Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର ସିନେମା

ଜୀ ସାର୍ଥକ ଫିଲ୍ମସର ନୂଆ ସିନେମା ‘ପୋଲିସ୍ ବାବୁ’ ର ଅଡିଓ ରିଲିଜ୍

ଭୁବନେଶ୍ବର: ଗତକାଲି ସନ୍ଧ୍ୟାରେ ଜୀ-ସାର୍ଥକ ଫିଲ୍ମସ ର ନୂଆ ଚଳଚ୍ଚିତ୍ର “ପୋଲିସ ବାବୁ” ର ଅଡିଓ ରିଲିଜ୍ ଭୁବନେଶ୍ୱରର ଏକ ତାରକା ହୋଟେଲର ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଚଳଚ୍ଚିତ୍ରରେ ଥିବା ତିନିଟି ଯାକ ଗୀତ ଶ୍ରୋତାଙ୍କ ମନକୁ ଛୁଇଁଲା ଭଳି ହୋଇଛି। ୧୧ ଡ଼ିସେମ୍ବର ସନ୍ଧ୍ୟା ୬.୩୦ ରେ ରିଲିଜ ହେବାକୁ ଯାଉଛି ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ପୋଲିସ୍ ବାବୁ’। ମନଛୁଆଁ ଗୀତ ସାଙ୍ଗକୁ ଜବରଦସ୍ତ ଡ୍ରାମା ଓ କମେଡିରେ ଭରପୂର ଏହି ଚଳଚ୍ଚିତ୍ରଟି ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ଦେବ ବୋଲି ‘ପୋଲିସ୍ ବାବୁ’ ଟିମ୍ ପକ୍ଷରୁ କୁହାଯାଇଛି। ଅଜୟ ରାଉତଙ୍କ ପ୍ରଯୋଜନା ଓ ଶୈଳେନ୍ଦ୍ର ପରିଡ଼ାଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ରର କାହାଣୀ ଲେଖିଛନ୍ତି ଡ. ରଜନୀ ରଞ୍ଜନ।

ଏଥିରେ ସୂର୍ଯ୍ୟ ମହାପାତ୍ର ଗୀତ ରଚନା କରିଛନ୍ତି ଏବଂ ଗୁଡ୍‌ଲି ରଥ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। କଣ୍ଠଦାନ କରିଛନ୍ତି ଲିପ୍ସା, କୁଲଦୀପ, ଜ୍ୟୋତିର୍ମୟୀ ଓ ଶଶାଙ୍କ। ଚୁଲବୁଲି ନାୟିକା ସାୟଲ ଓ ହ୍ୟାଣ୍ଡସମ୍ ନାୟକ ଶୁଭାଶିଷ ଓରଫ ମଣ୍ଟୁ ଏଥିରେ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ଜୀ- ସାର୍ଥକର ଅନେକ ସଫଳ ଚଳଚ୍ଚିତ୍ର ପରି ଏହି ଚଳଚ୍ଚିତ୍ରଟି ମଧ୍ୟ ଦର୍ଶକଙ୍କୁ ବିମୋହିତ କରିବ ବୋଲି ଜୀ-ସାର୍ଥକ ଚ୍ୟାନେଲ୍ ମୁଖ୍ୟ ଶ୍ରୀ ପ୍ରତୀକ ସିଲ୍ କହିଛନ୍ତି।

ସବୁଠୁ ବଡ଼କଥା ହେଉଛି ଉଭୟ ଟେଲି ଧାରାବାହିକ ଓ ଚଳଚ୍ଚିତ୍ରରେ ଲୋକପ୍ରିୟ ହେଇଥିବା ମଣ୍ଟୁ ପ୍ରଥମ ଥର ପାଇଁ ପୋଲିସ ଭୂମିକାରେ ଦେଖିବାକୁ ମିଳିବେ ଏବଂ କମେଡି ବି କରିବେ। କିଛିଦିନ ପୂର୍ବରୁ ଜୀ ସାର୍ଥକ ଚ୍ୟାନେଲ୍ “ଏଇ ରାକ୍ଷୀ ତୋ ରକ୍ଷ୍ୟା କବଚ”,“ପାରି କରିବେ ମୋ ଭୋଳାଶଙ୍କର” ଓ “ଦିଦି ନମସ୍କାର” ଭଳି ଚଳଚ୍ଚିତ୍ର ଭେଟି ଦେଇ ଦର୍ଶକଙ୍କ ପ୍ରିୟଭାଜନ ହୋଇଛି। ଏଥର ଶୁଭାଶିଷ ଓରଫ ମଣ୍ଟୁ ଏବଂ ସାୟଲ୍ ‘ପୋଲିସ୍ ବାବୁ’ ମାଧ୍ୟମରେ ପୁଣି ଦର୍ଶକଙ୍କ ମନ ଜିଣିବେ।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର ସିନେମା

ତେଲେଙ୍ଗନା ପ୍ରଯୋଜକଙ୍କ ଦ୍ଵାରା ଓଡିଆ ସ଼ଂସ୍କୃତିକୁ ନେଇ ଚଳଚ୍ଚିତ୍ର‌ ଘୋଷଣା

ଭୁବନେଶ୍ଵର: ଆସୁଛି ଓଡିଆ ନୂଆ ସିନେମା। ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ନାଁରେ ସିନେମାର ନାମକରଣ କରାଯାଇଥିବା ବେଳେ ଆଜି ଏହାର ଅଡିଓ ରେକର୍ଡିଂ କାମ ଆରମ୍ଭ ହୋଇଛି । ଏକ ବଳିଷ୍ଠ ପ୍ରେମ କାହାଣୀକୁ ନେଇ ସିନେମାଟି ଆସୁଥିବା ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି।

