Categories
ଆଜିର ଖବର ରାଜ୍ୟ ଖବର

ଲୋକଙ୍କ ଭିତରେ କ୍ରାନ୍ତି ଚେତନା ଜାଗ୍ରତର ପ୍ରୟାସ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: ସ୍ୱାଧିନତା ସଂଗ୍ରାମର ମହାନାୟକ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଅବଦାନ ପାଇଁ ଭାରତର ସ୍ୱାଧିନତା ପ୍ରାପ୍ତି ପ୍ରକ୍ରିୟା ଅଧିକ ତ୍ୱରାନ୍ୱିତ ହୋଇଥିଲା। ନେତାଜୀଙ୍କ ଏହି ମହାନ୍ ଆଦର୍ଶକୁ ପାଥେୟ କରି ଜନସାଧାରଣଙ୍କ ମଧ୍ୟରେ କ୍ରାନ୍ତି ଚେତନା ଜାଗ୍ରତ ପ୍ରୟାସରେ କଳାହାଣ୍ଡି ବିକାଶ ପରିଷଦ “କ୍ରାନ୍ତିଯାତ୍ରା” କରିବା ମୂଳ ଉଦ୍ଦେଶ୍ୟ ଥିଲା ବୋଲି ସୋମବାର ଏଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସାହିତ୍ୟିକା ତଥା କଳାହାଣ୍ଡି ବିକାଶ ପରିଷଦର ଅଧ୍ୟକ୍ଷା ଡକ୍ଟର ସୁନୀତି ମୁଣ୍ଡ୍ କହିଛନ୍ତି।

ଗତ ଡିସେମ୍ବର ୩୦ତାରିଖ କ୍ରାନ୍ତି ଦିବସ ପାଳନ ଅବସରରେ ଭବାନୀପାଟଣାଠାରୁ ପରିଷଦର କ୍ରାନ୍ତି ଯାତ୍ରା ୨୧ ଦିନ ବ୍ୟାପୀ ଅବିଭକ୍ତ କଳାହାଣ୍ଡି ଜିଲ୍ଲାର ୧୮ଟି ବ୍ଲକ୍ ପରିକ୍ରମା କରିଛି। ୨୩ ଜାନୁଆରୀ ପରାକ୍ରମ ଦିବସ ମଧ୍ୟରେ ଏହା ସମାପନ ହୋଇଛି। ନେତାଜୀ ଭାରତ ଭୂମିରେ କ୍ରାନ୍ତି ଆଣିବାରେ ସଫଳ ହୋଇଥିଲେ ଏଣୁ ଲୋକଙ୍କ ଭିତରେ ସଚେତନତା ଆଣିବା ପାଇଁ କ୍ରାନ୍ତିର ଆହ୍ୱାନ ଦିଆଯିବା ସହିତ ବିକଶିତ କଳାହାଣ୍ଡି ଗଠନର ଆହ୍ୱାନ ଦିଆଯାଇଥିଲା। ଜନସାଧାରଣଙ୍କୁ ସେମାନଙ୍କ ସାମ୍ବିଧାନିକ ଅଧିକାର ଓ କର୍ତ୍ତବ୍ୟ ପ୍ରତି ସଚେତନ କରାଇବା ଥିଲା ଏହି କ୍ରାନ୍ତିଯାତ୍ରାର ଅଭିପ୍ରାୟ ବୋଲି ଡକ୍ଟର ମୁଣ୍ଡ୍ କହିଛନ୍ତି।

ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ବି ସୁ-ଶାସନର ଅଭାବରେ ଅଣନିଶ୍ୱାସୀ ଏବେ ଜନସାଧାରଣ। କ୍ରାନ୍ତି ଯାତ୍ରା ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ ବାର୍ତ୍ତା ଦେବାକୁ କରାଯାଇଥିବା ଏହି ପ୍ରୟାସରେ କିଛି ଶୋଇ ରହିଥିବା ରାଜନେତା ଜାଗ୍ରତ ହୋଇଛନ୍ତି ଏଣୁ ଏହା ଏକ ସଫଳ ପ୍ରୟାସ ବୋଲି ସୁନୀତି ମହିଛନ୍ତି। ଏହି କ୍ରାନ୍ତି ଯାତ୍ରାରେ ସମସ୍ତ ବ୍ଲକରୁ ଶତାଧିକ ଲୋକଙ୍କ ସମାବେଶରେ ହାତରେ ତ୍ରିରଙ୍ଗା ଧରି ର‌୍ୟାଲି ସହର ପରିକ୍ରମା କରିଥିଲା। ର‌୍ୟାଲିରେ ବିଶେଷତଃ ଯୁବକ/ଯୁବତୀ- ୬୦%, ମହିଳା -୨୦%, ପୁରୁଷ -୧୫%, ବୃଦ୍ଧ/ବୃଦ୍ଧା – ୫% । ବିଭିନ୍ନ ଜାତି, ଧର୍ମ, ବର୍ଣ୍ଣ, ଦଳ, ଅନୁଷ୍ଠାନ ଆଦି ଅଂଶ ଗ୍ରହଣ କରିଥିଲେ। କ୍ରାନ୍ତି ଯାତ୍ରା ପ୍ରତି ଜନସାଧାରଣଙ୍କ ବହୁତ ଭଲ ସମର୍ଥନ ଥିବା ଡକ୍ଟର ମୁଣ୍ଡ୍ ଜଣାଇଛନ୍ତି। ଆଗ୍ରହୀ ଅନେକ ଲୋକ ଯେଉଁମାନେ କ୍ରାନ୍ତି ଯାତ୍ରାରେ ସାମିଲ ହୋଇପାରିନଥିଲେ ସେମାନେ ପୂର୍ବରୁ ସୂଚନା ଦେବାକୁ କହିଥିଲେ। ଦଳ ମତ ନିର୍ବିଶେଷରେ ସମସ୍ତଙ୍କ ପୂର୍ଣ୍ଣ ସହଯୋଗ ମିଳିଥିଲା। କ୍ରାନ୍ତି ଯାତ୍ରା ଏକ ଅଣ ରାଜନୈତିକ ପ୍ରୟାସ।

୧୮ଟି ବ୍ଲକ ପରିକ୍ରମା ସମୟରେ ଜିଲ୍ଲାରେ ଅନେକ ସମସ୍ୟା ରହିଥିବା ଡକ୍ଟର ମୁଣ୍ଡ୍ ଦେଖିଥିବା ସହିତ ଜିଲ୍ଲାର ଦୀର୍ଘସୂତ୍ରୀ ବିକାଶ ପାଇଁ କେହି ନେତା ମନ୍ତ୍ରୀ କିଛି ଦୂରଦୃଷ୍ଟି ରଖିନଥିବା ସହିତ ନିଜ ହୀନମନ୍ୟତାର ଶିକାର ହୋଇ ନେତାମାନେ ଆଗାମୀ ପିଢ଼ୀଙ୍କୁ ରାସ୍ତାରୋକ କରିଛନ୍ତି। ଫଳରେ ନୂତନ ପିଢ଼ୀ ପ୍ରସ୍ତୁତ ହୋଇପାରୁନାହାନ୍ତି। ଏଣୁ ଜନସାଧାରଣ ନିଜ ଅଂଚଳର ବିକାଶ ପାଇଁ ସ୍ୱର ଉଠାଇବା ନିତାନ୍ତ ଜରୁରୀ ବୋଲି ସେ କହିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଜୁନାଗଡ଼ ଠାରେ କଳାହାଣ୍ଡି ବିକାଶ ପରିଷଦ ପକ୍ଷରୁ କ୍ରାନ୍ତିଶୋଭା ଯାତ୍ରା

