ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକରେ ନୂତନ ବିଡ଼ିଓ ଭାବେ ଓଏଏସ ଅଧିକାରିଣୀ ପୁନମ ମହାପାତ୍ର କାର୍ଯ୍ୟରେ ଯୋଗ ଦେଇଛନ୍ତି। ଏହା ପୁର୍ବରୁ ସେ ସୋନପୁର ଜିଲ୍ଲା ବିରମହାରାଜପୁର ତହସିଲଦାର ଭାବେ କାର୍ଯ୍ୟରତ ଥିଲେ।କାର୍ଯ୍ୟରେ ଯୋଗ ଦେବାପରେ ସେ ବ୍ଲକ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଥିଲେ।
ବ୍ଲକରେ ପୂର୍ବରୁ ବାକି ଥିବା ସମସ୍ତ ଉନ୍ନୟନ କାର୍ଯ୍ୟ ତ୍ୱରାନ୍ୱିତ କରିବା ସହ ରାସ୍ତାଘାଟ ଉର୍ଣ୍ଣତିକରଣ, ପାନୀୟ ଜଳଯୋଗାଣ ଓ ପରିମଳ ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ୱ ଦେବେ ବୋଲି କହିଛନ୍ତି ନୂତନ ବିଡ଼ିଓ। ନୂତନ ବିଡ଼ିଓଙ୍କୁ ବ୍ଲକ ଅଧ୍ୟକ୍ଷା, ଉପାଧ୍ୟକ୍ଷ ଏବଂ ସମସ୍ତ କର୍ମଚାରୀମାନେ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ।