Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଓମିକ୍ରନ ବିପଦ ମଧ୍ୟରେ ଚିହ୍ନଟ ହେଲା ଆଉ ଏକ ନୂଆ ଭାରିଆଣ୍ଟ ‘ଆଇଏଚୟୁ’: ସଂକ୍ରମିତ ହେଲେଣି ୧୨

ନୂଆଦିଲ୍ଲୀ: ଦ୍ରୁତ ଗତିରେ ବଦଳୁଥିବା ପ୍ରକୃତି ମଧ୍ୟରେ କରୋନାର ଆଉ ଏକ ବିପଜ୍ଜନକ ଭାରିଆଣ୍ଟ ସାମ୍ନାକୁ ଆସିଛି। ଆଇଏଚୟୁ ନାମକ ଆଉ ଏକ ନୂଆ ଭାରିଆଣ୍ଟ ସାମ୍ନାକୁ ଆସିଛି। ବର୍ତ୍ତମାନ ପର୍ଯ୍ୟନ୍ତ ୧୨ ଜଣ ଲୋକ ଏହି ଭାରିଆଣ୍ଟରେ ସଂକ୍ରମିତ ହୋଇଛନ୍ତି। ଫ୍ରାନ୍ସରେ ଏହି ନୂତନ ଭାରିଆଣ୍ଟକୁ ଚିହ୍ନଟ କରାଯାଇଛି। ଆଫ୍ରିକୀୟ ଦେଶ କାମେରୁନରୁ ଏହି ଭାରିଆଣ୍ଟ ଆସିଥିବା କୁହାଯାଉଛି। ଏହି ଭାରିଆଣ୍ଟ କେତେ ବିପଦ ଏବଂ ଏହା ବିରୋଧରେ ଟୀକା କେତେ ପ୍ରଭାବୀ ତାହା ଉପରେ କୌଣସି ନିର୍ଦ୍ଧିଷ୍ଟ ସୂଚନା ମିଳିପାରିନାହିଁ ବୋଲି ବିଶେଷଜ୍ଞମାନେ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ବିପଦପୂର୍ଣ୍ଣ ଦେଶରୁ ଓଡିଶା ଆସିଥିବା  ୪ ଯାତ୍ରୀ କରୋନା ପଜିଟିଭ

ଭୁବନେଶ୍ଵର: ଏବେ କରୋନାର ନୂଆ ଭାରିଆଣ୍ଟ ଓମକ୍ରିନକୁ ନେଇ ସାରା ବିଶ୍ଵ ଭୟଭୀତ ଅଛି। ଦେଶରୁ ଏହି ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ବେଳେ ଓଡିଶା ସରକାର ମଧ୍ୟ ଏହାକୁ ନେଇ କଡା ନଜର ରଖିଛନ୍ତି। ସେଥିପାଇଁ ବିଦେଶରୁ ଓଡିଶା ଆସୁଥିବା ଯାତ୍ରୀମାନଙ୍କ ଉପରେ ରାଜ୍ୟ ସରକାର କଡା ନଜର ରଖିଛନ୍ତି। ସମସ୍ତ ବିମାନଯାତ୍ରୀଙ୍କୁ ବିମାନବନ୍ଦରରେ ରୋକାଯାଇ କୋଭିଡ ପରୀକ୍ଷା କରାଯାଉଛି।

ତେବେ ବିପଦପୂର୍ଣ୍ଣ ଦେଶରୁ ଆସିଥିବା ୪ ଜଣ ଯାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ଦେଶଗୁଡିକରୁ ମୋଟ ୯୮୨ ଜଣ ଯାତ୍ରୀ ଆସିଛନ୍ତି। ଗତକାଲି ସନ୍ଧ୍ୟା ସୁଦ୍ଧା ୯୮୨ ଜଣ ଯାତ୍ରୀ ଓଡ଼ିଶାକୁ ଆସିଛନ୍ତି। କିନ୍ତୁ ସେମାନଙ୍କ ମଧ୍ୟରୁ ୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ସେମାନଙ୍କ ନମୁନା ଜେନମ ସିକ୍ଵେନସିଂ ପାଇଁ ପଠାଯାଇଛି। ଏନେଇ ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଖୋର୍ଦ୍ଧା ଜିଲ୍ଲା ପାଇଁ ନୂଆ କୋଭିଡ ଗାଇଡଲାଇନ ଜାରି କଲେ ଜିଲ୍ଲାପାଳ: ନିୟମ ଉଲ୍ଲଂଘନ କଲେ ଗଣିବେ ତଣ୍ଡ