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: ଭାରତୀୟ ସ୍ଵାଧିନତା ସଂଗ୍ରାମର ମହାନାୟକ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କର ଦେଶପାଇଁ ଅବଦାନ ଅତୁଳନୀୟ। ବିଶ୍ଵଯୁଦ୍ଧ ସମୟରେ ବିଦେଶ ଭୂମିରେ ଆଜାଦ ହିନ୍ଦ୍ ଫୌଜ୍ ଓ ଆଜାଦ୍ ହିନ୍ଦ୍ ସରକାର ଗଠନ କରି ୧୯୪୩ ମସିହା ଡିସେମ୍ବର ୩୦ ତାରିଖରେ ଭାରତର ସ୍ଵତନ୍ତ୍ରତା ଘୋଷଣା କରିଥିଲେ। ଏହା ଭାରତର ବ୍ରିଟିଶ ସରକାରଙ୍କୁ ଦୋହଲାଇ ଦେବାରେ ସମର୍ଥ ହୋଇଥିଲା।

ନେତାଜୀଙ୍କର ଏହି ପଦକ୍ଷେପକୁ ତତକାଳୀନ ବିଶ୍ଵର କିଛି ଦେଶ ସମର୍ଥନ କରିଥିଲେ। ଫଳରେ ଭାରତର ସ୍ଵାଧିନତା ପ୍ରାପ୍ତି ପ୍ରକ୍ରିୟା ଅଧିକ ତ୍ଵରାନ୍ଵିତ ହୋଇଥିଲା। ନେତାଜୀଙ୍କର ଏହି ମହାନ୍ ଆଦର୍ଶକୁ ପାଥେୟ କରି ଜନସାଧାରଣଙ୍କ ମଧ୍ୟରେ କ୍ରାନ୍ତିକାରୀ ଚେତନା ଜାଗ୍ରତ ନିମନ୍ତେ ଏକ କ୍ଷୁଦ୍ର ପ୍ରୟାସ କରୁଛି କଳାହାଣ୍ଡି ବିକାଶ ପରିଷଦ।

ଚଳିତ ଡିସେମ୍ବର ୩୦ ତାରିଖରଠାରୁ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଠାରେ ବିକାଶ ପରିଷଦ ପକ୍ଷରୁ କ୍ରାନ୍ତି ଦିବସ ପାଳନ କରିବା ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି। ଏହି ଦିନ ଠାରୁ କ୍ରାନ୍ତିଯାତ୍ରା ଜିଲ୍ଲାର ୧୮ଟି ବ୍ଲକକୁ ଡକ୍ଟର ସୁନିତୀ ମୁଣ୍ଡ ପରିକ୍ରମା କରୁଛନ୍ତି।ଜନସାଧାରଣଙ୍କୁ ସେମାନଙ୍କ ସାମ୍ବିଧାନିକ ଅଧିକାର ଓ କର୍ତ୍ତବ୍ୟ ପ୍ରତି ସଚେତନ କରାଇବ।ଯେଉଁଥିରେ ସମସ୍ତେ ସକ୍ରିୟ ସହଭାଗିତା ଜଣେ ସଚେତନ ନାଗରିକ ଭାବରେ ଯୋଗଦେଇ ପାରିବେ।