ସିନେମାର ନାଁ ରହିଛି ‘ଲିଙ୍ଗରାଜ ମନ୍ଦିର’। ଅନେକ ବର୍ଷ ତଳର ଐତିହ୍ୟ ଏଥିରେ ସ୍ଥାନ ପାଇଛି। ଖାଲି ସେତିକି ନୁହେଁ ଏଥିରେ ଏକ ନିଆରା ପ୍ରେମ କାହାଣୀକୁ ଚିତ୍ରଣ କରାଯାଇଛି। ମିଳିଥିବା ସୂଚନା ଅନୁସାରେ ଲିଙ୍ଗରାଜ ମନ୍ଦିର ନିକଟ ଖୋଳିବା ସମୟରେ ଏକ ପଥର ମୂର୍ତ୍ତୀ ମିଳୁଛି। ପରବର୍ତ୍ତୀ ସମୟରେ ଉକ୍ତ ମୂର୍ତ୍ତୀର ପ୍ରାଚୀନ ଇତିହାସ ଜଣାପଡୁଛି। ମୂର୍ତ୍ତୀଟି କାହାର ଏବଂ ମାଟି ତଳେ ତାହାକୁ କାହିଁକି ଓ କିଏ ପୋତିଥିଲା ତାହା ସିନେମାର ଶେଷ ଯାଏଁ ଦେଖିଲେ ଜଣାପଡ଼ିବ। ତେବେ ସିନେମାରେ ପ୍ରେମ, ପ୍ରଣୟ ସହ ବଳିଷ୍ଠ ନାଟକୀୟ ପୃଷ୍ଠଭୂମି ରହିଥିବା ଜଣାପଡିଛି।

ସବୁଠାରୁ ବଡ଼ କଥା ହେଲା, କାହାଣୀରେ ସଙ୍ଗୀତକୁ ଅଧିକ ଗୁରୁତ୍ବ ମିଳିଛି। ସିନେମାରେ ୬ଟି ଗୀତ ରହିଥିବା ବେଳେ ଗୁଡଲୀ ରଥ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ସେହିଭଳି ସିନେମାର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ସାଉଥ୍ ସିନେମାର ପ୍ରଖ୍ୟାତ ନିର୍ଦ୍ଦେଶକ ରବି ରୟାଲ। ଏ ସଞ୍ଜୁଙ୍କ ପ୍ରଯୋଜିତ ଏହି ସିନେମାରେ ରାଜଶେଖର ସହ ପ୍ରଯୋଜକ ଥିବା ବେଳେ ୟାଇ ରେଡ୍ଡୀ କ୍ୟାମେରା, ଚିତ୍ତରଞ୍ଜନ ଆଚାର୍ଯ୍ୟ ପ୍ରଡକ୍ସନ ଡିଜାଇନର ଓ ପ୍ରଣୟ ଜେଠି କ୍ରିଏଟିଭ ହେଡ ଭାବେ ଦାୟିତ୍ଵ ତୁଲାଉଛନ୍ତି।

ଓଡ଼ିଆ ସିନେମାରେ ପୁଞ୍ଜି ନିବେଶ କରିବାକୁ ଓଡ଼ିଆ ପ୍ରଯୋଜକ ପଛଘୁଞ୍ଚା ଦେଉଥିବା ବେଳେ ଏଥିରେ ଦକ୍ଷିଣ ଭାରତ ଓ ବମ୍ବେରୁ ପ୍ରଯୋଜକ ଏବଂ ନିର୍ଦ୍ଦେଶକ ଯୋଡ଼ି ଦେଖିବାକୁ ମିଳିଛି। ଯାହାକି ସିନେମାର ଗୁରୁତ୍ବ ଆହୁରି ବଢାଇ ଦେବା ସହ ମୌଳିକ ଓଡ଼ିଆ କାହାଣୀ ବଡ଼ ପରଦାରେ ପ୍ରଦର୍ଶିତ ହେବାକୁ ଯାଉଛି। ଆସନ୍ତା ଜାନୁଆରୀରୁ ସିନେମାର ସୁଟିଂ ଆରମ୍ଭ ହେବ। ଭୁବନେଶ୍ୱର, ଗଡ ମଧୁପୁର, କୋରାପୁଟ, ଜୟପୁର, ରାୟଗଡ଼ା ଓ ବମ୍ବେରେ ସିନେମାର ସୁଟିଂ ହେବ ବୋଲି ଜଣାପଡିଛି।ଓଡିଶା ରୁ ଅଭିନେତ୍ରୀ ଭୂମିକା ଅଭିନୟ ପାଇଁ ଚୁକ୍ତିବଦ୍ଧ ହୋଇଥିବା ବେଳେ ଅତିଶିଘ୍ର ବଲିଉଡ୍ ଓ ଓଲିଉଡ୍ କଳାକାର ଚୟନ କରାଯିବ ବୋଲି କ୍ରିଏଡିଭ୍ ହେଡ୍ ଶ୍ରୀ ଜେଠୀ ସୂଚନା ପ୍ରଦାନ‌ କରିଛନ୍ତି।