକ୍ରମଣ କରି ବିହାରର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ସଂଗଠନ ଭାରତର ସ୍ୱାଧୀନତା ଆନ୍ଦୋଳନରେ କିଛି କରିନାହିଁ। କିନ୍ତୁ ଆଜିକାଲି କିଛି ଲୋକ ନିଜକୁ ପ୍ରକୃତ ଦେଶପ୍ରେମୀ ବୋଲି କହୁଛନ୍ତି।