ଏହି ପରିପେକ୍ଷୀରେ ତା ୧୪/୦୧/୨୦୨୩ରିଖ ଶନି ବାର ଦିନ କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଳକ ଲଙ୍କେସ୍ୱରୀ ମନ୍ଦିର ଠାରୁ ବ୍ଲକ୍ ଅଫିସ୍ ପର୍ଯ୍ୟନ୍ତ ଏହି କ୍ରାନ୍ତି ଯାତ୍ରା ପରିକ୍ରମା କରିଥିଲେ। ଏହି କ୍ରାନ୍ତିଯାତ୍ରା କଲାହାଣ୍ଡି ବିକାଶ ପରିଷଦର ଅଧ୍ୟକ୍ଷା ଡ: ସୁନୀତି ମୁଣ୍ଡଙ୍କ ନେତୃତ୍ବରେ ଆୟୋଜିତ ହୋଇଥିଲା। ପଦଯାତ୍ରା ରାଲିରେ ବିରଞ୍ଚି ପଣ୍ଡା, ବେଦ ପ୍ରକାଶ ଗୋୟେଲ, ପ୍ରବୀଣ ଗୋଏଲ, ପ୍ରମୋଦ ବେହେରା, କଇଳାସ ଖେମକା, ହେମନ୍ତ ପଂଡା, ଶିଶିର ପଟ୍ଟନାୟକ, ଉପେନ୍ଦ୍ର ପୁଝାରୀ, ପ୍ରମୋଦ ବଣିଆ, ଦୀପ୍ତି ଲୋଚନ ମୁଣ୍ଡ୍, ଶଶାଙ୍ଖ ଦାସ୍, ବବିତା ବାଗ, ଯୋଶବନ୍ତି ଧଂଗଡାମାଝୀ, ଦୀଲୀପ ଧଂଗଡାମାଝୀ, କୈଳାଶ ଚନ୍ଦ୍ର ଅଗ୍ରୱାଲ, ଚନ୍ଦନ ପାତ୍ର, ପଦ୍ମା ଶବର ପ୍ରମୁଖ ଶତାଧିକ କର୍ମୀ ଭାଗନେଇ ଥିଲେ ଜିଲ୍ଲାର ୧୮ଟି ବ୍ଲକର, ଜନସାଧାରଣଙ୍କୁ ସାମ୍ବିଧାନିକ ଅଧିକାର ଓ କର୍ତ୍ତବ୍ୟ ପ୍ରତି ସଚେତନ କରିବାକୁ ଉପସ୍ଥିତ ଜନସାଧାରଣଙ୍କୁ ଡ. ମୁଣ୍ଡ୍ ଆହ୍ଵାନ ଦେଇଥିଲେ।

ଏହା ଆସନ୍ତା ଜାନୁୟାରୀ ୨୩ ତାରିଖରେ ଉଦଯାପିତ ହେବ ବୋଲି ବିକାଶ ପରିଷଦ ପକ୍ଷରୁ ସୁଚନା ମିଳିଛି। ଏହି କ୍ରାନ୍ତିଯାତ୍ରାରେ ଜୁନାଗଡ ବ୍ଲକର ଅନେକ ବ୍ୟକ୍ତି ବିଶେଷ ସାମିଲ ହୋଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୋଆ ପକ୍ଷରୁ ନେତାଜୀଙ୍କ ୧୨୫ତମ ଜନ୍ମ ଜୟନ୍ତୀ ପାଳିତ

ଭୂବନେଶ୍ଵର: ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କର ୧୨୫ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଶିକ୍ଷା ଓ ଅନୁସନ୍ଧାନ(ସୋଆ ) ବିଶ୍ଵବିଦ୍ୟାଳୟ ପରିସରରେ ସୋଆ ଏନଏସଏସ ଓ ସୋଆ ୱେଲନେସ ସେଣ୍ଟର ର ମିଳିତ ଆନୁକୂଲ୍ୟରେ ଏକ ଉତ୍ସବ ଆୟୋଜିତ ହୋଇଯାଇଛି। ଏହି ଉତ୍ସବରେ ଯୋଗ ଦେଇ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର ନେତାଜୀଙ୍କ ଜୀବନ ଯୁବ ସମାଜ ନିମନ୍ତେ ପ୍ରେରଣାର ଉତ୍ସ ହେବା ଆବଶ୍ୟକ ବୋଲି କହିଥିଲେ।

ଆଜିର ପବିତ୍ର ଦିନରେ ଆମେ ନେତାଜୀଙ୍କ ଜୀବନର ସକାରାତ୍ମକ ଦିଗ ଗୁଡିକୁ ଆଲୋଚନା କରି ସ୍ଵାଧୀନତା ଆନ୍ଦୋଳନରେ ତାଙ୍କର ଭୂମିକା କୁ ସମ୍ମାନିତ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ। ଏହି ଦିନଟିକୁ ‘ପରାକ୍ରମ ଦିବସ’ ଭାବେ ପାଳନ କରାଯାଉଛି।