ଖୋର୍ଦ୍ଧା: ତୃତୀୟ ଲହର ତଥା ନୂଆ ଭାରିଆଣ୍ଟର ସଂକ୍ରମଣ ଆଶଙ୍କା ବଢିବାରେ ଲାଗିଛି। ଯାହାଦ୍ୱାରା ବିଶ୍ଵର ଅନେକ ଦେଶଗୁଡିକ ଓମିକ୍ରନ ଭାରିଆଣ୍ଟକୁ ରୋକିବା ପାଇଁ ଯଥା ସମ୍ଭବ ପ୍ରୟାସ କରୁଛନ୍ତି। ସେହିଭଳି ଭାରତରେ ଏହାଠାରୁ ରକ୍ଷା ପାଇବା ପାଇଁ ଆବଶ୍ୟକ ପଦକ୍ଷେପ ନେବା ପାଇଁ ରାଜ୍ୟଗୁଡିକୁ ନିର୍ଦ୍ଦେଶ ଦେଇଛି। ତେଣୁ ରାଜ୍ୟ ସରକାର ଏହାପାଇଁ ତତ୍ପରତା ଦେଖାଇବା ସହ ଜିଲ୍ଲାପାଳମାନଙ୍କୁ ଉଚିତ ପଦକ୍ଷେପ ପାଇଁ କୁହାଯାଇଛି।

ତେବେ ଏହି ପ୍ରରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ମଧ୍ୟ ଜିଲ୍ଲାବାସୀଙ୍କ ପାଇଁ କରୋନା କଟକଣା ଜାରି କରିଛନ୍ତି। ସେଥିପାଇଁ କରୋନା କଟକଣାକୁ ଜୋରଦାର କରିବା ପାଇଁ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ପୂର୍ବ ପରି ମାସ୍କ ଚେକିଂ, ସାମାଜିକ ଦୁରତ୍ଵକୁ ଗୁରୁତ୍ଵ ଦିଆଯାଇଛି। ଏହିସବୁ ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିମାନଙ୍କ ଠାରୁ ସ୍ଥାନୀୟ ପ୍ରଶାସନ ଜରିମାନା ଆଦାୟକରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ସେହିଭଳି ଖୋର୍ଦ୍ଧାର ସହର ଅଞ୍ଚଳରେ ରାତ୍ରୀକାଳୀନ କର୍ଫ୍ୟୁ ପାଇଁ ନିର୍ଦ୍ଦେଶ ହୋଇଛି। ରାତି ୧୦ ଟାରୁ ସକାଳ ୫ ଟା ଯାଏଁ ଏହି ରାତ୍ରୀକାଳୀନ କର୍ଫ୍ୟୁ ଜାରି ରହିବ। ଖୋର୍ଦ୍ଧା, ଜଟଣୀ, ବାଣପୁର ଏବଂ ବାଲୁଗାଁ ସହରରେ ଦୋକାନ ବଜାର ୧୦ ଟା ପୂର୍ବରୁ ବନ୍ଦ କରାଯିବା ପାଇଁ ଶ୍ରୀ ମହାପାତ୍ର କହିଛନ୍ତି। ଏହାସହିତ ୧୦ ଟା ପରେ ବାହାରେ ନବୁଲିବା ପାଇଁ ଜିଲ୍ଲାବାସୀଙ୍କୁ ଜିଲ୍ଲାପାଳ ଅନୁରୂଢ କରିଛନ୍ତି। ଯଦି କୌଣସି ଦୋକାନୀ କିମ୍ବା ଗ୍ରାହକ ଏହି ନିୟମକୁ ଅବମାନନା କରନ୍ତି, ତେବେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜିଲ୍ଲାପାଳ ଚେତାବନୀ ଦେଇଛନ୍ତି।

ଡିସେମ୍ବର ମାସରେ ଅତ୍ୟଧିକ ଥଣ୍ଡା ପଡୁଥିବାରୁ ବାହାରକୁ ନଯାଇ ଲୋକେ ଘରେ ରହିବା ସହିତ ପ୍ରଶାସନକୁ ସହଯୋଗ କରିବା ଲାଗି ଲୋକମାନଙ୍କୁ ଜିଲ୍ଲାପାଳ ଶ୍ରୀ ମହାପାତ୍ର ନିବେଦନ କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର

ନୂଆ ଭାରିଆଣ୍ଟ ଓମିକ୍ରନ ଆକ୍ରାନ୍ତ ଦେଶରୁ ଆସିଥିବା ଭାରତୀୟ ଯାତ୍ରୀଙ୍କ ମଧ୍ୟରୁ ୬ ଜଣ ପଜେଟିଭି

ନୂଆଦିଲ୍ଲୀ: କୋଭିଡ୍ -୧୯ ର ନୂତନ ଭାବରେ ଚିହ୍ନଟ ହୋଇଥିବା ଭାରିଆଣ୍ଟର ନିୟନ୍ତ୍ରଣ ଏବଂ ପରିଚାଳନା ପାଇଁ ଜନସ୍ୱାସ୍ଥ୍ୟ ପଦକ୍ଷେପ ଭାବରେ, କେନ୍ଦ୍ର ଦ୍ବାରା ଜାରି କରାଯାଇଥିବା ନିର୍ଦ୍ଦେଶନାମା ଅନୁସାରେ ଅନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ ଜାରି କରାଯିବାର ପ୍ରଥମ ଦିନରେ ଛଅ ଜଣ ଯାତ୍ରୀ କୋଭିଡ୍ ପଜିଟିଭ୍ ଥିବା ଜଣାଯାଇଛି। ଏହି ନୂତନ ଭାରିଆଣ୍ଟକୁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଦ୍ବାରା ଭାରିଆଣ୍ଟ ଅଫ୍ କନ୍ସର୍ଣ୍ଣ (ଭିଓସି) ଭାବରେ ବିବେଚିତ କରାଯାଇଛି।

‘‘ବିପଦ ରହିଥିବା’’ ଦେଶରୁ ଆଜି ମଧ୍ୟ ରାତ୍ରରୁ ଅପରାହ୍ନ ୪ ଘଟିକା ମଧ୍ୟରେ ଲକ୍ଷ୍ମୌକୁ ଛାଡ଼ି ବିଭିନ୍ନ ଏୟାରପୋର୍ଟରେ ୧୧ ଟି ଆନ୍ତର୍ଜାତିକ ବିମାନ ପହଞ୍ଚିଛି। ଏଥିରେ ସମୁଦାୟ ୩୪୭୬ ଜଣ ଯାତ୍ରୀ ରହିଛନ୍ତି।

ସମସ୍ତ ୩୪୭୬ ଜଣ ଯାତ୍ରୀଙ୍କର ଆରଟି ପିସିଆର ପରୀକ୍ଷା କରାଯାଇଛି ଏବଂ ମାତ୍ର ୦୬ ଜଣ ଯାତ୍ରୀଙ୍କ ଠାରେ କୋଭିଡ୍- ୧୯ ପଜିଟିଭ୍ ଥିବା ଜଣାଯାଇଛି। କୋଭିଡ୍ ୧୯ ପଜିଟିଭ୍ ଯାତ୍ରୀଙ୍କର ନମୁନାକୁ ଆଇଏନଏସଏସିଓଜି ଲ୍ୟାବକୁ ସମ୍ପୂର୍ଣ୍ଣ ଜେନୋମିକ୍ ସିକୁଏନ୍ସିଂ ପାଇଁ ପଠାଯାଇଛି।

ଭାରତ ସରକାର ପରିବର୍ତ୍ତିତ ପରିସ୍ଥିତି ଉପରେ ସମ୍ପୂର୍ଣ୍ଣ ନଜର ରଖିଛନ୍ତି ଓ ଏହି ମହାମାରୀ ବିପକ୍ଷରେ ସଂଗ୍ରାମରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡ଼ିକୁ ସମ୍ପୂର୍ଣ୍ଣ ସହଯୋଗ ପ୍ରଦାନ କରୁଛନ୍ତି।

Categories
PanchayatElection ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଘୁଞ୍ଚିବ କି?, ଜାଣନ୍ତୁ ଏହାକୁ ନେଇ କଣ କହିଲେ ପଞ୍ଚାୟତରାଜ ମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ଆଉ କିଛି ମାସ ପରେ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହାକୁ ନେଇ ସମସ୍ତ ରାଜନୈତିକ ଦଳଗୁଡିକ ନିର୍ବାଚନ ଲଢିବା ପାଇଁ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ହେଲେ ନିର୍ବାଚନ ସ୍ଥଗିତ ରହିବା ପାଇଁ କଳ୍ପନା ଜଳ୍ପନା ଲାଗି ରହିଛି।

ତେଣୁ ଏହାକୁ ନେଇ ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ପଞ୍ଚାୟତ ନିର୍ବାଚନ ଘୁଞ୍ଚିବାର କୌଣସି ସମ୍ଭାବନା ନାହିଁ ବୋଲି ମନ୍ତ୍ରୀ କହିଛନ୍ତି। ସେଥିପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କୁ ରାଜ୍ୟ ସରକାର ସମସ୍ତ ରିପୋର୍ଟ ଦିଆଯାଇଥିବା ଶ୍ରୀ ଜେନା କହିଛନ୍ତି। ତେବେ ନିର୍ବାଚନ କମିଶନ ପକ୍ଷରୁ ଖୁବ ଶୀଘ୍ର ତାରିଖ ଘୋଷଣା କରାଯିବ ବୋଲି ସେ କହିଛନ୍ତି।