Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ନେପାଳରରେ ଯାତ୍ରୀବାହୀ ବିମାନ ନିଖୋଜ: ୪ ଭାରତୀୟଙ୍କ ସମେତ ୨୨ ଯାତ୍ରୀ କରୁଥିଲେ ଯାତ୍ରା

ନୂଆଦିଲ୍ଲୀ: ଭାରତର ପଡୋଶୀ ଦେଶ ନେପାଳରୁ ବଡ ଖବର ଆସିଛି। ନେପାଳରେ ଏକ ଯାତ୍ରୀବାହୀ ବିମାନ ନିଖୋଜ ହୋଇଯାଇଛି। ବିମାନରେ କ୍ରୁ, ଚାରିଜଣ ଭାରତୀୟ ଏବଂ ତିନି ଜଣ ଜାପାନୀ ନାଗରିକଙ୍କ ସମେତ ମୋଟ ୨୨ ଜଣ ଯାତ୍ରୀ ଅଛନ୍ତି। ଏହି ବିମାନଟି ପୋଖରା ଠାରୁ ଜୋମସମ୍ ଅଭିମୁଖେ ଯାତ୍ରା କରୁଥିଲା। ପରେ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ (ଏଟିସି) ସହିତ ଏହାର ସମ୍ପର୍କ ନଷ୍ଟ ହୋଇଗଲା।

ଅଧିକାରୀ କହିଛନ୍ତି ଯେ, ଗତ ଅଧ ଘଣ୍ଟା ଧରି ବିମାନର ଏଟିସି ସହିତ କୌଣସି ସମ୍ପର୍କ ହୋଇନାହିଁ। ବିମାନଟି ୧୦.୩୫ ପର୍ଯ୍ୟନ୍ତ ଏଟିସି ସହିତ ଯୋଗାଯୋଗରେ ଥିଲା। ବର୍ତ୍ତମାନ ବିମାନ ବିଷୟରେ ଜାଣିବା ପାଇଁ ଏକ ହେଲିକପ୍ଟର ପଠାଯାଇଛି। ଯେଉଁଠାରେ ବିମାନକୁ ଶେଷ ଥର ପାଇଁ ଯୋଗାଯୋଗ କରାଯାଇଥିଲା ସେହି ସ୍ଥାନକୁ ହେଲିକପ୍ଟର ପଠାଯାଇଛି ବୋଲି ଜୋମସମ ବିମାନବନ୍ଦର ଏଟିସି ସୂଚନା ଦେଇଛି। ନେପାଳୀ ସେନାର ମୁଖପାତ୍ର ନାରାୟଣ ସିଲୱାଲ କହିଛନ୍ତି ଯେ, ନେପାଳର ସେନାର ଏକ ମି -୧୭ ହେଲିକପ୍ଟର ନିକଟରେ ଲେଟେ, ମଷ୍ଟେଙ୍ଗ ଅଭିମୁଖେ ଯାତ୍ରା କରିଛି, ଯେଉଁଠି ବିମାନ ଦୁର୍ଘଟଣାଗ୍ରସ୍ତ ହେବାର ସମ୍ଭାବନା ରହିଛି।

Categories
ବିଶେଷ ଖବର ସଂସ୍କୃତି

ନେପାଳରେ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟର ଫର ବୁଦ୍ଧିଷ୍ଟ କଲ୍ଚର ଆଣ୍ଡ ହେରିଟେଜର ଶିଳାନ୍ୟାସ

ଲୁମ୍ବିନୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେପାଳ ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଉବାଙ୍କ ସହ ଲୁମ୍ବିନୀ ମଠ କ୍ଷେତ୍ର, ଲୁମ୍ବିନୀ, ନେପାଳ ଠାରେ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟର ଫର ବୁଦ୍ଧିଷ୍ଟ କଲ୍ଚର ଆଣ୍ଡ ହେରିଟେଜ ନିର୍ମାଣ ପାଇଁ ଶିଳାନ୍ୟାସ କରିଛନ୍ତି।

ଏହି କେନ୍ଦ୍ର ଅନ୍ତର୍ଜାତୀୟ ବୌଦ୍ଧ ମହାସଂଘ, ନୂଆଦିଲ୍ଲୀଙ୍କ ଦ୍ୱାରା ଲୁମ୍ବିନୀ ଡେଭେଲପମେଣ୍ଟ ଟ୍ରଷ୍ଟ (ଏଲଡିଟି)ଙ୍କୁ ପ୍ରଦାନ କରାଯାଇଥିବା ଏକ ଜମିରେ ନିର୍ମିତ ହେବ। ମାର୍ଚ୍ଚ, ୨୦୨୨ରେ ଆଇବିସି ଓ ଏଲଡିଟିଙ୍କ ମଧ୍ୟରେ ହୋଇଥିବା ରାଜିନାମା ଅନ୍ତର୍ଗତ ଏହି ଜମି ଆବଣ୍ଟିତ ହୋଇଥିଲା।