ଆମେ କେବଳ ଆମ ନିଜ ସ୍ୱାର୍ଥ ବିଷୟରେ ଚିନ୍ତା କରିବା ସହ ଅନ୍ୟ କାହା କଥା ଚିନ୍ତା କରୁନାହୁଁ ସେ କେବଳ ଦେଶ ଛଡା ଆଉ କିଛି ଚିନ୍ତା କରୁନଥିଲେ। କଟକରେ ଜନ୍ମିତ ନେତାଜୀ ଖୁବ ପ୍ରତିଭା ସଂପନ୍ନ ଥିଲେ ବୋଲି ସୋଆ କୁଳପତି ତାଙ୍କୁ ସ୍ମରଣ କରି କହିଛନ୍ତି।

ଏହି ଅବସରରେ ସୋଆ ଉପଦେଷ୍ଟା ମଣ୍ଡଳୀର ଅଧ୍ୟକ୍ଷ ତଥା ଏଆଇସିଟିଇ ର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟ ନେତାଜୀଙ୍କୁ ଜଣେ ନିର୍ଭିକ ନେତା ବୋଲି ଅଭିହିତ କରିଥିଲେ। କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ସୋଆ ଏନଏସଏସ ର ବୋଲି ଡକ୍ଟର ନଚିକେତା ଶର୍ମା।

ଆଗାମୀ ମାସରେ ସୋଆ ଏନଏସ ଏସ ଓ ସୋଆ ୱେଲନେସ ସେଣ୍ଟର ପକ୍ଷରୁ ମିଳିତ ଭାବେ ଗାନ୍ଧୀ କଥା ଓ ସୁବାଷ କଥା ବକୃତ ମାଳା ର ଆୟୋଜନ କରାଯିବ ଡକ୍ଟର ଶର୍ମା ସୂଚନା ଦେଇଥିଲେ।

ସୋଆ ଛାତ୍ର ମଙ୍ଗଳ ଡିନ ପ୍ରଫେସର ଜ୍ୟୋତିରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।
ମୁଖ୍ୟ ପ୍ରଶାସନିକ ଅଧିକାରୀ ପ୍ରମୋଦ ଚନ୍ଦ୍ର ପଣ୍ଡା, ଏନଏସଏସ ପ୍ରୋଗ୍ରାମ ଅଫିସରରସ ଏବଂ ସୋଆର ଅନ୍ୟାନ୍ୟ କର୍ମକର୍ତା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ନେତାଜୀଙ୍କ 125ତମ ଜୟନ୍ତୀ ପାଇଁ ତାଙ୍କ ଜନ୍ମସ୍ଥାନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କଟକ, ମହାନ ସ୍ବାଧୀନତା ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷଙ୍କ 125 ତମ ଜନ୍ମ ଜୟନ୍ତୀରେ ଚାରିଆଡେ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରାଯାଉଛି। ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ସମେତ ଗୃହମନ୍ତ୍ରୀ ଏବଂ ବିଭିନ୍ନ ମନ୍ତ୍ରୀ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିଛନ୍ତି। ସେହିପରି ତାଙ୍କର ଜନ୍ମସ୍ଥାନ କଟକ ଓଡିଆ ବଜାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁଭାଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରିଛନ୍ତି। ଜାନକୀନାଥ ଭବନରେ ମୁଖ୍ୟମନ୍ତ୍ରୀ ପତାକା ଉତ୍ତୋଳନ ମଧ୍ୟ କରିଛନ୍ତି। ପରବର୍ତ୍ତି ସମୟରେ ନେତାଜୀଙ୍କ ନାମରେ ନାମିତ ଏକ ବସ ଟର୍ମିନାଲକୁ ମଧ୍ୟ ସେ ଶିଳାନ୍ୟାସ କରିଛନ୍ତି।

