Categories
ଆଜିର ଖବର ଧର୍ମ

ମନ୍ଦିର ଦର୍ଶନ: ଭାରତରେ ଏମିତି ଏକ ମନ୍ଦିର ଅଛି ଯେଉଁଠି ନୃସିଂହ ଦେବଙ୍କ 5ଟି ରୂପ ପୂଜା ପାଉଛନ୍ତି

ଭୁବନେଶ୍ବର, ବିଷ୍ଣୁପୁରାଣ ଅନୁସାରେ ହିରଣ୍ୟକଶିପୁଙ୍କୁ ବଧ କରିବା ପାଇଁ ଭଗବାନ ବିଷ୍ଣୁ ନୃସିଂହ ଅବତାର ଗ୍ରହଣ କରିଥିଲେ। ଏଥିରେ ବିଷ୍ଣୁ ଏକ ଭୟଙ୍କର ରୂପ ଧାରଣ କରି ହିରଣ୍ୟ କଶିପୁଙ୍କୁ ମାରିଥିଲେ। ସେହିଦିନଠାରୁ ଭଗବାନଙ୍କର ନୃସିଂହ ଅବତାର 10 ଅବତାର ମଧ୍ୟରୁ ଗୋଟିଏ। ଭାରତର ବିଭିନ୍ନ ସ୍ଥାନରେ ଭଗବାନଙ୍କ ଏହି ରୂପକୁ ପୂଜା କରାଯାଏ। ସେଥିପାଇଁ ନୃସିଂହ ମନ୍ଦିର ମଧ୍ୟ ପ୍ରତିଷ୍ଠା କରାଯାଇଛି।

ହେଲେ ଆପଣ ଆଶ୍ଚର୍ଯ୍ୟ ହେବେ ଭାରତରେ ଏପରି ଏକ ମନ୍ଦିର ଅଛି ଯେଉଁଠାରେ ଭଗବାନ ନୃସିଂହଙ୍କର 5ଟି ଭିନ୍ନ ଭିନ୍ନ ରୂପକୁ ପୂଜା କରାଯାଉଛି। ସେହି ରୂପଗୁଡିକ ହେଲା ଯୋଗ ନୃସିଂହ, ଜ୍ବାଳା ନୃସିଂହ, ଉଗ୍ର ନୃସିଂହ, ଲକ୍ଷ୍ମୀ ନୃସିଂହ ଏବଂ ଗନ୍ଧଭନ୍ଦ୍ରା ନୃସିଂହ। ଏହି ପାଞ୍ଚୋଟି ରୂପ 12 ଫୁଟ ଉଚ୍ଚତା ଏବଂ 30 ଫୁଟ ଲମ୍ବା ବିଶିଷ୍ଠ ଏକ ଗୁମ୍ଫାରେ ପୂଜା ପାଉଛନ୍ତି।

ଏଥିସହିତ ସେଠାରେ ରହିଛି ଏକ ସୁନ୍ଦର ମନ୍ଦିର। ସେ ମନ୍ଦିରର ନାମ ହେଉଛି ଶ୍ରୀଲକ୍ଷ୍ମୀ ନୃସିଂହ ସ୍ବାମୀ ମନ୍ଦିର। ଏହା ତେଲଙ୍ଗାନାର ୟାଦାଦ୍ରୀ ଭୁବନଗିରି ଜିଲ୍ଲାର ୟାଦାଗୁରିଗୁଟ୍ଟାରେ ଅବସ୍ଥିତ।  ଅନେକ ଏଠାରେ ନୃସିଂହ ଭଗବାନଙ୍କ ପାଞ୍ଚୋଟି ରୂପ ପୂଜା ପାଉଥିବାରୁ ଏହାକୁ ପଞ୍ଚ ନୃସିଂହ କ୍ଷେତ୍ରମ୍ ବୋଲି କହିଥାନ୍ତି। ଏହା ହାଇଦ୍ରାବାଦଠାରୁ 62 କିଲୋମିଟର ଦୂରରେ ଅବସ୍ଥିତ। ଏହା ହିନ୍ଦୁ ଧର୍ମର ଏକ ପ୍ରମୁଖ କ୍ଷେତ୍ର ଭାବେ ପରିଗଣିତ ହୋଇଛି।