ତିନି ପ୍ରମୁଖ ବୌଦ୍ଧ ପରମ୍ପରା ଥେରବାଦ, ମହାଯାନ ଓ ବଜ୍ରଯାନ ସନ୍ୟାସୀମାନଙ୍କ ଦ୍ୱାରା ଶିଳାନ୍ୟାସ ସମାରୋହ ପରେ ଦୁଇ ପ୍ରଧାନମନ୍ତ୍ରୀ ଏହି କେନ୍ଦ୍ରର ଏକ ମଡେଲ ଉନ୍ମୋଚନ କରିଥିଲେ।

ନିର୍ମାଣ ସରିବା ପରେ ସାରା ବିଶ୍ୱର ତୀର୍ଥଯାତ୍ରୀ ଓ ପର୍ଯ୍ୟଟକଙ୍କୁ ବୌଦ୍ଧ ଧର୍ମର ଆଧ୍ୟାତ୍ମିକ ଦିଗକୁ ସ୍ୱାଗତ କରିବାରେ ଏହା ବିଶ୍ୱସ୍ତରୀୟ କେନ୍ଦ୍ର ପାଲଟିବ। ଏହି କେନ୍ଦ୍ରରେ ଶକ୍ତି, ଜଳ ଓ ବର୍ଜ୍ୟ ପରିଚାଳନା କ୍ଷେତ୍ରରେ ନେଟଜିରୋ ମାନକ ଅନୁରୂପ ଆଧୁନିକ କୋଠା ତଥା ପ୍ରାର୍ଥନା ଗୃହ, ଧ୍ୟାନ କେନ୍ଦ୍ର, ପାଠାଗାର, ପ୍ରଦର୍ଶନୀ ହଲ, କ୍ୟାଫେଟେରିଆ, କାର୍ଯ୍ୟାଳୟ ଓ ଅନ୍ୟାନ୍ୟ ସୁବିଧା ଉପଲବ୍ଧ ହେବ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର ଧର୍ମ ସଂସ୍କୃତି

ନେପାଳର ଲୁମ୍ବିନୀରେ ବୁଦ୍ଧଜୟନ୍ତୀ ସମାରୋହ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେପାଳର ଲୁମ୍ବିନୀସ୍ଥିତ ଆନ୍ତର୍ଜାତିକ ଅଧିବେଶନ କେନ୍ଦ୍ର ଓ ଧ୍ୟାନ ଭବନରେ ୨୫୬୬ତମ ବୁଦ୍ଧ ଜୟନ୍ତୀ ସମାରୋହରେ ଯୋଗ ଦେଇଛନ୍ତି। ତାଙ୍କ ସହିତ ନେପାଳ ପ୍ରଧାନମନ୍ତ୍ରୀ ସମ୍ମାନନୀୟ ଶେର ବାହାଦୁର ଦେଉବା ଓ ତାଙ୍କ ପତ୍ନୀ ଡକ୍ଟର ଆରଜୁ ରାନା ଦେଉବା ମଧ୍ୟ ଯୋଗଦେଇଥିଲେ।

ଲୁମ୍ବିନୀ ବିକାଶ ଟ୍ରଷ୍ଟ (ଏଲଡିଟି) ଅଧ୍ୟକ୍ଷ ତଥା ନେପାଳ ସଂସ୍କୃତି, ପର୍ଯ୍ୟଟନ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ପ୍ରେମବାହାଦୁର ଆଲେ, ଲମ୍ବିନୀ ମୁଖ୍ୟମନ୍ତ୍ରୀ କୁଲପ୍ରସାଦ କେସି, ଏଲଡିସି ଉପାଧ୍ୟକ୍ଷ ତଥା ସମ୍ମାନୀୟ ନେଟିଆ ଶାଖ୍ୟ ପୁଟ୍ଟା ଓ ନେପାଳ ସରକାରଙ୍କ ଅନେକ ମନ୍ତ୍ରୀ ଓ ଗଣ୍ୟମାନ୍ୟ ଅତିଥି ଏଥିରେ ଉପସ୍ଥିତ ଥିଲେ।

ସାଧୁ, ବୌଦ୍ଧ ପଣ୍ଡିତ ତଥା ଅନ୍ୟାନ୍ୟ ଆନ୍ତର୍ଜାତିକ ଅଂଶଗ୍ରହଣକାରୀଙ୍କୁ ମିଶାଇ ପ୍ରାୟ ୨୫୦୦ ଉପସ୍ଥିତ ଅଭ୍ୟାଗତଙ୍କୁ ଉଭୟ ଦେଶର ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଅଯୋଧ୍ୟାପୁରୀ ଧାମ ପାଇଁ ୪୦ ଏକରର ଜମି ଆବଣ୍ଟନ କଲା ନେପାଳ ସରକାର