Categories
ଫଟୋ ଖବର

ଆଜି ସାରା ଦେଶରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ 125 ତମ ଜୟନ୍ତୀ ପାଳନ କରାଯାଉଛି

ଆଜି ସାରା ଦେଶରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ 125 ତମ ଜୟନ୍ତୀ ପାଳନ କରାଯାଉଛି

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଆସନ୍ତାକାଲି କଟକ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କାରଣ କଣ ଜାଣନ୍ତୁ

ଭୁବନେଶ୍ବର, ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଗସ୍ତ କରିବେ। ସେ ଭୁବନେଶ୍ବରରୁ ହେଲିକେପ୍ଟରେ ଯୋଗେ ଦିନ 10ଟା 30ରୁ ବାହାରି କଟକ ଉପର ବାଲିଯାତ୍ରା ପଡିଆରେ ଦିନ 10ଟା 50ରେ ପହଁଚିବେ। ଆସନ୍ତାକାଲି ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଉପଲକ୍ଷେ ଜାନକୀନାଥ ଭବନରେ ସେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ। ଏଥିସହିତ ସେଠାରେ ପତାକା ଉତ୍ତୋଳନ ମଧ୍ୟ କରିବେ।

ଏହାପରେ ନବୀନ ଖାନନଗରେ ହେବାକୁ ଥିବା ନେତାଜୀ ବସ ଟର୍ମିନାଲର ଶିଳାନ୍ୟାସ ମଧ୍ୟ କରିବେ। ଏଥିସହିତ ବସ ଟର୍ମିନାଲ ଅଞ୍ଚଳ ପରିଦର୍ଶନ କରି ଏହାର ନକ୍ସା ଅନୁଧ୍ୟାନ କରିବେ। ପ୍ରାୟ 12 ଏକର ସ୍ଥାନରେ ଏହି ବସ ରହଣିସ୍ଥଳ ନିର୍ମାଣ ହେବ। ସେଥିପାଇଁ 65 କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଏହି ବସ ଟର୍ମିନାଲରେ ଏକାଥରେ 150ଟି ବସ ରହିପାରିବା ପରି ବ୍ୟବସ୍ଥା କରାଯାଉଛି।

ଏହି ବସ ଟର୍ମିନାଲରେ ଯାତ୍ରୀମାନେ ଯେପରି ଅନ୍ତର୍ଜାତୀୟ ଅନୁଭବ ପାଇବେ ସେହି ଢାଞ୍ଚାରେ ନିର୍ମାଣ କରାଯିବ। ଏହି ସ୍ଥାନରେ ଏକ କିଓସ୍କୋ ମଧ୍ୟ ନିର୍ମାଣ ହେବ। ସେଠାରେ ଯାତ୍ରୀଙ୍କୁ ନେତାଜୀଙ୍କ ଅବଦାନ ସଂପର୍କରେ ଅବଗତ କରାଯିବ। ଏହି ଟର୍ମିନାଲ ତିନି ମହଲା ବିଶିଷ୍ଠ କରାଯିବ। ଏଥିସହିତ ଯାତ୍ରୀମାନଙ୍କ ସୂଚନା ପାଇଁ ସମନ୍ବିତ ସୂଚନା ପରିଚାଳନା ବ୍ୟବସ୍ଥା ମଧ୍ୟ କରାଯିବ।

ଯାତ୍ରୀମାନଙ୍କର ସାଧାରଣ ଆବଶ୍ୟକତା ସହିତ ବ୍ୟବସାୟ ବାଣିଜ୍ୟ ପାଇଁ ସେଠାରେ ଆକର୍ଷଣୀୟ ବ୍ୟବସାୟିକ କେନ୍ଦ୍ର ମଧ୍ୟ ନିର୍ମାଣ କରାଯିବ। ସେଥିପାଇଁ ସେହି ସ୍ଥାନ ନିକଟରେ ପ୍ରାୟ ଦୁଇ ଏକର ଜାଗା ଚିହ୍ନଟ କରାଯାଇଛି।