Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲାର ନୂତନ ଏସ୍‌ପି ଭାବେ କାର୍ଯ୍ୟରେ ଯୋଗ ଦେଲେ ଆଇପିଏସ ଅଧିକାରୀ ଅବିନାଶ କୁମାର

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ନୂତନ ଏସ୍‌ପି ଭାବେ ଆଜି ଆଇପିଏସ ଅଧିକାରୀ ଅବିନାଶ କୁମାର କାର୍ଯ୍ୟରେ ଯୋଗ ଦେଇଛନ୍ତି। ୨୦୦୭ ବ୍ୟାଚ ଆଈପିଏସ ଅଧିକାରୀ ଶ୍ରୀ କୁମାର ଏହା ପୂର୍ବରୁ କମିଶନରେଟ୍ ପୁଲିସ୍‌ରେ ଅତିରିକ୍ତ ସିପି ଭାବେ କାର୍ଯ୍ୟରତ ଥିଲେ। ନୂତନ ଏସପି କାର୍ଯ୍ୟରେ ଯୋଗ ଦେବା ପରେ ତାଙ୍କୁ ଜିଲ୍ଲାର ସମସ୍ତ ପୋଲିସ ଅଧିକାରୀମାନେ ସ୍ୱାଗତ ଜଣାଇଥିଲେ।

ସୂଚନା ଥାଉକି ଚଳିତ ମାସ ୨ ତାରିଖରେ ଖୋର୍ଦ୍ଧା ଜିଲ୍ଲା ପୂର୍ବତନ ଏସ୍‌ପି ବି. ଯୁଗଳ କିଶୋର କୁମାରଙ୍କୁ ନିର୍ବାଚନ ଆୟୋଗ ହଠାତ ବଦଳି କରିଥିଲେ। ଯାହାଦ୍ୱାରା ଉକ୍ତ ପଦବୀ ଖାଲି ପଡିଥିଲା। ଏବଂ ଗତକାଲି ନୂତନ ଏସପିଙ୍କୁ ନିଯୁକ୍ତି ମିଳିବା ପରେ ଆଜି କାର୍ଯ୍ୟରେ ଯୋଗଦାନ କରିଛନ୍ତି ନୂତନ ଏସପି ଅବିନାଶ କୁମାର।

Categories
ଆଜିର ଖବର ରାଜ୍ୟ ଖବର

କାର୍ଯ୍ୟରେ ଯୋଗଦେଲେ ନୂତନ ଏସ୍‌ପି ରାହୁଲ ଜୈନ

ସୁଧାକର ମିଶ୍ର

ନୟାଗଡ଼: ନୟାଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ ଦାୟିତ୍ୱ ଗ୍ରହଣ କରିଛନ୍ତି। ନୟାଗଡ଼ ଜିଲ୍ଲା ପୂର୍ବତନ ଆରକ୍ଷୀ ଅଧିକ୍ଷକ ଅଲେଖ ଚନ୍ଦ୍ର ପହି ଗତ ୩୦ ତାରିଖରେ ଅବସର ଗ୍ରହଣ କରିଥିଲେ। ଏହା ପରଠାରୁ ଖୋର୍ଦ୍ଧା ଏସ୍‌ପି ସିଦ୍ଧାର୍ଥ କାଟାରିଆ ନୟାଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଭାବେ ଦାୟିତ୍ୱରେ ରହିଥିଲେ।

ଗତ ଦୁଇଦିନ ତଳେ ରାଜ୍ୟ ସରକାର ଆରକ୍ଷୀ ଅଧିକ୍ଷକ ଭାବେ ରାହୁଲ ଜୈନଙ୍କୁ ଭୁବନେଶ୍ୱରରୁ ନୟାଗଡ଼ ବଦଳି କରିଥିଲେ। ଆଜି ସେ ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କାଟାରିଆଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି। ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ କଡା ନଜରରେ ରଖିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଏଥିସହିତ ନିଶା କାରବାର ଉପରେ କଡା ନଜର ରହିବ ବୋଲି ପ୍ରକାଶ କରିଛନ୍ତି।

ବ୍ରାଉନସୁଗାର ବେପାରୀଙ୍କ ଉପରେ ସ୍ୱତନ୍ତ୍ର ଧ୍ୟାନ ରଖାଯିବ ସହ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରାଯିବ ବୋଲି ନୂତନ ଏସ୍‌ପି ରାହୁଲ ଜୈନ ପ୍ରକାଶ କରିଛନ୍ତି।