କାଠମାଣ୍ଡୁ: ନେପାଳର ଏକ ସ୍ଥାନୀୟ ସରକାର ଅଯୋଧ୍ୟାପୁରୀ ଧାମ ନିର୍ମାଣ ପାଇଁ ୪୦ ଏକରରୁ ଅଧିକ ଜମି ନେବାକୁ ନିଷ୍ପତ୍ତି ନେଇଛି। ନେପାଳର ପ୍ରଧାନମନ୍ତ୍ରୀ କେ.ପି.ଙ୍କ ଦାବି ଅନୁଯାୟୀ ଚିତୱାନ ଜିଲ୍ଲାର ମାଡି ମ୍ୟୁନିସିପାଲିଟିରେ ପ୍ରଭୁ ରାମ ଚନ୍ଦ୍ରଙ୍କର ଜନ୍ମ ହୋଇଥିଲା। ଗତକାଲି ପୌରସଂସ୍ଥାର କାର୍ଯ୍ୟନିର୍ବାହୀ ସଂସ୍ଥାର ବୈଠକରେ ଅଯୋଧ୍ୟାପୁରୀ ଧାମ ନିର୍ମାଣ ପାଇଁ ୪୦ ଏକରର ଜମି ଆବଣ୍ଟନ କରିବାକୁ ନିଷ୍ପତ୍ତି ନେଇଥିବା ନେପାଳର ଜାତୀୟ ସମ୍ବାଦ ଏଜେନ୍ସିକୁ ଠାକୁର ପ୍ରସାଦ ଧାକଲ କହିଛନ୍ତି।

ଗତ ଜୁଲାଇ ୧୪ ରେ, ଓଲି ପ୍ରଭୁ ରାମ ଚନ୍ଦ୍ରଙ୍କ ଜନ୍ମ ସ୍ଥାନ ବିଷୟରେ ଏକ ବିବାଦୀୟ ମନ୍ତବ୍ୟ ଦେଇ କହିଥିଲେ ଯେ ରାମ ନେପାଳରେ ଜନ୍ମ ହୋଇଥିଲେ ଉତ୍ତରପ୍ରଦେଶର ଅଯୋଧ୍ୟାରେ ନୁହେଁ। ଭାରତ ଏକ ନକଲି ଅଯୋଧ୍ୟା ସୃଷ୍ଟି କରିଛି ଏବଂ ନେପାଳ ବିରୋଧରେ ସାଂସ୍କୃତିକ ଆକ୍ରମଣ କରୁଛି ବୋଲି ଅଲି ଅଭିଯୋଗ କରିଥିଲେ।

ଓଲିଙ୍କ ବିବୃତ୍ତି ଉଭୟ ଭାରତ ଏବଂ ନେପାଳରେ ଉତ୍ତେଜନା ସୃଷ୍ଟି କରିଥିଲା। ​​ଯେଉଁ ସମୟରେ ସୀମା ବିବାଦ ଏବଂ ଚୀନ୍ ସହିତ ନେପାଳର ଅତ୍ୟଧିକ ଘନିଷ୍ଠତା କାରଣରୁ ନେପାଳ-ଭାରତ ସମ୍ପର୍କ ହ୍ରାସ ପାଇଥିଲା। ପ୍ରଭୁ ରାମଙ୍କ ବିବାଦୀୟ ଜନ୍ମ ସ୍ଥାନ ଘୋଷଣା କରିବା ପରେ ଅଲି ଅଗଷ୍ଟ ୯ରେ ମେୟର ଧକାଲଙ୍କ ନେତୃତ୍ୱରେ ମାଡି ମ୍ୟୁନିସିପାଲିଟିର ଏକ ପ୍ରତିନିଧୀଙ୍କ ସହ ଆଲୋଚନା କରିଥିଲେ ଏବଂ ଅଧିକ ପ୍ରମାଣ ସଂଗ୍ରହ କରିବାକୁ ସେହି ଅଞ୍ଚଳରେ ଖନନ କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଅଲି ମଧ୍ୟ ତାଙ୍କ ସରକାରଙ୍କ ଠାରୁ ମାଡି ମ୍ୟୁନିସିପାଲିଟି ପର୍ଯ୍ୟନ୍ତ ଖନନ କାର୍ଯ୍ୟ କରିବା ସହିତ ମାଷ୍ଟରପ୍ଲାନ ପ୍ରସ୍ତୁତ କରି ତୁରନ୍ତ ରାମ, ସୀତା ଏବଂ ଲକ୍ଷ୍ମଣଙ୍କ ପ୍ରତିମା ସ୍ଥାପନ ଆରମ୍ଭ କରିବାକୁ ପ୍ରତିଜ୍ଞା କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଅଯୋଧ୍ୟାପୁରୀ ଧାମ ନିର୍ମାଣ କାର୍ଯ୍ୟଗୁଡ଼ିକର ସୁବିଧା ତଥା ପରିଚାଳନା ପାଇଁ ପୌରସଂସ୍ଥା ନିରନ୍ତର କାର୍ଯ୍ୟ କରୁଛି ବୋଲି ଧାକଲ କହିଛନ୍ତି।