Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଦେଶରେ ଆଜି 1 ଲକ୍ଷ 17 ହଜାର ନୂତନ ଆକ୍ରାନ୍ତ ଚିହ୍ନଟ, 3000 ଅତିକ୍ରମ କଲା ଓମିକ୍ରନ୍ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ସାଂଘାତିକ କରୋନାଭାଇରସ୍ ମହାମାରୀର ଗତି ଅନିୟନ୍ତ୍ରିତ ହେବାରେ ଲାଗିଛି। ଏହା ସହିତ, ଓମିକ୍ରନ୍ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଗତ 24 ଘଣ୍ଟା ମଧ୍ୟରେ ଦେଶରେ କରୋନା ଏକ ଲକ୍ଷ 17 ହଜାର 100 ଟି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି। ଏହି ସମୟରେ 302 ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ର ଓମିକ୍ରନ୍ ଭାରିଆଣ୍ଟର 3007 ମାମଲା ରିପୋର୍ଟ ହୋଇଛି। ଆଜି ଦେଶର କରୋନା ସ୍ଥିତ ପରିସ୍ଥିତି କ’ଣ ଜାଣନ୍ତୁ…

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ପ୍ରକାଶିତ ତଥ୍ୟ ଅନୁଯାୟୀ ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ସଂଖ୍ୟା 3 ଲକ୍ଷ 71 ହଜାର 63 କୁ ବୃଦ୍ଧି ପାଇଛି। ଏଥି ସହିତ, ଏହି ମହାମାରୀ ହେତୁ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା 4 ଲକ୍ଷ 83 ହଜାର 178 କୁ ବୃଦ୍ଧି ପାଇଛି। ତଥ୍ୟ ଅନୁଯାୟୀ, ଗତକାଲି 30 ହଜାର 836 ଜଣ ଲୋକ ସୁସ୍ଥ ହୋଇଥିଲେ, ଯାହା ପରେ ଏପର୍ଯ୍ୟନ୍ତ 3 କୋଟି 43 ଲକ୍ଷ 71 ହଜାର 845 ଲୋକ ସଂକ୍ରମଣମୁକ୍ତ ହୋଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ତିନି କୋଟି 52 ଲକ୍ଷ 26 ହଜାର 386 ଟି କରୋନା ମାମଲା ରୁଜୁ ହୋଇଛି।

ସେହିଭଳି ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ 3007 ଲୋକ ଓମିକ୍ରନ୍ ଭାରିଆଣ୍ଟରେ ସଂକ୍ରମିତ ହୋଇଛନ୍ତି, ସେଥିମଧ୍ୟରୁ 1199 ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ମହାରାଷ୍ଟ୍ର ଏବଂ ରାଜଧାନୀ ଦିଲ୍ଲୀରେ ସର୍ବାଧିକ ମାମଲା ରହିଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍: ଆଜି ଦେଶରେ ପ୍ରାୟ ୬ ହଜାରରୁ ଉର୍ଦ୍ଧ୍ଵ ଆକ୍ରାନ୍ତ ଚିହ୍ନଟ, ୩୧୫ ମୃତ

ନୂଆଦିଲ୍ଲୀ: ଆଜି ଦେଶରୁ ୬ ହଜାର ୫୩୧ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଗତ ୨୪ ଘଣ୍ଟାରେ ୩୧୫ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୪୭ ଲକ୍ଷ ୮୬ ହଜାର ୯୬୬ ରେ ପହଞ୍ଚିଛି।

ତେବେ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୭୯ ହଜାର ୯୯୭ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୪୨ ଲକ୍ଷ ୩୭ ହଜାର ୭୯୫ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୭୫ ହଜାର ୮୪୧ ଆକ୍ଟିଭ୍‌ କେସ୍ ରହିଛି।